ସମୋଚ୍ଚାରିତ ଭିନ୍ନାର୍ଥକ ଶବ୍ଦ
ଅର୍ଘ୍ୟ – ପୂଜା ଦ୍ରବ୍ୟ, ଅର୍ଘ – ମୂଲ୍ୟ
ଅନଳ – ଅଗ୍ନି, ଅନିଳ – ବାୟୁ, ଅନୀଳ – ନୀଳ ନୁହେଁ ଯେ
ଅନେକ -- ଏକରୁ ଅଧିକ, ଅନୈକ୍ୟ – ପ୍ରଭେଦ
ଅନ୍ନ – ଖାଦ୍ୟ, ଅନ୍ୟ - ଇତର
ଅନ୍ନପୁଷ୍ଟ – ଅନ୍ନଦ୍ୱାରା ପାଳିତ, ଅନ୍ୟପୁଷ୍ଟ – କୋକିଳ
ଅବଦାନ – ଅର୍ଘ୍ୟ, ଅବଧାନ – ମନୋଯୋଗ
ଅବଦ୍ୟ – ଅକଥ୍ୟ, ଅବଧ୍ୟ – ବଧର ଅଯୋଗ୍ୟ, ଅବଦ୍ୟ – ବନ୍ଦନାର ଅଯୋଗ୍ୟ
ଅବହିତ – ମନୋଯୋଗ ସହିତ, ଅବିହିତ – ଅନୁଚିତ, ଅଭିହିତ – କଥିତ
ଅଳିକ - ଲଲାଟ, ଅଳୀକ – ମିଥ୍ୟା
ଅଶ୍ମ – ପଥର, ଅଶ୍ୱ – ଘୋଡ଼ା
ଅସନ – କ୍ଷେପଣ, ଅଶନ – ଭୋଜନ ·. -
ଅସିତ – କୃଷ୍ଣ, ଅଶିତ – ଭକ୍ଷିତ, ଅଶୀତ – ଯାହା ଶୀତ ନୁହେଁ
ଅଂସ – ସ୍କନ୍ଧ, ଅଂଶ – ଭାଗ
ଅସି – ଖଡ଼ଗ, ଅଶୀ – ସଂଖ୍ୟା ବିଶେଷ .
ଆତ୍ତ – ଗୃହୀତ, ପ୍ରାପ୍ତ; ଆର୍ତ୍ତ – ପୀଡ଼ିତ
ଆବୃତ – ଆଚ୍ଛାଦିତ, ଆବୃତ – ପଠିତ
ଆଭାସ – ସୂଚନା, ଆଭାଷ – ଭାଷଣ
ଆୟତ – ସମକୋଣୀ ସମାନ୍ତରାଳ କ୍ଷେତ୍ର, ଆୟର – ଅଧୀନ
ଆହୁତି – ମନ୍ତ୍ରାଦି ପାଠ ପୂର୍ବକ ଯଜ୍ଞରେ ଘୃତ ନିକ୍ଷେପ, ଆହୂତି – ଆହ୍ବାନ
ଇତି – ଶେଷ, ଈତି – ଅତିବୃଷ୍ଟି, ଅନାବୃଷ୍ଟି ଆଦି ଭୟ
ଈଶ – ସ୍ୱାମୀ, ପ୍ରଭୁ, ଈଶ୍ଵର; ଈଷ –ଲଙ୍ଗଳର ଦଣ୍ଡ
ଉପାଦାନ – ଉପକରଣ, ଉପାଧାନ – ତକିଆ
ଉପାସିତ – ଉପାସନାପ୍ରାପ୍ତ, ଉପୋଷିତ – ଉପବାସ କରିଥିବା
ରତ – ପୀଡ଼ିତ, ରୁତ – ଧ୍ୱନି
ଓଦନ – ଭାତ, ରୋଦନ – କ୍ରନ୍ଦନ
କମଳ – ପଦ୍ମ, କୋମଳ - ନରମ
କଟି - ଅଣ୍ଡା, କୋଟି – ଶତ ଲକ୍ଷ୍ୟ
କାଳୀ - ଦୁର୍ଗା, କାଳି – କାଳିମା
କୁଳ – ବଂଶ, କୂଳ – ତୀର, ତଟ
କୁଢନ – ଖରାପ ଲୋକ, କୁଜନ – ପକ୍ଷୀର ଧ୍ୱନି
କୁଟ -- ବୃକ୍ଷ, କୂଟ – ଶୃଙ୍ଗ .
କେସର – ପୁଷ୍ପର ସୂକ୍ଷ୍ମ ନାଡ଼ୀ, କେଶର – ସିଂହର ଗ୍ରୀବାର ବାଳ
କୃତି -- କାର୍ଯ୍ୟ, କୃତୀ - କୁଶଳ, କୃତ୍ତି – ବ୍ୟାଘ୍ରଚର୍ମ
ଖତ – ସାର, କ୍ଷତ – ଘାଆ ,
ଗିରିଶ – ଶିବ, ଗିରୀଶ – ପର୍ବତ, ଶ୍ରେଷ୍ଠ ।
ଗୁଣି – ମନ୍ତ୍ର ଯନ୍ତ୍ର ବିଦ୍ୟା, ଗୁଣୀ – ଗୁଣବାନ
ଗୋଲକ – ଗୋଲାକାର ବସ୍ତୁ, ଗୋଲୋକ – ସ୍ଵର୍ଗପୁର
ଗୌରବ – ସମ୍ମାନ, ରୌରବ-- ନରକ ବିଶେଷ
ଘଟଣ- ଗଢ଼ଣ, ଘଟନ – ଯୋଜନ
ଚରିତ – କାର୍ଯ୍ୟ, ଚରିତ୍ର – ସ୍ଵଭାବ
ଚତୁର – ସିଆଣିଆ, ଚତୁର୍ – ଚାରି
ଚିର – ସର୍ବଦା, ଚୀର – ଚିରାଲୁଗା
ଚୁଡ଼ା – ଖାଦ୍ୟଦ୍ରବ୍ୟ, ଚୂଡ଼ା – ଅଗ୍ରଭାଗ
ଚୂତ – ଆମ୍ବ, ଚ୍ୟୁତ– ସ୍ଖଳିତ
ଛତ୍ର – ଛତା, ଛାତ୍ର – ପାଠ ପଢୁଥିବା ବାଳକ,
ଜାଳ – ଅଗ୍ନିର ତେଜ, ସମୂହ; ଜାଲ – ମାଛ ପ୍ରଭୃତି ଧରିବା ଉପକରଣ
ଜାତି – ଶ୍ରେଣୀ ବିଭାଗ, ଜାତୀ – କୁଳିନା, ଶ୍ରେଷ୍ଠା
ଝୁଲା – ଦୋଳି, ଝୋଲା – ମୂର୍ଚ୍ଛା
ଢୋଲା – ଫର୍ମା ଓ ମୋଟା, ଢ଼ାଳା – ଘୁମାଇବା
ତଟସ୍ତ – ତାଟକା, ତଟସ୍ଥ – କୂଳରେ ସ୍ଥିତ
ତରଣି – ସୂର୍ଯ୍ୟ, ତରଣୀ – ନୌକା
ଦାର – ସ୍ତ୍ରୀ, ଦ୍ଵାର – ପ୍ରବେଶ ପଥ
ଦିନ – ଦିବସ, ଦୀନ – ଦରିଦ୍ର
ଦୀପ - ପ୍ରଦୀପ, ଦ୍ଵିପ – ହସ୍ତୀ, ଦ୍ୱୀପ– ଚତୁର୍ଦ୍ଦିଗରେ ଜଳବେଷ୍ଟିତ ଭୂଭାଗ
ଦୂତ – ଚର, ଦ୍ୟୁତ – ପଶାଖେଳ
ଦ୍ରବ୍ୟ – ପଦାର୍ଥ, ଦ୍ରବ – ତରଳ,
ଧନ୍ୟ – ପ୍ରଶଂସାର୍ହ, ଧାନ୍ୟ – ଧାନ, ଧ୍ୟାନ – ଉପାସନା, ଚିନ୍ତା
ନଟ – ଅଭିନେତା, ନାଟ – ନାଚିବା
ନାୟକ – ଚାଳକ, ନୈୟାୟିକ – ଯେ ନ୍ୟାୟ ଜାଣେ
ନିର୍ଜର – ଦେବତା, ନିର୍ଜଳ -- ଜଳହୀନ, ନିର୍ଝର – ଝରଣା
ନିତି – ପ୍ରତ୍ୟହ, ନୀତି – ନିୟମ
ନିଦାନ – କାରଣ, ନିଧାନ – ଆଧାର
ନିଧନ -- ବିନାଶ, ନିର୍ଦ୍ଧନ – ଧନହୀନ :
ନିବାର – ବାରଣ କର, ନୀବାର – ବନ୍ୟଧାନ୍ୟ
ନିରାସ – ନିକ୍ଷେପ, ତ୍ୟାଗ; ନିରାଶ – ଆଶାଶୁନ୍ୟ
ନିଶିତ – ଶାଣିତ, ନିଶୀଥ – ଅର୍ଦ୍ଧରାତ୍ର
ପଟ– ବସ୍ତ୍ର, ଯବନିକା; ପଟ୍ଟ – ଶ୍ରେଷ୍ଠ
ପତି – ସ୍ୱାମୀ, ପତ୍ତି -- ସୈନ୍ୟଦଳବିଶେଷ
ପକ୍ଷ– ପନ୍ଦର ଦିନ, ପକ୍ଷ୍ମ – ଭ୍ରୂଲତାର ବାଳ
ପଲ୍ଲବ – ପତ୍ର, ବଲ୍ଲବ – ପାଚକ, ଭୀମ, ଗୋପାଳ; ବଲ୍ଲଭ – ପ୍ରିୟ, ସ୍ୱାମୀ
ପରଶ୍ୱ – ଆସନ୍ତା କାଲି, ପରସ୍ – ପରର ଦ୍ରବ୍ୟ
ପରୀକ୍ଷା – ପରିଚ୍ଛା, ପରୀକ୍ଷା - ଉତ୍ତମରୂପେ ଦେଖିବା, ପରିଖା- ଗଡ଼ଖାଇ, ଜଳୀ ,
ପରିଚ୍ଛେଦ – ପୋଷାକ, ପରିଚ୍ଛେଦ — ଗ୍ରନ୍ଥର ଭାଗ ବା ଅଧାୟ
ପାବନି – ହନୁମାନ, ଭୀମ; ପାବନୀ -- ପବିତ୍ରକାରିଣୀ, ଶୋଧନକାରିଣୀ
ପିତ୍ତ – ଶରୀରସ୍ଥ ଧାତୁ, ପୀତ – ହଳଦିଆ
ପୁର – ନଗର, ପୂର – ପ୍ରବାହ
ପୁଷ୍କର – ପଦ୍ମ, ପୁଷ୍କଳ – ବହୁଳ
ପୂତ – ପବିତ୍ର, ପୁତ – ନରକ ବିଶେଷ
ପ୍ରଦାନ – ଦେବା, ପ୍ରଧାନ – ଶ୍ରେଷ୍ଠ
ପ୍ରଦୀପ – ଦୀପ, ପ୍ରତୀପ- ବିପରୀତ
ପ୍ରତିକ୍ଷଣ – ଅନୁକ୍ଷଣ, ସର୍ବଦା; ପ୍ରତୀକ୍ଷଣ – ସମ୍ୟକ୍ ଦେଖିବା
ପ୍ରସାଦ – ଅନୁଗ୍ରହ, ପ୍ରାସାଦ – ଅଟ୍ଟାଳିକା
ପ୍ରସ୍ତ – ସ୍ତର, ପ୍ରସ୍ଥ – ଓସାର
ପୁଷ୍ଟ – ପାଳିତ, ପୃଷ୍ଟ – ପଚରା ଯାଇଥିବା, ପୃଷ୍ଠ – ପିଠି
ବନ୍ଦନ – ପ୍ରଶଂସାଗାନ, ବନ୍ଧନ -- ବାନ୍ଧିବା
ବଧ – ବିନାଶ, ବଦ୍ଧ – ବନ୍ଧା ହୋଇଥିବା, ବନ୍ଧ – ବଡ଼ ହିଡ଼
ବ – ବଧ କରାଯିବାର ଯୋଗ୍ୟ, ମଧ୍ୟ – ମଝି, ମେଧ୍ୟ – ପବିତ୍ର
ବଳି – ପୂଜା ଉପକରଣ, ବଳୀ – ବଳବାନ
ବଲ୍ଲୀକ- ଏକ ପ୍ରକାର ବୀଣା, ବଲ୍ଲବୀ – ଗୋପୀ, ଗଉଡୁଣୀ; ବଲ୍ଲଭୀ-- ପ୍ରିୟା
ବସନ – ବସ୍ତ୍ର, ବ୍ୟସନ -- ମୃଗୟାଦି କାମଜ ଦୋଷ ବିଶେଷ
ବାଦ୍ୟ - ବଜାଇବା ଯନ୍ତ୍ର, ବାଧ୍ୟ- ବଶୀଭୂତ
ବାଳିଶ -- ମୂଖ, ବାଳୀଶ -- ନାରୀରତ୍ନ, ନାରୀଶ୍ରେଷ୍ଠ
ଦିଶଦ – ସ୍ପଷ୍ଟ, ବିଷଦ – ଯେ ବିଷ ଦିଏ
ବିଷ- ଗରଳ, ବିସ - ମୃଣାଳ
ବିଦୂର --- ମହାଭାରତ ବର୍ଣ୍ଣିତ ବ୍ୟକ୍ତି,ବିଦୂର- ଦୂରଦରୀ
ବିଧୂର - କାତର, ଭିଦୂର -ବିକ୍ରି
ବିସ୍ମୃତ - ଭୁଲିଯାଇଥିବା, ବିଶ୍ରୁତ- ବିଖ୍ୟାତ
ବୃତି - ବରଣ, ବୃତ୍ତି - ଜୀବିକା
ବୃଷ୍ଟି -ବର୍ଷା, ବୃଷ୍ଣି- ଯାଦବ
ବେଦି -- ପୀଠ, ବେଦୀ - ବେଦଜ୍ଞ
ବେଳା - ଉପଯୁକ୍ତ ସମୟ, ବେଲ। -ବଡ଼ କଂସା
ଭଗ - ଷଡୈଶ୍ୱର୍ଯ୍ୟ, ଭଙ୍ଗ-ତରଙ୍ଗ
ଭଟ -ବୀର, ଯୋଦ୍ଧା; ଭଟ୍ଟ - ପ୍ରାଚୀର, ପୁରାତନ
ପଟା - କ୍ଷୟ, ଭଟ୍ଟା -ସମୁଦ୍ରରେ ଜଳର ହ୍ରାସ
ଭାଷଣ – କହିବା, ଭାୟଣ – ଭାସିବା
ଭିତ୍ତି – କାନ୍ଥ, ଭୀତି – ଭୟ
ମଗଜ– ବୁଦ୍ଧି, ଭାବ; ମଗଜା – ଗର୍ବୀ, ମନୁଆ
ମତ – ଇଚ୍ଛା, ମର – ପାଗଳ
ମଧ୍ୟ – ମଝି, ମେଧ୍ୟ – ପବିତ୍ର, ଶୋଧିତ
ମାଇନ – ମର୍ଯ୍ୟାଦା, ମାଇନା - ଉତ୍ତମ ରୂପେ ପରୀକ୍ଷା କରିବା
ମେଦ – ଚର୍ବି, ମେଧ – ଯଜ୍ଞ
ଯମକ – ଅଳଙ୍କାର, ଜମକ – ଆଡ଼ମ୍ବର
ଯବ – ଯବଧାନ, ଜବ – ଦ୍ରୁତ
ଯାତ - ଗତ, ଯାତ୍ରା; ଜାତ - ଉତ୍ପନ୍ନ
ରତି – ସନ୍ତୋଷ, ରତ୍ତି – ଓଜନ ପରିମାଣବିଶେଷ, ନାଲି କାଇଁଚ
ରଦ – ଦାନ୍ତ, ରଦ୍ଦି – କ୍ଷତିଗ୍ରସ୍ତ
ରନ୍ଦା – କାଠକୁ ଚିକଣ କରିବାର ଯନ୍ତ୍ରବିଶେଷ, ରନ୍ଧା – ରାନ୍ଧଣା
ଲକ୍ଷ – ଶତ ସହସ୍ର ସଂଖ୍ୟା, ଲକ୍ଷ୍ୟ – ଉଦ୍ଦେଶ୍ୟ, ଲେଖ୍ୟ – ଚିତ୍ର, ଯାହା ଲେଖିବା ଯୋଗ୍ୟ ,
ଲକ୍ଷଣ – ଚିହ୍ନ, ଲକ୍ଷ୍ମଣ – ଶ୍ରୀରାମଚନ୍ଦ୍ରଙ୍କ ଶ୍ରାତା
ଲାସ୍ୟ - ସ୍ତ୍ରୀମାନଙ୍କର ନୃତ୍ୟ, ଆସ୍ୟ – ମୁଖ
ଶକ୍ତ – ସମର୍ଥ, ସକ୍ତ –ଲଗ୍ନ
ଶପ୍ତ – ଶାପଗ୍ରସ୍ତ, ସପ୍ତ – ସାତ
ଶକ୍ୟ – ସାଧୁ, ସଖ୍ୟ – ବନ୍ଧୁତା ,
ଶିର – ଶିଖର, ସୀର – ସୂର୍ଯ୍ୟ
ଶିଳ – ପ୍ରସ୍ତର, ଶୀଳ – ସ୍ଵଭାବ
ଶୁକ - ଶୁଆ, ଶୂକ – ଧାନ୍ୟଦିର ଅଗ୍ରଭାଗ
ଶ୍ରବଣ – ଶୁଣିବା, ସ୍ରବଣ – କ୍ଷରିବା
ଶୁତି – ବେଦ, ସ୍ମୃତି – ସ୍ମରଣ ଶକ୍ତି, ଶାସ୍ତ୍ର
ସକଳ – ସବୁ, ସମଗ୍ର; ଶକଳ – ଖଣ୍ଡ
ସର୍ଗ– ଅଧ୍ୟାୟ, ସ୍ଵର୍ଗ – ଦେବଲୋକ
ସତ୍କାର – ପରିଚର୍ଯ୍ୟା, ସୀତ୍କାର – କମ୍ପ, ଚିତ୍କାର – ଧ୍ୱନି
ସନ୍ଦେହ – ଅବିଶ୍ଵାସ, ସନ୍ଦୋହ – ସମୂହ
ସବଳ – ବଳଶାଳୀ, ଶବଳ – ଚିତ୍ରିତ
ସମ— ସମାନ, ଶମ - ଶାନ୍ତି
ସମଜ – ପଶୁ ସମୂହ, ସମାଜ – ଗୋଷ୍ଠୀ
ସର – ପୁଷ୍କରିଣୀ, ଶର – ତୀର, ସ୍ଵର – ଧ୍ୱନି
ସତ୍ତ୍ୱ – ଗୁଣବିଶେଷ, ବଳ; ସ୍ୱତ୍ତ୍ୱ – ଅଧିକାର
ସମ୍ବାଦ – ଖବର, ସମ୍ବାଧ – ବାଧା
ସାପ - ସର୍ପ, ଶାପ – ଅଭିଶାପ
ସିତ – ଶୁକ୍ଳବର୍ଣ୍ଣ, ଶିତ – ତୀକ୍ଷଣ, ଶୀତ – ଶୈତ୍ୟଯୁକ୍ତ
ସଂକର – ମିଶ୍ର, ଶଙ୍କର – ଶିବ
ସୁକର – ସୁସାଧ୍ୟ, ଶୁକର – ଶୁକ୍ରଗ୍ରହ, ଶୁକ୍ରବାର; ଶୂକର – ବିରାହ
ସୁତ – ପୁତ୍ର, ସୂତ – ସାରଥି, ସ୍ୟୂତ – ସିଆଁ ହୋଇଥିବା
ସୁତା – କନ୍ୟା, ସୂତା – ସୂତ୍ର
ସୁଧ – କଳନ୍ତର, ଶୁଦ୍ଧ – ପବିତ୍ର
ସୁଧା – ଅମୃତ, ସୁଦ୍ଧା – ହେଁ, ବି
ସୁର – ଦେବତା, ସୂର – ସୂର୍ଯ୍ୟ, ଶୂର – ବୀର
ସୂକ୍ତି – ବେଦୋକ୍ତ ସ୍ତୋତ୍ର ମନ୍ତ୍ରାଦି, ଶୁକ୍ତି – ଶଙ୍ଖ
ସୂଚୀ – ଛୁଞ୍ଚ, ଶୁଚି – ପବିତ୍ରତା
ସ୍ଵସୃ – ଭଉଣୀ, ଶ୍ଵଶ୍ରୂ– ଶାଶୁ, ଶ୍ମଶ୍ରୁ – ଦାଢ଼ୀ
ସ୍କନ୍ଦ - କାର୍ତ୍ତିକେୟ, ସ୍କନ୍ଧ – କାନ୍ଧ
