ପଦ ପ୍ରକରଣ - କ୍ରିୟା
ସିଦ୍ଧକ୍ରିୟା,ସାଧ୍ୟକ୍ରିୟା ଓ କ୍ରିୟାପଦ
କ-ସ୍ତମ୍ଭ ଓ ଖ-ସ୍ତମ୍ଭର ବାକ୍ୟଗୁଡିକୁ ପଢ |ଏଥିରେ ଥିବା କଳାମୋଟା
ଅକ୍ଷରର ଓ ରେଖାଙ୍କିତ ଅକ୍ଷରର ପଦଗୁଡିକୁ ଲକ୍ଷ୍ୟ କର |
କ-ସ୍ତମ୍ଭ
ସେ ଗାତ ଖୋଳୁଛି
ସେ ପିଣ୍ଡ ଦେଉଛି
ସେ ପିଠା ଖାଉଛି
ଖ-ସ୍ତମ୍ଭ
ତା ଦ୍ୱାରା ଗାତ ଖୋଳା ହେଉଛି |
ସେ ପିଣ୍ଡ ଦାନ କରୁଛି |
ତା ର ପିଠା ଖିଆ ଚାଲିଛି |
ଏଠାରେ କ-ଖ-ପ୍ରତେକ ସ୍ତମ୍ଭ୍ରେ ତିନୋଟି କରି ବାକ୍ୟ ରହିଛି
|କ-ସ୍ତମ୍ଭର ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବାକ୍ୟର ଅର୍ଥ ସହିତ ଯଥାକ୍ରମେ ଖ-ସ୍ତମ୍ଭର
ପ୍ରଥମ,ଦ୍ୱିତୀୟ ଓ ତୃତୀୟ ବାକ୍ୟର ଅର୍ଥ ସମାନ |ମାତ୍ର ଉଭୟ ସ୍ତମ୍ଭର ବାକ୍ୟ ଗଢଣ ଓ ବାକ୍ୟରେ
ପଦ ବସାଣ କୌଶଳ ଅଲଗା ଅଲଗା | ଏବେ ଉଭୟ ସ୍ତମ୍ଭରେ ଥିବା କଳା ମୋଟା ଅକ୍ଷରର ପଦଗୁଡିକୁ ଦେଖ
|ଖୋଳୁଛି ,ଦେଉଛି,ଖାଉଛି, ହେଉଛି, କରୁଛି ଓ ଚାଲିଛି-ଏହି ଛଅ ଗୋଟି ପଦ ଦ୍ୱାରା ଛଅଟିଯାକ
ବାକ୍ୟରେ ଖେଳିବା, ଦେବା, ଖାଇବା, ହେବା,କରିବା ଓ ଚାଲୁରଖିବା ଇତ୍ୟାଦି ଛଅ ପ୍ରକାରର କାର୍ଯ୍ୟ
ସାଧନ ହେଉଥିବାର ଅର୍ଥ ବୁଝାପଡୁଛି |ଅନୁରୂପ ଭାବରେ ଆମେ ଭାବ ପ୍ରକାଶ ପାଇଁ ସଦାବେଳେ ପଢିବା,
ଶୁଣିବା,ଗଢିବା, ଯିବା, ହସିବା, ଦେଖିବା, ଲେଖିବା, ମାପିବା,ଜାଣିବା, ଢୋକିବା, ରହିବା, ଗାଇବା
ଆଦି କାମର ଅର୍ଥ ବୁଝିବା ଓ ବୁଝାଇବା ପାଇଁ ଆମେ ପଢୁ, ପଢୁଛୁ, ଶୁଣିଲେ, ଗଢିଲୁ, ଗଲୁ, ଯାଉଛୁ,
ହସିଲେ, ଦେଖିଲେ, ଲେଖିଲେ, ମାପିବୁ, ଜାଣିବେ, ରହିଲେ,ଗାଇଛି-ଏପରି ଅନେକ ପଦ ବାକ୍ୟରେ ବ୍ୟବହାର
କରିଥାଉ |ଏ ପ୍ରକାର ପଦଦ୍ୱାରା ବାକ୍ୟରେ କର୍ତ୍ତାପଦ କୌଣସି ନା କୌଣସି କାର୍ଯ୍ୟ ସାଧନ
କରୁଥିବାର ଅର୍ଥ ସୂଚିତ ହୁଏ |ସାଧାରଣତଃ ଆମେ ଜାଣୁଯେ ବାକ୍ୟରେ ଯିଏ କିଛି ନା କିଛି କାମ
କରୁଥାଏ ବା ଯେ କର୍ଯ୍ୟ ସାଧନ କରେ ସେ-କର୍ତ୍ତା |କର୍ତ୍ତା ଯାହା କରୁଛି ତାହା ତାର ସାଧିତ –କ୍ରିୟା
|କର୍ତ୍ତା ବାକ୍ୟର ମୂଳ ଓ କର୍ତ୍ତାକୁ ମାଧ୍ୟମ କରି ବାକ୍ୟ ଆରମ୍ଭ ହୁଏ |କ୍ରିୟା ମାଧ୍ୟମରେ
ବାକ୍ୟର ସମାପ୍ତି ଘଟେ |କର୍ତ୍ତା କଣ କରୁଛି- ଏହା ଯେଉଁ ପଦ ଦ୍ୱାରା ବୁଝାପଡେ ତାହା କ୍ରିୟା |
ଏବେ ପୁଣି ଥରେ କ-ସ୍ତମ୍ଭକୁ ଲକ୍ଷ୍ୟ କର |ପ୍ରତେକ ବାକ୍ୟ ପାଇଁ
ପ୍ରଶ୍ନ କର-କିଏ କରୁଛି ? ଉତ୍ତର ମିଳିବ ସେ କରୁଛି |ସୁତରାଂ ତିନୋଟି ଯାକ ବାକ୍ୟର କର୍ତ୍ତା
ହେଉଛି ସେ |ପୁଣି ପ୍ରଶ୍ନ କର କର୍ତ୍ତାପଦ ସେ କଣ କରୁଛି ?ଉତ୍ତର ଆସିବ-ଖୋଳୁଛି, ଦେଉଛି, ଖାଉଛି
ସୁତରାଂ କର୍ତ୍ତା ଯାହା କରୁଛି ବା ଯେଉଁ କାର୍ଯ୍ୟ ସାଧନ କରୁଛି ତାହା କ୍ରିୟା |ତେଣୁ
ଖୋଳୁଛି/ଦେଉଛି/ଖାଉଛି-ଏକଏକ କ୍ରିୟାପଦ ସେହିପରି ଖ-ସ୍ତମ୍ଭର ହେଉଛି/କରୁଛି/ଚାଲିଛି-ଗୋଟିଏ
ଗୋଟିଏ କ୍ରିୟାପଦ |
ଯେଉଁ ପଦ ମାଧ୍ୟମରେ କୌଣସି କାମର ନିର୍ଦ୍ଦିଷ୍ଟ ଅର୍ଥ ବୁଝାପଡେ
ତାହାକୁ କ୍ରିୟାପଦ କୁହାଯାଏ |
ବାକ୍ୟରେ ଭାବାର୍ଥ ସାଧନ କରୁଥିବାରୁ ଖୋଳୁଛି, ଦେଉଛି,ଖାଉଛି,ଚାଲିଛି
ଏପରି ପଦ ଗୁଡିକୁ ବ୍ୟାକରଣ
ମତରେ ସାଧ୍ୟକ୍ରିୟା କୁହାଯାଏ |ପ୍ରତେକ ସାର୍ଥକ ଓ ପୂର୍ଣ୍ଣବାକ୍ୟରେ ଗୋଟିଏ ଗୋଟିଏ ସାଧ୍ୟ କ୍ରିୟାପଦ ନିଶ୍ଚୟ
ଥାଏ |ବାକ୍ୟଟି ଛୋଟ ହେଉକି ବଡ ହେଉ,ସରଳ ହେଉ କି ଜଟିଳ ହେଉ କ୍ରିୟାପଦଟିଏ ନ ରହିଲେ ତାହା
ଅସଂପୂର୍ଣ୍ଣ ହୋଇଥାଏ |ଯଥା-ସେ ପିଣ୍ଡ ଦେଉଛି/ସେ ପିଣ୍ଡଦାନ କରୁଛି-ଏହି ବାକ୍ୟ ଦୁଇଟିରେ ଦେଉଛି ଓ କରୁଛି ଦୁଇଟି ସାଧ୍ୟ କ୍ରିୟାପଦ |ଏ ପଦ ଦୁଇଟିକୁ ବ୍ୟବହାର ନକରି ବା କାଟିଦେଇ ଯଦି ଆମେ କେବଳ ସେ ପିଣ୍ଡ/ସେ ପିଣ୍ଡ ଦାନ-ଏପରି ଲେଖିବା ବା କହିବା ତେବେ ବାକ୍ୟ ଦୁଇଟି ଅପୂର୍ଣ୍ଣ ଓ ନିରର୍ଥକ ବୋଧ ହେବ ଏଥିରୁ ସ୍ପଷ୍ଟ ଭାବରେ ଆମେ ଜାଣିପାରିଲେ ଯେ କର୍ତ୍ତା ପଦ ବିନା ବାକ୍ୟର ଭାବାର୍ଥ ସଂପୂର୍ଣ୍ଣଭାବେ ବୁଝାପଡେ ନାହିଁ |ଯେଉଁପଦ ଦ୍ୱାରା ବାକ୍ୟରେ କର୍ତ୍ତା ମାଧ୍ୟମରେ କୌଣସି କାର୍ଯ୍ୟ ହେବା,ହେଲା,ହେଉଛି,ହେଉଥିବା,ହୋଇଥିବା,ହେବାକୁଥିବା ଅଥବା ନହେଲା ଓ ନହେବା ଆଦି ସୂଚିତ ହୁଏ ତାହାକୁ କ୍ରିୟା କୁହାଯାଏ |
ମତରେ ସାଧ୍ୟକ୍ରିୟା କୁହାଯାଏ |ପ୍ରତେକ ସାର୍ଥକ ଓ ପୂର୍ଣ୍ଣବାକ୍ୟରେ ଗୋଟିଏ ଗୋଟିଏ ସାଧ୍ୟ କ୍ରିୟାପଦ ନିଶ୍ଚୟ
ଥାଏ |ବାକ୍ୟଟି ଛୋଟ ହେଉକି ବଡ ହେଉ,ସରଳ ହେଉ କି ଜଟିଳ ହେଉ କ୍ରିୟାପଦଟିଏ ନ ରହିଲେ ତାହା
ଅସଂପୂର୍ଣ୍ଣ ହୋଇଥାଏ |ଯଥା-ସେ ପିଣ୍ଡ ଦେଉଛି/ସେ ପିଣ୍ଡଦାନ କରୁଛି-ଏହି ବାକ୍ୟ ଦୁଇଟିରେ ଦେଉଛି ଓ କରୁଛି ଦୁଇଟି ସାଧ୍ୟ କ୍ରିୟାପଦ |ଏ ପଦ ଦୁଇଟିକୁ ବ୍ୟବହାର ନକରି ବା କାଟିଦେଇ ଯଦି ଆମେ କେବଳ ସେ ପିଣ୍ଡ/ସେ ପିଣ୍ଡ ଦାନ-ଏପରି ଲେଖିବା ବା କହିବା ତେବେ ବାକ୍ୟ ଦୁଇଟି ଅପୂର୍ଣ୍ଣ ଓ ନିରର୍ଥକ ବୋଧ ହେବ ଏଥିରୁ ସ୍ପଷ୍ଟ ଭାବରେ ଆମେ ଜାଣିପାରିଲେ ଯେ କର୍ତ୍ତା ପଦ ବିନା ବାକ୍ୟର ଭାବାର୍ଥ ସଂପୂର୍ଣ୍ଣଭାବେ ବୁଝାପଡେ ନାହିଁ |ଯେଉଁପଦ ଦ୍ୱାରା ବାକ୍ୟରେ କର୍ତ୍ତା ମାଧ୍ୟମରେ କୌଣସି କାର୍ଯ୍ୟ ହେବା,ହେଲା,ହେଉଛି,ହେଉଥିବା,ହୋଇଥିବା,ହେବାକୁଥିବା ଅଥବା ନହେଲା ଓ ନହେବା ଆଦି ସୂଚିତ ହୁଏ ତାହାକୁ କ୍ରିୟା କୁହାଯାଏ |
ଏବେ କ-ସ୍ତମ୍ଭର କଳା ମୋଟା ଅକ୍ଷରର ଓ ଖ-ସ୍ତମ୍ଭର ରେଖାଙ୍କିତ
ପଦଗୁଡିକୁ ବିଚାର କରିବା |
-ସ୍ତମ୍ଭରେ ବ୍ୟବହୃତ ଖୋଳୁଛି/ଦେଉଛି/ଖାଉଛି-ଏକଏକ କ୍ରିୟାପଦ |କ୍ରିୟାମୂଳକ ଏପ୍ରକାର
ପଦଗୁଡିକର ଏକଏକ ଭିନ୍ନରୂପ ଖ-ସ୍ତମ୍ଭରେ ରେଖାଙ୍କିତ ପଦରୂପରେ(ଖୋଳା,ଦାନ,ଖିଆ)
ବ୍ୟବହୃତ ହୋଇଛି |ଉଭୟ ପ୍ରକାର କ୍ରିୟାସୂଚକ ପଦର ମୂଳ ରୂପ ସମାନ |ଯଥା-ଖୋଳୁଛି ଓ
ଖୋଳାଇ ମୂଳରୂପ-ଖୋଳ୍ ଦେଇଛି ଓ ଦାନର ମୂଳରୂପ ଦେ ଏବଂ ଖାଉଛି ଓ ଖିଆର ମୂଳରୂପ
ହେଉଛି ଖା |ଏ ପ୍ରକାର କ୍ରିୟାସୂଚକ ପଦର ମୂଳରୂପକୁ ଧାତୁ କୁହାଯାଏ |ଅର୍ଥାତ୍ ଆମେ ବ୍ୟବହାର
କରୁଥିବା ପ୍ରତେକ କ୍ରିୟା ଓ କ୍ରିୟାର ପ୍ରତିଟି ପ୍ରକାର ଗୋଟିଏ ଗୋଟିଏ ନିଦ୍ଦିଷ୍ଟ ଧାତୁରୁ ଉତ୍ପନ |ଯେମିତି
ଖା ଧାତୁରୁ ଖିଆ, ଖାଉଛି ଓ ଦେ ଧାତୁରୁ ଦିଆ, ଦେଉଛି,ଦାନ ଇତ୍ୟାଦି |ବିଭିନ୍ନ ଅର୍ଥରେ ବିଶେଷତ୍ୱ
ସୂଚକ ପ୍ରତ୍ୟୟ ଧାତୁର ପରେ ଯୋଗ ହେଲେ ତହିଁରୁ ଯେଉଁ ପଦ ଗଠିତ ହୁଏ ତାହାକୁ ସିଦ୍ଧ କ୍ରିୟା କୁହାଯାଏ |
ଧାତୁ +ପ୍ରତ୍ୟୟ ଦ୍ୱାରା ସିଦ୍ଧ ବା ନିଷ୍ପନ୍ନ ପଦଗିଡୁକ ପ୍ରାୟତଃ ଏକଏକ କ୍ରିୟାର ନାମ ଭାବରେ ଆମେ ବ୍ୟବହାର କରିଥାଉ |ଏକପ୍ରକାର ପଦଗୁଡିକ ମଧ୍ୟରୁ କେତୋଟି ଏହିପରି-ଖା+ଇଆ=ଖିଆ/ଦେ(ଦା)+ଅନ୍=ଦାନ/ଖୋଳ୍+ଆ=ଖୋଳା/ଦେଖ୍+ଇବା=ଦେଖିବା/ହସ୍+ଅ=ହସ/ ଗମ୍+ଅନ୍=ଗମନ/ଏଗୁଡିକ କ୍ରିୟାର ମୂଳରୂପ ଧାତୁରୁ ଉତ୍ପନ୍ନ ହୋଇଥିଲେ ବି କୌଣସି, କାଳ,ପୁରୁଷ ଓ ବଚନ ପ୍ରଭୃତିର ଧାରଣା ଦେଉନାହିଁ |ଏଗୁଡିକୁ ଆମେ କ୍ରିୟାବାଚକ ବିଶେଷ୍ୟ ଭାବରେ ବ୍ୟବହାର କରିଥାଉ |ବାକ୍ୟର ଭାବାର୍ଥ ସାଧନ ପାଇଁ ଏପ୍ରକାର କ୍ରିୟାସୂଚକପଦକୁ ସାଧନ କ୍ରିୟା ବା ସାଧ୍ୟ କ୍ରିୟାପଦ ଭାବରେ ବ୍ୟବହାର କରାଯାଏ ନାହିଁ |ସୁତରାଂ
ଧାତୁର ନାମ ବା ସଂଜ୍ଞାସୂଚକ ପଦ ହେଉଛି ସିଦ୍ଧ କ୍ରିୟା ବା କ୍ରିୟାବାଚକ
ବିଶେଷ୍ୟ ଏବଂ ଧାତୁରୁ ନିଷ୍ପନ୍ନ କାର୍ଯ୍ୟ ସାଧନର ଅର୍ଥସୂଚକ ପଦ
ହେଉଛି-କ୍ରିୟା ବା ସାଧ୍ୟକ୍ରିୟା |
-ସ୍ତମ୍ଭରେ ବ୍ୟବହୃତ ଖୋଳୁଛି/ଦେଉଛି/ଖାଉଛି-ଏକଏକ କ୍ରିୟାପଦ |କ୍ରିୟାମୂଳକ ଏପ୍ରକାର
ପଦଗୁଡିକର ଏକଏକ ଭିନ୍ନରୂପ ଖ-ସ୍ତମ୍ଭରେ ରେଖାଙ୍କିତ ପଦରୂପରେ(ଖୋଳା,ଦାନ,ଖିଆ)
ବ୍ୟବହୃତ ହୋଇଛି |ଉଭୟ ପ୍ରକାର କ୍ରିୟାସୂଚକ ପଦର ମୂଳ ରୂପ ସମାନ |ଯଥା-ଖୋଳୁଛି ଓ
ଖୋଳାଇ ମୂଳରୂପ-ଖୋଳ୍ ଦେଇଛି ଓ ଦାନର ମୂଳରୂପ ଦେ ଏବଂ ଖାଉଛି ଓ ଖିଆର ମୂଳରୂପ
ହେଉଛି ଖା |ଏ ପ୍ରକାର କ୍ରିୟାସୂଚକ ପଦର ମୂଳରୂପକୁ ଧାତୁ କୁହାଯାଏ |ଅର୍ଥାତ୍ ଆମେ ବ୍ୟବହାର
କରୁଥିବା ପ୍ରତେକ କ୍ରିୟା ଓ କ୍ରିୟାର ପ୍ରତିଟି ପ୍ରକାର ଗୋଟିଏ ଗୋଟିଏ ନିଦ୍ଦିଷ୍ଟ ଧାତୁରୁ ଉତ୍ପନ |ଯେମିତି
ଖା ଧାତୁରୁ ଖିଆ, ଖାଉଛି ଓ ଦେ ଧାତୁରୁ ଦିଆ, ଦେଉଛି,ଦାନ ଇତ୍ୟାଦି |ବିଭିନ୍ନ ଅର୍ଥରେ ବିଶେଷତ୍ୱ
ସୂଚକ ପ୍ରତ୍ୟୟ ଧାତୁର ପରେ ଯୋଗ ହେଲେ ତହିଁରୁ ଯେଉଁ ପଦ ଗଠିତ ହୁଏ ତାହାକୁ ସିଦ୍ଧ କ୍ରିୟା କୁହାଯାଏ |
ଧାତୁ +ପ୍ରତ୍ୟୟ ଦ୍ୱାରା ସିଦ୍ଧ ବା ନିଷ୍ପନ୍ନ ପଦଗିଡୁକ ପ୍ରାୟତଃ ଏକଏକ କ୍ରିୟାର ନାମ ଭାବରେ ଆମେ ବ୍ୟବହାର କରିଥାଉ |ଏକପ୍ରକାର ପଦଗୁଡିକ ମଧ୍ୟରୁ କେତୋଟି ଏହିପରି-ଖା+ଇଆ=ଖିଆ/ଦେ(ଦା)+ଅନ୍=ଦାନ/ଖୋଳ୍+ଆ=ଖୋଳା/ଦେଖ୍+ଇବା=ଦେଖିବା/ହସ୍+ଅ=ହସ/ ଗମ୍+ଅନ୍=ଗମନ/ଏଗୁଡିକ କ୍ରିୟାର ମୂଳରୂପ ଧାତୁରୁ ଉତ୍ପନ୍ନ ହୋଇଥିଲେ ବି କୌଣସି, କାଳ,ପୁରୁଷ ଓ ବଚନ ପ୍ରଭୃତିର ଧାରଣା ଦେଉନାହିଁ |ଏଗୁଡିକୁ ଆମେ କ୍ରିୟାବାଚକ ବିଶେଷ୍ୟ ଭାବରେ ବ୍ୟବହାର କରିଥାଉ |ବାକ୍ୟର ଭାବାର୍ଥ ସାଧନ ପାଇଁ ଏପ୍ରକାର କ୍ରିୟାସୂଚକପଦକୁ ସାଧନ କ୍ରିୟା ବା ସାଧ୍ୟ କ୍ରିୟାପଦ ଭାବରେ ବ୍ୟବହାର କରାଯାଏ ନାହିଁ |ସୁତରାଂ
ଧାତୁର ନାମ ବା ସଂଜ୍ଞାସୂଚକ ପଦ ହେଉଛି ସିଦ୍ଧ କ୍ରିୟା ବା କ୍ରିୟାବାଚକ
ବିଶେଷ୍ୟ ଏବଂ ଧାତୁରୁ ନିଷ୍ପନ୍ନ କାର୍ଯ୍ୟ ସାଧନର ଅର୍ଥସୂଚକ ପଦ
ହେଉଛି-କ୍ରିୟା ବା ସାଧ୍ୟକ୍ରିୟା |
ଧାତୁ ବା କ୍ରିୟାର ମୂଳ ପ୍ରକୃତି ସହିତ ଅତିକମରେ ଦୁଇଟି ସୂଚକ ଚିହ୍ନ
ବା ବିଭକ୍ତକୁ ଯୋଗ କରାଯାଇ
ବାକ୍ୟଯୋଗ୍ୟ ସାଧ୍ୟ କ୍ରିୟାପଦ ଗଠିତ ହୋଇଥାଏ |ଯେକୌଣସି କ୍ରିୟାପଦର ଏ ଦୁଇଟି ବିଭକ୍ତ
ହେଉଛି-କାଳସୂଚକ ବିଭକ୍ତି ଓ ପୁରୁଷ-ବଚନ ସୂଚକ ବିଭକ୍ତି |ପ୍ରଥମେ ମୂଳ ଧାତୁ ତା ପରେ କାଳସୂଚକ ବିଭକ୍ତି
ଚିହ୍ନ ଓ ଶେଷରେ ପୁରୁଷ-ବଚନ ସୂଚକ ବିଭକ୍ତି ଯୋଗ ହୋଇ ଆମ ଭାଷାରେ କ୍ରିୟାପଦଗୁଡିକ ଗଠିତ ହୋଇଥାଏ |ଏବେ ଆମେ ପାଞ୍ଚଗୋଟି କ୍ରିୟାପଦକୁ ଦୃଷ୍ଟାନ୍ତ ରୂପେ ନେଇ ସେଗୁଡିକର ଗଠନ ପଦ୍ଧତିକୁ ନିମ୍ନମତେ ବିଚାର କରିବା |
ବାକ୍ୟଯୋଗ୍ୟ ସାଧ୍ୟ କ୍ରିୟାପଦ ଗଠିତ ହୋଇଥାଏ |ଯେକୌଣସି କ୍ରିୟାପଦର ଏ ଦୁଇଟି ବିଭକ୍ତ
ହେଉଛି-କାଳସୂଚକ ବିଭକ୍ତି ଓ ପୁରୁଷ-ବଚନ ସୂଚକ ବିଭକ୍ତି |ପ୍ରଥମେ ମୂଳ ଧାତୁ ତା ପରେ କାଳସୂଚକ ବିଭକ୍ତି
ଚିହ୍ନ ଓ ଶେଷରେ ପୁରୁଷ-ବଚନ ସୂଚକ ବିଭକ୍ତି ଯୋଗ ହୋଇ ଆମ ଭାଷାରେ କ୍ରିୟାପଦଗୁଡିକ ଗଠିତ ହୋଇଥାଏ |ଏବେ ଆମେ ପାଞ୍ଚଗୋଟି କ୍ରିୟାପଦକୁ ଦୃଷ୍ଟାନ୍ତ ରୂପେ ନେଇ ସେଗୁଡିକର ଗଠନ ପଦ୍ଧତିକୁ ନିମ୍ନମତେ ବିଚାର କରିବା |
ମୂଳଧାତୁ+କାଳସୂଚକ ବିଭକ୍ତି+ପୁରୁଷ ବଚନ ସୂଚକ ବିଭକ୍ତି=କ୍ରିୟାପଦ
ସାଧ୍ୟ କ୍ରିୟାପଦ
ଖା + ଇଲ୍ +ଆ =ଖାଇଲା(ଏହାଏକ ଅତୀତ
କାଳସୂଚକ କ୍ରିୟାପଦ)
ଦେ + ବ୍ + ଅ =ଦେବ(ଏହା ଏକ ଭବିଷ୍ୟତ
କାଳସୂଚକ କ୍ରିୟାପଦ)
ଆସ୍ + ଇବ୍ +
ଇ
=ଆସିବି(ଏହା ଏକ ଭବିଷ୍ୟତ କାଳସୂଚକ କ୍ରିୟାପଦ)
ଦେଖ୍ + ଅନ୍ତ୍ +ଏ =ଦେଖନ୍ତେ(ଏହା ଏକ ସଂଭାବନାସୂଚକ
କ୍ରିୟାପଦ)
ଖେଳ୍
+ଅନ୍ତ୍ + ଇ =ଖେଳନ୍ତି(ଏହା ଏକ
ବର୍ତ୍ତମାନ ସୂଚକ କ୍ରିୟାପଦ)
ଓଡିଆରେ ଇଲ୍, ଲ୍-ଅତୀତ କାଳ ସୂଚକ ବିଭକ୍ତ |
ଇବ୍,ବ୍-ଭବିଷ୍ୟତ କାଳସୂଚକ ବିଭକ୍ତି ଚିହ୍ନ |
ଅନ୍ତ୍,ଆନ୍ତ୍-ସଂଭାବନା ଓ ବର୍ତ୍ତମାନ କାଳସୂଚକ ବିଭକ୍ତି ଚିହ୍ନ |
ଖାଏ,ଆସେ,ପିଏ,ଶୁଏ,ଯାଉ,ଯାଏ ଇତ୍ୟାଦି ବର୍ତ୍ତମାନ କାଳସୂଚକ
କ୍ରିୟାପଦରେ କାଳସୂଚକ ବିଭକ୍ତି ଉହ୍ୟଥାଏ ବା ଶୂନ୍ୟଥାଏ |ଏଥିରେ କେବଳ ମୂଳଧାତୁ ସହିତ
ପୁରୁଷ-ବଚନ ବିଭକ୍ତି ଯୋଗ ହୋଇଥାଏ
(ଖା+@+ଏ/ଆସ୍+@+ଏ=ଆସେ) |
ଓଡିଆତେ ଅ,ଆ, ଇ, ଏ, ଏଁ, ଉ,ଉଁ,ଅନ୍ତି,ଅନ୍ତ,ଅନ୍ତ ଭଳି ଦଶଗୋଟି
ପୁରୁଷ-ବଚନ ସୂଚକ ବିଭକ୍ତି ଯୋଗ କରି କ୍ରିୟା ପଦ ଗଠନ କରୁ |
କ୍ରିୟାର ମୂଳପ୍ରକୃତିକୁ ଧାତୁ କହନ୍ତି | ଧାତୁ ସହିତ କାଳସୂଚକ
ବିଭକ୍ତି ଓ ପୁରୁଷ-ବଚନ ସୂଚକ ବିଭକ୍ତି ଯୋଗ ହୋଇ କ୍ରିୟାପଦ ଗଠିତ ହୁଏ |
ଆମେ ବାକ୍ୟଟିଏ କହିଲା ବେଳେ ବା ଲେଖିଲା ବେଳେ ମୁଖ୍ୟତଃ ତିନୋଟି
ପୁରୁଷ ବ୍ୟବହାର କରିଥାଉ-ପ୍ରଥମପୁରୁଷ,ଦ୍ୱିତୀୟ ପୁରୁଷ ଓ ତୃତୀୟପୁରୁଷ |ପ୍ରତିଟି ପୁରୁଷ
ଏକବଚନ-ବହୁବଚନ ଭେଦରେ ବାକ୍ୟରେ କର୍ତ୍ତା ଓ କର୍ମ ରୂପରେ ବ୍ୟବହୃତ ହୋଇଥାଏ |ଏହିସବୁ
ପୁରୁଷଗୁଡିକ କ୍ରିୟାପଦ ସହିତ ଘନିଷ୍ଠ ସପର୍କ ରଖିଥାଏ |ଅର୍ଥାତ୍ ପୁରୁଷ ଓ ବଚନ ଅନୁସାରେ
କ୍ରିୟାପଦ ନିର୍ଦ୍ଦିଷ୍ଟ ହୋଇଥାଏ |କର୍ତ୍ତାର ଯେଉଁ ପୁରୁଷ ଯେଉଁ ବଚନ ହୋଇଥାଏ କ୍ରିୟାର ସେହି
ବଚନ ଓ ସେହି ପୁରୁଷ ହୋଇଥାଏ |ଯଥା-
କର୍ତ୍ତା ଓ କ୍ରିୟାଯୁକ୍ତ ବାକ୍ୟ
ମୁଁ ସୁଖ ପାଏ |
ଆମେମାନେ ସୁଖପାଉ |
ତୁ ସୁଖ ପାଉ |
ତୁମେ ସୁଖ ପାଅ |
ଆପଣ ସୁଖ ପାଆନ୍ତି |
ତୁମେମାନେ ସୁଖ ପାଅ |
ଆପଣମାନେ ସୁଖ ପାଆନ୍ତି |
ସେ/ରାମ/ଗୀତ ସୁଖ ପାଏ |
ସେ/ରାମ ଗୀତ ସୁଖ ପାଆନ୍ତି |
ସେମାନେ ସୁଖ ପାଆନ୍ତି |
କର୍ତ୍ତାର ପୁରୁଷ ଓ ବଚନ
ମୁଁ-ପ୍ରଥମ ପୁରୁଷ/ଏକବଚନ
ଆମେମାନେ-ପ୍ରଥମପୁରୁଷ ବହୁବଚନ
ତୁ-ଦ୍ୱିତୀୟ ପୁରୁଷ ଏକବଚନ ରୂପ
ତୁମେ-ଦ୍ୱିତୀୟ ପୁରୁଷ ଏକବଚନ ରୂପ
ଆପଣ-ଦ୍ୱିତୀୟ ପୁରୁଷ ଏକବଚନ ରୂପ
ତୁମେମାନେ-ଦ୍ୱିତୀୟ ପୁରୁଷ ବହୁବଚନ
ଆପଣାମାନେ-ଦ୍ୱିତୀୟ ପୁରୁଷ ବହୁବଚନ
ଆଦର ଅର୍ଥରେ ତୃତୀୟ ପୁରୁଷ ଏକବଚନ ଓମାନ୍ୟାର୍ଥରେ ତୃତୀୟ ପୁରୁଷ
ଏକବଚନ
ତୃତୀୟ ପୁରୁଷ ବହୁବଚନ
କ୍ରିୟାର ପୁରୁଷ ଓ ବଚନ
ପାଏ-ପ୍ରଥମ ପୁରିଷ ଏକବଚନର କ୍ରିୟାରୂପ
ପାଉ-ପ୍ରଥମ ପୁରୁଷ ବହୁବଚନର କ୍ରିୟାରୂପ
ପାଉ,ପାଅ,ପାଆନ୍ତି-ଦ୍ୱିତୀୟ ପୁରୁଷର କ୍ରିୟାରୂପ |
ପାଅ,ପାଆନ୍ତି-ଦ୍ୱିତୀୟ ପୁରୁଷ ବହୁବଚନର କ୍ରିୟାରୂପ |
ପାଏ-ଆଦର ଅର୍ଥକ ତୃତୀୟ ପୁରୁଷ ଏକବଚନର କ୍ରିୟାପଦ |
ପାଆନ୍ତି-ମାନ୍ୟାର୍ଥରେ ତୃତୀୟ ପୁରୁଷ ଏକବଚନ ରୂପ
ପାଆନ୍ତି-ତୃତୀୟପୁରୁଷ ବହୁବଚନମୂଳକ କ୍ରିୟାପଦ |
ଏଥିରୁ ଜଣାଗଲା ପ୍ରତେକ ବଚନ,ପ୍ରତେକ ପୁରୁଷ ଅନୁସାରେ କ୍ରିୟାପଦର
ରୂପ ଭିନ୍ନ ଭିନ୍ନ ହୋଇଥାଏ |
ପୁରୁଷ ଓ ବଚନ ଅନୁସାରେ କ୍ରିୟାପଦର ଶେଷରେ ନିର୍ଦ୍ଦିଷ୍ଟ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି କ୍ରିୟାବିଭକ୍ତି ଭାବରେ
ଲାଗିଥାଏ |କ୍ରିୟା ବିଭକ୍ତିକୁ ଧାତୁ ବିଭକ୍ତି ବି କୁହାଯାଏ | ଧାତୁରେ କ୍ରିୟା ବିଭକ୍ତି ଲାଗିବା ଦ୍ୱାରା କ୍ରିୟାପଦଗୁଡିକର ରୂପ ଭିନ୍ନ ଭିନ୍ନ ହୋଇଯାଏ |ଏହାଦ୍ୱାରା କ୍ରିୟାପଦ କେଉଁ ପୁରୁଷ,କେଉଁ ବଚନରେ ରହିଛି ତାହା ବିଭକ୍ତିରୁ ଜଣାପଡିଥାଏ |
ପୁରୁଷ ଓ ବଚନ ଅନୁସାରେ କ୍ରିୟାପଦର ଶେଷରେ ନିର୍ଦ୍ଦିଷ୍ଟ ବର୍ଣ୍ଣ ବା ବର୍ଣ୍ଣ ସମଷ୍ଟି କ୍ରିୟାବିଭକ୍ତି ଭାବରେ
ଲାଗିଥାଏ |କ୍ରିୟା ବିଭକ୍ତିକୁ ଧାତୁ ବିଭକ୍ତି ବି କୁହାଯାଏ | ଧାତୁରେ କ୍ରିୟା ବିଭକ୍ତି ଲାଗିବା ଦ୍ୱାରା କ୍ରିୟାପଦଗୁଡିକର ରୂପ ଭିନ୍ନ ଭିନ୍ନ ହୋଇଯାଏ |ଏହାଦ୍ୱାରା କ୍ରିୟାପଦ କେଉଁ ପୁରୁଷ,କେଉଁ ବଚନରେ ରହିଛି ତାହା ବିଭକ୍ତିରୁ ଜଣାପଡିଥାଏ |
ସଂପନ୍ନ ଓ ଅସଂପନ୍ନସୂଚକ କ୍ରିୟା:
ସାଧାରଣତଃ ଆମେ ବାକ୍ୟରେ ବ୍ୟବହାର କରୁଥିବା କ୍ରିୟାପଦ ଦୁଇଟି ଅର୍ଥ
ସୂଚିତ କରେ |ଗୋଟିଏ କାର୍ଯ୍ୟର
ସଂପନ୍ନ ବା ଶେଷ ହୋଇଥିବାର ଅର୍ଥ ଏବଂ ଅନ୍ୟଟି କାର୍ଯ୍ୟର ଅସଂପନ୍ନ ବା ଶେଷ ନହୋଇ ଚାଲୁଥିବାର ଅର୍ଥ
|କାର୍ଯ୍ୟ ସଂପନ୍ନ କରୁଥିବା କ୍ରିୟାପଦ ଗଠନ ପାଇଁ ଆମେ କ୍ରିୟାର ମୂଳ ପ୍ରକୃତି ବା ଧାତୁରେ ସଂପନ୍ନସୂଚକ ଧାତୁ ବିଭକ୍ତି ଇ ଓ ଅସଂପନ୍ନ ଅର୍ଥସୂଚକ କ୍ରିୟାପଦ ପାଇଁ ଧାତୁରେ ବିଭକ୍ତି ଚିହ୍ନ ଉ ଯୋଗ କରିଥାଉ |ପ୍ରଥମେ ଧାତୁରେ
ଇ ବା ଉ ଯୋଗ କରି ସଂପନ୍ନ ଅସଂପନ୍ନସୂଚକ ମୂଳ କ୍ରିୟାଟିଏ ଗଠନ କରାଯାଏ |ଯଥା-ପଢ+ଇ=ପଢି/ପଢ+ଉ=ପଢୁ(ଏହିପରି-ଗଢି, ବିକି, ପାଇ,ଶୁଣି ଏବଂ ଗଢୁ, ବିକୁ, ପାଉ,ଶୁଣୁ ଇତ୍ୟାଦି) |ଏ ପ୍ରକାର ସଂପନ୍ନ/ଅସଂପନ୍ନ ସୂଚକ କ୍ରିୟାର ମୂଳରୂପ ସହିତ କାଳ-ପୁରୁଷ-ବଚନସୂଚକ ବିଭକ୍ତି ଯୋଗ କରୋ ସଂପନ୍ନ/ଅସଂପନ୍ନ ସୂଚକ କ୍ରିୟାପଦ ଗଠନ କରାଯାଏ |ଯଥା-
ସଂପନ୍ନ ବା ଶେଷ ହୋଇଥିବାର ଅର୍ଥ ଏବଂ ଅନ୍ୟଟି କାର୍ଯ୍ୟର ଅସଂପନ୍ନ ବା ଶେଷ ନହୋଇ ଚାଲୁଥିବାର ଅର୍ଥ
|କାର୍ଯ୍ୟ ସଂପନ୍ନ କରୁଥିବା କ୍ରିୟାପଦ ଗଠନ ପାଇଁ ଆମେ କ୍ରିୟାର ମୂଳ ପ୍ରକୃତି ବା ଧାତୁରେ ସଂପନ୍ନସୂଚକ ଧାତୁ ବିଭକ୍ତି ଇ ଓ ଅସଂପନ୍ନ ଅର୍ଥସୂଚକ କ୍ରିୟାପଦ ପାଇଁ ଧାତୁରେ ବିଭକ୍ତି ଚିହ୍ନ ଉ ଯୋଗ କରିଥାଉ |ପ୍ରଥମେ ଧାତୁରେ
ଇ ବା ଉ ଯୋଗ କରି ସଂପନ୍ନ ଅସଂପନ୍ନସୂଚକ ମୂଳ କ୍ରିୟାଟିଏ ଗଠନ କରାଯାଏ |ଯଥା-ପଢ+ଇ=ପଢି/ପଢ+ଉ=ପଢୁ(ଏହିପରି-ଗଢି, ବିକି, ପାଇ,ଶୁଣି ଏବଂ ଗଢୁ, ବିକୁ, ପାଉ,ଶୁଣୁ ଇତ୍ୟାଦି) |ଏ ପ୍ରକାର ସଂପନ୍ନ/ଅସଂପନ୍ନ ସୂଚକ କ୍ରିୟାର ମୂଳରୂପ ସହିତ କାଳ-ପୁରୁଷ-ବଚନସୂଚକ ବିଭକ୍ତି ଯୋଗ କରୋ ସଂପନ୍ନ/ଅସଂପନ୍ନ ସୂଚକ କ୍ରିୟାପଦ ଗଠନ କରାଯାଏ |ଯଥା-
କାର୍ଯ୍ୟସଂପନ୍ନ ସୂଚକ କ୍ରିୟାପଦ-ପଢ+ଇ=ପଢି+ବ୍+ଅ(କାଳ-ବଚନ ସୂଚକ
ବିଭକ୍ତି)=ପଢିବ/ପଢ+ଇଲ୍+ଅ=ପଢିଲ/ପଢ୍+ଇଲ୍+ଉ=ପଢିଲୁ/ପଢ୍+ଇଲ୍+ଏ=ପଢିଲେ |
କାର୍ଯ୍ୟ ଅସଂପନ୍ନ ସୂଚକ
କ୍ରିୟାପଦ=ପଢ୍+ଉ=ପଢୁ-ପଢୁଛି/ପଢୁଥିଲା/ପଢୁଥିବେ |
ଏବେ ତଳ ବାକ୍ୟଗୁଡିକରେ ବ୍ୟବହୃତ ରେଖାଙ୍କିତ କ୍ରିୟା ପଦଗୁଡିକୁ
ଲକ୍ଷ୍ୟକର |
(କ)ଆମେ ପଢିଛୁ |
(ଖ)ତୁମେ ପଢିଲ |
(ଗ)ସେ ପଢିଥିଲା |
(ଘ)ତୁମେ ପଢୁଥିବ |
(ଙ)ସେ ପଢୁଛି |
(ଚ)ଆପଣମାନେ ପଢୁଥିଲେ |
କ-ଖ-ଗ ବାକ୍ୟ ତିନୋଟିରେ ପଢ୍ ଧାତୁରେ କାର୍ଯ୍ୟ ସଂପନ୍ନ ସୂଚକ ଇ
ବିଭକ୍ତି ଯୋଗ ହୋଇ ପଢିଛୁ,ପଢିଲ/ପଢିଥିଲା କ୍ରିୟାପଦ ତିନୋଟି ଗଠିତ ହୋଇଛି |ଘ-ଙ-ଚ ବାକ୍ୟ
ତିନୋଟି ପଢ ଧାତୁରେ ଅସଂପନ୍ନ ବା କାର୍ଯ୍ୟ ଶେଷ ନହୋଇ ଚାଲୁରହିଥିବାର ଅର୍ଥ ପ୍ରକାଶ ସୂଚକ ଉ
ବିଭକ୍ତି ଚିହ୍ନ ଯୋଗହୋଇ ପଢୁଥିବ,ପଢୁଛି ଓ ପଢୁଥିଲେ ତିନୋଟିଯାକ କ୍ରିୟାପଦ ଗଠିତ ହୋଇଛି |
ଧାତୁ
କ୍ରିୟାର ମୂଳରୂପକୁ ଧାତୁ କୁହାଯାଏ |ଉତ୍ପତ୍ତି ଦିଗରୁ ଆମ ଓଡିଆ
ଭାଷାରେ ଚାରି ପ୍ରକାରର ପ୍ରାଥମିକ
ଧାତୁ ବ୍ୟବହୃତ ହୋଇଥାଏ |
ଧାତୁ ବ୍ୟବହୃତ ହୋଇଥାଏ |
ଅବିକଳ ସଂସ୍କୃତ ଭାଷା ଅନୁସାରେ ପ୍ରଚଳିତ ଧାତୁକୁ ତତ୍ସମ ଧାତୁ
କୁହାଯାଏ |ଯଥା-ବସ୍, ହସ୍,ଭଜ୍,ସେବ୍,
ଭାଷ୍,ଚଳ୍ |
ଭାଷ୍,ଚଳ୍ |
ସଂସ୍କୃତରୁ ସମୟ କ୍ରମେ ପରିବର୍ତ୍ତିତ ହୋଇ ଓଡିଆରେ ପ୍ରଚଳିତ ଧାତୁକୁ
ତତଭବ ଧାତୁ ରୂପେ ଗ୍ରହଣ କରାଯାଏ
|ଯଥା-କର୍(କୃ-କର),କାନ୍ଦ(କ୍ରନ୍ଦ୍-କାନ୍ଦ),ଦେ(ଦା-ଦେ),ପି(ପା-ପି),ନାଚ୍(ନୃତ୍-ନାଚ୍),ଶୁଣ୍(ଶ୍ରୁ-ଶୁଣ୍)
|
ଯେଉଁ ପ୍ରଥମିକ ଧାତୁଗୁଡିକ ବୈଦେଶିକ ଭାଷା ଅନୁସାରେ ବୈଦେଶିକ
ଭାଷାରୁ ଆସି ଓଡିଆ ଭାଷାରେ ପ୍ରଚଳିତ-ସେଗୁଡିକ ବୈଦେଶିକ ଧାତୁ |ଯଥା-ବଳଦ/ବିଗଡ୍/ପଗଡ୍/ତିଆର୍ |
ଯେଉଁ ଧାତିଗୁଡିକର ମୂଳଉତ୍ସ ସଂସ୍କୃତ ଅଥବା ଅନ୍ୟ କୌଣସି ଭାଷାରୁ
ଆସିଥିବାର ଜଣାଯାଏ ନାହିଁ ତାହାକୁ
ଦେଶଜ ପ୍ରାଥମିକ ଧାତୁ ଭାବରେ ବିଚାର କରାଯାଏ |ଯଥା-ଆକଡ୍,ହାପୁଡ୍,ଭିଡ୍,ଠେଲ୍,ଚକଟ୍,ରଗଡ୍,କାମୁଡ୍,
ଦେଶଜ ପ୍ରାଥମିକ ଧାତୁ ଭାବରେ ବିଚାର କରାଯାଏ |ଯଥା-ଆକଡ୍,ହାପୁଡ୍,ଭିଡ୍,ଠେଲ୍,ଚକଟ୍,ରଗଡ୍,କାମୁଡ୍,
ରାଂପୁଡ୍,ଝାଙ୍କ୍,ଉଣ୍ଡ୍,ଠେଲ୍,ହୁଡ୍ |ଏଗୁଡିକ ଶୁଦ୍ଧ ଓଡିଆ ଧାତୁ |
ମନେରଖ-ଏ ଚାରି ପ୍ରକାରର ପ୍ରାଥମିକ ଧାତୁକୁ ସରଳ ଧାତୁ କୁହାଯାଏ
|ସରଳ ଧାତୁରେ କାଳ-ପୁରୁଷ-
ବଚନ ସୂଚକ ବିଭକ୍ତି ଲାଗିବା ଦ୍ୱାରା କ୍ରିୟା ଗଠିତ ହୁଏ |କ୍ରିୟାପଦ ଗୁଡିକ ମାଧ୍ୟମରେ କର୍ତ୍ତାଦ୍ୱାରା କାର୍ଯ୍ୟ
ସଂପାଦନ ହେଉଥିବାର ଅର୍ଥ ବୁଝାପଡେ |
ବଚନ ସୂଚକ ବିଭକ୍ତି ଲାଗିବା ଦ୍ୱାରା କ୍ରିୟା ଗଠିତ ହୁଏ |କ୍ରିୟାପଦ ଗୁଡିକ ମାଧ୍ୟମରେ କର୍ତ୍ତାଦ୍ୱାରା କାର୍ଯ୍ୟ
ସଂପାଦନ ହେଉଥିବାର ଅର୍ଥ ବୁଝାପଡେ |
ପ୍ରେରଣାର୍ଥ୍କ ଧାତୁ:
ସରଳ ଧାତୁରେ ଆ ଯୋଗ ହୋଇ ପ୍ରୟୋଜନ ଅନୁସାରେ ଆମେ ଭିନ୍ନ ଏକ ପ୍ରକାରର
ଧାତୁ ଗଠନ କରି
ବ୍ୟବହାର କରିଥାଉ |ଏହି ଧାତୁକୁ ପ୍ରେରଣାର୍ଥକ ଧାତୁ କୁହାଯାଏ |ଯଥା-ଦେଖ୍+ଆ=ଦେଖା/ଶୁଣ୍+ଆ=
ବ୍ୟବହାର କରିଥାଉ |ଏହି ଧାତୁକୁ ପ୍ରେରଣାର୍ଥକ ଧାତୁ କୁହାଯାଏ |ଯଥା-ଦେଖ୍+ଆ=ଦେଖା/ଶୁଣ୍+ଆ=
ଶୁଣା+ଭିଡ୍+ଆ=ଭିଡା/ବଳଦ୍+ଆ=ବଦଳା |
ପ୍ରତେକ ପ୍ରେରଣାର୍ଥକ ଧାତୁ ଆକାରାନ୍ତ |ଏହି ଧାତୁରୁ ସୃଷ୍ଟ
କ୍ରିୟାପଦ ଦ୍ୱାରା କର୍ତ୍ତା ଅନ୍ୟ ମାଧ୍ୟମରେ
କାର୍ଯ୍ୟ କରାଯାଉଥିବାର ବୁଝାପଡେ |ଅର୍ଥାତ୍ ଆକାରାନ୍ତ ପ୍ରେରଣାର୍ଥକ ଧାତୁରୁ ସୃଷ୍ଟ କ୍ରିୟାଯୋଗେ
କର୍ତ୍ତା ପ୍ରୟୋଜନ ଦୃଷ୍ଟିରୁ ଅନ୍ୟ କାହା ଦ୍ୱାରା କାର୍ଯ୍ୟ କରାଇବାର ଅର୍ଥ ଜଣାଯାଏ | ପ୍ରୟୋଜନ ଦିଗରୁ ଅନ୍ୟ କାହାଦ୍ୱାରା କାର୍ଯ୍ୟ କରାଯାଉଥିବାରୁ ଏପ୍ରକାର ଧାତୁକୁ ପ୍ରୟୋଜକ ଧାତୁ ବି କୁହାଯାଏ |ଏବେ ସରଳ ଧାତୁ
ମୂଳକ କ୍ରିୟାପଦ ଥିବା ଓ ଆକାରାନ୍ତ ପ୍ରେରଣାର୍ଥକ ଧାତୁରୁ ସୃଷ୍ଟ କ୍ରିୟାପଦ ଥିବା କେତେକେ ବାକ୍ୟ ଦିଆଗଲା |ସେଗୁଡିକୁ ତୁଳନା କରି ଦେଖ|
କାର୍ଯ୍ୟ କରାଯାଉଥିବାର ବୁଝାପଡେ |ଅର୍ଥାତ୍ ଆକାରାନ୍ତ ପ୍ରେରଣାର୍ଥକ ଧାତୁରୁ ସୃଷ୍ଟ କ୍ରିୟାଯୋଗେ
କର୍ତ୍ତା ପ୍ରୟୋଜନ ଦୃଷ୍ଟିରୁ ଅନ୍ୟ କାହା ଦ୍ୱାରା କାର୍ଯ୍ୟ କରାଇବାର ଅର୍ଥ ଜଣାଯାଏ | ପ୍ରୟୋଜନ ଦିଗରୁ ଅନ୍ୟ କାହାଦ୍ୱାରା କାର୍ଯ୍ୟ କରାଯାଉଥିବାରୁ ଏପ୍ରକାର ଧାତୁକୁ ପ୍ରୟୋଜକ ଧାତୁ ବି କୁହାଯାଏ |ଏବେ ସରଳ ଧାତୁ
ମୂଳକ କ୍ରିୟାପଦ ଥିବା ଓ ଆକାରାନ୍ତ ପ୍ରେରଣାର୍ଥକ ଧାତୁରୁ ସୃଷ୍ଟ କ୍ରିୟାପଦ ଥିବା କେତେକେ ବାକ୍ୟ ଦିଆଗଲା |ସେଗୁଡିକୁ ତୁଳନା କରି ଦେଖ|
ସରଳଧାତୁ ମୂଳକ କ୍ରିୟାପଦ
ସେ ପଢୁଛି
ମୁଁ ଖେଳୁଛି
ତୁମେ ଆଣ
ଆକାରାନ୍ତ ମୂଳକ/ପ୍ରେରଣାର୍ଥକ ଧାତୁ ମୂଳକ କ୍ରିୟାପଦ
ସେ ପଢାଉଛି(ପଢ୍+ଆ=ପଢା)
ମୁଁ ଖେଳାଉଛି(ଖେଳ୍+ଆଳ୍=ଖେଳା)
ତୁମେ ଅଣାଅ(ଆଣ୍+ଆ=ଅଣା)
ସରଳଧାତୁରେ ଆ ଯୋଗ ହେଲେ ପ୍ରେରଣାର୍ଥକ ଧାତୁ ଗଠିତ ହୁଏ
|ପ୍ରେରଣାର୍ଥକ ଆକାରାନ୍ତ
ଧାତୁଗୁଡୁକରୁ ଅନ୍ୟ ଦ୍ୱାରା କାର୍ଯ୍ୟ କରାଇବା ଅର୍ଥ ପ୍ରକାଶପାଏ |
ଧାତୁଗୁଡୁକରୁ ଅନ୍ୟ ଦ୍ୱାରା କାର୍ଯ୍ୟ କରାଇବା ଅର୍ଥ ପ୍ରକାଶପାଏ |
ଯେଉଁ କ୍ରିୟାଦ୍ୱାରା କେହି
କିଛି କରାଇବାର ବୁଝାଯାଏ,ତାହାକୁ ପ୍ରେରଣାର୍ଥକ କ୍ରିୟା କହନ୍ତି |
ନାମଧାତୁ ଓ ନାମଧାତୁମୂଳକ କ୍ରିୟାପଦ
କେବଳ 'ଧାତୁ ନୁହେଁ ; ଅନେକ ସମୟରେ ଓଡ଼ିଆରେ ବିଶେଷ୍ୟ ଓ ବିଶେଷଣ ପଦର ସରଳ ରୂପରେଆ' ପ୍ରତ୍ୟୟ ଯୋଗ ହୋଇ ଏକ ପ୍ରକାର ଶବ୍ଦମୂଳକ ବା ପଦମୂଳକ ଧାତୁ ଗଠିତ ହୁଏ । ମୁଖ୍ୟତଃ ବିଶେଷ୍ୟ ବା
ନାବାଚକ ପଦ ଓ ତା’ର ବିଶେଷତ୍ଵ ସୂଚିତ ପଦକୁ ମୂଳକରି ଏହିଶ୍ରେଣୀୟ ଧାତୁ ଗଠିତ ହେଉଥିବାରୁ ଏହାକୁ
‘ନାମଧାତୁ କୁହାଯାଏ ।
ଯେଉଁ କ୍ରିୟାପକ ବିଶେଷ୍ୟ ବା ବିଶେଷଣ ଶବ୍ଦକୁ ଆଧାର କରି ଗଠିତ
ହୋଇଥାଏ, ତାହାକୁ ନାମଧାତୁ କ୍ରିଯାପଦ କହନ୍ତି ।
ଶୁଦ୍ଧ ଧାତୁରୁ ଗଠିତ ହୋଇ ବିଶେଷ୍ୟଦି ନାମବାଚକ ପଦ ସହିତ ଧାତୁ ପ୍ରତ୍ୟୟ- 'ଆ' ଓ କ୍ରିୟାବିଭକ୍ତି
ମିଳିତ ହୋଇ ନାମଧାତୁ କ୍ରିଯାପଦ ଗଠନ କରାଯାଉଥିବାରୁ ଏପ୍ରକାର କ୍ରିୟା ପଦଗୁଡ଼ିକ ପ୍ରାୟତଃ ମିଶ୍ରକ୍ରିୟା ।
ଉଦାହରଣ ତିନୋଟିକୁ ଲକ୍ଷ୍ୟ କର ।
• ଏଣିକି ପିଲାଟି ପେଟାଇବ ।
ସେ ଧୀରେଧୀରେ ପଇସା କମାଇଲା ।
ସବୁ କଥାରେ ତୁମେ ପଛାଉଛ |
· : ବାକ୍ୟ ତିନୋଟିରେ ‘ପେଟାଇବ । କମାଇଲା । ପଛାଉଛି’- ତିନୋଟି କ୍ରିୟାପଦ । ମାତ୍ର ଏସବୁ କ୍ରିୟାର
ମୂଳରୂପରେ ଧାତୁ ଉପସ୍ଥିତ ନାହିଁ । 'ପେଟାଇବ’ରେ 'ପେଟ', କମାଇଲାରେ 'ଛମା' ଓ ପଛାଉଛିରେ 'ପଛ"
ତିନୋଟି ଶବ୍ଦ ମୂଳ ରୂପରେ ରହିଛି । ପେଟ, ଜମା, ପଛ– ପ୍ରତ୍ୟେକ ଗୋଟିଏ ଗୋଟିଏ ନାମ ବା ବିଶେଷ୍ୟ ପଦ ।
ପ୍ରତ୍ୟେକ ଶବ୍ଦରେ 'ଆ' ଯୋଗ ହୋଇ ପ୍ରେରଣାର୍ଥକ ଧାତୁ ଭଳି ଆକାରାର ମୂଳରୁପ ପେଟା । ଜମା । ପଛ ଗଠିତ
ହୋଇଛି । ପେଟା । ଜମା । ପଛା-ଶବ୍ଦରୂପଗୁଡ଼ିକରେ କାଳ-ପୁରୁଷ-ବଚନାଦି ବିଭକ୍ତି ଯୋଗ ହୋଇଛି, । ଫଳତଃ ସରଳ -
ନାମ ବା ଶବ୍ଦ ଧାତୁରେ ରୂପାନ୍ତରିତ ହୋଇଛି । କାଳ-ପୁରୁଷ-ବଚନାଦି ସୂଚକ ବିଭକ୍ତି ସହିତ ମିଶି ନାମଧାତୁ ମୂଳକ
ମିଶ୍ର କ୍ରିୟାପଦ ପେଟାଇବ, ଜମାଇଲା ଓ ପଛାଉଛି- ଗଠିତ ହୋଇଛି ।
ବେଳେବେଳେ ନାମକୀଚକ ଶବ୍ଦ ଓ ବିଶେଷଣରେ 'ଆ' ବଦଳରେ ଏହାର ଉପରୂପ ଏ/ଅ ମଧ୍ୟ ଯୋଗହୋଇ
ନାମଧାତୁ ରୂପ ପାଇଥାଏ । ତଳ ଦୃଷ୍ଟାନ୍ତଗୁଡ଼ିକୁ ଲକ୍ଷ୍ୟକର ।
(କ) ବିଶେଷ୍ୟ ପଦରୁ ସୃଷ୍ଟ ନାମଧାତୁମୁଳକ କ୍ରିୟାପଦ :
ଆ-ମୂଳକ– ମୁଣ୍ଡ + ଆ = ମୁଣ୍ଡ- ମୁଣ୍ଡାଏ, ମୁଣ୍ଡାଉଛି, ମୁଣ୍ଡାଇବା । .
ଏ-ମୂଳକ– ମୁଣ୍ଡ + ଏ = ମୁଣେ- ମୁଣ୍ଡେଇବ, ମୁଠେଇଲା, ମୁଣ୍ଡେଇଲାନି ।
ଅ-ମୂଳକ– ମୁଣ୍ଡ + ଅ = ମୁଣ୍ଡ- ମୁଣ୍ଡଉଚି, ମୁଣ୍ଡଉଥିବ ।
(ଖ) ବିଶେଷ ପଦରୁ ସୃଷ୍ଟ ନାମଧାତୁମୂଳକ କ୍ରିଯାପହିଁ : '
ଆ-ମୂଳକ- ଆଗ- ଆଗାଏ, ଆଗାନ୍ତୁ ।
ପଛ- ପଛାଏ, ପଛାଇଲା, ପଛାଇବ ।
ବକା- ବଙ୍କାଏ, ବଙ୍କାନ୍ତୁ, ବଙ୍କାଇଲା, ବଙ୍କାଇବା ।
ଏ-ପୂଳକ ଆଗ । ଆଗେଇଲା, ଆଗେଇବ ।
ପଛ- ପଛେଇଛି, ପଛେଇବ ।
ବଙ୍କା- ବକେଇଲାଣି, ବକେଇବ ।
ଅ-ମୂଳକ- ଆଗ-। ଆଗଉଛି, ଆଗଉଥିବ ।
ପଛ- ପଛଉଛି, ପଛଉଥିଲା ।
ବଙ୍କା- ବଙ୍କଉଛି, ବଙ୍କଉଥବ ।
'ନାମଧାତୁ କ୍ରିୟାପଦ
ବିଶେଷ୍ୟ ପଦ
ଲଟା
କୋଳ
ମୁହଁ
ମନ
ଆ-ଯୋଗେ
ଲଟାଇବା
କୋଳାଇବା
ମୁହାଁଇବା
ମନାଇବା
ଏ-ଯୋଗେ
ଲଟେଇବା
କୋଳେଇବା
ମୁହେଁଇବା
ମନେଇଲା
ଅ-ଯୋଗେ
ଲଟଉଥିବ
କୋଳଉଥିଲା
ମୁହଁଉଥିବା
ମନଉଥିଲା
ବିଶେଷଣ ପଦ
ଗୋଟା
ତରଳ
ବହଳ
ଛୋଟ
ଆ-ଯୋଗେ
ଗୋଟାଇବା
ତରଳାଇବା
ବହଳାଇଲେ
ଛୋଟାଇବା
ଏ-ଯୋଗେ
ଗୋଟେଇବା
ତରଳେଇଲେ
ବହଳେଇବା
ଛୋଟେଇବା
ଅ-ଯୋଗେ
ଗୋଟଉଥିବା
ତରଳଉଥିବେ
ବହଳଉଥିବେ
ଛୋଟଉଥିବା
କେତେକ କ୍ଷେତ୍ରରେ ଆ / ଏ ଇତ୍ୟାଦି ଯୋଗ ନହୋଇ ବି ମଳ ଶହ ଅନୁରୂପ ହୋଇ ନାମଧାତୁ କ୍ରିଯାପଦ
ଗଠିତ ହୋଇଥାଏ । ଯଥା- ସଳଖ-ସଳଖିବା । ଛନ୍ଦ । ଛନ୍ଦିବ । ଖୁଣ୍ଟଖୁଣ୍ଟିଲା । କଅଁଳା-କଅଁଳିବା ।
ସମାପିକା ଓ 'ଅସମାପିକା କ୍ରିୟା :
ଭାବ ବିନିମୟ ପାଇଁ ଆମେ ବାକ୍ୟକୁ ଶ୍ରେଷ୍ଠ ମାଧ୍ୟମ ରୂପେ ଗ୍ରହଣ କରିଥାଉ । ପ୍ରତ୍ୟେକ ପୂର୍ଣ୍ଣାଙ୍ଗ ଓ ସାର୍ଥକ
ବାଜ୍ୟ ଅତିକମ୍ରେ ଦୁଇଟି ପଦ ରହିଥାଏ । ଗୋଟିଏ କର୍ତ୍ତା ଓ ଆରଟି କ୍ରିୟା । ଯଥା
ମୁଁ ଖାଇଛି । ସେ ଖେଳୁଛି । ତୁମେ ଆସିବ । ଆପଣମାନେ ଗଲେ । ହାଟ ସରିଗଲା । ରାତି ପାହିଲା ।
ଏଠାରେ ପ୍ରତ୍ୟେକ ବାକ୍ୟ ‘ମୁଁ । ସେ । ତୁମେ । ଆପଣମାନେ । ହାଟ । ରାତି' ଇତ୍ୟାଦି କର୍ଲାକୁ ଆଧାର କରି
ଆରମ୍ଭ ହୋଇଛି ଓ ‘ଖାଉଛି, ଖେଳୁଛି, ଆସିବ, ଗଲେ, ସରିଗଲା, ପାହିଲା, ଇତ୍ୟାଦି କ୍ରିୟାପଦ ମାଧ୍ୟମରେ ଶେଷ
ହୋଇଛି । ଏଥିରୁ ଆମେ ଜାଣିଲୁ- କେତେକ କ୍ରିୟାପଦ ଦ୍ବାରା ବାକ୍ୟ ସଂପୂର୍ଣ୍ଣ ଓ ଶେଷହୁଏ ।
ଏବେ ଆଉ କିଛି ଦୃଷ୍ଟାନ୍ତକୁ ଲକ୍ଷ୍ୟ କର ।
ମୁଁ ଯିବି ।
ଆମେ ଯିବୁ ।
ଆମେମାନେ ଯିବା ।
ତୁମେମାନେ ଯିବ ।
ସେ ଯିବ ।
ସେମାନେ ଯିବେ ।
ଆମେ ବାକ୍ୟଗୁଡ଼ିକୁ ବିଚାର କଲେ ଦେଖିବା-ଦୁଇଟି ଦିଗରୁ ଏଗୁଡ଼ିକରେ 'ଯା/ ଯିବା' କ୍ରିୟାପଦ ବ୍ୟବହୃତ ହୋଇଛି ।
ପ୍ରଥମତଃ ଯା ବା ଯିବା' କ୍ରିୟାପଦ ପ୍ରତ୍ୟେକ ବାକ୍ୟକୁ ସମାପ୍ତ କରୁଛି । ଦ୍ୱିତୀୟତଃ ବାକ୍ୟରେ କର୍ତ୍ତା ପଦ ବଦଳିଯାଉଥିବାରୁ
କ୍ରିୟାପଦର ରୂପ ତାହା ଅନୁସାରେ ବଦଳି ଯାଉଛି । ଅର୍ଥାତ୍ ମୁଁ । ଆମେ । ତୁମେମାନେ ।
ସେମାନେ। ସେ । ଆମେମାନେ ଇତ୍ୟାଦି କର୍ତ୍ତାପଦ ବିଭିନ୍ନ ବଚନ ଓ ପୁରୁଷର ହୋଇଥିବାରୁ କର୍ଭାପଦ
ଅନୁସାରେ କ୍ରିୟାପଦ ଯଥାକ୍ରମେ ଯିବି, ଯିବୁ, ଯିବ, ଯିବେ, ଯିବ, ଯିବା ହୋଇଛି ।
ଏଥିରୁ ଜଣାଗଲା-ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟ ସମାପ୍ତ ହୁଏ ଓ ବାକ୍ୟର ଅର୍ଥ ସଂପୂର୍ଣ୍ଣ ପ୍ରକାଶ ପାଏ
ସେଗୁଡିକର ରୂପ କର୍ତ୍ତାର ପୁରୁଷ ବଚନ ଅନୁସାରେ ବଦଳିଯାଏ |
ଏପରିକି ଲ୍କାଳ ଓ ଭାବ ଅନୁସାରେ ମଧ୍ୟ ବାକ୍ୟକୁ ସମାପ୍ତ କରୁଥିବା କ୍ରିୟାପଦର ରୂପରେ ପରିବର୍ତ୍ତନ
ଘଟେ |ଯଥା-ମୁଁ ଏବେ ଯାଉଛି |ମୁଁ କାଲି ଯାଇଥିଲି |ମୁଁ ଆସନ୍ତାକାଲି ଯିବି |ମୁଁ କାଲି ଯାଇଥାନ୍ତି |
ଏଠାରେ କାଳ ଓ ଭାବ ଅନୁସାରେ ଯିବା କ୍ରିୟାପଦର ଭିନ୍ନ ଭିନ୍ନ ରୂପ ହୋଇଛି |କର୍ତ୍ତା ସମାନ ଥିଲେ ବି
କ୍ରିୟାର ରୂପ ଅଲଗା ଅଲଗା ହୋଇଛି |ପ୍ରତେକ କ୍ରିୟାପଦ ଅନ୍ୟ କୌଣସି କ୍ରିୟାକୁ ଅପେକ୍ଷା ନକରି କାଳ ଓ ଭାବ
ଅନୁସାରେ ବାକ୍ୟକୁ ସମାପ୍ତ କରୁଛନ୍ତି |
ଆମ ଭାଷାରେ ଆଉ କେତେକ କ୍ରିୟାପଦ ବ୍ୟବହୃତ ହୋଇଥାଏ,ଯାହାର ବଚନ-ପୁରୁଷ-କାଳ ଓ କର୍ତ୍ତାପଦ
ଅନୁସାରେ କୌଣସି ପରିବର୍ତ୍ତନ ହୁଏନାହିଁ |ତଳ ଉଦାହରଣ ଗୁଡିକୁ ପଢ |ଏଥିରେ ଥିବା କଳା ମୋଟା ଅକ୍ଷରର ପଦ
ଓ ରେଖାଙ୍କିତ ପଦକୁ ଲକ୍ଷ୍ୟକର |
ପ୍ରଥମ ଭାଗ
(କ) ସେ ଠାକୁର ପୂଜି ଭାତ ଖାଇବ ।
(ଖ) ମୁଁ ଠାକୁରପୂଜି ଭାତ ଖାଇବି |
(ଗ) ତୁ ଠାକୁର ପୂଜି ଭାତ ଖାଇବୁ ।
ଦ୍ୱିତୀୟ ଭାଗ
(କ) ସେ କଥାଟିକୁ ଫେଣେଇ ଫେଣେଇ ରଙ୍ଗେଇଲା ।
(ଖ) କଥାଟିକୁ ଫେଣେଇ ଫେଣେଇ ରଙ୍ଗେଇଲ ।
(ଚ) ଆପଣ କଥାଟିକୁ ଫେଣେଇ ଫେଣେଇ ରଙ୍ଗେଇଲ ।
ପ୍ରଥମ ଭାଗର କ-ଖ-ଗ ବାକ୍ୟରେ ଧାତୁରୁ ଗଠିତ ଦୁଇପ୍ରକାର କ୍ରିୟା ବ୍ୟବହୃତ ହୋଇଛି । ପୂଜ୍+ଇ="ପୂଜି'
କ୍ରିୟାପଦଟି ତିନୋଟି ଯାକ ବାକ୍ୟରେ ସମରୂପେ ବ୍ୟବହୃତ ହୋଇଛି । 'ଖ' ଧାତୁରୁ କାଳ-ପୁରୁଷ ବଚନ ବିଭକ୍ତି
ଯୋଗେ ଖାଇବ/ଖାଇବି ଖାଇବୁ କ୍ରିୟା ଭିନ୍ନଭିନ୍ନ ରୂପରେ ବ୍ୟବହୃତ ହୋଇଛି । 'ପୂଜି 'ପୂଜ୍ ଧାତୁରୁ ଗଠିତ ଏକ
କ୍ରିୟାପଦ । ମାତ୍ର ଏହାଦ୍ୱାରା ବାକ୍ୟ ସମାପ୍ତ ହେଉନାହିଁ । ସେ ଠାକୁର ପୂଜି । ମୁଁ ଠାକୁର ପୂଜି । ତୁ ଠାକୁର ପୂଜି
କୌଣସି ବାକ୍ୟ ସଂପୂର୍ଣ୍ଣ ହେଉନାହିଁ । ବାଜ୍ୟ ତିନୋଟି ସଂପୂର୍ଣ୍ଣ ହେବାପାଇଁ କଳା ଅକ୍ଷରର କ୍ରିୟାପଦ ଖାଇବ । ଖାଇବି
ଖାଇବୁ ଇତ୍ୟାଦିକୁ ଅପେକ୍ଷା କରୁଛି । ପୁନଶ୍ଚ “ପୂଜି କ୍ରିଯାପଦଟି କରାଂ କି କର ପୁରୁଷ-ବଚନ ଓ କାଳ ସହିତ
ସମ୍ବନ୍ଧ ରଖୁନାହିଁ । ଫଳରେ କର୍ତ୍ତା ପଦ ‘ସେ' ‘ମୁଁ ଓ ‘ତୁ' ଅଲଗା ଅଲଗା ହେଲେ ବି ‘ପୂଜି ର ରୂପ ବଦଳୁ ନାହିଁ ।
କିନ୍ତୁ 'କଖଗ' ବକ୍ୟରେ କର୍ଲାର ପରିବର୍ତ୍ତନରେ ବାଦ୍ୟର ସମାପ୍ତି ସାଧନ କରୁଥିବା କ୍ରିଯାପଦ ଭିନ୍ନଭିନ୍ନ ରୂପର
ହୋଇଛି । ଯଥା- ସେ-ଖାଇବ । ମୁଁ ଖାଇବି । ତୁ-ଖାଇବୁ ।
ସେହିପରି ଦ୍ୱିତୀୟ ଭାଗର ଘ-ଙ-ଚ ବାକ୍ୟ ତିନୋଟିରେ 'ଫେଣ' ବିଶେଷ୍ୟ ପଦକୁ ମୂଳକରି ଗଠିତ
ନାମଧାତୁ ମୂଳକ କ୍ରିୟାପଦ ‘ଫେଣେଇ' ଦ୍ୱିତ୍ୱ ରୂପରେ ବ୍ୟବହୃତ ହୋଇଛି |ଫେଣେଇ ଫେଣେଇ ଏହି
ନାମଧାତୁମୂଳକ କ୍ରିୟାପଦଟି ଦ୍ୱାରା ବାକ୍ୟର ସମାପ୍ତି ଘଟୁନାହିଁ | ଏପରିକି କର୍ତ୍ତା-ସେ/ତୁମେ/ଆପଣ ଏରୂପେ
ତିନି ପ୍ରକାରେ ବଦଳିଥିଲେ ବି ଫେଣେଇ ଫେଣେଇ' ନାମଧାତୁ ମୂଳକ କ୍ରିୟାପଦଟି ଅପରିବର୍ତ୍ତିତ ରହିଛି । ପୁନଶ୍ଚ
ଘ-ଙ-ଚ-ବାକ୍ୟ ତିନୋଟିରେ ‘ରଙ୍ଗ' ଶବ୍ଦକୁ ମୂଳକରି ତିନୋଟି ନାମଧାତୁମୂଳକ କ୍ରିୟାପଦ-ରଙ୍ଗେଇଲା, ରଙ୍ଗେଇଲ ଓ
ରଙ୍ଗେଇଲେ ତିନି ପ୍ରକାର ଭିନ୍ନଭିନ୍ନ ରୂପରେ ବ୍ୟବହୃତ ହୋଇଛି ।ତିନୋଟିଯାକ ନାମଧାତୁ କ୍ରିୟାପଦରୁ ବାକ୍ୟର, ସଂପୂର୍ଣ୍ଣତା ଜଣାପଡୁଛି |
ଉପରେ ଦିଆଯାଇଥିବା 'କ'ରୁ 'ବ’ ପର୍ଯ୍ୟନ୍ତ ଛଅଗୋଟି ବାକ୍ୟକୁ ବିଚାର କଲେ ଆମେ ଜାଣିପାରିବା
ଯେ ଆମେ ବାକ୍ୟରେ ଦୁଇପ୍ରକାରର କ୍ରିୟାପଦ ବ୍ୟବହାର କରିଥାଉ । ଗୋଟିଏ ବାକ୍ୟର ଭାବକୁ ସଂପୂର୍ଣ୍ଣ ଭାବରେ
ପ୍ରକାଶ କରାଇ ବାଜ୍ୟଟିକୁ ଶେଷ କରାଇଥାଏ ଓ ଅନ୍ୟଟି ବାକ୍ୟର ଭାବକୁ ଅସମାପ୍ତ କରି କେବଳ ନିର୍ଦ୍ଦିଷ୍ଟ କାର୍ଯ୍ୟ
ଘଟିସାରିଥିବାର ବା ଘଟୁଥିବାର ବୁଝାଏ । ପ୍ରଥମ ପ୍ରକାରଟିକୁ ‘ସମାପିକା' ଓ ଦ୍ବିତୀୟ ପ୍ରକାରଟିକୁ 'ଅସମାପିକା' କ୍ରିୟା କୁହାଯାଏ ।
ଯାହା ଦ୍ଵାରା ବାକ୍ୟ ଶେଷହୁଏ ସେହି କ୍ରିୟାକୁ 'ସମାପିକାକ୍ରିୟା ଓ ଯେଉଁ କ୍ରିୟା ବାକ୍ୟକୁ ସମାପ୍ତ କରିପାରେ ନାହିଁ
ଚାହାକୁ 'ଅସମାପିକା କ୍ରିୟା' କହନ୍ତି |
. .
ଧାତୁରୁ ଗଠିତ ଶୁଦ୍ଧ କ୍ରିୟା ହେଉ ଅଥବା ନାମଧାତୁ ମୂଳକ ମିଶ୍ରକ୍ରିଯା ହେଉ,
ଯେଉଁ କ୍ରିୟାପଦ ଦ୍ୱାରା ବାକ୍ୟ ଶେଷହୁଏ ତାହାକୁ 'ସମାପିକା କ୍ରିୟା’ କୁହାଯାଏ ।
ସେହିପରି ଧାତୁଗଠିତ ହେଉ ଅଥବା ଶବ୍ଦରୁ ଗଠିତ ନାମଧାତୁ କ୍ରିୟାପଦ ହେଉ
ଯେଉଁ କ୍ରିୟାପଦ ଦ୍ବାରା ବାକ୍ୟ ଶେଷ ହୋଇପାରେ ନାହିଁ ଓ କାର୍ଯ୍ୟ ଅସମାପ୍ତ |ଭାବରେ ଘଟିଚାଲିବାର ବା
ଚାଲୁଥିବାର ବୁଝାପଡ଼େ ତାହାକୁ 'ଅସମାପିକାକ୍ରିୟା' କୁହାଯାଏ ।
ଏବେ 'ସମାପିକୁ କ୍ରିୟା ବିଷୟରେ କିଛି ଅଧୁକ କଥା ଜାଣିବା ।
(କ) ' ସମାପିକା କ୍ରିୟା ସ୍ୱାଧୀନ। ଏହାର ବ୍ୟବହାର ଦ୍ବାରା ଅନ୍ୟ କ୍ରିୟାକୁ ଅପେକ୍ଷାକରି ବା ଅନ୍ୟ କ୍ରିୟାର ସାହାଯ୍ୟ ।
ନନେଇ ବାଜ୍ୟର ଅର୍ଥ ସଂପୂର୍ଣ୍ଣ ରୂପେ ପ୍ରକାଶ ପାଇଥାଏ ।
(ଖ) ସମାପିକା କ୍ରିୟା ଦ୍ବାରା ବାକ୍ୟର ସଂପୂର୍ଣ୍ଣତା ସାଧନ ହେଉଥିବାରୁ ଏହା ବିନା ବାକ୍ୟ ଗଠିତ ହୋଇପାରେ ନାହିଁ ।
(ଗ) ସମାପିକା କ୍ରିୟା କର୍ତ୍ତା ସହିତ ସମ୍ବନ୍ଧ ରଖିଥାଏ । ଏହିକ୍ରିୟା କର୍ତ୍ତାର ପୁରୁଷ-ବଚନ ଏବଂ
ବାକ୍ୟାର୍ଥର କାଳ । ଅନୁସାରେ ବଦଳେ ।
(ଘ) ପୁରୁଷ, ବଟନ, କାଳ ଓ ଭାବକୁ ନେଇ ଗୋଟିଏ ନିର୍ଦ୍ଦିଷ୍ଟ କ୍ରିୟାର ଯେତେ ପ୍ରକାର ରୂପ ହୋଇପାରେ
ସେହିସମସ୍ତ ରୂପ ସମାପିକା କ୍ରିୟା ଭାବରେ ବାକ୍ୟରେ ବ୍ୟବହୃତ ହୋଇ ପାରିଛି । ଯଥା
ପୁରୁଷ ଅନୁସାରେ- ମୁଁ ଖେଳେ । ତୁ ଖେଳୁ । ସେ ଖେଳଛି ।
ବଚନ ଅନୁସାରେ- ମୁଁ ଖେଳିଲି (ଏକବଚନ) ଆମେମାନେ ଖେଳିଲୁ (ବହୁବଚନ) ।
କାଳ ଅନୁସାରେ ମୁଁ ଖେଳୁଛି । ସେ ଖେଳିବେ । ତୁମେ ଖେଳିଲ । (ବର୍ତ୍ତମାନ-ଭବିଷ୍ୟତ-ଅତୀତ)
ଭାବ ଅନୁସାରେ ତୁ ଖେଳୁ । ସେ ଖେଳରେ । ଆମେ ଖେଳନ୍ତୁ ।
ଏଠାରେ ପୁରୁଷ, ବଚନ, କାଳ: ଓ · ଭାବ-ଅନୁସାରେ 'ଖେଳ: କ୍ରିୟାର-ବିରିକ୍ତ ରୂପ-ଖେଳେ, ଖେଳୁ,
ଖେଳନ୍ତି, ଖେଳିଲି, ଖେଳିଲୁ, ଖେଳୁଛି, ଖେଳିବେ, ଖେଳିଲ, ଖେଳ, ଖେଳରେ ଖେଳନ୍ତୁ ଇତ୍ୟାଦି ଏଏଳ ସମାପିକା
କ୍ରିୟା ରୂପେ ବାକ୍ୟରେ ବ୍ୟବହୃତ ହୋଇଛି ।
ଏବେ ‘ଅସମାପିକା କ୍ରିୟା' ବିଷୟରେ କିଛି ଅଧିକା ଜାଣିବା ।
(କ) ବାକ୍ୟରେ ଅସମାପିକା କ୍ରିୟା ବାଙ୍କର ସମାପ୍ତି ସାଧନ କରେ ନାହିଁ । ବରଂ ବାଜ୍ୟରେ ଏହା କୌଣସି କାର୍ଯ୍ୟର
ଅସମାପ୍ତିକୁ ବୁଝାଏ ।
(ଖ) ଏହି କ୍ରିୟାପଦ କହାଁର ପୁରୁଷ-ବନ-କାଳ-ଭାବ ଅନୁସାରେ ବଦଳେ ନାହିଁ ।
(ଗ) ଅସମାପିକା କ୍ରିୟା ମୂଳଧାତୁରେ ଇ ଉ । ଭଲେ । ଅନ୍ତେ ଯୋଗହୋଇ ଗଠିତ ହୋଇଥାଏ । ଯଥା- ଦେଖ + ଇ
= ଦେଖି ସେ ଫସଲ କିଆରି ଦେଖି ସଂଧ୍ୟାରେ ଫେରିବ)। ଦେଖ + ଊ = ଦେଖୁ, (ସେ ନଇ ନ ଦେଖୁ ରଙ୍ଗଳାହେବା ଲୋକ)
ଦେଖ+ ଇଲେ = ଦେଲେ (ସେ ତାକୁ ଦେଖୁ କହିବେ) ଦେଖ + ଅଟେ= ଦେଖନ୍ତେ (ସେ ଦେଖରେ ମୁଁ ଆସିଲି) ।
(ଘ) ଅସମାପିକା କ୍ରିୟା ଦୋହରା ଯାଇ ଦ୍ବିତରୂପରେ ବ୍ୟବହୃତ ହୁଏ । ଦୁଇଟି କାର୍ଯ୍ୟ ଏକାସାଙ୍ଗରେ ହେଉଥିଲେ
ଆଗପଛ ହୋଇ ନିଷ୍ପନ୍ନ ହେଉଥଲେ । ଉ ଯୋଗେ ଗଠିତ କ୍ରିୟାପଦ ଦ୍ବିଦ୍ ହୋଇଥାଏ । ଯଥା- ଦେଖିଦେଖି ।
ଚାହିବାହିଁ । କହିକହି । ଯାଉଯାଉ । ପଢୁପଛୁ। ଲେଖୁଲେଖୁ ।
(ଙ) ଅସମାପିକା କ୍ରିୟାର ରୂପରେ ଣୁ । କଲି । କି ପ୍ରତ୍ୟୟ ଯୋଗ ହୋଇଥାଏ । ଦେଖୁ ରଖୁଣୁ। ନଯାଉଣୁ ।
ରଖିକରି । ଦେକି । ଶୁଣିକି ଇତ୍ୟାଦି । ଏବେ କେତୋଟି ଅସମାପିକା କ୍ରିୟ ଥିବା ଭଦାହରଣକୁ ଲକ୍ଷ୍ୟ
କର ।
(କ) ତୁ ଏମିତି ନଈ ନ ଦେଖୁଣୁ ଲଙ୍ଗଳା ହେରୁ କାହିଁକି ?
(ଖ) ସେ ପଢୁପକୁ ଶୋଇପଡ଼ିଲା ।
(ଗ) ତୁମେ ଆସିଲେ ସେ ଯିବେ ।
(ଘ ଆପଣ ଖୋଜିଖୋଜି ଥକିଗଲେଣି ।
(ଙ) ସେ ହସିକରି କଥାବାର୍ଭା ହେଲେ ।
(ଚ)ତାକୁ ଦେଖୁକି ସେ ଡରିଗଲେ ।
ସମାପିକା କ୍ରିୟା ଅନ୍ୟ କ୍ରିୟାକୁ ଅପେକ୍ଷା ନକରି ବାକ୍ୟରେ ସଂପୂର୍ଣ୍ଣତା ଆଣିପାରିଥାଏ । ମାତ୍ର ଅସମାପିକା
କ୍ରିୟା ଦ୍ବାରା ବାକ୍ୟରେ ଶେଷ ହୁଏ ନାହିଁ । ବାଜ୍ୟର ସମାପ୍ତି ପାଇଁ ଅସମାପିକା କ୍ରିୟା ସମାପିକା କ୍ରିୟାକୁ ଅପେକ୍ଷା
କରେ । ସାଧାରଣତଃ ସମାପିକା। କ୍ରିୟାପଦ ଆମ ଭାଷାରେ ବାକ୍ଯର ଶେଷରେ ବସେ । କେତେକ ସୁଚ୍ଚରେ ଏହା
ବାକ୍ୟର ମଝି ସ୍ଥଳରେ ବି ବସିଥାଏ । ଯଥା- ତୁମେ କରିବ ପରିଶ୍ରମ, ସେ ପାଇବ ଲାର । ମୁଁ ବିଣିଲି ବହି, ସେ
ସଜେଇଲା ଥାକୁ ।
କ୍ରିୟାର କାଳ ଓ ଭାବ ଅନୁସାରୀ ରୂପ:-
ଉପର ଆଲୋଚନାରୁ ଆମେ ଜାଣିପାରୁଛେ ଯେ କ୍ରିୟାର କରାନୁସାରେ ପୁରୁଷ, ବଚନ, କାଳ ଓ ଭାବ
ରହିଛି । ସମାପିକା କ୍ରିୟାରୁ ବାକ୍ୟର ଭାବ କେଉଁକାଳକୁ ନେଇ ପ୍ରକାଶ ପାଇଛି ବୁଝାପଡ଼େ । ଅର୍ଥାତ୍ ବାକ୍ୟରେ
କର୍ତ୍ତାର କାର୍ଯ୍ୟ । କର୍ମ ଅନୁସାରେ କାଳର ଧାରଣା ମିଳେ । ଯେପରି ଖେଳୁଛି’ରୁ ବର୍ତ୍ତମାନ, କାଳ, 'ଖେଳିବି’ରୁ ଭବିଷ୍ୟତ
କାଳ, 'ଖେଳିଲି’ରୁ ଅତୀତ କାଳ, ‘ଖେଳିଥା’ରୁ ଅନୁଭାବ ଓ 'ଖେଳିଥାନ୍ତୁ’ରୁ ସଂଭାବନା ମୂଳକ ଭାବର ଧାରଣା ମିଳିଥାଏ ।
ସାଧାରଣତଃ ବାକ୍ୟକୁ ସମାପ୍ତ କରିପାରୁଥିବା ସମାପିକା କ୍ରିୟାର ରୂପ ଆଭିପ୍ରାୟିକ ଓ ଅନୁଜ୍ଞା ବା ଆଦେଶ
ସୂଚକ ଭାବ ଓ ବର୍ତ୍ତମାନ-ଭବିଷ୍ୟତ-ଅତୀତ-ସଂଭାବନା କାଳକୁ ନେଇ ଭିନ୍ନଭିନ୍ନ ହୋଇଥାଏ । ପୁନଶ୍ଚ ପ୍ରତ୍ୟେକ
କାଳ ଓ ଭାବ ସାଧାରଣ-ଅସଂପନ୍ମ-ସଂପନ୍ନ ଭେଦରେ ତିନିପ୍ରକାରର ସ୍ଵତନ୍ତ୍ର ରୁପ ହୋଇଥାଏ । ବିଭିନ୍ନ ପୁରୁଷ, ବଟନ,
କାଳ ଓ ଭାବ ଅନୁସାରେ ଗୋଟିଏ ନିର୍ଦ୍ଦିଷ୍ଟ କ୍ରିୟାର (ଖେଳ) ରୂପ ଏଠାରେ ଦିଆଯାଉଛି । ତାହାକୁ ଲକ୍ଷ୍ୟକର ଓ ସେହି
ଅନୁସାରେ କେତେକ କ୍ରିୟାରି କାଳସୂଚକ ରୂପ ନିଜେ ପ୍ରସ୍ତୁତ କର ।
ଧାତୁ-ଖେଳୁ I କ୍ରିୟାରୂପ-ଖେଳ
ସାଧାରଣ ବର୍ତ୍ତମାନ କାଳ
ବଚନ ପ୍ରଥମ ପୁରୁଷ ଦ୍ବିତୀୟ ପୁରୁଷ ତୃତୀୟ ପୁରୁଷ
ଏକବଚନ (ମୁଁ ଖେଳେ (ତୁ) ଖେଳୁ ( ସେ) ଖେଳେ |
ବହୁବଚନ (ଆମେ) ଖେଳୁ (ତୁମେ । ତୁମେମାନେ) ଖେଳ (ସେମାନେ) ଖେଳନ୍ତି
ଅସଂପନ୍ନ ବର୍ତ୍ତମାନ କାଳ
ଏବଚନ ଖେଳୁଅଛି, ଖେଳୁଛି ଖେଳୁଅଛୁ, ଖେଳୁଛି ଖେଳୁଅଛି, ଖେଳୁଛି
ବହୁବଚନ ଖେଳୁଅଛୁ, ଖେଳୁଛି ଖେଳୁଅଛି, ଖେଳୁଛି ଖେଳୁଅଛନ୍ତି, ଖେଳୁଛନ୍ତି
ସଂପନ୍ନ ବର୍ତ୍ତମାନ କାଳ
ଏକବଚନ ଖେଳିଅଛି, ଖେଳିଛି , ଖେଳିଅଛୁ, ଖେଳିଛୁ ଖେଳିଅଛି, ଖେଳିଛି
ବହୁବଚନ ଖେଳିଅଛୁ, ଖେଳିଛୁ ଖେଳିଅଛି, ଖେଳିଛି ଖେଳିଅଛଛି, ଖେଳିଛନ୍ତି
ସାଧାରଣ ଅତୀତ କାଳ
ଏକବଚନ ଖେଳିଲି ଖେଳିଲୁ ଖେଳିଲା
ବହୁବଚନ ଖେଳିଲୁ ଖେଳିଲା ଖେଳିଲେ
ଅସଂପନ୍ନ ଅତୀତ କାଳ
ଏକବଚନ ଖେଳୁଥିଳି ଖେଳୁଥିଲୁ ଖେଳୁଥିଲା
ବହୁବଚନ ଖେଳୁଥିଲୁ ଖେଳୁଥିଲ ଖେଳୁଥିଲେ
ସଂପନ୍ନ ଅତୀତ କାଳ
ଏକବଚନ ଖେଳିଥିଲି ଖେଳିଥିଲୁ ଖେଳିଥିଲା
ବହୁବଚନ ଖେଳିଥିଲୁ ଖେଳିଥିଲ ଖେଳିଥିଲେ
ସାଧାରଣ ଭବିଷ୍ୟତ କାଳ
ଏକବଚନ ଖେଳିବି ଖେଳିବୁ ଖେଳିବ
ବହୁବଚନ ଖେଳିବୁ ଖେଳିବା ଖେଳିବେ
ଅସଂପନ୍ନ ଭବିଷ୍ୟତ କାଳ
ଏକବଚନ ଖେଳୁଥିବି ଖେଳୁଥିବୁ ଖେଳୁଥିବ
ବହୁବଚନ ଖେଳୁଥିବୁ ଖେଳୁଥିବ ଖେଳୁଥିବେ
ସଂପନ୍ନ ଭବିଷ୍ୟତ କାଳ
ଏକବଚନ ଖେଳିଥିବି ଖେଳୁଥିବୁ ଖେଳିଥିବ
ବହୁବଚନ ଖେଳିଥିବୁ ଖେଳିଥିବ ଖେଳିଥିବେ
ସାଧାରଣ ନିତ୍ୟବୃତ | ସଂଭାବନା କାଳ ।
(ଏହା ସାଧାରଣ ବର୍ତ୍ତମାନ କାଳ ସହିତ ସମାନ ।)
ଅସଂପନ୍ନ ନିତ୍ୟବର ସଂଭାବନା କାଳ
ଏକବଚନ ଖେଳୁଥାଏଁ ଖେଳୁଥାଉ ଖେଳୁଥାଏ
ବହୁବଚନ ଖେଳୁଥାଉ ଖେଳୁଥାଆ ଖେଳୁଥାଆନ୍ତି
ସଂପନ୍ନ ନିତ୍ୟବୃତ ସଂଭାବନା କାଳ
ଏକବଚନ ଖେଳିଥାଏଁ ଖେଳିଥାଉ ଖେଳିଥାଏ
ବହୁବଚନ ଖେଳିଥାଉ ଖେଳିଥାଅ ଖେଳିଥାଆନ୍ତି
ସାଧାରଣ ଆଭିପ୍ରାୟିକ ଭାବ
ଏକବଚନ ଖେଳନ୍ତି ଖେଳନ୍ତୁ ଖେଳନ୍ତା
ବହୁବଚନ ଖେଳନ୍ତୁ ଖେଳନ୍ତ ଖେଳନ୍ତେ
ଅସଂପନ୍ନ ଆଭିପ୍ରାୟିକ ଭାବ
ଏକବଚନ ଖେଳୁଥାଆନ୍ତି ଖେଳୁଥାଆନ୍ତୁ ଖେଳୁଥାଆନ୍ତା
ବହୁବଚନ ଖେଳୁଥାଆନ୍ତୁ ଖେଳୁଥାଆନ୍ତ ଖେଳୁଥାଆନ୍ତେ
ସଂପନ୍ନ ଆଭିପ୍ରାୟିକ ଭାବ
ଏକବଚନ ଖେଳିଥାଆନ୍ତି ଖେଳିଥାଆନ୍ତୁ ଖେଳିଥାଆନ୍ତା
ବହୁବଚନ ଖେଳିଥାଆନ୍ତୁ ଖେଳିଥାଆନ୍ତ ଖେଳିଥାଆନ୍ତେ
ସାଧାରଣ ଅନୁଜ୍ଞା ଭାବ
ଏକବଚନ ଖେଳେଁ ଖେଳ୍ ଖେଳୁ
ବହୁବଚନ ଖେଳୁ ଖେଳ ଖେଳନ୍ତୁ
ଅସଂପନ୍ନ ଅନୁଜ୍ଞା ଭାବ
ଏକବଚନ ଖେଳୁଥାଏ/ଖେଳୁଥାଏଁ ଖେଳୁଥା ଖେଳୁଥାଉ
ବହୁବଚନ ଖେଳୁଥାଉ/ଖେଳୁଥାଉଁ ଖେଳୁଥାଅ ଖେଳୁଥାଆନ୍ତୁ
ସଂପନ୍ନ ଅନୁଜ୍ଞା ଭାବ
ଏକବଚନ ଖେଳିଥାଏ/ଖେଳିଥାଏଁ ଖେଳିଥା ଖେଳିଥାଉ
ବହୁବଚନ ଖେଳିଥାଉ/ଖେଳିଥାଉଁ ଖେଳିଥାଅ ଖେଳିଥାଆନ୍ତୁ
ପ୍ରଥମ ପୁରୁଷ (ମୁଁ । ଆମେ) ପାଇଁ ଅନୁସୀ ଭାଦର ଅର୍ଥ ହେଉଛି- ଅନୁତି ମାଗିବା । ଯଥା- ମୁଁ ଖେଳ ।
ଆମେ ଖେଳୁଥାଉ । ଦ୍ବିତୀୟ ଓ ତୃତୀୟ ପୁରୁଷ (ତୁମେ । ତୁମେମାନେ-ସେ । ସେମାନେ) ପାଇଁ ଅନୁଜ୍ଞା
ଭାବର ଅର୍ଥ ହେଉଛି ଅନୁମତି ଦେବା ବା ଆଦେଶ ଦେବା । ଯଥା- ତୁ ଖେଳ୍ପ । ତୁମେ ଖେଳ । ସେ ଖେଳୁ । ସେମାନେ ଖେଳନ୍ତୁ ।
'
କର୍ତ୍ତା ସମ୍ମାନାସ୍ପଦ ବ୍ୟକ୍ତି ହୋଇଥିଲେ ଏବଟନ କର୍ତ୍ତା ପାଇଁ ମାନ୍ୟାର୍ଥରେ କ୍ରିୟାର ବହୁବଳ କୂପ ହୋଇଥାଏ ।
ଯଥା- ଗୁରୁଜୀ ଆସୁଅଛନ୍ତି । ଏବେ କାନ ଖେଳିବେ । କର୍କା ବାଟନ ହୋଇଥଲେ ହୁନ ପାଇଁ ବି କେତେକ ସ୍ଥଳରେ
ଏକବବନ କ୍ରିୟାର ରୂପ ବ୍ୟବହୃତ ହୁଏ । ଯଥା-ପୋଖରୀଗୁଡ଼ିକ ଖରାରେ ଶୁଖିଗଲାଣି । କମିଗୁଡ଼ିକ ପଡ଼ିଆ ପଡ଼ିଛି ।
କ୍ରିୟା ବହୁବଟନ ହୋଇଥଲେ କେତେକ ଅଳରେ କର ଏକବଟନ ରୂପ ବି ବହୁବଚନ ଅର୍ଥ ପ୍ରକାଶ କରେ ।
ଯଥା- ଗାଈ ପଡ଼ିଆରେ ଚରୁଛନ୍ତି । ପିଲା ଖେଳୁହନ୍ତି । ଏଠାରେ ବରୁଛନ୍ତି ଓ ଖେଳୁଛନ୍ତି କ୍ରିୟା ବହୁବଚନ ହୋଇଥିବାରୁ
ଗାଈ। ପିଲା ଏକବଟନ ନହୋଇ ଗାଈମାନେ । ପିଲାମାନେ ଅର୍ଥ ପ୍ରକାଶ କରୁଛି ।
ଅମିଶ୍ର ଓ ମିଶ୍ର କ୍ରିୟାପଦ
(କ) ପିଲାଟି କାନ୍ଦୁଛି ।
ପିଲାଟି କ୍ରନ୍ଦନ କରୁଛି ।
(ଖ) ପଣ୍ଡା ପୁରାଣ ପଢ଼ିଲେ ।
ପଣ୍ଡା ପୁରାଣ ପାଠ କଲେ ।
ଏଠାରେ 'କ'-ଉବର ଦୁଇଟି ବାକ୍ୟରେ 'କାନ୍ଦୁଛି' ଓ 'କ୍ରନ୍ଦନ କରୁଛି’ର ଅର୍ଥ ସମାନ । ସେହିପରି 'ଖ' ଭାଗର
ଦୁଇଟି ବାକ୍ୟରେ 'ପଢ଼ିଲେ' ଓ 'ପାଠ କଲେ' ର ଅର୍ଥ ବି ସମାନ । ମାତ୍ର କାନ୍ଦୁଛି । ପଢ଼ିଲେ- ଗୋଟିଏ
ଗୋଟିଏ କ୍ରିୟା ଓ ଏକପଦରେ ପ୍ରକାଶିତ ହୋଇଛି । କିନ୍ତୁ କ୍ରନ୍ଦନ+କରୁଛି । ପାଠ+କଲେ- ଏଦୁଇଟି କ୍ରିୟାରେ
'କରୁଛି' ଓ 'କଲେ' କ୍ରିୟା ପୂର୍ବରୁ କ୍ରନ୍ଦନ ଓ ପାଠ ପଦ ଦୁଇଟି ମିଶିଛି ଓ ଅର୍ଥ ପ୍ରକାଶିତ ହୋଇଛି । ଏଥିରୁ ଜଣାଗଲା
ଆମେ କ୍ରିୟାକୁ ଏକକ ଭାବରେ ଓ ମିଶ୍ରଣ ପ୍ରକ୍ରିୟାରେ ବ୍ୟବହାର କରିଥାଉ । ସୁତରୀ ଯେଉଁ କ୍ରିୟା ଗୋଟିଏ ପଦରେ
ପ୍ରକାଶିତ ହୁଏ ତାହାକୁ 'ଅମିଶ୍ର କ୍ରିୟା' ଏବଂ ଯେଉଁ କ୍ରିୟା ଏକାଧିକ ପଦରେ ପ୍ରକାଶିତ ହୋଇଥାଏ ତାହାକୁ ‘ମିଶ୍ର କ୍ରିୟା' କୁହାଯାଏ ।
ଉପର ଉଦାହରଣ ଦୁଇଟିରେ ‘କାନ୍ଦୁଛି ପଢ଼ିଲେ- ଦୁଇଟି ଅମିଶ୍ର କ୍ରିୟାପଦ ଏବଂ 'କୁନ୍ଦନ କରୁଛି' । 'ପାଠ କଲେ'- ଦୁଇଟି ମିଶ୍ର କ୍ରିୟାପଦ। ମିଶ୍ର କ୍ରିଯାପଦ ଗୁଡ଼ିକୁ ଛାଡ଼ି ଛାଡ଼ି ଲେଖାଯାଏ । ଅନ୍ୟ କେତୋଟି ଉଦାହରଣକୁ ଲକ୍ଷ୍ୟ କର ।
ଅମିଶ୍ର କ୍ରିୟା ମିଶ୍ରକ୍ରିୟା ଅମିଶ୍ରକ୍ରିୟା ମିଶ୍ରକ୍ରିୟା
ଦେଖିଲେ ଦର୍ଶନ କଲେ ଶୁଣୁଛି ଶ୍ରବଣ କରୁଛି
ଉଇଁବ ଉଦୟ ହେବ ଶୋଇଥାନ୍ତା ଶୟନ କରିଥା’ନ୍ତା
ଧାଇଁଲା ଧାବନ କଲା ବିକୁଛି ବିକ୍ରି କରୁଛି
ରଚିଛି. ରଚନା କରିଛି ଡକାଯାଇଛି ଡାକରା ହୋଇଛି
ଆମ ଭାଷାରେ କ୍ରିୟାପଦକୁ ଗୋଟିଏ କିମ୍ବା ଦୁଇଟି ପଦରେ କୁହାଯାଇ ପାରେ । ଗୋଟିଏ ପଦରେ
କୁହାଯାଉଥିବା କ୍ରିୟାକୁ ‘ଅମିଶ୍ର କ୍ରିୟା' କୁହାଯାଏ । କହିଛି, ବାଟିଛି, କୁଟିଲା, ଟାଳିବ, .କଳିବା- ଏପରି କେତେକ
କ୍ରିୟା ରହିଛି ଯାହା, କେବଳ ଗୋଟିଏ ପଦରେ, ପ୍ରକାଶ କରାଯାଇଥାଏ । ଏପ୍ରକାର କ୍ରିୟାର ଦୁଇଟି ପଦ ହୋଇପାରେ
ନାହି
ଆମ ଭାଷାରେ ଦୁଇଟି ପଦରେ ପ୍ରକାଶ କରାଯାଉଥିବା କ୍ରିୟାକୁ ‘ମିଶ୍ର କ୍ରିଯା' କୁହାଯାଏ । ଆମେ କେତେକ
କ୍ରିୟାକୁ କେବଳ ମିଶ୍ର କ୍ରିୟା ରୂପରେ ବ୍ୟବହାର କରିଥାଉ । ଯଥା- ଗ୍ରହଣ କରିବା, ବିଦାୟ ଦେବା, ଆଦାୟ କରିବା,
ଭୟ କରିବା, ହଳ କରିବା, ରପ୍ତାନି କରିବା, ଆମଦାନୀ କରିବା । ଏପ୍ରକାର କ୍ରିୟା ଅମିଶ୍ର କ୍ରିୟା ରୂପରେ ବ୍ୟବହୃତ
ହୋଇପାରେ ନାହିଁ ।
ଯୌଗିକ କ୍ରିୟା ।
ଆମେ ଆଗରୁ ଜାଣିଛେ ଯେ ଧାତୁରୁ ଗଠିତ ବା ଧାତୁକୁ ମୂଳପିତ୍ତ ଭାବରେ ଆଧାର କରି ଗଠିତ କ୍ରିୟାପଦକୁ
ଶୁଦ୍ଧ କ୍ରିୟା କୁହାଯାଏ । ଶୁଦ୍ଧ କ୍ରିଯା ଦୁଇପ୍ରକାରର । ଗୋଟିଏ ଏକକ ଧାତୁପୂଳକ 'ସରଳ କ୍ରିୟା’ । ଯଥା- ଖେଳେ ।
ଯାଏ । ପଡ଼େ । ଶୁଣ । ଦେ । ବେ । ଯା । ଅନ୍ୟଟି 'ସଂଯୁକ୍ତ ଧାତୁମୂଳକ କ୍ରିୟା' । ଉଦାହରଣଗୁଡ଼ିକୁ ଦେଖ :
(କ) ପିଲାଟି ଖେଳୁଅଛି ।
( ଖ ) ପିଲାଟି ପଡ଼ିଥିଲା
ଗ) ପିଲାଟି ଶୁଣୁଥିବ ।
(ଘ) ପିଲାଟିକୁ ଜଣାଥିଲା ।
ଏହି ଚାରୋଟି ବାକ୍ୟରେ ଚାରୋଟି କ୍ରିୟା ରହିଛି- ଖେଳୁଅଛି । ପଢ଼ିଥିଲା । ଶୁଣୁଥବ । ଜଣାଥିଲା ।
ଚାରୋଟିଯାକ କ୍ରିଯାପଦର ଗଠନ ଏହିପରି
(କ) ଖେଳୁ-ଅଛି (ଖେଳ୍ପ + ଉ– ଅଛି + ଇ, ଖେଳୁ + ଅଛି = ଖେଳୁଅଛି ।
(ଖ) ପଢ଼ି-ଝିଲା (ପଢ଼ + ଇ- କ୍ଷୀ + ଇ + ଆ, ପଢ଼ି + ଥିଲା = ପଡ଼ିଥିଲା ।
(ଗ) ଶୁଣୁ-ଥିବ (ଶୁଣ + ଉ– ଥା + ଇବ୍ + ଆ, ଶୁଣୁ + ଥିବ = ଶୁଣୁଥିବ ।
(ଘ) ଜଣା-ଥିଲା (ଜା + ଆ– ଥା + ଇ + ଆ, ଜଣା + ଥିଲା = ଜଣାଥିଲା ।
ଏହି ଗଠନ ପଦ୍ଧତିକୁ ବିଚାର ବିରେ ଦେଖାଯିବ- ପ୍ରତ୍ୟେକ କ୍ରିୟାରେ ଦୁଇଟି ଧାତୁ ଯୋଗହୋଇ ରହିଛି ।
କ- ବାକ୍ୟର କ୍ରିୟାରେ 'ଖେବ' ଓ 'ଅଛି', ଖ– ବାକ୍ୟରେ 'ପଜ୍' ଓ 'ଥା', ଗ– ବାକ୍ୟରେ 'ଶୁଣ' ଓ 'ଥା' ଏବଂ
ଘ– ବାକ୍ୟରେ 'କାଣ' ଓ 'ଥା- ଏହିପରି ଦୁଇଟି ଲେଖାଏଁ ଧାତୁ ରହିଛି ।
ଖେଲ୍,ପଢ୍, ଶୁଣି, ବାଣ- ଏ ବୀରୋଟି ଧାତୁ ମୁଖ୍ୟ ଧାତୁ । ଏସବୁ ମୁଖ୍ୟଧାତୁରେ ସଂପନ୍ତି, ଅସଂପନ୍ନ
ଓ ପ୍ରେରଣାର୍ଥକ ଅର୍ଥ ସୂକ 'ଇ' । 'ଉ' । 'ଆ' ପ୍ରତ୍ୟୟ ଲାଗି ଖେଳୁ, ପଢ଼ି, ଶୁଣୁ, ଛଣା ମୁଖ୍ୟକ୍ରିୟା ରୂପଟି
ଗଠିତ ହୋଇଛି ।
ଏସବୁ ମୁଖ୍ୟଧାତୁରୁ ଗଠିତ କ୍ରିୟା ପରେ ଗୌଣ ବା ସାହାଯ୍ୟକାରୀ ଧାତୁ ରୂପେ 'ଅଛି । ଥା’ ଯୋଗ
ହୋଇଛି । ଅଛୁ । ଥା ଧୀରେ କାକ- ଚନ ସବକ ପ୍ରତ୍ୟୟ ଇ। ବଇଆ । ଇ-ଅ । ଇ-ଆ ଯୋଗଦେଇ
ଚାରୋଟିଯାକ ଯୌଗିକ କ୍ରିୟାପଦ ଗଠିତ ହୋଇଛି ।
ଏଥିରୁ ଜଣାଗରା— କେତେକ କ୍ଷେତ୍ରରେ ଆମେ ଦୁଇଟି ଧାତୁ ଯୋଗକରି ସମ୍ପୂର୍ଣ୍ଣ କ୍ରିୟାପଦ ଗଠନ କରିଥାଉ ।
ମୁଖ୍ୟ ଧାତୁରେ ସଂପନ୍ନ ଓ ଅପନ୍ତି ଅର୍ଥ ସୂଟକ ଏବଂ ପ୍ରେରଣାର୍ଥକ ଇ, ଉ, ଆ ଯୋଗ ହୋଇଥାଏ ।
ସାହାଯ୍ୟକାରୀ ଧାତୁରେ କାଙ୍କ-ବଟନ ସୂଚକ ବିରକ୍ତି ଲାଗିଥାଏ ।
ଯେଉଁ କ୍ରିଯା ପରେ ମୁଖ୍ୟ ଓ ସାହାଯ୍ୟକାରୀ ଧାତୁ ଭାବରେ ଦୁଇଟି ଧାତୁ
ଯୋଗହୋଇ ରହିଥାଏ, ତାହାକୁ ଯୌରିବ କ୍ରିଯା' କୁହାଯାଏ ।
ଓଡ଼ିଆରେ ସାହାଯ୍ୟକାରୀ ଧାତୁ ଭାବରେ 'ଅଛି, ଥା' ଧାତୁ ଦୁଇଟିକୁ ବ୍ୟବହାର କରାଯାଏ ।
ସାଧାରଣତଃ ଯୌଗିକ କ୍ରିୟାରେ ଦୁଇଟି ଅଂଶ ଥାଏ । ଦୁରଟି ଅଂଶରେ ମୂଳକ୍ରିୟା ଓ ସହଯୋଗୀ ଦ୍ବିତୀୟ
କ୍ରିୟା-ଏପରି ଦୁଇଟି କ୍ରିୟାଥାଏ ।
ପ୍ରଥମ ଅଂଶର ମୂଳକ୍ରିୟାଟି ଅସମାପିକା ଆକୃତିର । ଦ୍ଵିତୀୟ ଅଂଶର କ୍ରିୟଟି କାଳ-ପୁରୁଷ-ବଟନ ସୂଚକ
ହୋଇ ସମାପିକା କ୍ରିୟା ଆକୃତିର ହୋଇଥାଏ । ଯଥା- ଦେଖିପାରିବା । ଶୁଣୁଥିଲା । ଏଠାରେ ଦେଖି । ଶୁଣୁ
ଅସମାପିକା କ୍ରିୟା ଆକୃତିର ହୋଇଥିବାବେଳେ ପାରିବା । ଥିଲା ସମାପିକା। କ୍ରିୟା ଆକୃତିର ହୋଇଛି ।
ଯୌଗିକ କ୍ରିୟାଗୁଡ଼ିକୁ ଲେଖୁଲାବେଳେ ମୁଖ୍ୟ ଓ ଗୌଣକ୍ରିୟା ଲାଗିଲାରି ଲେଖାଯାଏ । ଯଥା – 'ଟାଣିଆଣିଲେ ।
ଶୁଣିଥିଲେ । ଦେଖୁଥା'ନ୍ତି । ଚାଲିବୁଲିଯାଇଛି ।
ସକର୍ମକ, ଅକର୍ମକ ଓ ଦ୍ବିକର୍ମକ କ୍ରିୟା :
ସାଧାରଣତଃ ଓଡ଼ିଆ ବାକ୍ୟ କର୍ତ୍ତା, କର୍ମ ଓ କ୍ରିୟା-ଏହି ବିଧାନରେ ବ୍ୟବହାର କରାଯାଏ । ଯିଏ କ୍ରିୟା ସାଧନ
କରେ ସେ କର୍ତ୍ତା । କ୍ରିୟା ସାଧନରେ କର୍ଲାର ଯାହା ଅଭିଳଷିତ ଓ କିରଣୀୟ ତାହାକୁ ବ୍ୟାକରଣ ମତରେ କର୍ମ କୁହାଯାଏ ।
ଗୋଟିଏ ପୂର୍ଣ୍ଣାଙ୍ଗ ବାକ୍ୟରେ କର୍ମ ସୃଷ୍ଟ ଭାବରେ କ୍ରିୟାପଦ ସହିତ ସମ୍ବନ୍ଧିତ ହୋଇ ରହିଥାଏ ।
ବାକ୍ୟରେ ଯେଉଁ କ୍ରିୟାପଦର କର୍ମଥାଏ, ତାହାକୁ 'ସକର୍ମକ କ୍ରିୟା କୁହାଯାଏ ଯଥା
(କ) ଆଈ ଗପ ଶୁଣାଉଛନ୍ତି ।
(ଖ) ପିଲାଏ ପ୍ରାର୍ଥନା କରୁଛନ୍ତି ।
କ-ବାକ୍ୟରେ କର୍ରା କ'ଣଶୁଣାଉଛନ୍ତି- ଏହିପ୍ରଶ୍ନର ଉତ୍ତର ହେଉଛି 'ଗପ’ ଶୁଣାଇଛନ୍ତି । 'ଗପ ଏ
ବାକ୍ୟରେ କର୍ମ । 'ଖ'-ବାକ୍ୟରେ କ'ଣ କରୁଛନ୍ତି ? ଏହି ପ୍ରଶ୍ନର ଉତ୍ତର ହେଉଛି 'ପ୍ରାର୍ଥନା କରୁଛନ୍ତି । 'ପ୍ରାର୍ଥନା'
ଏଠି କର୍ମ ଭାବରେ ବ୍ୟବହୃତ । 'ଶୁଣାଉଛନ୍ତି' କ୍ରିୟା ପୂର୍ବରୁ 'ଗୁପ' ଓ 'କରୁଛନ୍ତି' କ୍ରିୟାଚ ପୂର୍ବରୁ ‘ପ୍ରାର୍ଥନା'
କର୍ମ ରପେ ବ୍ୟବହୃତ ହୋଇଛି । ଏ ଦିଗରୁ କର୍ମ ପଦ ସହିତ ସମୁକ୍ତ ଥିବାରୁ 'ଶୁଣାଉଛନ୍ତି' ଓ 'କରୁଛନ୍ତି କ୍ରିଯା
ଦୁଇଟି 'ସକର୍ମକ କ୍ରିୟା’ ।
ଆମ ଭାଷାରେ କେତୋଟି କ୍ରିୟା ନିଶ୍ଚିତ ସକର୍ମକ ହୋଇ ବ୍ୟବହୃତ ହୋଇଥାଏ । ଏହି ପ୍ରକାର କ୍ରିୟାର
କେତେକ ଢଦାହରଣ- କହିବା, କରିବା, ଶୁଣିବା, ଖାଇବା, ବୁଣିବା, ବିକିବା, ନେବା, ଦେବା, ଶିଖିବା, ପଚାରିବା,
ଲେଖିବା, ରଚିବା, ଆଣିବା, ଗଢ଼ିବା । କର୍ମପଦ ବିନା ବାକ୍ୟରେ ଏସବୁ କ୍ରିୟାର ବ୍ୟବହାର ହୋଇପାରେ ନାହିଁ ।
ଯେଉଁ କ୍ରିୟାର କୌଣସି କର୍ମ ନଥାଏ, ତାହାକୁ 'ଅକର୍ମକ କ୍ରିୟା କହନ୍ତି । ଅର୍ଥାତ ବାକ୍ୟରେ କର୍ମ ନଥାଇ
କର୍ତ୍ତା ଦ୍ଵାରା ପ୍ରତ୍ୟକ୍ଷ କ୍ରିୟାସାଧନ ହୋଇଥବାର ବୁଝାଗଲେ ସେହି ବାକ୍ୟର କ୍ରିୟା 'ଅକର୍ମକ୍ସ' ହୋଇଥାଏ ।
ଉଦାହରଣ ଦୁଇଟିକୁ ଲକ୍ଷ୍ୟ କର
(କ) ସୁଲୁସୁଲିଆ ପବନ ବହୁଛି ।
(ଖ) ପିଲାଟି ସୁଖରେ ଶୋଇଛି ।
ଏଠାରେ ବ୍ୟାଙ୍କ ଦୁରଟିରେ ‘ବହୁଛି' ଓ 'ଶୋଇଛି' କ୍ରିୟାର କୌଣସି କର୍ମ ନାହିଁ । ତେଣୁ ଉଭୟ 'ଅକର୍ମକ
କ୍ରିୟାପଦ' । ଆମ ଭାଷାରେ- ପଡ଼ିବୀ, ବୁଡ଼ିବା, ହସିବା, କାନ୍ଦିବା, କାଶିବା, ଥିବା, ଶୁଖିବା, ମରିବା, ଛିଣ୍ଡିବା, ଝୁଣ୍ଟିବା,
ପାଚିବା, ଉଇଁବା- ଏପରି କେତେକ କ୍ରିୟା ରହିଛି ଯାହା ବାକ୍ୟରେ ଅଳର୍ମକ ହୋଇ ବ୍ୟବହୃତ ହୋଇଥାନ୍ତି ।
ବେଳେବେଳେ ଅକର୍ମକ କ୍ରିୟାର ନିଜ କ୍ରିୟାବାଚକ ବିଶେଖ ପଦଟି କର୍ମରୂପେ ବ୍ୟବହୃତ ହୋଇଥାଏ । ଉଦାହରଣ ସ୍ବରୂପ
(କ) ସେ ଭଲ ମରଣ ମରିଲା ।
(ଖ) ଗୀତା ସ୍ମିତହସଟେ ହସିଲା ।
: ଆମେ କେତେକ ସକର୍ମକ କ୍ରିୟାକୁ ଦ୍ବିକର୍ମକ କରି ବ୍ୟବହାର ମଧ୍ୟ କରିପ:ରିଥାଉ । ଓଡ଼ିଆରେ
ପଚାରିବା, କହିବା, ଛେବୀ କରିବା, ଋଟିବା, ନେବା, ଦେବୀ, ଗଢ଼ିବା, ଇତ୍ୟାଦି କ୍ରିୟା ସ୍ହଜରେ ଦ୍ୱିକର୍ମକ ହୋଇ
ବ୍ୟବହୃତ ହୋଇ ପାରିଥାଏ । ଯଥା—
(କ) ଆଈ ନାତିନାତୁଣୀମାନଙ୍କୁ ଗପ ଶୁଣାଉଛନ୍ତି ।
(ଖ) ପିରାଏ ଶ୍ରୀଜଗନ୍ନାଥଙ୍କୁ ପ୍ରାର୍ଥନା କଲେ ।
କ ବାକ୍ୟରେ 'ନାତିନାତୁଣୀ' ଓ 'ରପ’କୁ କର୍ମପଦ ଭାବିରେ ଆଧାର କରି ‘ଶୁଣାଉଛଛି’ କ୍ରିୟାର ସାଧନ
ସଂଭବ ହୋଇଛି । ଆଈ କାହାକୁ, କ'ଣ ଶୁଣୀଉଛନ୍ତି- ଏପ୍ରକାର ପ୍ରଶ୍ନ କଲେ ଶୁଣାଉଛନ୍ତି କ୍ରିଯାପାଇଁ ପ୍ରଥମେ
'ନାତିନାତୁଣୀମାନଙ୍କୁ', ପରେ ‘ଗପ ଏପରି ଦୁଇଟି ଉରର ଆସିବ । ବାକ୍ୟରେ ଏପରି ଦୁରଟି ଭରର ଆସୁଥିଲେ
‘କାହାକୁ’ର ଉତ୍ତରଟି ଗୌଣ କର୍ମ ଓ 'କ'ଣ’ର ଉରରଟି ପ୍ରଧାନ କର୍ମ ହୋଇଥାଏ । ଏଠାରେ ଏ ଦିଗରୁ 'ଗପ’
ପ୍ରଧାନ ବା ମୁଖ୍ୟ କର୍ମ ଓ 'ନାତିନାତୁଣୀମାନଙ୍କୁ କୌଣକର୍ମ । ସେହିପରି ‘ଖ-ବାକ୍ୟରେ 'କଲେ' କ୍ରିୟାର ଦୁଇଟି
କର୍ମ ରହିଛି । ଯଥା- 'ଶ୍ରୀଜଗନ୍ନାଥଙ୍କୁ (ବୌଣକର୍ମ) ଓ ପ୍ରାର୍ଥନା (ମୁଖ୍ୟକର୍ମ) ।
ଯେଉଁ କ୍ରିୟା ଦୁଇଟି କର୍ମ ଗ୍ରହଣ କରିଥାଏ ତାହାକୁ 'ଦ୍ବିକର୍ମକ କ୍ରିୟା' କୁହାଯାଏ ।।
