ପଦ ପ୍ରକରଣ-ଅବ୍ୟୟ
ଆମ ଭାଷାରେ ଆମେ ବ୍ୟବହାର କରୁଥିବା ପାଞ୍ଚପ୍ରକାରର ପହ ମଧ୍ୟରୁ ‘ଅବ୍ୟୟ' ଅନ୍ୟତମ ।
ବାକ୍ୟରେ ଏହି ପଦର ରୂପ ଓ ପ୍ରୟୋଗ, ବିଶେଷ୍ୟ, ବିଶେଷଣ, ସର୍ବନାମ ଓ କ୍ରିୟା ଆଦି ଅନ୍ୟ ଚାରିପ୍ରକାର
ପଦଠାରୁ ଅଲଗା । ଏବେ ଆମେ ଅବ୍ୟୟ ପଦର ସ୍ୱାତନ୍ତ୍ର୍ୟ ବିଷୟରେ ବିଚାର କରିବା ।
ତଳ ବାକ୍ୟଗୁଡ଼ିକରେ ବ୍ୟବହୃତ କେତେକ ପଦକୁ ରେଖାଙ୍କିତ ଭାବରେ ଓ କେତେକକୁ କଳାଅକ୍ଷରରେ
ଲେଖାଯାଇଛି । ଏବେ ଉଭୟ ଧରଣର ପଦକୁ ଲକ୍ଷ୍ୟକର ।
(କ) ସେ ଭଲ ଖେଳନ୍ତି; ତେଣୁ ତାଙ୍କୁ ଲୋକମାନେ ଆଦର କରନ୍ତି ।
(ଖ) ସେମାନେ ଭଲ ଖେଳିଲେ; ତେଣୁ ସେମାନଙ୍କୁ ଲୋକେ ଆଦର କଲେ ।
(ଗ) ରାମ ଆଉ ହରି ଦେଖିବାକୁ ଅସୁନ୍ଦର; କିନ୍ତୁ ଭଲ ପଢନ୍ତି।
(ଘ) ଦୀପା ଆଉ ରୂପା ଦେଖିବାକୁ ଅସୁନ୍ଦରୀ; କିନ୍ତୁ ଭଲ ପଢନ୍ତି ଓ ଗାଆନ୍ତି ।
'କ-ଖ' ବାକ୍ୟରେ ଥିବା ରେଖାଙ୍କିତ ବାକ୍ୟଗୁଡ଼ିକୁ ପ୍ରଥମେ ବିଚାର କରିବା ।
'କ'- ବାକ୍ୟରେ 'ସେ' ପଦଟି ତୃତୀୟ ପୁରୁଷ ସର୍ବନାମର ଏକବଚନରୂପ । 'ସେ’ର କୁଟିଳ ବା ତିର୍ଯ୍ୟକ
ରୂପ ହେଉଛି ‘ତାଙ୍କୁ' । 'ତାଙ୍କୁ ମଧ୍ୟ ଏକ ସର୍ବନାମ ପଦ । ‘ସେ' ସର୍ବନାମର ଦ୍ୱିତୀୟା ବିଭକ୍ତିର ରୂପ ‘ତାଙ୍କୁ ।
ଏଠାରେ 'ସେ' ମୂଳରୂପଟି ତା + ଙ୍କୁ = ତାଙ୍କୁରେ ବଦଳି ଯାଇଛି । 'ଲୋକ'- ବିଶେଷ୍ୟ ପଦର ବହୁବଚନ ଚିହ୍ନ
'ମାନେ’ ଲାଗି 'ଲୋକମାନେ' ହୋଇଛି । ବିଶେଷ୍ୟ ପଦ ‘ରୋକ’ର ରୂପ ଏହାଦ୍ବାରା ବଦଳିଯାଇଛି । 'ଖେଳନ୍ତି' ଓ 'କରନ୍ତି'- ଏଦୁଇଟି ଖେଳ ଓ କର କ୍ରିୟାପଦର ବର୍ତ୍ତମାନ କାଳସୂଚକ ରୂପ । 'ଖ'- ବାକ୍ୟରେ ତୃତୀୟ ପୁରୁଷ 'ସେ'ର ଏକବଚନ ରୂପରେ ବହୁବଟନ ସୂଚକ ଚିହ୍ନ ମାନେ' ଲାଗି ସେମାନେ’ ହୋଇଛି । ଏହି ବାକ୍ୟର ଦ୍ୱିତୀୟ ଅଂଶ ସେମାନଙ୍କୁ ସେମାନେ ବହୁବଟନ ରୂପର ଏକ ଭିନ୍ନ ରୂପ ହେଉଛି- 'ସେମାନ’| 'ସେ'ର ସେମାନେ ଓ ‘ସେମାନେ’ର 'ସେମାନ’- ଏପ୍ରକାର ଭିନ୍ନରୂପକୁ ବ୍ୟାକରଣ ଅନୁସାରେ କୁଟିକ ବା ତିର୍ଯ୍ୟକ ରୂପ କୁହାଯାଏ ।
‘ସେମାନେ କୁଟିଳରୂପରେ ଦ୍ଵିତୀୟା ବିଭକ୍ତି ଚିହ୍ନ 'କୁ' ରାଗି ସେମାନଙ୍କୁ ପଦଟି ଗଠିତ ହୋଇଛି । ଏହା ଏକ
ପୁରୁଷବାଟକ ସର୍ବନାମ ପଦ । ବଚନ ବିଭକ୍ତି ବିଭକ୍ତି ଅନୁସାରେ ମୂଳ ରୂପ 'ସେ'- 'ସେମାନେ, ସେମାନଙ୍କୁ'- ଏପରି ଭିନ୍ନରୂପ ଧାରଣ କରିଛି । ସେହିପରି ‘ଲୋକ’ ପ୍ରଥମ ବିଭକ୍ତି ଏକବବନ ରୂପ । 'ଲୋକ' ମୂଳରୂପରେ ବହୁବଟନ ଚିହ୍ନ 'ଏ' ଲାଗି ଲୋକେ ବହୁବଚନମୂଳକ ପଦଟି ଗଠିତ ହୋଇଛି । ସେହିପରି- 'ଖେଳ' ଓ 'କର ମୂଳ କିୟାପଦଟିରେ ଅତୀତକାଳମ୍ବକୁ ପ୍ରତ୍ୟୟ ଲାଗିବାଦ୍ୱାରା ଦୁଇଟି ପରିବର୍ତ୍ତନ, ଭିନ୍ନ ରୂପର ପଦ ‘ଖେଳିଲେ । କଲେ’ ଗଠିତ ହୋଇ ବାକ୍ୟର ଯୋଗହୋଇଛି । ଏଥିରୁ ଜଣାଗଲା-
ପୁରୁଷ ଓ ବଚନ ଭେଦରେ ବିଶେଷ୍ୟ ଓ ସର୍ବନାମ ପଦର ରୂପ ବଦଳି ଯାଇଥାଏ । ସେହିପରି ପୁରୁଷ, ବଟନ ଓ କାଳସୂଚକ ବିଭକ୍ତି ଓ ସୂଚକ ଚିହ୍ନ ଲାଗିଲେ କ୍ରିୟାପଦର ମୁଳରୂପ ଓ ତଦନୁସାରେ ବାକ୍ୟାର୍ଥ ବି ବଦଳିଯାଏ ।
ଗ' ଓ 'ଘ'- ବାକ୍ୟରେ 'ଅସୁନ୍ଦର ଓ ଅସୁନ୍ଦରୀ', ଦୁଇଟି ଗୁଣବାଚକ ବିଶେଷଣ ପଦ ରୂପେ ବ୍ୟବହୃତ ହୋଇଛି |
ଗ-ବାକ୍ୟରେ ପୁରୁଷ ବାଚକ ବିଶେଷଣ ପଦ ରୂପେ ଅସୁନ୍ଦର ବ୍ୟବହୃତ ହୋଇଛି | ଘ ବାକ୍ୟରେ ବିଶେଷ୍ୟ
ପଦ ହେଉଛି ସ୍ତ୍ରୀବାବକ ନାମ- ଦୀପା ଓ ରୂପା । ସ୍ତ୍ରୀବାଚକ ବିଶେଷ୍ୟର ଗୁଣକୁ ବିଶେଷିତ କରିବାକୁ ଯାଇ ଅସୁନ୍ଦର ରେ 'ଇନ୍-' ପ୍ରତ୍ୟୟ ଯୋଗ ହୋଇ 'ଅସୁଦରୀ' ବିଶେଷଣ ପଦଟି ବ୍ୟବହୃତ ହେଉଛି ।
ଏଥିରୁ ଜଣାଗଲା ଲିଙ୍ଗ ଭେଦରେ ବିଶେଷଣ ପଦ ମଧ୍ୟ ରୂପ ବଦଳାଇଥାଏ |
ଏବେ ଆମେ ଉପର ଚାରୋଟିଯାକ ବାକ୍ୟରେ ଥିବା କଳା ଅକ୍ଷରର ପଦ ତିନୋଟି
(ତେଣୁ,ଆଉ କିନ୍ତୁ)କୁ ବିଚାର କରିବା ।
କ-ବାକ୍ୟରେ ଥିବା ରେଖାଙ୍କିତ ବିଶେଷ୍ୟ, ସର୍ବନାମ ଓ କ୍ରିୟାପଦ ପୁରୁଷ-ବଚନ-ବିଭକ୍ତି-କାଳ ଅନୁସାରେ
ଖ-ବାକ୍ୟରେ ବଦଳି ଯାଇଛି । ମାତ୍ର ଗୋଟିଏ ନିର୍ଦ୍ଦିଷ୍ଟ ପଦ ‘ତେଣୁ ଦୁଇଟି ବାକ୍ୟରେ ସମାନ ରୂପରେ
ଅପରିବର୍ତ୍ତିତ ରହିଛି । ସେହିପରି 'ଗ-ଘ' ବାକ୍ୟରେ ବିଶେଷଣ ପଦ ରୂପ ବଦଳାଇଛି | । ମାତ୍ର ଉଭୟ ବାକ୍ୟରେ ଥିବା ଆଉ /କିନ୍ତୁ ପଦର ରୂପରେ କୌଣସି ପରିବର୍ତ୍ତନ ଘଟିନାହିଁ । ଏଥିରୁ ଜଣାଗଲା ଯେ
• ଆମେ ଅନେକ ପଦ ବାକ୍ୟରେ ଭାବପ୍ରକାଶ ପାଇଁ ବ୍ୟବହାର କରୁ ଯେଉଁ ଗୁଡ଼ିକରେ ବଚନ,କାଳ,ପୁରୁଷ
ଲିଙ୍ଗ ଓ ଅନ୍ୟ କୌଣସି ପ୍ରକାରର ବିଭକ୍ତି ଲାଗି ନଥାଏ ।
ବଚନ-ପୁରୁଷ-କାଳ-ବିଭକ୍ତି ଚିହ୍ନ ଲାଗି ନଥିବା କେତେକ ପଦ କୌଣସି ଅବସ୍ଥାରେ ବଦଳେ ନାହିଁ ।
କୌଣସି ପରିସ୍ଥିତିରେ ଓ ବାକ୍ୟରେ କୌଣସି ସ୍ଥାନରେ ଏପ୍ରକାର ପଦର ଆକାରାଦିରେ ହ୍ରାସ-ବୃଦ୍ଧି, ଘଟାନ୍ତର ବା ରୂପ ପରିବର୍ତ୍ତନ ଘଟିନଥାଏ ।
ଆକାରାଦିରେ ହାନି ବା ବ୍ୟୟ ଘଟୁନଥିବାରୁ ଏ ଧରଣର ପଦକୁ 'ଅବ୍ୟୟ କୁହାଯାଏ | ସୁତରାଂ
ଯେଉଁ ପଦଗୁଡ଼ିକର ରୂପରେ ବିଭକ୍ତି, ବଚନ, କାଳ, କାରକ,ଓ ଲିଙ୍ଗାଦି ଭେଦ ଅନୁସାରେ କୌଣସି ପରିସ୍ଥିତିରେ ବ୍ୟୟ ଘଟେ ନାହଁ; ସେହି ଅପରିବର୍ତ୍ତନଶୀଳ ପଦକୁ 'ଅବ୍ୟୟ ପଦ' କୁହାଯାଏ ।
ଓ, ଏବଂ, ଆଉ, ନା, ସିନା, ମାତ୍ର, ତଥାପି, ପ୍ରାୟତଃ, କ୍ୱଚିତ୍, ବୋଲି,ଠୋଠୋ,ଓଃ ଇତ୍ୟାଦି- ଗୋଟିଏ ଗୋଟିଏ ଅବ୍ୟୟ ପଦ ।
ଅବ୍ୟୟପଦର ଶ୍ରେଣୀ ବିଭାଗ :
ବାକ୍ୟ ଗଠନ ପାଇଁ ଓ ବାକ୍ୟାର୍ଥ ନିର୍ଦ୍ଧାରଣ ନିମନ୍ତେ ଆବଶ୍ୟକ ଅନୁସାରେ ଆମେ ନାନାପ୍ରକାରର,ନାନା ଆକାରର ଓ ନାନା ଅର୍ଥର ଅବ୍ୟୟପଦ ବ୍ୟବହାର କରିଥାଉ । ନିମ୍ନମତେ କେତେକ 'ପ୍ରଧାନ ପ୍ରକାରର ଅବ୍ୟୟ ପଦ ବିଷୟରେ ବିଚାର କରାଯାଉଛି । ସେଗୁଡ଼ିକୁ ଲକ୍ଷ୍ୟକର ଓ ଭାଷାରେ ବ୍ୟବହାର କରିବାକୁ ଅଭ୍ୟାସ କର|
ଆମ ଓଡ଼ିଆ ଭାଷାରେ ଚାରିପ୍ରକାର ଶବ୍ଦ ରହିଛି । ଅବ୍ୟୟମୂଳକ ଶବ୍ଦ ମଧ୍ୟ ଏ ଦିଗରୁ ଚାରିପ୍ରକାର ଯଥା: ତତ୍ସମ ବା ସଂସ୍କୃତ ଅନୁରୂପ, ତଦ୍ଭବ ବା ସଂସ୍କୃତରୁ ଜାତ, ଦେଶୀୟ ବା ଖାଣ୍ଟି ଆଞ୍ଚଳିକ ଓଡ଼ିଆ ଓ ବୈଦେଶିକ ବା ଅନ୍ୟଭାଷାରୁ ଆଗତ ଅବ୍ୟୟପଦ ।
ଯେଉଁ--ଅବ୍ୟୟପଦଗୁଡିକ, ଅବିକଳ ସଂସ୍କୃତ ଭାଷା:ପରି ବ୍ୟବହୃତ ହୋଇଥା। ତାହ ତତ୍ସମମୂଳକ
ଅବ୍ୟୟ' । ଯଥା- ପୁନଶ୍ଚ,ଯଦ୍ୟପି,କଦାଚିତ୍, ଅଥବା, କସ୍ମିନ୍, ଅଗତ୍ୟା, ଅୟି, ଅନ୍ୟ; ଈଷତ ।
ଯେଉଁ ଅବ୍ୟୟପଦଗୁଡ଼ିକର ମୂଳ ସଂସ୍କୃତ; ମାତ୍ର ତାହାର ପରିବର୍ଦ୍ଧନ ଘଟି ଓଡ଼ିଆରେ ସଂସ୍କୃତାନୁସାରୀ ହୋଇ ବା ସଂସ୍କୃତ ଅବ୍ୟୟ ପଦରୁ ଉଦ୍ଭବ ହୋଇ ବ୍ୟବହୃତ ହେଉଛି : ତାହାକୁ ତଦଭବମୂଳକ ଅବ୍ୟୟ ଭାବରେ ଗ୍ରହଣ କରାଯାଇପାରେ । ଯଥା- ପଣି (ପୁନଃ > ପୁଣି), କି- (କିଂ > କି), ବାରବାର ବରାବର(ବାରମ୍ବାର > ବାରବାର). କିଛି (କିଂଚିତ > କିଛି), ପ୍ରାୟତଃ > ପ୍ରାୟ (ପ୍ରାୟଶଃ > ପ୍ରାୟତଃ > ପ୍ରାୟ), ଏଣୁ(ଅତଃ>ଏଣୁ)|
ଯେଉଁ ଅବ୍ୟୟପଦଗୁଡ଼ିକ ଅନ୍ୟକୌଣସି ଭାଷାରୁ ଆସିନାହିଁ କିଂବା ସେହି ଅବ୍ୟୟପଦର ମୂଳରୂପ ଅନ୍ୟକୌଣସି ।ଭାଷାରେ ନାହିଁ ଏବଂ ତାହା କେବଳ ଓଡ଼ିଆ ଭାଷାଭାଷୀଙ୍କ ଦ୍ବାରା ବ୍ୟବହୃତ ହୋଇ ଆସୁଛି, ସେଗୁଡ଼ିକୁ 'ଦେଶ୍ୟ ଅବ୍ୟୟପଦ' ବା 'ଦେଶଜ ଅବ୍ୟୟ' କୁହାଯାଇ ପାରେ । ଯଥା : ଆଲୋଆଲୋ, ଉଁଚୁଁ ଆହୁରି, ଆଉ, ଅଃଅ.... : ଆଛା, ଏଇଲେ, ଏବେ, ଏଆଡୁ, ଓଲଟି, ଫେଁଫେଁ, , ଅଇଛା ।
କେତେକ ଅବ୍ୟୟ ପଦ ବିଦେଶୀ ଭାଷାର ପ୍ରଭାବ ଓ ସଂସ୍ପର୍ଶ ହେତୁ ଆମ ଭାଷାରେ ପ୍ରବଚ୍ଛିତ ହୋଇ ଆସୁଛି । ଏଗୁଡ଼ିକୁ 'ବୈଦେଶିକ ଅବ୍ୟୟ ପଦ କୁହାଯାଏ । ଯଥା- ଆସ୍ତେଆସ୍ତେ, ଇସ୍, ପେର, ଅଲବତ, ହାଲୋ,
ହାଏହାଏ, ଫୁସ୍, ରୋଜ୍,ହରଦମ୍ ପ୍ରଭୃତି ।
ରୂପ ବା ଆକାର ଦିଗରୁ ଆମେ ବ୍ୟବହାର କରୁଥିବା ଓଡ଼ିଆ ଭାଷାର ଅବ୍ୟୟ ପଦକୁ ଏକାକ୍ଷର ବିଶିଷ୍ଟ, ଏକାଧିକ ଅକ୍ଷର ବିଶିଷ୍ଟ, ଦ୍ୱିତ୍ୱ ବିଶିଷ୍ଟ ଓ ଯୌଗିକ ଶବ୍ଦ ବିଶିଷ୍ଟ- ଏହିପରି ଚାରିଭାଗରେ ପୁନଶ୍ଚ ବିଭକ୍ତ କରିପାରିବା ।
(କ) ଏକ ବା ଏକାଧିକ ଅକ୍ଷର ବିଶିଷ୍ଟ ଅବ୍ୟୟପଦ ଇ,ତ,ମ, ଓ, ଉଁ, ଏଁ, ଲୋ, ଗୋ, ହୋ, ହେ, ଓଃ, ବାଃ, । ହିଁ,ନା, କି, ଟି, ହଁ, ନି, ଅଃ, ଆଃ, ଛି, ବା, ବି, ହେଁ, ରଃରଃ, କିସ, ବରଂ, ଆଉ, ଆର, ଏବେ,
ଇଲାଗେ, ଇସ, ହଇ, ହେଲେ, କ'ଣ, ନତୁବା, ତଥାପି, କଦାଚିତ,ଅଧିକନ୍ତୁ |
(ଖ) ଦ୍ୱିତ୍ୱ ଶବ୍ଦ ବିଶିଷ୍ଟ ଅବ୍ୟୟପଦ ଗୋଟିଏ ଶବ୍ଦ ଦୁଇଥର ଉଚ୍ଚାରିତ ବା ଲେଖା ହେଲେ ତାହା ଦ୍ୱିତ୍ୱ ହୋଇଥାଏ |
କେତେକ ଦ୍ୱିତ୍ୱଶବ୍ଦ ଆମ ଭାଷାରେ ଅବ୍ୟୟ ଭାବରେ ବ୍ୟବହୃତ ହୁଏ ।
ଯଥା- ଠକ୍ ଠକ୍,ମଡ୍ ମଡ୍,ଚଡ୍,ଚଡ୍, ଠୋଠୋ,ଢୋଢୋ, ଲାଗେଲାଗେ, ଘନଘନ, ବାରବାର, ଢାଏଁଢାଏଁ,ଦୁମ୍ ଦୁମ୍, ନକନକ, ଫଟଫଟ, ସେଁସେଁ, ଟିକେଟିକେ, କ୍ରମେକ୍ରମେ, ଟାଉଁଟାଉଁ, କେବେକେବେ, ଏବେଏବେ,କିଣିକିଣି, କୁତୁକୁତୁ ।
ମନେରଖ ଏପ୍ରକାର ଅବ୍ୟୟରେ ଗୋଟିଏ ନିର୍ଦ୍ଦିଷ୍ଟ ଶବ୍ଦ ଦୋହରା ଯାଇଥାଏ ।
(ଗ) ଏକାଧକ ଅବ୍ୟୟପଦ ଅଥବା ଅବ୍ୟୟପଦ ସହିତ ଅନ୍ୟ ସାଧାରଣ ଶହ ମିଶି ଯୌଗିକ ଅବ୍ୟୟ ପଦ ଗଠନ
କରାଯାଇ ଓଡ଼ିଆ ଭାଷାରେ ବ୍ୟବହୃତ ହୁଏ । ଯଥା
ଅବ୍ୟୟ ପଦ ସହିତ ଅନ୍ୟଏକ ଅବ୍ୟୟପଦ ମିଶି ଯୌଗିକ ଅବ୍ୟୟ ପଦ ଗଠନ କରନ୍ତି ।
ଯଥା-ଯଦି + ବା = ଯଦିବା । ଏଣୁ + ତେଣୁ = ଏଣୁ-ତେଣୁ । ଯଥା + ଚ2 = ଯଥାତଥା । ଯତ୍ର + ତତ୍ର = ଯତ୍ରତତ୍ର। ନାହିଁ +ଟି = ନାହିଁଟି ।:କିସ+-ପାଇଁ = କିସପାଇଁ । କଣ + କି = କଣକି । ଓ' + ଲୋ =ଓଲୋ
.ଯେବେ+ ହେଲେ= ଯେବେହେଲେ ! କେବେ+ହେଁ '='କେବେହେଁ/ ପୁନରପି/ ଆହୁରିବି ।
ଯଦି + ଅପି = ଯଦ୍ୟପି । ଆଉ+କିଛି = ଆଉକିଛି ।
ଅବ୍ୟୟପଦ ସହିତ ଅନ୍ୟଏକ ସାଧାରଣ ପଦ ମିଶି ଯୌଗିକ ଅବ୍ୟୟ, ପଦ ଗଠନ କରନ୍ତି । ଯଥା
ଯଥା + ଶକ୍ତି = ଯଥାଶକ୍ତି । ଅନ୍ୟ + ଥା = ଅନ୍ୟଥା । ଯଥା + ପୂର୍ବ =ଯଥାପୂର୍ବ । ପୂର୍ବ + ଅବଧି = । ପୂର୍ବାବଧି ।
ବାକ୍ୟାର୍ଥ ନିର୍ଦ୍ଧାରଣ, ବ୍ୟବହାରିକ ଅର୍ଥ ଓ କାର୍ଯ୍ୟ ଭେଦ ଅନୁସାରେ ଓଡ଼ିଆ ଅବ୍ୟୟ ପଦଗୁଡ଼ିକ ବିଭିନ୍ନ
ପ୍ରକାରର । କେଉଁ ପ୍ରକାରର ଅବ୍ୟୟପଦ ବାକ୍ୟରେ ବ୍ୟବହୃତ ହୋଇ କିକି କାର୍ଯ୍ୟ କରନ୍ତି ଓ କିପ୍ରକାରେ ଅର୍ଥ
ପ୍ରଦାନ କରନ୍ତି ତାହା ନିମ୍ନମତେ ଆଲୋଚନା କରାଯାଉଛି ।.
ସଂଯୋଜକ ଅବ୍ୟୟ :
ତଳ ବାକ୍ୟଗୁଡିକୁ ପଢ଼ ଓ ମୋଟା ଅକ୍ଷରର ଅବ୍ୟୟପଦଗୁଡ଼ିକର ବାକ୍ୟରେ କି ପ୍ରକାର ଭୂମିକା ରହିଛି ଇକ୍ଷ୍ୟକର ।
(କ) କୁନି ଓ ମିନି ଦୁଇ ଭଉଣୀ ।
(ଖ) ମୁଁ ଆଉ ସେ ମିଶିକରି ଖେଳିବ ।
(ଗ) ତୁମେ ହାଟକୁ ଯାଇଥିବ ଏବଂ ସେଠାରେ ନକୁଳ ତୁମକୁ ଭେଟିବ ।
(ଘ) ଆପଣ ସେହି କାମଟି ସାରି ଆହୁରି ଏ କାମରେ ହାତ ଦେଲେଣି ।
(ଙ) ଦଶଟା ଭିତରେ ସେଠି କାମ ସାରି ପୁଣି ଏଗାରଟା ବେଳେ ଏଠିକି ଆସ ।
.
'କ-ଖ' ବାକ୍ୟ ଦୁଇଟିରେ 'ଓ /ଆଉ 'ଆଉ ଦୁଇଟି ଅବ୍ୟୟପଦ । କୁନି-ମିନି ବିଶେଷ୍ୟ ପଦ ମଧ୍ୟରେ 'ଓ' ବସିଛି ଓ ଉଭୟକୁ ସଂଯୋଗ କରୁଛି । ସେହିପରି ମୁଁ-ସେ ସର୍ବନାମ ପଦ ଦୁଇଟି ମଝିରେ 'ଆଉ' ବ୍ୟବହୃତ ହୋଇ ଉଭୟ ମଧ୍ୟରେ ସଂଯୋଜନାର ଭୂମିକା ସଂପନ୍ନ କରୁଛି । 'ଗ-ଘ-ଙ' ବାକ୍ୟ ତିନୋଟିରେ 'ଏବଂ ଆହୁରି, ପୁଣି ତିନୋଟି ଅବ୍ୟୟପଦ ରହିଛି । ପ୍ରତ୍ୟେକ ବାକ୍ୟରେ ଦୁଇ ଦୁଇଟି ଅଲଗା ଅଲଗା ରାବର ବାକ୍ୟ ରହିଛି । ଅଲଗା ଅଲଗା ବାକ୍ୟକୁ 'ଏବଂ, ଆହୁରି, ପୁଣି’ ସଂଯୋଗ କରି ଗୋଟିଏ ବାକ୍ୟରେ ପରିଣତ କରୁଛି । କ-ଖ ବାକ୍ୟରେ ବ୍ୟବହୃତ ଅବ୍ୟୟପଦ ଦୁଇଟି ପଦକୁ ଓ ଗ - ଘ - ଙ ବାକ୍ୟରେ ବ୍ୟବହୃତ ଅବ୍ୟୟପଦ ଦୁଇଟି ବାକ୍ୟକୁ ସଂଯୋଗ କରୁଛି । ଏଥିରୁ ଜଣାଗଲା,
ଯେଉଁ ଅବ୍ୟୟପଦ ଦୁଇଟି ଶବ୍ଦ ବା ପଦ ଅଥବା ବାକ୍ୟକୁ ସଂଯୋଜନ କରେ ତାହାକୁ ସଂଯୋଜକ ଅବ୍ୟୟ କୁହାଯାଏ ।
ଓ, ଏବଂ, ଆଉ, ପୁଣି, ଆହୁରି, ଫେର୍,ମଧ୍ୟ, ବି, ହେଁ- ପ୍ରଭୃତି ଏପ୍ରକାର ଅବ୍ୟୟ ପଦର ଦୃଷ୍ଟାନ୍ତ ।
ଏସବୁ ଅବ୍ୟୟ ପଦ ମଧ୍ୟରୁ 'ଏବଂ' ସାଧାରଣତଃ ବାକ୍ୟ ଯୋଗ ପାଇଁ ବ୍ୟବହୃତ ହୋଇଥାଏ ।
ମୁଖ୍ୟତଃ ପହ ସହିତ ପଦର ଯୋଗ ପାଇଁ ବ୍ୟବହୃତ ହୁଏ ।
ବିଯୋଜକ ଅବ୍ୟୟ :
ଭାବ ଅନୁସାରେ ଯେଉଁ ଅବ୍ୟୟପଦ ଦ୍ଟୁଇଟି ପଦ ଅଥବା ବାକ୍ୟକୁ ବିଯୋଜନ କରିଦିଏ ବା ଅଲଗା କରିଦିଏ
ତାହାକୁ 'ବିଯୋଜକ ଅବ୍ୟୟ' କୁହାଯାଏ । କିନ୍ତୁ, ମାତ୍ର, ତଥାପି, ଅଥଚ, ଅଥବା, କିମ୍ବା, ବା, ନତୁବା, ଅବା, ନା, କିବା,
ହେଲେବି- ଇତ୍ୟାଦି, ଏହି ପ୍ରକାର ଅବ୍ୟୟର ଅନ୍ତର୍ଗତ । ଏବେ ତଳ ଉଦାହରଣଗୁଡିକୁ ଲକ୍ଷ୍ୟକର |
(କ) ସେ କହିବେ ନା ମୁଁ କହିବି ।
(ଖ) ହୀରା କିଣିବ କି ସୁନା କିଣିବ ସେ ଜାଣିଥିବ ।
(ଗ) ତୁମେ ଲେଖିବ ବା ସେ ଲେଖିବେ, ପରେ ବିଚାର ହେବ ।
(ଘ) ହରି କଟକ ଆସିଲା, କିନ୍ତୁ ମତେ ଦେଖା କଲାନାହିଁ।
(ଙ) ତୁମେ ଚାହିଁଲେ ଖେଳିବ ନତୁବା ଫେରିଯିବ ।
(ଚ) ଏପ୍ରଶ୍ନର- ଅଥବା ସେହି ପ୍ରଶ୍ନର ,ଉତ୍ତର ଦିଅ ।
ଉପର ବାକ୍ୟଗୁଡ଼ିକରେ ‘ନା, କି, ବା, କିନ୍ତୁ, ନତୁବା, ଅଥବା’ ଇତ୍ୟାଦି ବିଯୋଗକାରୀ ଅବ୍ୟୟ ପଦଗୁଡ଼ିକ
ପଦ ବା ବାକ୍ୟକୁ ଅଲଗା କରୁଛନ୍ତି ।
କାରଣସୂଚକ ଅବ୍ୟୟ ବା ହେତୁବାଚକ ଅବ୍ୟୟ :
ବାକ୍ୟର ଭାବକୁ ହେତୁବୋଧକ ବା କାରଣ ସୂଚକ କରିବା ପାଇଁ ଆମେ ଯେଉଁ ଅବ୍ୟୟ ପଦଗୁଡ଼ିକୁ ବ୍ୟବହାର
କରିଥାଉ ତାହାକୁ 'କାରଣସୂଚକ ଅବ୍ୟୟ' କୁହାଯାଏ । ଉଦାହରଣ ସ୍ଵରୂପ-
(କ) ତୁମେ ଦୋଷ କରିଛ, ତେଣୁ ଭୁଲ ମାଗିବା ଉଚିତ ।
(ଖ) ସେ ଗରିବ, କାରଣ ସେ ଅଳସୁଆ ଓ ଅକର୍ମା ।
(ଗ) ତୁମେ ହାରିଲ ; ଅତଏବ ତୁମେ ସର୍ତ୍ତ ମାନିବାକୁ ବାଧ୍ୟ ।
ଏହି ଶ୍ରେଣୀର ଅନ୍ୟ କେତୋଟି ଅବ୍ୟୟପଦ ହେଲେ- ଯେହେତୁ, ତା'ହେଲେ, ସୁତରାଂ, ଯଦିବା, କାଳେ,
ହେତୁ, ଏଣୁ, ଯେଣୁ । ଏ ପ୍ରକାରର ଅବ୍ୟୟ ବାକ୍ୟରେ କାର୍ଯ୍ୟ ଓ ତା’ର କାରଣକୁ ସୂଚିତ କରିଥାଏ ।
ସମୟସୂଚକ ବା କାଳସୂଚକ ଅବ୍ୟୟ :
ବାକ୍ୟାର୍ଥକୁ କାଳ ବା ସମୟସୂଚକ କରି ପ୍ରକାଶ କରୁଥିବା ଅବ୍ୟୟ ପଦକୁ 'ସମୟସୂଚକ ଅବ୍ୟୟ' କୁହାଯାଏ ।
କେତୋଟି ଦୃଷ୍ଟାନ୍ତ :
(କ) ତୁମ କଥା ସର୍ବଦା ମନେରଖିବି ।
(ଖ) ସେ ଏବେଏବେ ପହଞ୍ଚିଲେ ।
(ଗ) ପିଲାମାନେ ଏହିକ୍ଷଣି ଆସିଯିବେ ।
(ଘ) ହଠାତ୍ ସେ ରାଗିଯିବେ, ଏମିତି ଭାବି ନଥିଲି ।
ଏହି ଶ୍ରେଣୀରି ଅନ୍ୟାନ୍ୟ କାଳସୂଚକ ଅବ୍ୟୟ ପଦଗୁଡ଼ିକ ହେଲେ- ତା'ପରେ, ଏହାପରେ, ଏବକା, ଏକ୍ଷଣି,
ଏଇନେ, ଇଲାଗେ, ସଂପ୍ରତି, ଏଇନା, ଏକଦା, ସର୍ବଦା, ଏଇଲେ, ଯେତେବେଳେ, ସେତେବେଳେ, କେତେବେଳେ,
ଏତେବେଳେ, ଏବେଳରେ, କେବେ, ଯେବେ, ଆଜିକାଲିକା, ଯୁଗେଯୁଗେ, କାଳକାଳ, ବେଳେବେଳେ ।
ବିଭକ୍ତିସୂଚକ ଅବ୍ୟୟ :
କେତେକ ଅବ୍ୟୟପଦ ବାଜ୍ୟରେ ବିଶେଷ୍ୟ ପଦପରେ ବସି ବିଭକ୍ତିପରି କାର୍ଯ୍ୟ କରିଥାନ୍ତି । କେତେକ ଅବ୍ୟୟ
ପଦ ଯୋଗ ହେବା ଦ୍ୱାରା ବିଶେଷ୍ୟ ପଦ ନିର୍ଦ୍ଦିଷ୍ଟ ବିଭକ୍ତିସୂଚକ ହୋଇଥାଏ । ଉଦାହରଣ ସ୍ୱରୂପ-
(କ) ସେହି ଜଙ୍ଗଲରେ ଚିତ୍ରଗ୍ରୀବ ବୋଲି ଜଣେ କୋପତରାଜ ଥିଲେ । .
(ଖ) ମିଥ୍ୟାବାଦୀକୁ ଧିକ୍ |
(ଗ) ତାଙ୍କ ଦେଇ ଏକାମଟି ହେବ ।
(ଘ) ତୁମ ଅପେକ୍ଷା ସେ ଯଥେଷ୍ଟ ଆଗୁଆ ।
ଏଠାରେ
କ-ବାକ୍ୟରେ 'ବୋଲି' ଅବ୍ୟୟ ପଦ ଯୋଗେ ‘ଚିତ୍ରଗ୍ରୀବ’ ପ୍ରଥମ ବିଭକ୍ତିର ରୂପ ହୋଇଛି ।
ଖ- ବାକ୍ୟରେ ଧିକ୍ ଅବ୍ୟୟ ପଦକୁ ଆଧାର କରି ‘ମିଥ୍ୟାବାଦୀକୁ' ପଦଟି ଦ୍ୱିତୀୟା ବିଭକ୍ତିର ହୋଇଛି । ଗ-‘ତାଙ୍କ' ସର୍ବନାମ ପଦପରେ ‘ଦେଇ ବିଭକ୍ତି ଚିହ୍ନବତ୍ତ୍ ବସିବାଦ୍ଵାରା ତୃତୀୟ ବିଭକ୍ତି ସୂଚିତ ହେଉଛି (ତାଙ୍କଦେଇ ଅର୍ଥାତ ତାଙ୍କ ଦ୍ଵାରା) ।
ଘ-ବାକ୍ୟରେ “ଅପେକ୍ଷା" ପଦଟି ଦ୍ଵାରା ପଞ୍ଚମୀ ବିଭକ୍ତିର 'ଠାରୁ ଅର୍ଥ ସୂଚିତ ହେଉଛି । ସୁତରାଂ-
ବାକ୍ୟରେ ଯେଉଁ ଅବ୍ୟୟପଦ ଦ୍ୱାରା ବିଭକ୍ତିମୂଳିକ ଅର୍ଥ ସୂଚିତ ହୋଇଥାଏ ତାହାକୁ 'ବିଭକ୍ତିସୂଚକ ଅବ୍ୟୟ'
କୁହାଯାଏ । ଏ ପ୍ରକାରର ଅବ୍ୟୟ ପଦ ବାକ୍ୟରେ ବିଶେଷ୍ୟ ପଦ ପାଇଁ ଠିକ୍ ବିଭକ୍ତି ପରି କାର୍ଯ୍ୟ କରିଥାଏ ।
ଏହି ଶ୍ରେଣୀର ଆଉ କେତେକ ଅବ୍ୟୟ ପଦ-କର୍ତ୍ତୃକ, ଦ୍ୱାରା, ପାଇଁ, ଲାଗି, ଯୋଗୁଁ, ଠାରୁ, ଠାରେ, ଦେହି, ହେତୁ, ବିନା, ସହିତ,ନିମନ୍ତେ । ଏପ୍ରକାର ଅବ୍ୟୟ ପଦଗୁଡ଼ିକ ଯୋଗୁଁ ବାକ୍ୟରେ ଅନ୍ୟପଦର ବିଭକ୍ତି ସୂଚିତ ହୋଇଥାଏ ।
ପଦାନ୍ୱୟୀ ଅବ୍ୟୟ:
ପଦାନ୍ୱୟୀ କହିଲେ ବାକ୍ୟରେ ଅନ୍ୟପଦ ସହିତ ସମ୍ବନ୍ଧିତ ହେବାକୁ ବୁଝାଏ । ଯେଉଁ ଅବ୍ୟୟ ପଦ ବାକ୍ୟରେ
ବ୍ୟବହୃତ ହୋଇ ପୂର୍ବବର୍ତ୍ତୀ ସମ୍ବନ୍ଧ ପଦ (ବିଶେଷ୍ୟ । ସର୍ବନାମ ପଦ) ସହିତ ଅନ୍ୱିତ ହୋଇଥାଏ ବା ଅର୍ଥ ସମ୍ବନ୍ଧ ରଖିଥାଏ ତାହାକୁ 'ପଦାନ୍ୱୟୀ ଅବ୍ୟୟ' କୁହାଯାଏ ।
ପଦାନ୍ୱୟୀ ଅବ୍ୟୟ ପଦ ଯୋଗରେ ବାକ୍ୟରେ ଅନ୍ୟାନ୍ୟ କେତେକ ପଦ ବିଭକ୍ତିଯୁକ୍ତ ଅର୍ଥ ପ୍ରକାଶ କରନ୍ତି ।
ବିନା, ଯାଏ, ଯାକେ, ପ୍ରତି, ଅପେକ୍ଷା, ପର୍ଯ୍ୟନ୍ତ, ସହ, ସହିତ, ଅବଧି, ନିମିତ୍ତ, ଛଡ଼ା, ଯୋଗୁଁ, ବାବଦ, ମାର୍ଫତ,
ତୁଲ୍ୟ, ସମ, ସଦୃଶ, ପରି, ସକାଶେ, ଅନୁସାରେ- ଇତ୍ୟାଦି ଏହି ଶ୍ରେଣୀୟ ଅବ୍ୟୟ ପଦ । ଉଦାହରଣ ଦୁଇଟିକୁ ଇକ୍ଷ୍ୟକର ।
ତୁମ ସହ ଆଉଜଣେ ଆସିଥିଲେ ।
ତାଙ୍କ ବିନା ଅନ୍ୟଗତି ନାହିଁ ।
ଉପରଲିଖତ ବାକ୍ୟରେ 'ସହ' ଅବ୍ୟୟପଦ ଯୋଗେ 'ତୁମ’ ପଦଟି ଷଷ୍ଠୀ ବିଭକ୍ତିର ହୋଇଛି । ଅର୍ଥାତ ଷଷ୍ଠୀ
ବିଭକ୍ତି ପଦ ସହିତ 'ସହ' ଅବ୍ୟୟ ପଦର ଅନ୍ୟ ବା ସମ୍ବନ୍ଧ ଘଟିଛି । ତେଣୁ 'ସହ ଏକ ପଦାନ୍ୱୟୀ ଅବ୍ୟୟ ।
ସେହିପରି ‘ବିନା ଅବ୍ୟୟ ପଦ ଯୋଗେ ‘ତାଙ୍କ ପଦଟି ଷଷ୍ଠୀ ବିଭକ୍ତିମୂଳକ ହୋଇଛି । ଷଷ୍ଠୀ ବିଭକ୍ତି ପଦ ‘ତାଙ୍କ’ (ତା + ଙ୍କ) ସହିତ ଅନ୍ୱିତ ହୋଇଥିବାରୁ ‘ବିନା' ଏକ ‘ପଦାନ୍ୱୟୀ ଅବ୍ୟୟ’ ପଦ ।
ସେ କାମ ଅନୁସାରେ ଦରମା ପାଇବେ ।
ତୁମ ଛଡ଼ା ତାଙ୍କର କେହି ନାହିଁ ।
ମୋ ସକାଶେ ସେ ଗଲେ ।
ଏକଥା ବାଙ୍କ ସାରଙ୍କ ପର୍ଯ୍ୟନ୍ତ ଗଲାଣି ।
କୃଷ୍ଠ ଲାଗି ଗୋପଦାଣ୍ଡ ସୁନ୍ଦର ।
ବିଭକ୍ତି ସୂଚକ ଅବ୍ୟୟ ପଦ ବାକ୍ୟରେ ବିଭକ୍ତି ଚିହ୍ନ ପରି ବ୍ୟବହୃତ ହୁଏ ଓ ପଦସହିତ ସଂଯୁକ୍ତ ହୋଇ ବା
ଲାଗିକରି ରହେ । ଯଥା- ତାଙ୍କଠାରେ ମୋର କାମଅଛି । ମାତ୍ର ପଦାନ୍ୱୟୀ ଅବୀୟ ଅନ୍ୟପଦ ସହିତ କେବଙ୍କ
ଅର୍ଥସୂଚକ ସମ୍ବନ୍ଧ ରଖି ଅନିତ୍ୱ ହୋଇଥାଏ । ଯଥା-ପାଣ୍ଡବମାନଙ୍କ ସହିତ ଦ୍ରୌପଦୀ ବି ଗଲେ |
ବୀପ୍ ସାର୍ଥକ ଅବ୍ୟୟ :
ବୀପସା କହିଲେ ବାରମ୍ବାରତା ବା ଥରକପରେ ପଣି ଥରେ ଘଟିବାର ଧାରାକୁ ବୁଝାଏ । ବାକ୍ୟରେ ଯେଉଁ
ଅବ୍ୟୟ ପଦଗୁଡିକ ବାରମ୍ବାରତାକୁ ବା ଥରକଥର ଘଟୁଥିବାର ଭାବକୁ ପ୍ରକାଶ କରିଥାଏ ତାହାକୁ ବୀପ୍ ସାର୍ଥକ
ଅବ୍ୟୟ ପଦ କୁହାଯାଏ । ଆମ ଭାଷାରେ କେତେକ ସ୍ଥଳରେ ଶବ୍ଦର ଦ୍ୱିତ୍ୱ କରାଯାଇ ଏ ଶ୍ରେଣୀୟ ଅବ୍ୟୟପଦ
ଗଢ଼ାଯାଏ ଓ ବାକ୍ୟରେ ବ୍ୟବହାର କରାଯାଏ । ଘନଘନ, ବାରମ୍ବାର, ପୁନଃପୁନଃ, ଲାଗ୍ ଲାଗ୍, ଲଗାଏତ୍, ଲଗାତର୍, ମୁହୁର୍ମୁହୁଃ ଧୀରେଧୀରେ,ଧାର୍ ଧାର୍, କାଳେକାଳେ, ବେଳେବେଳେ, ବାରବାର-ଇତ୍ୟାଦି ଏହି ଶ୍ରେଣୀର କେତୋଟି ଅବ୍ୟୟପଦ । ଏପ୍ରକାର ଅବ୍ୟୟପଦର ବାକ୍ୟରୂପକୁ ନିମ୍ନ ଉଦାହରଣ ଦୁଇଟିରୁ ଲକ୍ଷ୍ୟକର ।
(କ) ଶ୍ରୋତାମାନେ ଘନଘନ କରତାଳି ଦେଲେ ।
(ଖ) କ୍ରମେକ୍ରମେ ସେ ସବୁ ଭୁଲିଗଲେ ।
(ର) ଏଣିକି ଦିନେ ନୁହେଁ, ସେ ଲଗାତର ଆସିବ ।
(ଘ) ଅହରହଃ ସେ ଧାଉଁଛି ।
ନିଷେଧାର୍ଥକ ଅବ୍ୟୟ :
ସାଧାରଣତଃ ଆମେ ଭାବକୁ ହିଁ । ବା, ସମ୍ପତି । ଅସମ୍ମତି, ଅଛି । ନାହିଁ : ବାରଣ । ନିବାରଣ ଓ ନାସ୍ତିବାଚକ ଅସ୍ତିବାଚକ କରି ପ୍ରକାଶ କରିଥାଉ । ନାସ୍ତିବାଚକ ଭାବାର୍ଥ ପାଇଁ ଆମେ କେତେକ ଅବ୍ୟୟ ପଦ ବ୍ୟବହାର କରିଥାଉ । ଏ ପ୍ରକାର ଅବ୍ୟୟପଦ ଦ୍ବାରା 'ହଁ' ସୂଚକ ବାକ୍ୟଗୁଡ଼ିକ 'ନା ସୂଚକ ହୋଇ ରୂପପାଏ । ସୁତରାଂ ଯେଉଁ ଅବ୍ୟୟ ପଦ ଦ୍ୱାରା ବାକ୍ୟାର୍ଥର ନିଷେଧ ବା ବାରଣ ସୂଚିତ ହୁଏ ତାହାକୁ 'ନିଷେଧାର୍ଥକ ଅବ୍ୟୟ' କୁହାଯାଏ । କେତୋଟି ଉଦାହରଣକୁ ଲକ୍ଷ୍ୟକର ।
• ନା, ଆଉ ହେବାର ନାହିଁ ।
• ଏହା କର, ନହେଲେ ଅସୁବିଧାରେ ପଡ଼ିବ ।
• ମନଦେଇ ପଢ଼, ନଚେତ୍ ବିଫଳ ହେବ ।
• ନ ଯିବ ଯଦି ନ କହିଲେ କେମିତି ଜାଣିବି ।
ଏ ଶ୍ରେଣୀର ଅନ୍ୟାନ୍ୟ ଅବ୍ୟୟପଦଗୁଡ଼ିକ ହେଲେ ନି, ନାଇଁ, ନୁହେଁ ।
ସମ୍ଭାବନାସୂଚକ ଅବ୍ୟୟ
ବାକ୍ୟାର୍ଥକୁ ସମାବନା ଅର୍ଥରେ ସୂଚିତ କରୁଥିବା ଅବ୍ୟୟପଦକୁ 'ସମାବନାସୂଚକ ଅବ୍ୟୟ' କୁହାଯାଏ ।
ଆମେ ନିତିଦିନିଆ ଜୀବନରେ ବ୍ୟବହାର କରୁଥିବା ସଂଭାବନା ସୂଚକ ଅବ୍ୟୟ ପଦଗୁଡ଼ିକ ମଧ୍ୟରୁ-ଯଦି,
ଯେବେ, କାଳେ, ତେବେ, ଯଦ୍ୟପି, ପ୍ରାୟେ, ବୋଧେ, ହୁଏତ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଉଦାହାରଣ
କେତୋଟିକୁ ଲକ୍ଷ୍ୟକର ।
• ଯଦି ବର୍ଷା ହୁଏ, ତେବେ ସେ ଆସିବ ନାହିଁ ।
• କାଳେ ସେ ଆସିବେ, ସେଥପାଇଁ ତୁମେ ଅପେକ୍ଷାକର ।
ଚାରିଦିନ ଭିତରେ ବୋଧେ ଏ କାମ ସରିବ ନାହିଁ ।
ସମ୍ବୋଧନସୂଚକ ଅବ୍ୟୟ:
ଅନ୍ୟକୁ ଆଦର, ଅନାଦର, ଶ୍ରଦ୍ଧା, ସମ୍ମାନ ଭିତ୍ତିରେ ଆମେ ସୟୋଧନ କରି କଥା କହିଥାଉ । ଅନ୍ୟକୁ
ସମ୍ବୋଧନ କରିବା ପାଇଁ ଯେଉଁ ଅବ୍ୟୟପଦ ବ୍ୟବହୃତ ହୁଏ ତାହାକୁ 'ସମ୍ବୋଧନସୂଚକ ଅବ୍ୟୟ' କୁହାଯାଏ । ଯଥା :
(କ) ଆଲୋ ସଖୀ ! ଆପଣା ମହତ ଆପେରଖି । (ଆଦର ଅର୍ଥରେ)
(ଖ) ଆହେ ଦୟାମୟ ! ମୋ ଗୁହାରି ଶୁଣ । (ଭକ୍ତି ଓ ସମ୍ମାନ ଅର୍ଥରେ)
(ଗ) ଆରେ ଟୋକା ! ତୋର ଆଉ ଦେଖା ନାହିଁ ? (ଅନାଦର ଅର୍ଥରେ)।
(ଘ) ଆବେ ପିଲା ! ତୋତେ କ’ଣ ଶୁଭୁନାହିଁ ? (ଅନାଦର ଅର୍ଥରେ) ।
କେତେକ କ୍ଷେତ୍ରରେ ଆମେ ସ୍ତ୍ରୀବାଚକ ଓ ପୁରୁଷବାଚକ କର୍ତ୍ତାପଦ ପାଇଁ ଅଲଗା ଅଲଗା ସମ୍ବୋଧନମୂଳକ
ଅବ୍ୟୟପଦ ବ୍ୟବହାର କରିଥାଉ |ଯଥା:
ହଇରେ ନରି । ତୋ ଭାଇ କୁଆଡେଗଲେ କି ? (ପୁରୁଷ ବାଚକ)
ହଇଲୋ ଲିଲି ! ତୋ ଭାଇ କୁଆଡ଼େ ଗଲେ ବି ?(ସ୍ତ୍ରୀ ବାଚକ)
• ହେ ! ତୁମେ ଆସିବଟି ? (ପୁରୁଷ ବାଚକ)
• ଆଗୋ ! ତୁମେ ଆସିବଟି ? ଆଲୋ ! ତୁ ଆସିବୁଟି ? (ସ୍ତ୍ରୀ ବାଚକ)
ଏହି ପ୍ରକାରର ଅନ୍ୟ ଅବ୍ୟୟପଦଗୁଡ଼ିକ ହେଉଛି- ହୋ, ରେ, ଆଲୋ, ହୟୋ, କିଓ, ବେ, ଗୋ, ଭୋ,
ହଇହେ, ଲୋ, ଇଲୋ, ଇତ୍ୟାଦି ୍|
ବିକଳ୍ପାର୍ଥକ ଅବ୍ୟୟ
ବେଳେବେଳେ ଆମକୁ ଭାବ ପ୍ରକାଶ କରିବା ସମୟରେ ସମଜାତୀୟ ଦୁଇ ବା ତହିଁରୁ ଅଧୁକ ବିଷୟ ମଧ୍ୟରୁ
ଗୋଟିଏକୁ ବାଛିବାକୁ ପଡ଼ିଥାଏ । ନିର୍ବାଚନ କରି ଗୋଟିକୁ ଅନ୍ୟ ବଦଳରେ ନିର୍ଦ୍ଦିଷ୍ଟ କରିବାକୁ ଆମେ ବିକଳ୍ପ'
କହିଥାଉ । ବାକ୍ୟରେ ମଧ୍ୟ ସମାନ ଧରଣର ଦୁର ପ୍ରକାର ସଂଭାବନା, ଦୁଇ ପ୍ରକାର ଭାବ, ଦୁଇପ୍ରକାର କାର୍ଯ୍ୟ
ଦୁଇପ୍ରକାର ପଦ, ଗୁଣ,ଅବସ୍ଥା ମଧ୍ୟରୁ ଗୋଟିଏକୁ ବାଛିବାକୁ ଆବଶ୍ୟକ ପଡ଼ୁଥିଲେ ଅମେ ଏଥିପାଇଁ ବିକଳ୍ପ ସୂଚକ ପଦ ଭାବରେ କେତେକ ଅବ୍ୟୟପଦ ବ୍ୟବହାର କରିଥାଉ । ସୁତରାଂ ବାକ୍ୟରେ ଯେଉଁ ଅବ୍ୟୟପଦ ଦ୍ୱାରା ବିକଳ୍ପ ଅର୍ଥ ପ୍ରକାଶପାଏ, ତାହାକୁ ‘ବିକଳ୍ପାର୍ଥକ ଅବ୍ୟୟ' କୁହାଯାଏ ।
କି, ଅବା, ଅଥବା, କିମ୍ବା, ନତୁବା, ବା, ନଚେତ୍, ନୋହିଲେ ଇତ୍ୟାଦି ଏକଏକ ବିକଳ୍ପାର୍ଥକ ଅବ୍ୟୟ ।
ଏପ୍ରକାର ଅବ୍ୟୟପଦର ବ୍ୟବହାରିକ ଗୁରୁତ୍ୱକୁ ନିମ୍ନ ଦୃଷ୍ଟାନ୍ତରୁ ଇକ୍ଷ୍ୟ କର ।
ତୁମେ କିନ୍ତୁ ସେ ଏ କାମଟିରେ ହାତଦିଅ ।
• କି-ବିଭାଗ ଅଥବା ଝବିଭାଗ, କୌଣସି ଗୋଟିକୁ ବଛି ପ୍ରଶ୍ନ ଅନୁସାରେ ଉତ୍ତର ଦିଅ ।
• ରୁନି ଅବା ସୁନା ; କେହି ଜଣେ ଘରେ ରହିବ ।
ବେଳେବେଳେ ବିଯୋଜକ ଅବ୍ୟୟ ଓ ବିକକାର୍ଥକ ଅବ୍ୟୟପଦ (ଯଥା-ଅବା, କିବା, ନତୁବା,ନତ) ଏକା
ହୋଇଥାଏ । କେଉଁ ଅର୍ଥରେ ଅବ୍ୟୟ ପଦଟି ବାକ୍ୟରେ ବ୍ୟବହୃତ ହୋଇଛି ତାହାକୁ ସୂକ୍ଷ୍ମଦୃଷ୍ଟିରେ ବିଚାର କରିବାକୁ ପଡ଼େ । ଏକ୍ଷେତ୍ରରେ ଯେଉଁ ଅବ୍ୟୟ ପଦଦ୍ୱାରା ପଦ ବା ବାକ୍ୟ ଅଲଗା ଅଲଗା ହୋଇଥାଏ ତାହାକୁ ବିଯୋଜକ ଅବ୍ୟୟ ଓ ଯାହାଦ୍ୱାରା ଗୋଟିଏକୁ ନିର୍ଦ୍ଦିଷ୍ଟ ଭାବରେ ବାଛିବାକୁ ପଡ଼େ ତାହାକୁ ବିକଳ୍ପାର୍ଥକ ଅବ୍ୟୟ ପଦ ବୋଲି ଜାଣିବାକୁ ହେବ ଯଥା :
ତୁମେ ପଢ଼ ନଚେତ୍ ଉତ୍ତୀର୍ଣ୍ଣ ହେବନାହିଁ । -(ବିଯୋଜକ ଅବ୍ୟୟ) ।
ତୁମେ ଏଠି ଏବେ ସତ କୁହ, ନଚେତ୍ ଚୁପଚାପ ଚାଲିଯାଅ । -(ବିକଳ୍ପାର୍ଥକ ଅବ୍ୟୟ)
ସାଦୃଶ୍ୟବୋଧକ ଅବ୍ୟୟ
ବାକ୍ୟରେ ଯେଉଁ ଅବ୍ୟୟ ପଦ ସାଦୃଶ୍ୟ ବୁଝାଇବା ପାଇଁ ବ୍ୟବହୃତ ହୁଏ, ତାହାକୁ 'ସାଦୃଶ୍ୟବୋଧକ
ଅବ୍ୟୟ' କୁହାଯାଏ । ଏହି ଶ୍ରେଣୀରେ ଅବ୍ୟୟପଦ ମର- ଯେପରି, ସେପରି, ଏପରି, ଏଭଳି, ଏରୂପେ,
ସେରୂପେ, ଯଥା, ତଥା, ପ୍ରାୟ, ପରି, ଭଳି, ସମ, ଦୂଲ, ଯିମିତି, ସିମିତି, ସରି, ଯେମନ୍ତ, ତେମନ୍ତ, ଯେହ୍ନେ,
କେହ୍ନେ, ଯେସନ, ତେସନ ଇତ୍ୟାଦି ଉଲ୍ଲେଖଯୋଗ୍ୟ । ଏବେ ଉଦାହରଣ ତିନୋଟିକୁ ଲକ୍ଷ୍ୟକର ।
ଯେମିତି କର୍ମ, ସେମିତି ଫଳ ।
ଧରଣୀ ପରି ମାଆ ମୋର ସହନଶୀଳା ।
ତୁମ ଭଳି ପିଲାଟିଏ, ମାତ୍ର ତୁମେ କେହି ବି ତା’ଗୁଣକୁ ସରି ନୁହଁ ।
ଏଠାରେ ଯେମିତି, ସେମିତି, ପରି, ଭଳି, ସରି ଗୋଟିଏ ଗୋଟିଏ ସାଦୃଶ୍ୟବୋଧକ ଅବ୍ୟୟ ପଦ ।
ପ୍ରଶ୍ନସୂଚକ ଅବ୍ୟୟ
କୌଣସି ବିଷୟରେ ଜାଣିବା ପାଇଁ ଆମେ ଅନ୍ୟକୁ ପ୍ରଶ୍ନ ପଚାରିଥାଉ । ବାକ୍ୟକୁ ବା ଆମର କଥାକୁ
ପ୍ରଶ୍ନବାଚକ କରିବା ପାଇଁ ଆମେ ଯେଉଁ ଅବ୍ୟୟ ପଦକୁ ବ୍ୟବହାର କରିଥାଉ, ତାହାକୁ 'ପ୍ରଶ୍ନସୂଚକ ଅବ୍ୟୟ
ପଦ କୁହାଯାଏ । ଆମ ଭାଷାରେ କି, କ'ଣ, କିସ, କାହିଁକି, ତ, ଟି, ପରା, ନି, କିପରି, କି ଇତ୍ୟାଦି ପଦ ତଥା ସୂଚକ ପଦକୁ ପ୍ରଶ୍ନସୂଚକ ଅବ୍ୟୟ ଭାବରେ ବ୍ୟବହାର କରାଯାଏ । ଉଦାହରଣ ସ୍ଵରୂପ
ସେ କିଏ ? ତମ ସହିତ ସେ ଯିବ ତ ?
ତୁମେ ଭାବିଲ କି ? ହଁ ଅଥବା ନାଁ କଲେ ତାଙ୍କୁ ଡାକିବା ପରା ?
• ସେ କହିଲେ ଟି ? ତେବେ ଫଳ କ'ଣ ହେଲା ? କାହିଁକି ଫଳାଫଳ ଜଣାଇଲି ନାହିଁ ?
ସମ୍ମତିସୂଚକ ଅବ୍ୟୟ :
ଯେଉଁ ଅବ୍ୟୟ ପଦ ଯୋଗେ ବାକ୍ୟାର୍ଥରେ ସମ୍ମତି ବା ଗ୍ରୀକୃତି ପ୍ରକାଶ ପାଇଥାଏ, ତାହାକୁ 'ସମ୍ମତିସୂଚକ
ଅବ୍ୟୟ' କୁହାଯାଏ । ହଁ, ହୁଁ ହଉ, ହେଲା, ଆକା, ଅବଶ୍ୟ, ଆଛା, ଠିକ୍, ହଇ,ନିଶ୍ଚୟ, ସିନା, ହିଁ- ଏସବୁକୁ
ସମ୍ମତିସୂଚକ ଅବ୍ୟୟ ପଦ ଭାବରେ ଆମ ଭାଷାରେ ବ୍ୟବହାର କରାଯାଏ । କେତୋଟି ଦୃଷ୍ଟାନ୍ତ
ଆଜ୍ଞା, ଯାଉଛି । ହିଁ, ଏଥର ବୁଝିଲି । ଏବେ ଜାଣିଲି ସିନା । ନିଶ୍ଚୟ, ଏହା ମୁଁ କରିବି । ହଇ, କଥାଟା
ପକାଇବା । ହଉ, ଏଥର ତାକୁ ଛାଡ଼ିଦେ । ହେଲା, ତା'କଥା ବୁଝିବା । ଅବଶ୍ୟ, ମୁଁ ଏକାର୍ଯ୍ୟ କରିବି ।
ସମ୍ମତିର ବିପରୀତ ଅର୍ଥରେ ଆମେ ଅସମ୍ମତିଚକ କେତେକ ଅବ୍ୟୟ ପଦ ମଧ୍ୟ ବ୍ୟବହାର କରିଥାଉ । ଯଥା
ନା,ନାଁନାଁ, ନାଁଗୋ, ଉହୁଁ, ଏହେ, ନିଗୋ । ନାଁଗୋ, ଏକାମ ଭଲ ନୁହେଁ । ଉହୁଁ, ଏହା ଠିକ ହେବନ । ନାନା
ଏମିତି ଭାବିବାଟା ଠିକ୍ ନୁହେଁ ।
ଭାବସୂଚକ ଅବ୍ୟୟ :
ଯେଉଁ ଅବ୍ୟୟପଦ ଦ୍ୱାରା ହର୍ଷ, ବିଷାଦ, ଘୃଣା, ବିସ୍ମୟ, ଭୟ, ବିତୃଷ୍ଣା, ଦୁଃଖୀଦି ମନର ଭାବ ପ୍ରକାଶ ପାଏ
ତାହାକୁ ‘ଭାବସୂଚକ ଅବ୍ୟୟ' କୁହାଯାଏ । ଆମ ଭାଷାରେ ଚଳୁଥିବା କେତୋଟି ଭାବବଚକ ଅବ୍ୟୟପଦ ଏହିପରି
(କ) ଆନନ୍ଦ ବା ସନ୍ତୋଷସୂଚକ ଅବ୍ୟୟପଦ ବାଃ, ଚମତ୍କାର, ସାବାସ୍, ବେଶ୍
(ଖ) .ଆଶ୍ଚର୍ଯ୍ୟବାଚକ ଅବ୍ୟୟପଦ- ଏଁ, ଓହୋ, ବାଃବାଃ
(ଗ) ଘୃଣା ବା ବିତୃଷ୍ଣାସୂଚକ ଅବ୍ୟୟପଦ- ଛି, ଧାତ୍,ଧେତ୍, ଇହିଁ, ଭାକ୍, ଥୁ, ହା୍ତ୍, ହାକ୍ ।
(ଘ) ଦୁଃଖବୋଧକ ଅବ୍ୟୟପଦ ଓଃ, ଆହା, ଓହୋ, ଆଃ । ''
(ଙ) ପ୍ରଶଂସାସୂଚକ ଅବ୍ୟୟ- ଆଚ୍ଛା, ବେଶ୍, ବାହାବା, ବାଃରେବାଃ ।
ପରିମାଣସୂଚକ ଅବ୍ୟୟ
ଯେଉଁ ଅବ୍ୟୟ ପଦଦ୍ଵାରା ଅଗଣନୀୟ ବସ୍ତୁର ପରିମାଣ ବୁଝାଯାଏ ତାହାକୁ 'ପରିମାଣ ସୂଚକ ଅବ୍ୟୟ
କହନ୍ତି । ଏତେ, ଏତିକି, କେତେ, ଯେତେ, ତେତେ, ସେତିକି ଯେତିକି, କେତିକି, ସେତେ, କିଛି, ଏତେକ
ଇତ୍ୟାଦି ଏହି ଶ୍ରେଣୀର ଅବ୍ୟୟ । ଯଥା- ଯେତେ ଦବୁ ସେତେ ନେବି । କେତେଦିନକୁ ଆଣ୍ଟ କରିବୁ/ ଏବେ
ତାଙ୍କୁ ଏତେକିଛି ପଚାରନି । ଯେତିକି ମିଳିଲା, ସେତିକି ପାଇବାର ଥିଲା ।
ଧ୍ୱନ୍ୟାନୁକାରୀ/ଶବ୍ଦାନୁକାରୀ ଅବ୍ୟୟ :
ଧ୍ୱନି ବା ଶବ୍ଦର ଅନୁକରଣରେ ଗଠିତ ହୋଇଥିବା ଅବ୍ୟୟ ପଦକୁ 'ଶବ୍ଦାନୁକାରୀ' ବା ଧ୍ୱନ୍ୟାନୁକାରୀ
ଅବ୍ୟୟ କୁହାଯାଏ ।
ସାଧାରଣତଃ ଧ୍ୱନ୍ୟାତ୍ମକ ଶବ୍ଦର ଦ୍ୱିତ୍ୱରୂପ ଏଧରଣର ଅବ୍ୟୟପଦ ଗଠିତହୁଏ। କେତୋଟି ଧ୍ୱନ୍ୟାନୁକାରୀ
ଅବ୍ୟୟପଦ- ଠୋଠୋ, ଭୋଭୋ, କଡକଡ, ଫଡ଼ପଡ଼, କଳକଳ, ଠନ୍ ଠନ୍,ଢଂଢଂ,କ୍ରିଂକ୍ରିଂ,ଭିସ୍ ଭୁସ୍, ଦୁଲ୍ ଦୁଲ୍ |
ମନେରଖିବାକୁ ହେବ ଯେ- (କ) କେତେକ କ୍ଷେତ୍ରରେ ଶବ୍ଦ ଦୋହରା ବା ଦ୍ବିତ୍ ହୋଇ ନଥାଏ । ଅବ୍ୟୟ
ପଦର ଦ୍ବିତୀୟ ସହଯୋଗୀ ପଦଟି ମୂଳ ଶବ୍ଦଠାରୁ ସାମାନ୍ୟ ବିକାର ରୂପର ହୋଇଥାଏ । ଯଥା- ଏଠି
(ଏଠାରେ ' ସ୍ଥାନରେ 'ଏଠି ' ହୋଇଛି) । ଭୁସ୍ ଭାସ୍ । \ମଡ୍ ମାଡ୍ କେକାଁ, ଦୁଲଦାଲ୍ । (ଖ) ଦ୍ବିତ୍ ଶବ୍ଦ ବିଶିଷ୍ଟ
ଅବ୍ୟୟ ପଦ ବହୁବାଟକ ଅର୍ଥ ପ୍ରକାଶ କରେ । ଶବ୍ଦ ନିର୍ଦ୍ଦିଷ୍ଟ ଗୋଟିଏ ଧ୍ୱନ୍ୟାତ୍ମକ ଅର୍ଥ ପ୍ରକାଶ କରୁଥିଲେ ଶବ୍ଦଟି
ଏକପଦ ବିଶିଷ୍ଟ ହୁଏ ଅଥବା ତହିରେ ‘କିନା, କିଣା, କିନି’ ଆଦି ଯୋଗ ହୋଇଥାଏ । ଯଥା- ପୋକିନା ମାରିଲା ।
ଠୋଠୋ। ମାରିଲା । ଚୋକିଣା ବା ଭୋକିଣି ଫୁଟିଲା। ଜୋଜୋ ଫୁଟିଲା । ଦୁଲ୍ ଦାଲ୍ ପଡିଲା । ଦୁଲ୍ କିଣା ପଡ଼ିଲା ।
ଠକ୍ ଠକ୍ ଶୁଭିଲା । ଠକ୍ କିନି ଶୁଭିଲା ।
- ଏ ସବୁ ଉଦାହରଣ ଠୋଠା/ଢୋଢୋ/ଦୁଲ୍ ଦାଲ୍/ ଠକ୍ ଠକ୍ ଇତ୍ୟାଦି ଅବ୍ୟୟ ପଦରେ ଠୋ,ଢୋ,ଦୁଲ୍,ଠକ୍-
ପ୍ରତେକ ଶବ୍ଦ ଦିହରା ଯାଇଛି ବା ଦ୍ୱିତ୍ୱ ହୋଇଛି |ଶବ୍ଦଗୁଡିକୁ ଦୋହରା ଯାଇଥିବାରୁମାରିଲା,ଫୁଟିଲା,ପଡିଲାଓ
ଶୁଭିଲା ଇତ୍ୟାଦି କାର୍ଯ୍ୟ କରୁଥିବାର ସୂଚନା ମିଳୁଛି |
ଦ୍ୱିତ୍ୱ ଅବ୍ୟୟପଦ ବହୁଧାସୂଚକ ଅର୍ଥ ପ୍ରକାଶ କରିଥାଏ | ମାତ୍ର ଠୋ -ଠୋକିଣା,ଢୋ-ଢୋକିଣି-ଢୋକିଣା,
ଦୁଲ୍-ଦୁଲ୍ କିଣି,ଠକ୍-ଠକ୍ କିନା ଇତ୍ୟାଦି ସବ୍ଦ ଗୋଟିଏ ଥର ଘଟିଥିବାର ଅର୍ଥକୁ ବୁଝାଉଛି |ଠୋକିଣା ମାରିଲା
କହିବାମାତ୍ରେ ଶ୍ରୋତାଜଣେ ଜଣଙ୍କୁ ଥରୁଟିଏ ଠୋ କରୁ ମାରିଲା ବୋଲି ବୁଝୁଛି |ଏଥିରୁ ଜଣାଗଲା କିଣା,କିଣି
କିନା,କିନି ଇତ୍ୟାଦି ଲାଗିବା ଦ୍ୱାରା ଧ୍ୱନ୍ୟାତ୍ମକ ଅବ୍ୟୟ ପଦଟି କାର୍ଯ୍ୟ ଗୋଟିଏଥର ଘଟିଥିବାର ଅର୍ଥ ନିଦ୍ଦିଷ୍ଟ
କରିଦିଏ
ଏବେ ବୁଝ ଓ ବୁଝାଅ-ଭୁସ୍ କିନା,ଭୁସ୍ ଭାସ୍/ରଟ୍ କିନା,ରଟ୍ ରାଟ୍/ଢଂ ଢଂ-ଢଂକିଣା/ଭଡ୍ ଭାଡ୍-ଭଡ୍ କିନା
ଖସ୍ ଖାସ୍-ଖସ୍ କିନା/ଭୋଭୋ-ଭୋକିଣି |
ସମୁଦାୟସୁବକ ବା ସମଷ୍ଟି ବାଚକ ଅବ୍ୟୟ :
ମଳୟ, ଅଜୟ, ବିନୟ, ବିଜୟ ଓଗେର ମିଶି ଏ କାମ କରିଛନ୍ତି ।
• ନିନା,ମୀନା,ଲୀନା,ଝୁନା,ପ୍ରମୁଖ ସେଠାକୁ ଗଲେ |
ଭାଇ ମୋ ପାଇଁ ବହି ଖାତା, କଲମ, କାଗଜ ଇତ୍ୟାଦି ଆଣିଥିଲେ |
ଅନ୍ୟାନ୍ୟ ଅବ୍ୟୟ ପଦ :
ବାକ୍ୟରେ ଭାବାର୍ଥ ପ୍ରକାଶ ପାଇଁ ପ୍ରୟୋଜନ ଅନୁସାରେ ଓଡିଆଋଏ ଆଉ କେତେକ ପ୍ରକାରର ଅବ୍ୟୟ
ପଦ ପ୍ରଚଳିତ । ସେଗୁଡ଼ିକ ମଧ୍ୟରୁ କେତେକ ଏହିପରି
(କ) ଆନୁକ୍ରମିକ ଅବ୍ୟୟ-
ଯଥାକ୍ରମେ, କ୍ରମଶଃ, ଧୀରେଧୀରେ,ଆସ୍ତେଆସ୍ତେ,ଯାଉଯାଉ,ନେଇନେଇ,
ରହିରହି । ଏପ୍ରକାଋ ଅବ୍ୟୟ ପଦ ଦ୍ବାଦ୍ୱାରା ବାକ୍ୟର ନିରବଛିନ୍ନ କ୍ରମ ବୁଝାଯାଏ ।
ଖ) ଅନୁଶୀଳନାତ୍ମକ ଅବ୍ୟୟ-
ମାନେ, ଯେ, ଅର୍ଥାତ୍,ଯଥା,ଆଦି ଇତ୍ୟାଦି ମାତ୍ରେ, ପ୍ରଭୃତି- ଏପରି
କେତେକ ଅବ୍ୟୟ ପଦ କାର୍ଯ୍ୟଧନରେ ସହଯୋଗ କରିବା ସହିତ ଅନ୍ୟପଦ ବିଷୟରେ ଚିନ୍ତକରିବାକୁ
ସୂଚେଇ ଦିଅନ୍ତି । ଏଗୁଡ଼ିକୁ ଅନୁଶୀଳନାତ୍ମକ ଅବ୍ୟୟ କୁହାଯାଏ । ଯଥା:-ତୁମେ କହିବ ମାନେ ରବି
ଶୁଣିବ । ସେ କରିବେ ସେସେ ଶୁଣିଲେ ହେଲା । ତୁମେ ଚୁପ ରହିର ଅର୍ଥାତ୍ ଦୋଷ ମାଣିନେଲ ।
ସେ ଶୁଣିବା ମାତ୍ରେ ରାଗିବେ ।
(ଗ) ଅସମାପିକା କ୍ରିୟାରୂପକ ଅବ୍ୟୟ-
ଆମେ ଖା, ଯା, ନେ, ଦେ ଇତ୍ୟାଦି କ୍ରିୟାପଦରେ ଶେଷ ହେବା ଶେଷହେଉନଥିବା ବା
କାର୍ଯ୍ୟ ଚାଲୁରହିଥିବା ଅର୍ଥରେ 'ଇ' । 'ଉ' ଲଗାଇ ଅସମାପିକା କ୍ରିୟା ଗଠନ କରି ବ୍ୟବହାର କରିଥାଆନ୍ତି ।
ଯଥା- କରି, କରୁ, ଖାଇ, ଖାଉ, ଯାଇ, ଯାଉ, ନେଇ, ନେଉ । ଅସମାପିକା କ୍ରିୟାଗୁଡ଼ିକୁ ଦୋହରାଯାଇ ବା
ଦିତ୍ୱ କରାଯାଇ ଅବ୍ୟୟ ପଦ ରୂପରେ ବ୍ୟବହାର କରାଯାଇଥାଏ ।
ଯଥା- ଯିବିଯିବି, କହୁଛି ।
ନେଲିନେଲି ହୁଅନା ।
ପାଇପାଉ ଖସିଗଲା ।
ଦେଉଦେଉ ହଜିଗଲା ।
ଏଠାରେ ପ୍ରଥମ ଉଦାହାରଣଟିରେ 'ଯିବିଯିବି' ଅର୍ଥାତ ଯିବିବୋଲି ବାରମ୍ବାର କୁହୁଥିବାରୁ ଅର୍ଥ ପ୍ରକାଶ
ପାଇଛି । ସେହିପରି ଦ୍ବିତୀୟ ଉଦାହରଣରେ 'ନେଲିନେଲି' ଅର୍ଥ ବେଲିବୋଲି । ତୃତୀୟ ଓ ଚତୁର୍ଥ ଦୃଷ୍ଟାନ୍ତରେ
'ପାଇପାଉ' : 'ଦେଉଦେଉ’ ଅର୍ଥ ପାଇବାମାତ୍ରେ, ଦେବାମାତ୍ରେ କୁ ବୁଝାଉଛି । ଏହି ଅର୍ଥଗୁଡ଼ିକ ଅବ୍ୟୟମୂଳକ
ହୋଇ ପ୍ରକାଶ ପାଉଥିବାରୁ ଏବଂ ଏଗୁଡ଼ିକର ଦ୍ବିତରୂପ ଅସମାପିବା କ୍ରିୟା ଭଳି ହୋଇଥୁବାରୁ- ଏଶ୍ରେଣୀର
ଅବ୍ୟୟକୁ ଅସମାପିକା କ୍ରିୟାରୂପକ ଅବ୍ୟୟ କୁହାଯାଏ ।
(ଘ) କ୍ରିୟା ବିଶେଷଣାତ୍ମକ ଅବ୍ୟୟ -
ଶୀଘ୍ର, ହଠାତ୍, ଚଞ୍ଚଳ, ଆଦୌ, ଜଲଦି, ଫେର, ବେଶ୍, ଖୁବ ଏପ୍ରକାର କେତେକ କ୍ରିୟାବିଶେଷଣାତ୍ମକ ପଦ ବି
ଆମଭାଷାରେ ଅବ୍ୟୟ ପଦ ରୂପେ ପ୍ରଚଳିତ ହୁଏ ।
(ଙ) ନିଶ୍ଚୟବୋଧକ ଅବ୍ୟୟ -
ନିଶ୍ଚୟ, ନିତାନ୍ତ, ଅତନ୍ତଃ, ସୁନିଶ୍ଚିତ, ଅଲବତ୍, ଯେମିତିହେଲେ, କେମିତି ହେଲେ -
ଇତ୍ୟାଦି କେତେକ ଶବ୍ଦ ‘ ନିଶ୍ଚୟବୋଧକ ଅବ୍ୟୟ' ପଦରୂପେ ଆମ ଭାଷାରେ ପ୍ରଚଳିତ ହୁଏ ।
(ଚ) ସଂକୋଚନକାରୀ ଅବ୍ୟୟ -
ବରଂ, କିଛି, ମାତ୍ର, ବରଞ୍ଚ, ହେଲେ, ତଥାପି- ଏପରି କେତେକ ଅବ୍ୟୟ ପଦକୁ ଆମ ଭାଷାରେ ଭାବର
ଗୁରୁତ୍ୱକୁ ସଂକୋଚନ କରିବା ପାଇଁ ବ୍ୟବହାର କରାଯାଇଥାଏ । ଏଗୁଡ଼ିକ 'ସଂକୋଚନକାରୀ ଅବ୍ୟୟ’
ପଦ (ଯଥା- ତା' ନକରି ବରଂ ଏଇଟା କରାଯାଉ । ସେଥରେ ହାତ ନଦେଇ ବରଞ୍ଚ ଏଥରେ ଲାଗ ।
ତାଙ୍କର ଗୋଟିଏ ମାତ୍ର ପୁଅ ।
(ଛ) ଅଳଙ୍କାରିକ ଅବ୍ୟୟ -
ଆମେ କେତେକ ଛୋଟଛୋଟ ଅବ୍ୟୟ ପଦ ବାକ୍ୟରେ ବ୍ୟବହାର କରି କହିବାର ଭଙ୍ଗୀ ବା ସ୍ୱର
ପରିବର୍ତ୍ତନ କରିଥାଉ । ବାକ୍ୟରେ ଶେଷହେବା ଅନ୍ତରେ ଲାଗି ଏ ପ୍ରକାର ଅବ୍ୟୟ ସ୍ୱର ପରିବର୍ତ୍ତନରେ
ସାହାଯ୍ୟ କରିଥାଏ । ଏ ପ୍ରକାର ଅବ୍ୟୟ ମଧ୍ୟରୁ କେତୋଟି ଏହିପରି- କି, ଯେ, ନା, ତ, ପ, ଟି, ହଁ, ହେ,
ରେ, ସେ । ବାକ୍ୟର ସୌନ୍ଦର୍ଯ୍ୟ ବୃଦ୍ଧି, ବାକ୍ୟରେ ଶ୍ରୃତିମାଧୁର୍ଯ୍ୟ ଓ ବାକଚାତୁରୀ ସୃଷ୍ଟି ପାଇଁ ଏ ପ୍ରକାର ଅବ୍ୟୟ
ପଦକୁ ଅଳଙ୍କାର ଭାବରେ ବ୍ୟବହାର କରାଯାଇଥାଏ । ଏ ଶ୍ରେଣୀୟ 'ଆଳଙ୍କାରିକ ଅବ୍ୟୟ’ର କେତୋଟି ଉଦାହରଣ
ଏଠାରେ ଦିଆଯାଉଛି, ଲକ୍ଷ୍ୟକର ।
(୧) ଗଲାଣି ତ ଗଲାକଥାରେ ସଂଗାତ ।
(୨) ଅନୁସରି ତ ପ୍ରଭୁ । କାଳଯାକ ଗଲା ସରିତ ।
(୩) ଶୁଣ ମ ଶୁଣମ ବାଳା ମଧୁରେ ବୋଇଲା ।
(୪) କ୍ରମେ ଗ୍ରୀଷମ ଆସି ହେଲା ପ୍ରବେଶ ଯେ ।
୫) ଏବେ ଦେଖୁ ନା, କି ଦଶା ହେଲାଣି ହେ ।
(କ) ଅନୁଭୂତିମୂଳକ ଅବ୍ୟୟ -
କେବଳ ନିର୍ଦ୍ଦିଷ୍ଟ ଅନୁଭୂତିକୁ ସୂଚେଇ ଦେବାପାଇଁ ଆମ ଭାଷାରେ କେତେକ 'ଅନୁଭୂତିମୂଳକ ଅବ୍ୟୟ
ପଦ ବ୍ୟବହୃତ ହୋଇଥାଏ । ଯଥା-ସଲ୍ ସଲ୍, କଲବଲ, ରୁଗୁରୁଗୁ,ଚାଏଁଚାଏଁ ଗଲଗଲ, ଛଟ୍ ଛଟ୍,
କୁତୁକୁତୁ, ଦକ୍ ଦକ୍, ଛଟପଟ ।
(ଝ)ଦ୍ୱିତ୍ୱମୂଳକ ଅବ୍ୟୟ -
କେତେକ ସର୍ବନାମ ବି ଦ୍ୱିତ୍ୱରୂପରେ ଆମ ଭାଷାରେ ଅବ୍ୟୟ ପଦ ଭାବେ ବ୍ୟବହୃତ ହୋଇଥାଏ ।
ଯଥା- ଛାଏଁଛାଏଁ,ନିଜେନିଜେ, ଆପେଆପେ, ସ୍ୱସ୍ୱ, ଯେଉଁଯେଉଁ, ସେହିସେହ, ଯାହାଯାହା, ତାହାତାହା ।
(ଞ) ପଦବିକାରମୂଳକ ଅବ୍ୟୟ-
ଆମେ ଗୋଟିଏ ସାର୍ଥକ ପଦ ପରେ ଆଉ ଗୋଟିଏ ନିରଥିକ ପଦ ବସାଇ ବାକ୍ୟାର୍ଥରେ
ଉତ୍କର୍ଷ ଓ ଅପକର୍ଷ ବୁଝାଇଥାଉ । ପ୍ରଥମ ପଦଟିକୁ ଅନୁସରଣ କରି ନିରଥିକ ପଦଟି ତାହାର
ସ୍ୱରବିକାର ମୂଳକ ହୋଇ ଲାଗିଥାଏ । ଯଥା- କଥାଲଥା। ସାଗୁଫାଗୁ । ଏଠାରେ 'ଲଥା/ଫାଗୁ
ଦୁଇଟି ନିରର୍ଥକ ଶବ୍ଦ । କଥା ଓ ସାଗୁ ଶବ୍ଦର ସ୍ଵର ଉଚ୍ଚାରଣ ଭଙ୍ଗୀରେ ବିକୃତ ଅନୁକରଣରେ
ଲଥା /ଫାଗୁ-ଶବ୍ଦଦୁଇଟି ଗଠିତ ହୋଇଛି ଓ ଯଥାକ୍ରମେ 'କଥା-ସାଗୁ ପଦରେ ଲାଇଛି । ଏପିରି ବିକାର
ଉଚ୍ଚାରଣମୂଳକ ନିରର୍ଥକ ପଦଗୁଡ଼ିକ ମଧ୍ୟ ଏକଏକ ଅବ୍ୟୟ ପଦ । ଭିଦାହରଣ ସ୍ଵରୂପ,
(୧) ଗଛଫଛ, - 'ଗଛ' ସାର୍ଥକ ପଦ ଓ 'ଫଛ ନିରର୍ଥକ ଅବ୍ୟୟ ପଦ ।
(୨) ପିଲାଝିଲା - 'ପିଲା’ ସାର୍ଥକ ପଦ ଓ ‘ଝିଲା ନିରର୍ଥକ ଅବ୍ୟୟ ପଦ ।
୩) ରାଗଫାଗ - 'ରାଗ' ସାର୍ଥକ ପଦ ଓ 'ଫାଗ' ନିରର୍ଥକ ଅବ୍ୟୟ ପଦ ।
(ଟ)ବାକ୍ୟାରମ୍ଭେ ଅବ୍ୟୟ- କେତେକ ବିଶେଷ୍ୟ ଓ ବିଶେଷଣ ପଦ ପରେ ତଃ । ଶଃ (ତସ୍ । ଶସ୍)
ପ୍ରତ୍ୟୟ ଲଗାଇ ଆମେ ନୂଆ ପ୍ରକାରର ପଦ ଗଠନ କରିଥାଉ । ସେହି ପଦଗୁଡ଼ିକୁ ବାକ୍ୟରେ ଅବ୍ୟୟ ପଦ
ଭାବରେ ମଧ୍ୟ ବ୍ୟବହାର କରିଥାଉ । ଏପ୍ରକାର ଅବ୍ୟୟ ବାକ୍ୟର ଆରମ୍ଭରେ ବସାଯାଇଥାଏ । ଯଥା
(୧), ମୂଳ + ତଃ' = ମୂଳତଃ- ମୂଳତଃ ସେ ଏକଥା ବୁଝି ନାହାନ୍ତି ।
(୨) ବିଶେଷ + ତଃ= ବିଶେଷତଃ- ବିଶେଷତଃ ଏକାମ ସହଜରେ କରିହୁଏନି ।
(୩) ସାଧାରଣ + ତଃ = ସାଧାରଣତଃ- ସାଧାରଣତଃ ଆମେ ପ୍ରଥମେ ମଣିଷ, ପରେ ଓଡ଼ିଆ ।
(୪) ଆପାତ + ତଃ = ଆପାତତଃ- ଅପାତତଃ ତାଙ୍କୁ ଟଙ୍କା ଦେଇ ସମସ୍ୟା ତୁଟାଅ ।
ଏ ପ୍ରକାର 'ତଃ' ମୂଳକ ଅବ୍ୟୟ ବାକ୍ୟର ଆରମ୍ଭରେ ବ୍ୟବହାର କରାଯାଏ । ଏଗୁଡ଼ିକ ମୂଳ ବିଶେଷ୍ୟ ଓ
ବିଶେଷଣ ପଦକୁ ଭାବାର୍ଥ, ସମ୍ବବାର୍ଥ, ପ୍ରକାରାର୍ଥ, ନିମିତାର୍ଥ କରିଥାଏ । ଯଥା- ବିଶେଷତଃ = ବିଶେଷ ଭାବରେ ।
ଆପାତତଃ ଆପାତ ବା ବର୍ତ୍ତମାନ ପାଇଁ । ଏ ଶ୍ରେଣୀର ଆଉ କେତୋଟି ଅବ୍ୟୟ- ପ୍ରଥମତଃ, ସ୍ୱଭାବତଃ, ପ୍ରାୟଶଃ, ଫଳତଃ,
ଶାସ୍ତତଃ, ସୁଳତଃ, ସୂକ୍ଷ୍ମତଃ ।
(o) ‘ଆ’ ଯୋଗେ ଅବ୍ୟୟ - କେତେକ ମୂଳପଦ ବା ମୂଳଶବ୍ଦ ପୂର୍ବରୁ 'ଆ' ଉପସର୍ଗ ଯୋଗ କରାଯାଇ
ଆମ ଭାଷାରେ ଅବ୍ୟୟପଦ ରୂପରେ ବ୍ୟବହାର କରାଯାଏ । ଯଥା- ଆ + କ = ଆକଣ୍ଠ । ଆ + ଜୀବନ =
ଆଜୀବନ, ଆ + ଜନ୍ମ = ଆଜନ୍ମ, ଆ + କୁମାରୀ + ହିମାଳୟ = ଆକୁମାରୀ ହିମାଳୟ । ଏ ପ୍ରକାର ଅବ୍ୟୟ
ବ୍ୟାପ୍ତି ବା ପର୍ଯ୍ୟନ୍ତ ଅର୍ଥରେ ବ୍ୟବହାର କରାଯାଏ । ଯଥା- ମୁଁ ଆକଣ୍ଠ ଭୋଜନ କଲି । ସେ ଆଜୀବନ ଦୁଃଖୀ ।
