ARTICLES

ଏକ ଆର୍ଟିକିଲ୍ ହେଉଛି ଏକ ବିଶେଷ୍ୟକୁ ରୂପାନ୍ତର କରିବା ପାଇଁ ବ୍ୟବହୃତ ଶବ୍ଦ, ଯାହା ଜଣେ ବ୍ୟକ୍ତି, ସ୍ଥାନ, ବସ୍ତୁ, କିମ୍ବା ଧାରଣା |  ଏକ ଆର୍ଟିକିଲ୍ ହେଉଛି ଏକ ବିଶେଷଣ, ଯାହାକି କୌଣସି ଶବ୍ଦ ଯାହା ଏକ ବିଶେଷ୍ୟକୁ ପରିବର୍ତ୍ତନ କରେ | ସାଧାରଣତଃ ବିଶେଷଣଗୁଡ଼ିକ ବର୍ଣ୍ଣନା ମାଧ୍ୟମରେ ବିଶେଷ୍ୟଗୁଡ଼ିକୁ ରୂପାନ୍ତର କରନ୍ତି, କିନ୍ତୁ ବିଶେଷ୍ୟଗୁଡ଼ିକୁ ସୂଚାଇବା ପାଇଁ ବ୍ୟବହୃତ ହୁଏ |


Article ସାଧାରଣତଃ ଦୁଇ ପ୍ରକାରର

ଯଥା :
1. Indefinite Article (a,an)
2.  Definite Article (the)

Position of Articles:- Article ଠିକ୍ noun ପୂର୍ବରୁ ବସେ |
             a boy, the pen.
Adjective ପୂର୍ବରୁ ବସେ |
             a  good boy.
Adjective ପୂର୍ବରୁ ବସେ |
           a very good boy.

2.Article ମାନଙ୍କ ବ୍ୟବହାର ଲାଗି ସାଧାରଣ ନିୟମ:
(a) ଏକବଚନାନ୍ତ countable ମାନଙ୍କ ପୂର୍ବରେ article ବସେ |
ଯଥା:
     A horse is grazing in the field.
    An apple is a sweet fruit.
    The lion lives in the jungle.

(b) ବହୁ ବଚନାନ୍ତେ countable ମାନଙ୍କ ପୂର୍ବରେ Article ବସେ ନାହିଁ |
ଯଥା:
    Children are fond of play.
     Fishes swim in the water.
     I like to eat an orange.
 
(c) Uncountable noun  ମାନଙ୍କ ପୂର୍ବରେ Article ବସେ ନାହିଁ |
ଯଥା:
   diamond is a costly metal.
   We drink milk.
    Virtue has its own reward.

(d) Proper noun ମାନଙ୍କ ପୂର୍ବରେ Article ବସେ ନାହିଁ |

ଯଥା: New Delhi is the capital of India.   
         Rajesh is a naughty boy.

3. ସାଧାରଣ ନିୟମର ବ୍ୟତିକ୍ରମ :

ପ୍ରଥମ ନିୟମ (a) ର ବ୍ୟତିକ୍ରମ :
      i.କୌଣସି countable noun ଏକବଚନରେ ଥାଇ ସୁଦ୍ଧା ଯଦି ତାହା ସମୂହକୁ ବୁଝାଉଥିବ , ତାହାଲେ  ତାହା ପୂର୍ବରେ କୌଣସି article ବସେ ନାହିଁ |

ଯଥା : Man is mortal.
         Heart is the important part of mans body.
         Women is man’s mate.

ସେହିପରି: -

 Life is a fantasy.
Home is the sweet spot on earth
Man is the main animal that utilizations fire.
Are ladies extremely more vulnerable than men?
The propensity is natural.
Work is love.

ii.  ଦୁଇଟି ଏକବଚନାନ୍ତ countable ଏକତ୍ର ବ୍ୟବହୃତ ହେଲା ବେଳେ ସେମାନଙ୍କ ପୂର୍ବରେ Article ବସେ ନାହିଁ | ଦୁଇଟି Co-ordinate ପୂର୍ବରୁ Article ବସେ ନାହିଁ |
ଯଥା: bread and butter is my food.
        Father and son are both tall.
       They are brother and sister.

iii.  ଏକମାତ୍ର ଏବଂ ଅଦ୍ୱିତୀୟ କୌଣସି ଅନୁଷ୍ଠାନକୁ ବା ପୁରୁଷକୁ ବୁଝାଉଥିଲେ ବେଳେ singular countable ମାନଙ୍କ ପୂର୍ବରେ article ବସେ ନାହିଁ |
ଯଥା: the only parliament can answer this question.
         Heaven is beyond our reach.
         (ସ୍ୱର୍ଗ ଆମ ପହଞ୍ଚିବା ବାହାରେ )
        The sinners go to hell.
        (ପାପି ମାନେ ନରକକୁ ଯାଆନ୍ତି)
       God knows it all.
       There is god in heaven.
Note: hell ଶବ୍ଦର ନିମ୍ନୋକ୍ତ ବ୍ୟବହାର ସ୍ଥଳେ ତାହା ପୂର୍ବରେ the ବସିପାରେ |
ଯଥା: what the hell are you doing there?
        (ସେଠି କି ବାଜେ କାମ କରୁଛ ?)
       Who the hell he is?
        (ସେଇ ନରକଟା କିଏ ?)
ସେହିପରି heaven ସ୍ୱର୍ଗ ନ ହୋଇ ଆକାଶକୁ ବୁଝାଉଥିଲେ  ତା ପୂର୍ବରୁ the ବସେ |
ଯଥା: when heaven is covered with clouds the sun doesn't become visible.
         The star of heaven weeps at the sight of cruelty to animals.

(iv) Father, mother, uncle, aunt, brother, sister, grandfather, grandmother ଆଦି ଖୋଦ୍ ନିଜର ବୋଲି ବୁଝାଉଥିଲେ ସେମାନଙ୍କ ପୂର୍ବରେ Article ବସେ ନାହିଁ ।
 ଯଥା : Father will go to Calcutta tomorrow.
          Mother has sent me some money, I met uncle at Cuttack.
          Did you write to brother about your health? ମାତ୍ର ନିଜର ହୋଇନଥିଲେ Article ବସେ ।
 ଯଥା: The father of Ram came here yesterday.
           I met the brother of Sita in the market.
           A mother of seven children can never be happy.
ମାତ୍ର 's ବ୍ୟବହାର କଲେ ବା genitive formରେ ଥିବା nounକୁ sentence ଆରମ୍ଭରେ ବସାଇଲେ, ତାହା ପୂର୍ବରୁ Article ବସେ ନାହିଁ ।
ଯଥା: Ram's brother came here yesterday.
         I met Sita's brother.........
(v) ନାବିକ ହେବା ଲାଗି ସମୁଦ୍ର ଗଲାବେଳେ, କାମୁକା ଲୋକ ହିସାବରେ
ମ ଉପର କୁ ଗଲାବେଳେ, ନିଜେ ରୋଗୀ ହୋଇ ହସ୍ପିଟାଲକୁ ଗଲାବେଳେ, କଏଦି ହିସାବରେ ଜେଲଖାନା ଗଲାବେଳେ, ପ୍ରାର୍ଥନା ଲାଗି ଚର୍ଚ୍ଚ, ମନ୍ଦିର ଓ ମସ୍‌ଜିଦ୍ ଗଲାବେଳେ, ପଢ଼ିବା ଲାଗି ସ୍କୁଲ କଲେଜ ଗଲାବେଳେ Sea, Work, Hospital, Prison, Church, Temple, School, College ଇତ୍ୟାଦି ପୂର୍ବରେ the ବସେ ନାହିଁ ।
 ଯଥା: The boy is going to school,
           If you are so ill, you better go to the hospital.
           Mr. Smith and his family go to church every Sunday.
           Columbus went to sea at the age of ten.
           Grandmother goes to the temple every morning.
           My brother is a student of +2 class; he goes to college by
bus.
           The thief was sent to prison.
          They all go to work early in the morning.
           ମାତ୍ର ନିଜର ଅନୁଷ୍ଠାନ, ଦରକାରୀ ସ୍ଥାନ ବା କର୍ମସ୍ଥାନକୁ ନ ବୁଝାଇଲେ ଏସବୁ ଶବ୍ଦ ପୂର୍ବରେ the                 ବସିଥାଏ ଏବଂ office ଶବ୍ଦ ପୂର୍ବରେ ସର୍ବଦା the ବସେ । ଅନ୍ୟ ଅର୍ଥରେ usual purpose ବା               ସାଧାରଣ ଉଦ୍ଦେଶ୍ୟ ଭିନ୍ନ ଅନ୍ୟ କାର୍ଯ୍ୟଥିବା ବୁଝାଇଲେ, ଏସବୁ noun ପୂର୍ବରୁ the ବସେ ।
 ଯଥା: I am going to the hospital to visit my sick friend.
        They do not go to the office on Sundays.
        I go to the office at 10 o'clock.
        I have not been to the cinema for several months.
        My father went to the school to talk to the headmaster
        about me.
        (vi) Complement ରୂପେ ବ୍ୟବହୃତ Singular Countable ପୂର୍ବରେ Article ବସେ ନାହିଁ ।          Complementର ଅର୍ଥ ବାକ୍ୟର ଭାବ ପରିପୂରକ । ବାକ୍ୟରେ କର୍ଲା, କ୍ରିୟା ଓ କର୍ମ ପଦ ଥାଇ ସୁଦ୍ଧା         ପୂର୍ଣ୍ଣ ଅର୍ଥ ପ୍ରକାଶ ପାଇପାରୁନଥିଲେ ଏହା ବ୍ୟବହୃତ ହୁଏ |
    ଯଥା : People made him king.
             The boys of our class made Ram monitor.
             They appointed my father chairman of the committee.
              She is the sister of my father,
(vii) Meal (ଭୋଜନ) ମାନଙ୍କ ନାମ ପୂର୍ବରେ ସାଧାରଣତଃ କୌଣସି Article ବସେ ନାହିଁ |
ଯଥା: I ent breakfast at 7, lunch at noon and supper at 8 p.m,
        Unless invited me to dinner last night,
        Have you had lunch for you?
        When did you have dinner?

        ମାତ୍ର ନିର୍ଦ୍ଦିଷ୍ଟ କରି କୁହାଯାଇଥିବା ବେଳେ ସେମାନଙ୍କ ପୂର୍ବରେ the ବସିପାରେ ଅନ୍ୟ ଅର୍ଥରେ meal ର ନାମ defining clause କିମ୍ବା କୌଣସି Non-finite phrase ଦ୍ୱାରା particularise ହେଲେ ତାହା ପୂର୍ବରୁ the ବସେ |

ଯଥାl: The dinner given by Mrs, Roy on her birthday was very
enjoyable.
 Did you attend the dinner, the Chief Minister had
arranged?
 The lunch served at the Grand Hotel was very enjoyable.
(viii) kind of, sort of ଇତ୍ୟାଦି ବ୍ୟବହାର ସ୍ଥଳେ କୌଣସି SingularCountable ପୂର୍ବରେ article ବସେ ନାହିଁ ।
 ଯଥା: What kind of flower is it?
What sort of boy is your brother?
The palm tree is a peculiar type of tree. (ix) Preposition ସହିତ Phrase ବା Adverbial ରୂପେ ବ୍ୟବହୃତ କେତେକ
 Singular Countableପୂର୍ବରେ Article ବସେ ନାହିଁ |
ଯଥା : We don't play at night.
(ମାତ୍ର in the morning, in the evening ଲେଖିବା ଠିକ୍ ।)
 It has been raining all the morning (ବା all  morning ଉଭୟ ଠିକ୍)
All men work by day.
They went to Puri on foot.
 Please send the letter by post.
 We shall go by bus.
 I go to bed early.
 She was sad at heart.
The thief is now in jail. (in prison)
ନିମ୍ନୋକ୍ତ ପ୍ରକାର ବ୍ୟବହାରରେ ମଧ୍ୟ Article ବସେ ନାହିଁ ।
 ଯଥା: I have worked hard all day.
The nurse attended on the patient all night.
 ସକାଳ ବା ସନ୍ଧ୍ୟାର ଏକ ନିର୍ଦ୍ଦିଷ୍ଟ ମହର୍ଷ ନ ବୁଝାଇ ସକାଳ ତମାମ ବା ସନ୍ଧ୍ୟା
ତମାମ ବୁଝାଇଲେ morning ଓ evening ପୂର୍ବରୁ the ବସେ ।
 ଯଥା: It has been raining here all the morning.
She came and stayed here all the evening. ପୁନଶ୍ଚ ନିମ୍ନସ୍ଥ ବାକ୍ୟମାନଙ୍କୁ ଲକ୍ଷ୍ୟକର । ଏଥିରେ Article ବ୍ୟବହୃତ
ହୋଇନାହିଁ ।
 The tree struck root into the ground. (ମାତିରେ ଚେର ଧରିଲା)
 We should give ear to what the teacher says. (ଧ୍ୟାନ ଦେବା ଉଚିତ୍)
 He has sent me word that he would come here soon. (ଖବର ପଠାଇଛନ୍ତି)
He shook hands with me. (ସେ ମୋ ସହିତ କରମର୍ଦ୍ଦନ କଲେ)
 The king gave battle to his enemies.
The house caught fire. (ନିଆଁ ଧରିଲା)
 They came by land and not by water.
 There is nothing on earth which he cannot do. (x) କୌଣସି Proper noun (ନାମବାଚକ ଶବ୍ଦ) ପୂର୍ବରେ ବ୍ୟବହୃତ ଉପାଧି ବା ବୃଦ୍ଧିସୂଚକ Singular Countable ପୂର୍ବରେ article ବସେ ନାହିଁ ।
 ଯଥା :
King Alfred, Queen Victoria, Raja Harischandra, Poet
Kalidas, Pope John ଇତ୍ୟାଦି ଲେଖାଯାଏ ।
 Note: King George V, Queen Elezabeth II ଏସବୁକୁ ପଢିଲାବେଳେ
King George the Fifth, Queen Elezabeth the Second ବୋଲି କୁହାଯାଏ ।
(xi) ରୋଗମାନଙ୍କ ନାମ ପୂର୍ବରେ ସାଧାରଣତଃ article ବସେ ନାହିଁ ।
 ଯଥା: He is suffering from fever.
She died of malaria (of cholera)
 ମାତ୍ର : He is having a headache ଲେଖୁବା ଠିକ୍
She has got a headache, ଠିକ୍ ।
headache ଏକ long term disease ନୁହେଁ । ତେଣୁ He is suffering from headache ଲେଖାଯାଏ ନାହିଁ I possessive verb 'have', 'get ଇତ୍ୟାଦି ବ୍ୟବହୃତ ହୋଇଥିବାରୁ Indefinite Article 'a' ବ୍ୟବହୃତ
ହୋଇଛି ।
 ଦ୍ବିତୀୟ ନିୟମ (b)ର ବ୍ୟତିକ୍ରମ :
(i) ପୂର୍ବରେ କଥିତ ହୋଇଥିଲେ, ପୂର୍ବରୁ ପରିଚିତ ବା ଜ୍ଞାତ ଥିଲେ, ଅଥବା ନିର୍ଦ୍ଦିଷ୍ଟ କରି କହିବାକୁ ଚାହୁଁଥିଲେ ଯେକୌଣସି Pural Countable noomପୂର୍ବରେ Article the ବସେ ।
ଯଥା: The children of Japan are very fond of kite-flying.
(ଏହି ପିଲାମାନେ ନିର୍ଦ୍ଦିଷ୍ଟ ଭାବରେ କଥିତ)
 I saw the boys playing in a field. (ଏଠାରେ ପିଲାମାନେ ପୂର୍ବରୁ ପରିଚିତ)
The teacher wrote down all the answers on the black-board. (ଏହା ପୂର୍ବ ପ୍ରତ୍ୟାଶିତ କଥା)
 The people of Orissa are poor (ନିର୍ଦ୍ଦିଷ୍ଟ ଭାବରେ କଥିତ)
 God has created the elephants and the tigers to guard our forests from the destructive hands of men.
(ଏ ତଥ୍ୟ ପୂର୍ବରୁ ଜ୍ଞାତ)
 ତୃତୀୟ ନିୟମ (c)ର ବ୍ୟତିକ୍ରମ : -
(i) କୌଣସି uncountable nounକୁ ନିର୍ଦ୍ଦିଷ୍ଟ କରି କୁହାଯାଉଥିଲେ ବା ବୁଝାଉଥିଲେ ତା ପୂର୍ବରେ Art the ବସେ ।
 ଯଥା: The rice of Orissa is coarse. (ମୋଟା, ବଗଡ଼ା)
The meat we had for dinner was tough. (ଟାଣ)
The grass in that field is green.
 Pass the salt, please.
 If you pay for the bread, I shall pay for the meat.
The water of the Ganges is holy. (ପବିତ୍ର)
 ଚତୁର୍ଥ ନିୟମ (d)ର ବ୍ୟତିକ୍ରମ :
(A) ଜାତି(nation), ଧର୍ମସଂପ୍ରଦାୟ (religious community), ପ୍ରସିଦ୍ଧ ପୁସ୍ତକ, ନଦୀ, ସାଗର, ଉପସାଗର, ମହାସାଗର, ପର୍ବତଶ୍ରେଣୀ, ଦ୍ଵୀପପୁଞ୍ଜ, ବାଦ୍ୟଯନ୍ତ୍ର, ପତ୍ରପତ୍ରିକା, ନିର୍ଦ୍ଦିଷ୍ଟ କେତେକ ଦେଶ ଓ ପ୍ରଦେଶ, ଟ୍ରେନ, ଜାହାଜ, କେନାଲ ପ୍ରଭୃତିର ନାମ ପୂର୍ବରେ Art. the ବସେ ।
ମାତ୍ର ହ୍ରଦ, ଗୋଟିକିଆ ପର୍ବତ, ଗୋଟିକିଆ ଦୀପ, ବିଭିନ୍ନ ଭାଷୀ, ବିଭିନ୍ନ ଜାତିର ଲୋକ, ଖେଳ ଓ ଖେଳ ଜିନିଷର ନାମ, ଛୋଟ ରାସ୍ତା (street), ସହରର ଗଳି ରାସ୍ତା (lane), ଛକି ଜାଗା (square) ଏସବୁର ନାମ ପୂର୍ବରେ the ବସେ ନାହିଁ । ଭଦାହରଣ :
 (i) ଜାତି (nation): The English (ଇଂରେଜ ଜାତି), the German(ଜର୍ମାନ ଜାତି), the Japanese, the Indians, the Oriyasଇତ୍ୟାଦି |
 (ii) ଜାତି (ଧର୍ମଗତ) :The Hindus, the Muslims, theMohammedans, the Christians ଇତ୍ୟାଦି ।
 (iii) origa : The Vedas, the Gita, the Quran, the Bible ଇତ୍ୟାଦି |
 (iv) ପ୍ରସିଦ୍ଧ ପୁସ୍ତକ : The Ramayan, the Mohabharat, the ArbianNights, the Fairy Queen, the Galliver's travels.
(v) ନଦୀ: The Ganges, the Mahanadi ଇତ୍ୟାଦି |
 (vi) ସାଗର : The Arbian sea, the Black sea ଇତ୍ୟାଦି ।
 (vi) ଉପସାଗର : The Bay of Bengal, the Persian gulf ଇତ୍ୟାଦି ।
 (viii) ମହାସାଗର : The Indian Ocean, the Pacific Ocean, theAtlantic Ocean ଇତ୍ୟାଦି ।
 (ix) ପର୍ବତଶ୍ରଣୀ : The Himalayas, the Alps ଇତ୍ୟାଦି |
 (x) ଦ୍ୱୀପପୁଞ୍ଜ : The Andamans, the East Indies, the West Indies ଇତ୍ୟାଦି ।
 (xi) ବାଦ୍ୟଯନ୍ତ୍ର : The piano, the violin, the flute ଇତ୍ୟାଦି ।
 (xii) ପତ୍ରପତ୍ରିକାl : The Samaj, the Jhankar, the Telegraph, theIllustrated Weekly, the Sambad ଇତ୍ୟାଦି |
 (xiii) ଅଳ୍ପ କେତେକ ଦେଶ ଓ ପ୍ରଦେଶ : The U.S.A. the U.S.S.R., theU.K, the Punjab, the Deccan (ଦାକ୍ଷିଣାତ୍ୟ ଅଞ୍ଚଳ) ଇତ୍ୟାଦି ।
 (xiv)ବଡ ରାଜପଥ : The Grand Trunk Road, the Brabourne Roadଇତ୍ୟାଦି ।
 (xv) ଟ୍ରେନ୍ : The Konark Express, the Gitanjali Express, theJanata Express ଇତ୍ୟାଦି ।
 (xvi) ଜାହାଜ : The Godavari, the Bikranta ଇତ୍ୟାଦି |
(xvii) କେନାଲ : The Suez canal, the Kiel canal, the Rajsthan canal,the High level canal ଇତ୍ୟାଦି |
 (xviii) ମରୁଭୂମି : "The Sahara, the Thar, the Gobi ଇତ୍ୟାଦି ।
(xix) ବଡ ଅରଣ୍ୟ: The Tarai jungles, the Simulipal forest, theGir forest ଇତ୍ୟାଦି ।
(xx) ସରକାରୀ ବିଭାଗ : The Education Department, the Ministryof Education ଇତ୍ୟାଦି।
 (xxi) ବ୍ୟାଙ୍କ୍ : The State Bank of India, the Punjab National Bନ୍ଇତ୍ୟାଦି । ମାତ୍ର କୌଣସି ବ୍ୟକ୍ତିଙ୍କ ନାମରେ ବ୍ୟାଙ୍କ ହୋଇଥିଲେ ତାହା ପୂର୍ବରthe ବସେ ନାହିଁ ।
 (xxii) କୃବ ଅନୁଷ୍ଠାନ ଓ ବାଣିଜ୍ୟ ପ୍ରତିଷ୍ଠାନମାନଙ୍କ ନାମ ପୂର୍ବରେ the ବସେ ।
ଯଥା :
The Y.M.C.A., the Konark Press, the Grand Hotel, the
Lions' Club, the Rotary Club ଇତ୍ୟାଦି । ମାତ୍ର ନିମ୍ନୋକ୍ତ ନାମମାଙ୍କ ପୂର୍ବରେ the' ବସେ ନାହିଁ ।
 (i) ହ୍ରଦର ନାମ : The Chilika, the Ansupa ହୁଏ ନାହିଁ ।
(ii) ଗୋଟିକିଆ ପର୍ବତ : The Everest, the Kapilas ଇତ୍ୟାଦି ହୁଏ ନାହିଁ ।
 (ii) ଗୋଟିକିଆ ଦ୍ବୀପ : The Ceylon, the Tasmania ହୁଏ ନାହିଁ ।
 (iv) ଭାଷାମାନଙ୍କ ନାମ ପୂର୍ବରେ the ବସେ ନାହିଁ ।
 ଉଦାହରଣତଃ ଲେଖାଯାଏ :
Hindi is spoken by the people of India.
 People all over the world speak English.
 It is not difficult to learn French.
 The Oriyas speak Oriya.
(v) ବିଭିନ୍ନ ଜାତି (nation)ର ନାମ ପୂର୍ବରେ ସିନା the ବସେ, ମାତ୍ର ଜାତିକୁ ନ ବୁଝାଇ ସେହି ଜାତିର ଲୋକମାନଙ୍କ ବିଷୟ ସ୍ବତନ୍ତ୍ର ଭାବେ କୁହାଯାଉଥିଲେସେଠାରେ the ବସେ ନାହିଁ ।
ଉଦାହରଣ :
The English are a brave people,
 (ଇଂରେଜ ଜାତି ଗୋଟିଏ ସାହସୀ ଜାତି) - ଏହା ଠିକ୍ ।
ମାତ୍ର : English men speak English, French men French.
(ଇଂରେଜ ଲୋକ ଇଂରେକି କହନ୍ତି ଓ ଫରାସୀ ଲୋକେ ଫ୍ରେଞ୍ଚ କହନ୍ତି ) -
ଏହିପରି ଲେଖାଯାଏ ।
 ସେହିପରି ଲେଖାଯାଏ:
Indians have dark skin. (ଭାରତର ଲୋକମାନଙ୍କର ଚର୍ମ କଳା ।)
Russians drink vodka. (ଋଷିଆର ଲୋକେ ଭୋଡ଼କା ପିଅନ୍ତି) ।
(vi) Street, Square, Lanchlag ମାନଙ୍କ ନାମ the 660 ବସେନାହିଁ |
ଯଥା : There are many shops in College street.
My uncle lives in Park street.
There is a statue of Gopabandhu in College square. ମାତ୍ର Roadମାନଙ୍କ ନାମ ପୂର୍ବରୁ the ବସେ ।
 ଯଥା: The Gandhi Road, The Netaji Road.
 (vii) ଖେଳ ନାମ ପୂର୍ବରେ the ବସେ ନାହିଁ ।
ଯଥା: I play football everyday.
Do you like to play cricket?
She was playing at chess.
 ମାତ୍ର ଖେଳ ଜିନିଷମାନଙ୍କ ନାମ ପୂର୍ବରୁ the ବା a ବସେ ।
I bought a football.
The school sold the old footballs.
(B) Sun, moon, earth ପ୍ରଭୃତି ପୂର୍ବରେ the ବସେ । କାରଣ ଏମାନେ
unique bodies
ଯଥା: The sun, the moon, the earth ବୋଲି ଲେଖାଯାଏ ।
(C) ଦିଗମାନଙ୍କ ନାମ ପୂର୍ବରେ the ବସେ ।
ଯଥା: The sun rises in the east and sets in the west.
The Himalayas are to the north of India. ମାତ୍ର ଦିଗକୁ ନ ବୁଝାଇ ସେହି ଦିଗର ଦେଶମାନଙ୍କୁ ବୁଝାଉଥିବାବେଳେ ଏମାନଙ୍କ
ପୂର୍ବରେ the ବସେ ନାହିଁ ।
ଯଥା: East is east and west is west, the twain shall never meet.
In Olympic games east meets west on equal terms. (ଅଲମ୍ପିକ କ୍ରୀଡ଼ା କ୍ଷେତ୍ରରେ ପ୍ରାଚ୍ୟ ଦେଶମାନେ ପାଶ୍ଚାତ୍ୟ ଦେଶମାନଙ୍କୁ ସମାନ ସର୍ଭରେ ଭେଟନ୍ତି ।)
(D) ପଦପଦବୀମାନଙ୍କ ପୂର୍ବରେ the ବସେ ।
ଯଥା : The principal, the Headmaster, the Chief Minister, the
Prime Minister ଇତ୍ୟାଦି ଲେଖାଯାଏ ।
 (E) କୌଣସି ବ୍ୟକ୍ତି ବା ସ୍ଥାନ ସହିତ ଅନ୍ୟ କୌଣସି ବ୍ୟକ୍ତି ବା ସ୍ଥାନକୁ ତୁଳନା
କଲାବେଳେ ଉତ୍କର୍ଷ ବୁଝାଉଥିବା ବ୍ୟକ୍ତି ବା ସ୍ଥାନ ପୂର୍ବରେ the ବସେ ।
 ଯଥା ; Puri is the Darjiling of Orissa.
Radhanath is the Kalidas of Orissa.
Bombay is the Manchester of India.
(F) କୌଣସି Proper noun ପୂର୍ବରେ ଗୋଟିଏ Adjective ପଦ ଥିଲେ କିମ୍ବା ପରେ ଗୋଟିଏ Adjective Phrase ବା Adjective CI, ଥିଲେ
ସେଠାରେ Art. the ବସେ ।
 ଯଥା: The great Nepoleon, the immortal Kalidas (ଅମର କାଳିଦାସ)
ଇତ୍ୟାଦି ଲେଖାଯାଏ ଏବଂ ପୁଣି ଲେଖାଯାଏ :
The Orissa of today is different from the Orissa of bygone days.
The Mr. Ray, whom you know so well, is my uncle.
 4. A ଓ An ର ବ୍ୟବହାର:
ସାଧାରଣ ନିୟମ :
ଏକବଚନାନ୍ତ Countable noun ର ମୂଳ a, e, I, o, uପ୍ରଭୃତି vowel
(ସ୍ଵରବର୍ଣ) ଥିଲେ ସେଠାରେ an ବ୍ୟବହାର କରାଯାଏ ।
 ଯଥା: An apple, an egg, an Indian, an old man, an umbrella ଏହି ନିୟମର ନିମ୍ନୋକ୍ତ ବ୍ୟତିକ୍ରମମାନ ବିଶେଷ ଦ୍ରଷ୍ଟବ୍ୟ ।
(i) କୌଣସି ଏକବଚନାନ୍ତ Countable ମୂଳରେ u ବା eu ଥାଇ ସେଠାରୁଇଉ ଉଚ୍ଚାରଣ ବାହାରୁଥିଲେ ଓ ବସେ, ଅ ଉଚ୍ଚାରଣ ବାହାରୁଥିଲେ an ବସେ ।
 ଯଥା: an umbrella, an ugly dog ଇତ୍ୟାଦି ହୁଏ ।
ଏବଂ a university, a union, a useful thing, a useless man, a European, a unique (ଇଉନିକ୍) example, a united effortଇତ୍ୟାଦି ଲେଖାଯାଏ ।
(ii) One ଶବ୍ଦ ମୂଳରୁ ୱା ଉଚ୍ଚାରଣ ବାହାରୁଥିବାରୁ ତାହା ସହିତ ଗଠିତ ଯୁଗ୍ଧ ଶବ୍ଦ ମୂଳରେ a ଲାଗେ ।
ଯଥା: a one-eyed man, a one-rupee note, a one-legged beggar
ଇତ୍ୟାଦି ଲେଖାଯାଏ ।
 ସେହିପରି: The boy is such a one that I cannot control him ଲେଖିବା ଠିକ୍ |
(iii) କୌଣସି ଶବ୍ଦ ମୂଳରେ h ଥାଇ ସେଥିରୁ ହି ଉଚ୍ଚାରଣ ବାହାରୁଥିଲେ ସେରେ
alt, a ବିସେ, ମାତ୍ର ଅ, ଆ, ଭକାରଣ ବାହାରୁଥିଲେ କିମ୍ବା ସେହି ଶବ୍ଦର
ମୂଳରୁ ଲଘୁ ଉଚ୍ଚାରଣ ବାହାରୁଥିଲେ ସେଠାରେ an ଲାଗେ ।
 ଯଥା: a hand, a history book, a high mountain ଇତ୍ୟାଦି ଲେଖାଯଏ
ଏବଂ kan hour (ଆୱାର), an honourable man  ), an honest person (ଅନେଷ୍ଟ), a historian (ଷ୍ଟୋରିଆନ୍), an historical novel (’ଷ୍ଟୋରିକାଲ୍), an heir (ଏୟାର-ଉତ୍ତରାଧିକା), an heiress (ଉତ୍ତରାଧିକାରିଣୀ - ଏୟାରେସ୍) ଇତ୍ୟାଦି ଲେଖବାକୁ ହୁଏ |
(iv) କୌଣସି ସଂକ୍ଷିପ୍ତ ଶବ୍ଦମୂଳରୁ ସ୍ଵରବର୍ଣ୍ଣ ଉଚ୍ଚାରଣ ବାହାରୁଥିଲେ ତା ପୂର୍ବରେ
Art, an ବସେ ।
ଯଥା: An L.P. School (ଏଲ୍.ପି.), An M.A. (ଏମ୍.ଏ.) ବୋଲିଲେଖାଯାଏ ।

 5. Article ମାନଙ୍କ ବିଷୟରେ ଅନ୍ୟାନ୍ୟ ଜ୍ଞାତବ୍ୟ କଥା: -
 a) କୌଣସି ଗୁଣବାଚକ Adjective ପଦ, ସେହି ଗୁଣ ବିଶିଷ୍ଟ ବ୍ୟକ୍ତିମାନଙ୍କୁ । ବୁଝାଉଥିଲେ ତାହା ପୂର୍ବରେ art, the ବସେ ।
 ଯଥା: The poor are never happy.
(ଗରିବ ଲୋକମାନେ କଦାପି ସୁଖୀ ନୁହନ୍ତି ।)
The brave alone deserve the fair.
(ସାହସୀ ବୀରମାନେ ସୁନ୍ଦରୀ ନାୟିକା ପାଇବା ଲାଗି ହକ୍‌ଦାର)
 We dislike the rich if they prove selfish.

(b)ତୁଳନାବେଳେ ସର୍ବଶ୍ରେଷ୍ଠ ସୂଚକ ବିଶେଷଣ ପଦ (Adjective in
superlative degree) ପୂର୍ବରେ the ବସେ ।

ଯଥା: Mohan is the best boy of our class.
Bhima was the strongest among the Pandavas. Socrates was the wisest of the Greeks.

c) କୌଣସି ବ୍ୟକ୍ତିର ଦୁଇଟି ଯୋଗ୍ୟତାକୁ ଏକାଠି ପ୍ରକାଶ କରୁଥିବା ବେଳେ
ଦ୍ବିତୀୟ ଯୋଗ୍ୟତା ସୂଚକ ପଦ ପୂର୍ବରେ Art, ବସେ ନାହିଁ ।

ଯଥା: Nehru was a better philosopher than a politician.
(then a politician ହୁଏ ନାହିଁ ।) । He was a better novelist than an essayist.
(then an essayist ହୁଏ ନାହିଁ ।)

 (d) ନିମ୍ନୋକ୍ତ ବ୍ୟବହାର ସ୍ଥଳେ half ଶବ୍ଦର ପୂର୍ବରେ ଓ ପରେ Article ବ୍ୟବହାରକରାଯାଏ ।

ଯାଥ: He walked half a mile.
He will be here in half an hour.
 The sick man ate half a loaf of bread.
He sold the book for two rupees and a half.
I for two and a half rupees. Half of ten is five.
A half-holiday is better than none.


(e) ଜଣେ କେହି’ ଏଇ ଅର୍ଥ a ବ୍ୟବହାର କରାଯାଏ ।

 ଯଥା: A person came here yesterday.

 A Rahul has been appointed here as a typist.

 ଏକ (one) ଅର୍ଥରେ a ବ୍ୟବହାର କରାଯାଏ ।
 Two of a trade seldom agree.
ଏକା ବ୍ୟବସାୟର ଦୁଇଜଣ ଲୋକ ଏକମତ ହୋଇପାରନ୍ତି ନାହିଁ ।
 A bird in hand is worth two in the bush.

ବୁଦା ମୂଳର ଦୁଇଟା ଚଢ଼େଇଠାରୁ ହାତକୁ ଆସିଥିବା ଗୋଟିଏ ଚଢ଼େଇ ଭଲ ।)

 A word to the wise is sufficient.
Please come and have a coffee,
 (ଆସ ଗୋଟିଏ କପ୍ କଫି ଖାଇଯାଅ ।)

(g) 'a' means 'one Rome was not built in a day.

Birds of a feather flock together.
 They were all of a size.
It is a quarter to six.
(h) Idiomatic usc of 'a'
The discussion was brought to a close.
Where there is a will there is a way.
A stitch in time saves nins.
A good many of us can swim.
Don't tell a lie.
He is in a hurry.

(x) The is used in time phrases :

ସମୟର ସୂଚନା ଦେଉଥିବା Phrase ସହିତ the ବ୍ୟବହୃତ ହୁଏ ।

at the end 
in the future
 in the morning
in the present
in the end
 in the
in the evening
at the moment
the day before yesterday, the day after tomorrow, the week after next

24. Employees get their salary at the end of every month.
( = at the end = last part ଶେଷରେ-ବର୍ଷ, ମାସ, ସପ୍ତାହ ଇତ୍ୟାଦି ଶେଷରେ)
25. He neglected his studies. In the end he failed in the exam.
 (in the end = at last, finally ଅବଶେଷରେ ପରିଣାମରେ)
26. We pray to God in the morning and in the evening.
27. He came to me the day before yesterday.
28. I can't help you at the moment.

(xi) The is used before the units of measurement to mean every:
କୌଣସି ମାପକର ଏକକ ପ୍ରତ୍ୟେକ ଅର୍ଥ ସୁଉଥିଲେ the ବ୍ୟବହୃତ ହୁଏ ।
29. Shirting and suiting are sold by the metre.
30. Bananas are sold by the dozens.
31. My scooter does thirty kilometres to the litre.
32. They get extra pay by the hour.

(xii) The is used with the names of law enforcement or armed forces :
ପୋଲିସ ଓ ସୈନ୍ୟବାହିନୀ ପୂର୍ବରୁ the ବସେ ।
33. The police have arrested the strikers.
34. He joined the army / the navy/ the airforce as an officer.

(xiii) The is used with the following names :

(a) The is used before the names of branches of the government : ସରକାରଙ୍କର ବିଭିନ୍ନ ବିଭାଗର ନାମ ପୂର୍ବରୁ ।
the Loka Sava/ the Rajya Sava/ the Parliament / the Legislative Assembly / the Executive / the Judiciary / the Department of Agriculture, Education etc. / the High Court/ the Supreme Court.

(b) The is used before the names of daily newspaper : ଦୈନିକ ସମ୍ବାଦପତ୍ରର ନାମ ପୂର୍ବରୁ
 The Samaj / the Sambad / the Dharitri / the Samaya/ the Prajatantra / the Statesman/
the Telegraph / the Hindusthan Times / the Jugantar / The Prameya

(c) The is used before the names of religious books : ଧର୍ମଗ୍ରନ୍ଥର ନାମ ପୂର୍ବରୁ ।
The Gita / the Ramayan / the Mahabharata / the Bible / the Koran / the Upanisads/ the Vedas.

 (d) The is used before the names of musical instruments especially after play:
(କେତେକ ବାଦ୍ୟଯନ୍ତ୍ର ପୂର୍ବରୁ)
 the harmonium / the flute / the violin / the guitar / the sitar / the piano.
She is playing the violin / the sitar.

 (e) The is used before the names of oceans : ମହାସାଗର ନାମ ପୂର୍ବରୁ
the Indian Ocean. ଭାରତ ମହାସାଗର, the Pacific Ocean ପ୍ରଶାନ୍ତ ମହାସାଗର
the Atlantic Ocean ଆଟଲାଣ୍ଟିକ୍ ମହାସାଗର, the Artic Ocean

(f) The is used before the names of seas : ସମୁଦ୍ର ନାମ ପୂର୍ବରୁ
the Bay of Bengal (ବଙ୍ଗୋପସାଗର), the Arabian Sea (ଆରବ ସାଗର)
the Mediterranean Sea (ଭୂମଧ୍ୟ ସାଗର) the Black Sea (କୃଷ ସାଗର),
the Red Sea (ଲୋହିତ ସାଗର)

(g) The is used before the names of big rivers : ପ୍ରଧାନ ଓ ବୃହତ୍ ନଦୀ ପୂର୍ବରୁ
the Missouri Mississippi (6680 km), the Nile (5793 km), the Amazon (5640 km), the Yanze Kiang (5199 km), the Ganga (2427 km), the Brahmaputra (2703 km), the Mahanadi, the Yamuna, the Sindhu etc.

(h) The is used before the names of Island groups : ଦ୍ୱୀପ ସମୂହର ନାମ ପୂର୍ବରୁ
the Andamans, the West Indies, the Philippines, the Canaries etc.

(i) The is used before the names of Canals : କେତେକ କେନାଲର ନାମ ପୂର୍ବରୁ
 the Suez Canal, the Panama Canal, the English Channel

(j)The is used before the names of mountain ranges, big deserts : ପର୍ବତ ଶ୍ରେଣୀ ଓ ବୃହତ୍ ମରୁଭୂମି ନାମ ପୂର୍ବରୁ ।
the Himalayas, the Alps, the Hindukush, the Rockies, the Urals.
We do not use the before the names of mountain peaks and hills: Mount Everest.
Mount Kilimanjore, Mount Kanchan Junga, Nilgiri hills, Anamali hills, Dhauli hills.

(k) The is used before the names of countries with Republic, Kingdom, States / Union :
the United Kingdom (the UK), the United States of America (the USA)
 the Republic of Ireland, the German Democratic Republic (the GDR)
the USSR (the Union of Soviet Socialist Republic, the United Arab Republic (the UAR)

(l) The is used before the names of Towers, Tunnels, Buildings and Bridges :ଉଚ୍ଚ, ଗମ୍ବୁଜ, ସୁଡ଼ଙ୍ଗ, କୋଠା ଏବଂ ପୋଲ ନାମ ପୂର୍ବରୁ
 the Eiffel tower, the Sears towers, the Jawahar tunnel, the Tajmahal, the Kutab Minar,
the Charminar, the Chambal Bridge

(m) The is used before the names of races and nations : ଜାତି, ଧର୍ମ ଓ ନାମ ପୂର୍ବରୁ
The Hindus, the Christians, the Muslims, the English, the Japanese

(n) The is used before the names of Wars, Empires, Dynasties, Revolution and movements : ଯୁଦ୍ଧ, ସାମ୍ରାଜ୍ୟ, ରାଜତ୍, ବିପ୍ଳବ ଓ ଆନ୍ଦୋଳନ ପୂର୍ବରୁ
 the first / second world war, the battle of Waterloo / Jhelum / Haldighata etc. the Roman Empire, the British Empire, the Mughal Empire etc.
the Gupta Dynasty