ଅନେକାର୍ଥକ ଶବ୍ଦ
ସ୍ଥଳବିଶେଷରେ ଗୋଟିଏ ଗୋଟିଏ ଶବ୍ଦ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରିଥାଆନ୍ତି । ଉଦାହରଣ
ସ୍ୱରୂପ, “କର” ଶବ୍ଦର ଅର୍ଥ, କିରଣ’, ଖଜଣା’ ଓ ‘ହସ୍ତ’ । ସେହିପରି ‘ବର ଶବ୍ଦର ଅର୍ଥ
‘ବରଗଛ’, ‘ବରକନ୍ୟା’ ଏବଂ ‘ଶ୍ରେଷ୍ଠ’ । ଏହିପରି ଏକାଧିକ ଅର୍ଥ ବୃଝାଉଥିବା କେତେକ
ଶବ୍ଦ ଓ ସେମାନଙ୍କର ଅର୍ଥ ନିମ୍ନରେ ଦିଆଗଲା ।
ଓଳି :
ଆଜି ସନ୍ଧ୍ୟା ଓଳି ମନ୍ଦିର କାମ ଶେଷ ହେବ ।
ପିଲାମାନଙ୍କୁ ଓଳିତଳେ ବସିବାକୁ ମନାକର ।
ଦୁଇଟଙ୍କାକୁ ଓଳିଏ (ଛୋଟ କୁଡୁଆ ବା ପାତ୍ର) ମସଲା ।
ମାଆ ଓଳି (ସାଦୃଶ୍ୟ) ଝିଅ ।
ପଟ :
ଏଥର ସେ ସବୁ ଛାଡ଼ି ଧର୍ମପଟକୁ ଆସିଗଲେଣି ।
ଆଦିମ ମନୁଷ୍ୟ ଗଛପଟକୁ ବସ୍ତ୍ର ରୂପେ ବ୍ୟବହାର କରୁଥିଲେ ।
ଆଲମାରିରେ ଆଉ ମାତ୍ର ନିଅ ପଟ ଶାଢ଼ୀ ଅଛି ।
କାଲି ସ୍କୁଲ ଡ୍ରାମାରେ ପଟ ପରିବର୍ତ୍ତନ ପାଇଁ ବହୁତ ସମୟ ନେଲେ ।
ଯୁବରାଜ,ରାଣୀଙ୍କୁ ରାଜକନ୍ୟାଙ୍କ ଚିତ୍ରପଟ ଦେଖାଇଲେ ।
କିଆପଟରେ (ଚେର) ଦାନ୍ତ ଘଷିବା ସ୍ଵାସ୍ଥ୍ୟ ପାଇଁ ହିତକର ।
ପାଗ :
ଆଜି ବର୍ଷାପାଗ ହେବ ।
ପାଗ ବାନ୍ଧୁ ବାନ୍ଧୁ କଚେରୀ ବରଖାସ୍ତ ।
ଖଜା ପାଗଟା ଟିକିଏ କଡ଼ା ହୋଇଗଲା ।
ମଇଳା ପଡ଼ି ପାଗକ ହାଣ୍ଡି ନଷ୍ଟ ହୋଇଗଲା ।
ହଳ କରିବାକୁ ବିଲରେ ପାଗ ନାହିଁ ।
ସେହିପରି :
ଅଙ୍କ: କ୍ରୋଡ଼, ଚିହ୍ନ, ବର୍ଷ, ସଂଖ୍ୟା ।
ଅର୍ଥ : : ତାତ୍ପର୍ଯ୍ୟ, ପ୍ରୟୋଜନ, ମୁଦ୍ରା ।
ଅନ୍ତର : ଆକାଶ, ବସ୍ତ୍ର ।
ଉତ୍ତର : ଦିଗ, ପ୍ରଶ୍ନର ଉତ୍ତର, ଉତ୍ତରକାଳ (ଉତ୍ତରାଧିକାରୀ) ।
କ : ଜଳ, ବିଷ୍ଣୁ, |
କଟକ : ରାଜଧାନୀ, ଶିବିର, ସୈନ୍ୟ ।
କମଳ : ଜଳ, ପଦ୍ମ ।
କର : କିରଣ, ଖଜଣା ବା ରାଜସ୍ଵ, ହାତ ।
କଳାପ: ମୟୁରପୁଚ୍ଛ, ସମୂହ ।
କଳି : କଳନା, କଳିକା, କଳିଯୁଗ, ବିବାଦ ।
କାଳ : କାଳତୁଣ୍ଡା, କାଳସର୍ପ (କୃଷ୍ଣବର୍ଷ), ଯମ, ସମୟ ।
ଗଣ୍ଡ : କପୋଳ, ଗଣ୍ଡମୁର୍ଖ, ନଈର ଗଣ୍ଡ, ବଣୁଆ ଜାତି ବିଶେଷ ।
ଗୁଣ : ଗୁଣନ, ଦିଗୁଣ, ଦୋଷ ଓ ଗୁଣ, ଧନୁର ଗୁଣ ।
ଗୁରୁ : ଓଜନିଆ, ଗୁରୁଦାୟିତ୍ଵ, ଗୁରୁବାର, ବୃହସ୍ପତି, ଶିକ୍ଷକ, ଶ୍ରେଷ୍ଠ ।
ଗୁଣ୍ଡା : ଗୁଣ୍ଡାଏ ଭାତ, ଚୂନା, ଦୁର୍ବୃତ୍ତ।
ଘନ : ଘନଘନ, ମେଘ, ବହଳ, କ୍ଷେତ୍ରର ଘନଫଳ ।
ତନୁ : ଅଳ୍ପ, କୃଶ, ଦେହ ।
ତାଳ : ତାଳଗଛ, ବାଦ୍ୟର ତାଳ ।
ତିଳ : ଖସା ବା ରାଶି, ଦେହର ତିଳ ଚିହ୍ନ, ତିଳେମାତ୍ର ।
ତୁଳା : କପାତୁଳା, ନିକିତି, ତୁଳନା, ତୁଳା ରାଶି ।
ଦଳ : .ସାଧୁସନ୍ୟାସୀ ବଳ, ଦଳନ, ପତ୍ର, ପୋଖରୀର ଦଳ, ଫୁଲର ପାଖୁଡ଼ା ।
ଧାର : ଅସ୍ତ୍ରର ଧାର, ଜଳଧାର, ଧାର ଦେବା, ନଦୀର ଧାର ।
ଧୀର : ଆସ୍ତେ, ପଣ୍ଡିତ ।
ନାକ: ନାସା, ସ୍ଵର୍ଗ ।
ପକ୍ଷ : କୃଷ୍ଣପକ୍ଷ, ଡେଣା, ପାର୍ଶ୍ୱ।
ପଣ୍ଡା :ଅଣ୍ଡିରା ମଇଁଷି, ଉପାଧି, ପଣ୍ଡିତ ।
ପାଟ : ଜଳପାଟ (ଜଳମୟ ଭୂମି), ଶ୍ରେଷ୍ଠ (ପାଟରାଣୀ, ପାଟହାତୀ, ପାଟବସ୍ତ୍ର) ।
ବର୍ଣ୍ଣ୍ : ଅକ୍ଷର, ଜାତି, ରଙ୍ଗ ।
ବନ : ଜଳ, ବଣ ।
ବର : ନୃପବର, ବରକନ୍ୟା, ବରଗଛ, ବର ମାଗିବା, ବିବାହର ବର, ଶ୍ରେଷ୍ଠ ।
ବଂଶ : କୁଳ, ବାଉଁଶ ।
ବାଡ଼ି : ଘରବାଡ଼ି, କଦଳୀବାଡ଼ି, ଯଷ୍ଟି, ହଇଜା ।
ବାଗ : ଆୟତ୍ତ, ଧରଣ, ବଗିଚା, ଲଗାମ୍ ।
ବାସ : . ଗନ୍ଧ, ଘର, ବସ୍ତ୍ର ।
ବୃତ୍ତ: ଚରିତ୍ର, ଚକ୍ରକାର, ଛନ୍ଦ, ବ୍ୟବସାୟ ।
ମାଲ :ମାଲକୁସ୍ତି, ମୁର୍ଦ୍ଦାର କାନ୍ଧେଇବା ଲୋକ, ଜିନିଷପତ୍ର, ଧନସଂପତ୍ତି ।
ମିତ୍ର : ବନ୍ଧୁ, ସୂର୍ଯ୍ୟ ।
ରାମ : ସୁନ୍ଦର, ଶ୍ରୀ ରାମଚନ୍ଦ୍ର ।
ସନ୍ଧି : ଫାଙ୍କ, ଦୁଇବର୍ଣ୍ଣର ମିଳନ, ସନ୍ଧି ଘୋଟିଯିବା, ସନ୍ଧିବେଳ, ଯୁଦ୍ଧ ପରେ -ସନ୍ଧି ।
ସାର : ଖତ, ଖେତରେ ବ୍ୟବହୃତ ସାର, ସାରମର୍ମ ।
ଶ୍ରୁତି : କର୍ଣ୍ଣ, ଦେବ ।
ହରି : ଇନ୍ଦ୍ର, ଚନ୍ଦ୍ର, ବାୟୁ, ବିଷ୍ଣୁ, ସୂର୍ଯ୍ୟ, ବାନର, ବେଙ୍ଗ, ସର୍ପ, ସିଂହ |
