ରୂଢ଼ି ଓ ଲୋକବାଣୀ
(କ) ଝିଅଟି ଖୁବ୍ ସୁନ୍ଦରୀ, ତା’ ବାହାଘର ପାଇଁ ତାଙ୍କ ଘରକୁ କେତେ ଲୋକେ ଆସିଲେ, ସେମାନେ ସବିତାକୁ ପସନ୍ଦକଲେ । ବାହାଘର ସ୍ଥିର ହେଲା, ଶେଷରେ ଝିଅଟି ସହିତ ପୁଅଟିର ବିବାହ ହେଲା ।
(ଖ) ସବିତା ଗୋଟାଏ ଚାଉଳରେ ଗଢ଼ା, ତାକୁ ଦେଖୁବାକୁ ବର ଘର ଦେଖା ଆସିଲେ, ଝିଅଟିର ରୂପ ତାଙ୍କ ମନକୁ ପାଇଲା, ବାହାଘର ସ୍ଥିର ହେଲା, ଶେଷରେ ପୁଅଟି ସହିତ ଝିଅଟିର ହାତଗଣ୍ଡି ପଡ଼ିଲା । ଉଭୟ ହାତକୁ ଦି ହାତ ହେଲେ।
ଦୁଇଟି ଅନୁଚ୍ଛେଦକୁ ଲକ୍ଷ୍ୟ କରାଯାଉ । ଅନୁଚ୍ଛେଦର ଭାବ ସମାନ, ମାତ୍ର ପ୍ରକାଶ କଲା ଭିନ୍ନ ଭିନ୍ନ । ପ୍ରଥମ ଦୃଷ୍ଟାନ୍ତଠାରୁ ଦ୍ୱିତୀୟ ଦୃଷ୍ଟାନ୍ତଟି ଅଧୁକ ସୁନ୍ଦର ଓ ବୋଧଗମ୍ୟ ଲାଗୁଛି । ପ୍ରଥମ ଅନୁଚ୍ଛେଦର କେତୋଟି ବକ୍ତବ୍ୟ ଦ୍ବିତୀୟ ଅନୁଚ୍ଛେଦରେ ନିମ୍ନ ପ୍ରକାରେ କୁହାଯାଇଛି ।
ଯଥା-
(କ) ଖୁବ୍ ସୁନ୍ଦରୀ – ଗୋଟିଏ ଚାଉଳରେ ଗଢ଼ା
(ଖ) ପସନ୍ଦ କଲେ – ମନକୁ ପାଇଲା
(ଗ) ବାହାଘର ହେଲା – ହାତଗଣ୍ଡି ପଡ଼ିଲା
(ଘ) ବାହା ହେଲେ – ହାତକୁ ଦି’ହାତ ହେଲେ 'ଗୋଟିଏ ଚାଉଳରେ ଗଢ଼ା' ଅର୍ଥ ହେଉଛି ସୁନ୍ଦରୀ \ ସୁନ୍ଦର ।
‘ଗୋଟିଏ', 'ଚାଉଳରେ’, ‘ଗଢ଼ା’ – କୌଣସି ଶବ୍ଦର ଅର୍ଥ ‘ସୁନ୍ଦରୀ', ‘ସୁନ୍ଦର’ ନୁହେଁ । କିନ୍ତୁ ତିନୋଟି ଶବ୍ଦ ଏକତ୍ର ମିଶିଗଲେ ଏହାର ଅର୍ଥ ହେଉଛି ‘ସୁନ୍ଦରୀ’ \ ‘ସୁନ୍ଦର’ ।
କୌଣସି ଶବ୍ଦ ନିଜସ୍ୱର ଅର୍ଥ ଛାଡ଼ି, ଅନ୍ୟ ଶବ୍ଦ ସହିତ ମିଶି ସ୍ୱତନ୍ତ୍ର ଅର୍ଥ ପ୍ରକାଶ କଲେ ଏହାକୁ 'ରୂଢ଼ି’ କୁହାଯାଏ ।
ଧାତୁରୁ ଶବ୍ଦ ଗଢ଼ା ହୁଏ । ଗୋଟିଏ ଶବ୍ଦରୁ ମଧ୍ୟ ଅନ୍ୟ ଶବ୍ଦ ଗଢ଼ା ହୋଇଥାଏ । ଶବ୍ଦ ତିନି ପ୍ରକାର – ରୂଢ଼, ଯୌଗିକ ଓ ଯୋଗରୂଢ଼ ।
ରୂଢ଼ ଶବ୍ଦ :
ଯେଉଁ ଶବ୍ଦ ପ୍ରକୃତି ପ୍ରତ୍ୟୟଗତ ଅର୍ଥ ପ୍ରକାଶ ନ କରି ଭିନ୍ନ ଅର୍ଥ ପ୍ରକାଶ କରେ, ତାହା ରୂଢ଼ ଶବ୍ଦ । ଯଥା- କ୍ଷତ – ତୈ + ଅ = କ୍ଷତ୍ର । 'କ୍ଷତ୍ର’ ଶବ୍ଦର ପ୍ରତ୍ୟୟଗତ ଅର୍ଥ – ଯେ କ୍ଷତରୁ ତ୍ରାଣ କରେ । ମାତ୍ର ଏହାର ସାଧାରଣ ଅର୍ଥ – ଜାତି ବିଶେଷ । ସେହିପରି ଘଟ୍ + ଅ = ଘଟ । ଘଟ୍ ଧାତୁର ଅର୍ଥ — ଚେଷ୍ଟା କରିବା । ମାତ୍ର ଘଟ ଶବ୍ଦର ଅର୍ଥ ପାତ୍ର। |
ରୂଢ଼ି – ବି (ରୂହ-ତି) ପ୍ରସିଦ୍ଧି, ଉତ୍ପତ୍ତି, ବ୍ୟୁତ୍ପତ୍ତି – ବହିର୍ଭୁତ ଅର୍ଥ ପ୍ରକାଶର ଶକ୍ତି ।
ରୂଢି ପ୍ରୟୋଗ :
ନିମ୍ନଲିଖୁତ ପଦସମଷ୍ଟି ବା ଖଣ୍ଡବାକ୍ୟକୁ ଲକ୍ଷ୍ୟ କର।
(କ) ଅନ୍ଧାରକୁ ଟେକା ପକାଇବା ।
(ଖ) ଅରଣ୍ୟ ରୋଦନ।
ପ୍ରଥମ ଖଣ୍ଡବାକ୍ୟ ବା (କ) ଖଣ୍ଡବାକ୍ୟର ଅର୍ଥ ନୁହେଁ କୌଣସି ଅନ୍ଧାରିଆ ସ୍ଥାନକୁ ଟେକା ଫୋପାଡ଼ିବା । ଏହାର ଅର୍ଥ ହେଉଛି କୌଣସି ବିଷୟରେ ସ୍ପଷ୍ଟ ଜ୍ଞାନ ବା ଧାରଣା ଅର୍ଜନ ନ କରି କେବଳ ଅନୁମାନକୁ ଭିତ୍ତିକରି କୌଣସି କାର୍ଯ୍ୟ କରିବା । ଭାବଗତ ସାମ୍ୟ ଯାହା ଥାଉନା କାହିଁକି, ଏଠାରେ ‘ଅନ୍ଧାରକୁ', ‘ଟେକା’ ଓ ‘ପକାଇବା’ ଶବ୍ଦ ସେମାନଙ୍କର ଆଭିଧାନିକ ବା ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ଅଲଗା ଏକ ରୂଢ଼ ଅର୍ଥକୁ ବ୍ୟକ୍ତ କରୁଛନ୍ତି ।
ସେହିପରି ‘ଅରଣ୍ୟରୋଦନ’ ଖଣ୍ଡବାଜ୍ୟଟି ‘ଅରଣ୍ୟ’ ଓ ‘ରୋଦନ’ର ବ୍ୟୁତ୍ପତ୍ତିଗତ ଅର୍ଥକୁ ତ୍ୟାଗକରି ‘ବୃଥା ପ୍ରୟାସ’ ଅର୍ଥକୁ ବ୍ୟକ୍ତ କରୁଅଛି ।
ତେଣୁ କୌଣସି ବାକ୍ୟାଶ ମୂଳ ଅର୍ଥକୁ ଅତିକ୍ରମ କରି ଏକ ବିଶିଷ୍ଟ ଅର୍ଥରେ ବ୍ୟବହୃତ ହେଲେ ତାହାକୁ ରୂଢ଼ି କୁହାଯାଏ । ପ୍ରତ୍ୟେକ ଭାଷାରେ ଏହାର ଉଦାହରଣ ଦେଝବାକୁ ମିଳେ । ରୂଢ଼ି ପ୍ରୟୋଗ ଦ୍ୱାରା ଅଭିବ୍ୟକ୍ତି ସରସ, ସୁନ୍ଦର ହୁଏ। ଯୁଗଯୁଗରୁ ଏଗୁଡ଼ିକ ସ୍ୱତନ୍ତ୍ର ବ୍ୟଞ୍ଜନା ନେଇ ଫୁଟି ଉଠିଛନ୍ତି ।
ଓଡ଼ିଆ ଭାଷାରେ ପ୍ରଚଳିତ ରୂଢିପ୍ରୟୋଗର ତିନୋଟି ଧାରା ପରିଲକ୍ଷିତ ହୁଏ।
ଯଥା :
କ୍ରିୟାହୀନ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ନ ଥାଏ)
କ୍ରିୟାଯୁକ୍ତ ରୂଢ଼ି (ପଦ ସଂହତିରେ କ୍ରିୟା ପଦ ଥାଏ) ।
ତୁଳନାତ୍ମକ ରୂଢ଼ି (ପଦ ସଂହତିରେ ଉପମାବାଚକ ଶବ୍ଦର ବ୍ୟବହାର ଦେଖାଯାଏ)
କ୍ରୀୟାହୀନ ରୁଢି
ଅନ୍ଧର ଲଉଡି -(ଅସହାୟର ସହାୟ)
>ଶ୍ରବଣ କୁମାର ବୃଦ୍ଧ ପିତାମାତାଙ୍କର ଅନ୍ଧାର ଲଉଡି ଥିଲେ |
ଅନ୍ଧାବୁଝାମଣ-(ଅନ୍ୟାୟ ବିଚାର)
>ଏ ତ ଅନ୍ଧବୁଝାମଣା ରୀତି, ମଣିଷକୁ ଯେବେ ଛୁଇଁଲା, କେଉଁବାଟେ ଯିବ ଜାତି |
ଅରଣ୍ୟରୋଦନ -(ନିଷ୍ଫଳ ପ୍ରାର୍ଥନା \ ବୃଥା ପ୍ରାର୍ଥନା )
>ରାବଣ ନିକଟରେ ସୀତାଙ୍କର ଆକୁଳତା ଅରଣ୍ୟରଦନରେ ପରିଣତ ହେଲା |
ଅହିନକୁଳ ସମ୍ପର୍କ - (ଘୋର ଶତ୍ରୁତା)
>ତାଙ୍କର ସେ ଅଲଣା କଥା ଶୁଣିବାକୁ ମୋର ବେଳ ନାହିଁ |
ଅକଲ ଗୁଡୁମ- (ବୁଦ୍ଧି ବଣାହେବା)
>ଓକିଲବାବୁ ମିଛ କହୁଥିବା ସାକ୍ଷୀକୁ ପ୍ରଶ୍ନ ପଚାରି ତା ର ଅକଲ ଗୁଡୁମ କରିଦେଲେ |
ଆକାଶ କୁସୁମ-(ବୃଥା ସ୍ୱପ୍ନ)
>ବର୍ତ୍ତାମାନ ପରିସ୍ଥିତିରେ ରାମରାଜ୍ୟ ଗଢିବାର ଆସ୍ପର୍ଦ୍ଧା ପୋଷଣ କେବଳ ଆକାଶ କୁସୁମ ମାତ୍ର |
ଅଳ୍ପ ବିଦ୍ୟା ଭୟଙ୍କରୀ-(ଅଳ୍ପ ଜ୍ଞାନ ଯୋଗୁ ଅପଦସ୍ଥ ହେବା )
ଆଷୁତୋଶ ସବୁଠି ନିଜର ଆତ୍ମବଡିମା ଦେଖାଇ ଶେଷରେ ଅପଦସ୍ଥ ହେଉଛିକଥାରେ ପରା ଅଛି ଅଳ୍ପ ବିଦ୍ୟାଭୟଙ୍କରୀ |
ଆପଣାସୁନା ଭେଣ୍ଡି- (ନିଜ ଲୋକ ଅଯୋଗ୍ୟ )
>ଆପଣା ସୁନା ତ ଭେଣ୍ଡି, ପର ସହିତ କଳି କରି ଲାଭ କ'ଣ |
ଉପରିମାଲ୍-(ନିର୍ଦ୍ଦିଷ୍ଟ ଆୟରୁ ଅଧିକ/ମାଗଣା ମିଳିବା )
ଉପରିମାଲ ସଂଗ୍ରହ କରୁଥିବା ବ୍ୟକ୍ତି ଦେଶର କଳଙ୍କ
ଉପରଠାଉରିଆ-(ଗଭୀରତାର ଅଭାବ/ସାରବତ୍ତାର ଅଭାବ )
ସବୁବେଳେ ଏମିତି ଉଅପରଠାଉରିଆ କଥା କହ ନାହିଁ,କିଛି ଘଟଣା ଠିକ୍ ଭାବରେ ନବୁଝି ଉପରଠାଉରିଆ ମନ୍ତବ୍ୟ ଦେବା ଉଚିତ୍ ନୁହେଁ |
ଏ ଘର ମାଉସୀ ସେ ଘର ପିଉସୀ -(ଏପଟ ସେପଟ ଛିଦ୍ର କହି ଯେ ସବୁଠାରେ ଭଲେଇ ହୁଏ)
> ଚମ୍ପାନାନୀ କଥାକୁ ମୋଟେ ବିଶ୍ବାସ କରନାହିଁ, ସେ ପରା ଏ ଘର ମାଉସୀ ସେ ଘର ପିଉସୀ ।
ଏକଘରକିଆ – (ସାମାଜିକ ବାସନ୍ଦ)
> ଜଣକୁ ଏକଘରକିଆ କରି ରଖିବା ମାନବିକ ଅଧିକାରର ସମ୍ପୂର୍ଣ ଉଲ୍ଲଙ୍ଘନ ।
ଓଳିଆରୁ ଗଜା – (ଜନ୍ମରୁ ଚତୁର ବା ସିଆଣିଆ)
> ସେ ତ ଓଳିଆରୁ ଗଜା, ତାକୁ ଶିଖାଇବା କ’ଣ ?
କରଛଡ଼ା – (ଦାୟିତ୍ବ ନ ନେବା)
> ସମୁହ କାର୍ଯ୍ୟରେ କରଛଡ଼ା ଦେବା ଠିକ୍ ନୁହେଁ ।
କାଠିକର ପାଠ - (କଷ୍ଟସାଧ୍ୟ)
ବଜାର ଦର ଯେମିତି ହେଲାଣି ଅଳ୍ପ ରୋଜଗାରରେ ଚଳିବା କାଠିକର ପାଠ।
କୁହା ମୁଣ୍ଡା କପିଳା (ବହୁ ଅବାନ୍ତର କଥା କହିବା ।)
> ଆଜିକାଲି ଶସ୍ତା ରାଜନୀତି କରୁଥିବା ନେତାମାନେ ହେଉଛନ୍ତି କୁହାମୁଣ୍ଡା କପିଳା।
କପାଳ ଲିଖନ — (ଭାଗ୍ୟଫଳ) ।
> କପାଳ ଲିଖନକୁ କିଏ ବା ବଦଳେଇ ଦେଇପାରିବ ? ।
କୁମ୍ଭୀର କାନ୍ଦଣା – (ଛଳନା । ଉପର ଠାଉରିଆ ସହାନୁଭୂତି)
> ତୁମର କୁମ୍ଭୀର କାନ୍ଦଣା ମୋ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
କୂପ ମଣ୍ଡୁକ – (ସଂକୁଚିତ ପରିବେଶରେ ବଢ଼ିଥିବା)
> ବିଜୟ ତ ଗୋଟେ କୂପମଣ୍ଡୁକ ତାକୁ ଦେଶ ବିଦେଶ ଖବର ପଚାର ନାହିଁ ।
ଖତଗଦାରେ ପଦ୍ମ – (ପ୍ରତିକୂଳ ପରିସ୍ଥିତିରେ ପ୍ରତିଭା ସ୍ଫୁରଣ)
> ରେଢ଼ାଖୋଲର କନ୍ଧ ପରିବାରରେ ଜନ୍ମହୋଇଥିଲେ ବି କବି ଭୀମ ହୋଇଥିଲେ ଖତଗଦାରେ ପଦ୍ମ ସଦୃଶ।
ଗୋଟିଏ ଚାଉଳରେ ଗଢ଼ା – (ଅତି ସୁନ୍ଦର)
> ପିଲାଟିର ରୂପ ବାହୁନିବାକୁ କିଛି ନାହିଁ ସେ ପରା ଗୋଟିଏ ଚାଉଳରେ ଗଢ଼ା ।
ଗୋଠଖଣ୍ଡିଆ – (ଅସାମାଜିକ ବ୍ୟକ୍ତି /ଗୋଷ୍ଠୀରୁ ଅଲଗା)
> ଗୋଠଖଣ୍ଡିଆ ଲୋକ ଅନେକ ଅସୁବିଧାରେ ପଡ଼େ ।
ଗୋବରଗଣେଶ – (ନିର୍ବୋଧ । ମୂର୍ଖ)
> ଏବେ ବି ସମାଜରେ ସାଧାରଣ ହିସାବ କିତାବ ଜାଣି ନ ଥିବା ଅନେକ ଗୋବରଗଣେଶ ଅଛନ୍ତି ।
ଘର ଢିଙ୍କି କୁମ୍ଭୀର – (ନିଜ ଲୋକ ଶତ୍ରୁ)
> ତାଙ୍କ ଭାଇ ତାଙ୍କ ପତନର କାରଣ, ଘର ଢିଙ୍କି କୁମ୍ଭୀର ହେଲେ ସେ କାହାକୁ ଦୋଷ ଦେବେ ?
ଘରବୁଡ଼ି ପାଣି ଆଣ୍ଠୁଏ – (ଅବସ୍ଥା ଅସମ୍ଭାଳ ହେବା । ବିପଦ ଉପରେ ବିପଦ)
> ଦେଶର କରଜ ଏତେ ହେଲାଣି ଯେ ଘରବୁଡ଼ି ପାଣି ଆଣ୍ଠୁଏ, ତଥାପି ନେତାମାନଙ୍କର ରାଜକୀୟ ଅୟସ କମୁନି ।
ଘୋଷାବଳଦ – (କିଛି ନ ବୁଝି ମୁଖସ୍ତ କରିବା)
> ଘୋଷାବଳଦ ହୋଇ ଲାଭ କ’ଣ ? ପାଠ ଟିକେ ବୁଝିବାକୁ ଚେଷ୍ଟା କର ।
ଛୁଞ୍ଚିମାଛି ପରୀକ୍ଷା / ପରଖ - (ତନ୍ନ ତନ୍ନ କରି ଦେଖୁବା)
> ସବୁ କଥାରେ ଏମିତ ଛୁଞ୍ଚିମାଛି ପରୀକ୍ଷା କଲେ ଚଳିବନି।
ଛକାପଞ୍ଝା – (ଉଭୟ ପକ୍ଷର ସତର୍କ ଭାବ)
> ଜଙ୍ଗଲ ମଧ୍ୟରେ ଗତକାଲି ପୋଲିସ୍ ଓ ଚୋରଙ୍କ ମଧ୍ୟରେ ଛକାପଞ୍ଝା ଚାଲିଥିଲା ।
ଜପାମାଳି – (ଅତିପ୍ରିୟ)
> ନାତିଟି ଅଜାଆଈଙ୍କର ଜପାମାଳି ହୋଇଛି ।
ଜୀବନ ମୂର୍ଚ୍ଛା – (ଆପ୍ରାଣ ଉଦ୍ୟମ)
> ଭାରତୀୟ ହକିଦଳ ଆନ୍ତର୍ଜାତୀୟସ୍ତରରେ ଦେଶର ଗୌରବ ରକ୍ଷା ପାଇଁ ଜୀବନ ମୂର୍ଚ୍ଛା ସଂଗ୍ରାମ କରୁଛନ୍ତି ।
ଜୋକ ମୁହଁରେ ଲୁଣ – (ଗର୍ବ ଭାଙ୍ଗିବା । ଅହଂକାର ଭାଙ୍ଗିବା)
> ଜଗା ଗାଁ ଲୋକଙ୍କୁ ଡରାଉଥିଲା ହେଲେ ପୋଲିସ ଆସିଯିବାରୁ ଜୋକ ମୁହଁରେ ଲୁଣ ପରି ଚୁପ୍ ରହିଲା ।
ଝାଳବୁହା ଧନ – (କଷ୍ଟ ଅର୍ଜିତ)
> ଝାଳବୁହା ଧନ ମଣିଷକୁ ପ୍ରକୃତ ଶାନ୍ତି ଦିଏ ।
ଝିମିଟି ଖେଳରୁ ମହାଭାରତ – (ସାମାନ୍ୟ ଘଟଣାରୁ ବିରାଟକାଣ୍ଡ ବା ଭୟଙ୍କର ପରିସ୍ଥିତିର ସୂତ୍ରପାତ)
> ପିଲାକଳିରୁ ଏ ଭୟଙ୍କର ପରିସ୍ଥିତି, ଝିମିଟି ଖେଳରୁ ମହାଭାରତ ସୃଷ୍ଟି ବ୍ୟତୀତ ଆଉ କିଛି ନୁହେଁ ।
ଡେଙ୍ଗା ମୁଣ୍ଡରେ ଠେଙ୍ଗା – (ସମସ୍ତଙ୍କ ଦୃଷ୍ଟିରେ ଥିବା ବ୍ୟକ୍ତି ଉପରେ ବିପଦର ମାତ୍ରା ଅଧିକ ଥାଏ)
> ଏ ଅଞ୍ଚଳରେ ଯାହା ଘଟିବ ସମସ୍ତେ ତୋତେ ଦାୟୀ କରିବେ, କାରଣ ଡେଙ୍ଗା ମୁଣ୍ଡରେ ଠେଙ୍ଗା ।
ଢୋଲ ଭିତରେ ମୂଷା – (ଶତ୍ର ଗୁପ୍ତରେ ଘରେ ଲୁଚି ରହିବା)
> ତୁ କ’ଣ ଗୋପନ ରଖୁଛୁ, ତୋ ପୁଅ ପରା ଢୋଲ ଭିତରେ ମୂଷା।
ତେଲିଆ ମୁଣ୍ଡରେ ତେଲ – (ଥୁଲାବାଲାକୁ ଅଧିକ ସାହାର୍ଯ୍ୟ)
> ଏ ସମାଜରେ ସବୁବେଳେ ତେଲିଆ ମୁଣ୍ଡରେ ତେଲ, କିନ୍ତୁ ଗରିବର ଅବସ୍ଥା ତଳକୁ ତଳକୁ ଯାଉଛି ।
ଦେହଲଗା – (ଅତି ବିଶ୍ଵାସୀ)
> ଦୟାନିଧ ଦୀନବନ୍ଧୁ ବାବୁଙ୍କର ଦେହଲଗା ବନ୍ଧୁ । ।
ନଈ ନ ଦେଖୁଣୁ ଲଙ୍ଗଳା – (ବିପଦ ନ ଆସୁଣୁ ଛାନିଆ ହେବା)
> ନଈ ନ ଦେଖୁଣୁ ଲଙ୍ଗଳା ହେଲେ ବିପଦକୁ ସାମନା କରିବା ଦୁଃସାଧ୍ୟ ହେବ।
ନଛୋଡ଼ବନ୍ଧା – (ଏକଜିଦିଆ)
> ତାଙ୍କର ନଛୋଡ଼ବନ୍ଧା ମନୋଭାବ ଯୋଗୁଁ ପରିବାରଟା ଉଜୁଡ଼ିଗଲା ।
ନାଟର ଗୋବଦ୍ଧନ – (ଅନର୍ଥର ମୂଳ)
> ଗାଁ ସରପଞ୍ଚ ଟାଉଟର ହରି ମିଶ୍ର ସବୁନାଟର ଗୋବର୍ଦ୍ଧନ ।
ଫାଙ୍କା ଆୱାଜ – (ବୃଥା ଧମକ)
> ତୁମର ଫାଙ୍କା ଆୱାଜରେ ଡରିଯିବା ଲୋକ ମୁଁ ନୁହେଁ ।
ଫଟା କପାଳ – (ମନ୍ଦଭାଗ୍ୟ)
> ମୋର ତ ଫଟା କପାଳ, ଗୋଟିଏ ହେଲେ ପିଲା ଯୋଗ୍ୟ ହେଲେନି ।
ବଣ ବିଛୁଆତି – (ଅତିଦୃଷ୍ଟ । ମୂଳରୁ ଦୃଷ୍ଟ)
> ସେ ପିଲାଟା ବଣବିଛୁଆତି, ତା’ ସାଙ୍ଗରେ ମିଶିଲେ ଭଲପିଲା ବି ନଷ୍ଟ ହୋଇଯିବ ।
ବାଆକୁ ବତା – (କ୍ଷୀଣ ଆଶ୍ରୟ)
> ମହାବାତ୍ୟା ଅଞ୍ଚଳରେ ମୁଣ୍ଡ ଗୁଞ୍ଜିବାକୁ ଲୋକମାନେ ତିଆରି କରିଥିବା ଝାଟିମାଟିର ଘରଗୁଡ଼ିକ ବାଆକୁ ବତା ପରି ।
ବାପରାଣ ଢିଙ୍କି ଗିଳ୍– (ବାଧ୍ୟ କରିବା) ।
> ମୁଁ ତ ଏ କାମ କରିପାରିବିନି ବୋଲି ବାରମ୍ବାର କହିଲି, ମୋତେ ବାପରାଣ ଢିଙ୍କି ଗିଳ୍ପ କଥା କହୁଛି କାହିଁକି ?
ବାହାଘର ବେଳେ ବାଇଗଣରୁଆ – (ଆଗରୁ ପ୍ରସ୍ତୁତ ନ ହୋଇ ଶେଷ ମୁହୁର୍ତ୍ତରେ କାର୍ଯ୍ୟ ଆରମ୍ଭ କରିବା)
> ପରୀକ୍ଷା ବେଳେ ବହିକିଣା, ବାହାଘରବେଳେ ବାଇଗଣ ରୁଆ ସହିତ ସମାନ।
ବାଘ ଘରେ ମିରିଗନାଟ - (ମୁରବିଙ୍କ ଅନୁପସ୍ଥିତିରେ ବିଶୃଙ୍ଖଳା ସୃଷ୍ଟି କରିବା)
> ଘରେ ବାପା ନ ଥିବାରୁ ମୁନା ଘରକୁ ପକାଉଛି ଉଠାଉଛି, ଏ ତ ବାଘଘରେ ମିରିଗନାଟ ଚାଲିଛି ।
ବିରାଡ଼ି ବୈଷ୍ଣବ \ ବକ ଧାର୍ମିକ - (ଠକ)
> ଧର୍ମ ପ୍ରଚାର ନାଆଁରେ ଅନେକ ବିରାଡ଼ିବୈଷ୍ଣବ ସାଧୁରୂପରେ ଆମ ସମାଜରେ ବୁଲୁଛନ୍ତି ।
ବୋଝ ଉପରେ ନଳିତା ବିଡ଼ା – (ଦୁଃଖ ଉପରେ ଦୁଃଖ)
> ତାଙ୍କର ସ୍ୱାମି ଦୁର୍ଘଟଣାରେ ପ୍ରାଣ ହରାଇଲେ, ପରେ ପରେ ପୁଅଟି ଚାଲିଗଲା, ଏବେ ତାଙ୍କ ଅବସ୍ଥା ବୋଝ ଉପରେ ନଳିତା ବିଡ଼ା ଭଳି।
ରାଣ୍ଡୀପୁଅ ଅନନ୍ତା \ ଲଙ୍ଗଳା କଟୁରୀ \ ଚାରିଦଉଡ଼ିକଟା (ଅନାୟତ୍ତ \ ଶାସନର ବାହାରେ)
> ତାର ଘରଦୁଆର, ଭାଇବନ୍ଧୁ, ମାୟାମମତା ବୋଲି କିଛି ନାହିଁ, ସେ ରାଣ୍ଡିପୁଅ ଅନନ୍ତା ପରି ବୁଲୁଛି ।
ହାତ ବାରିସି – (ଯାହା ସାହାଯ୍ୟରେ କାର୍ଯ୍ୟ ହାସଲ ହୁଏ)
> ଆଜିକାଲି କଲେଜଛାତ୍ରମାନେ ରାଜନେତାଙ୍କର ହାତବାରିସି ସାଜିଛନ୍ତି ।
ହୁଙ୍କାପିଟା – (କିଛି ନ ବୁଝି ହଠାତ୍ କାମରେ ଲାଗିଯିବା)
> ତାଙ୍କର ହୁଙ୍କାପିଟା ନୀତି ତାଙ୍କ ବିଫଳତାର କାରଣ ।
କ୍ରିୟାଯୁକ୍ତ ରୂଢ଼ି :
ଅହନ୍ତା ରଖୁବା / ଅକସ ରଖୁବା - (ପ୍ରତିହିଂସା ମନୋଭାବ ପୋଷଣ କରିବା)
> ସାଧୁଲୋକଙ୍କ ପ୍ରତି ଅହନ୍ତା ରଖିଲେ କିଛି ଫଳହୁଏ ନାହିଁ ।
ଅନ୍ଧାରକୁ ଟେକା ପକାଇବା / ଅନ୍ଧାରଘରେ ବାଡିବୁଲାଇବା – (ଅନୁମାନ କରିବା)
> ପ୍ରକୃତ ପାଠ ନ ଜାଣି ଅନ୍ଧାରକୁ ଟେକା ପକାଇବା ଭଳି ଉତ୍ତର ଦେବାରୁ ଶିକ୍ଷକ ଧୀରେନ୍ଦ୍ର ଉପରେ ରାଗିଲେ ।
ଆଖି ରଖୁବା - (ଲକ୍ଷ୍ୟ ରଖିବା/ ଯତ୍ନନେବା)
> ଜାତୀୟ ସ୍ୱାର୍ଥକୁ ଆଖ୍ ଆଗରେ ରଖ୍ ଆମକୁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ହେବ।
ଆଖିଦେବା / ଦୃଷ୍ଟିପକାଇବା – (ବିଷ ଦୃଷ୍ଟିରେ ଦେଖିବା / ଲୋଭ କରିବା)
> ପରଦ୍ରବ୍ୟ ପ୍ରତି ଆଦେବା । ଦୃଷ୍ଟି ପକାଇବା ଠିକ୍ ନୁହେଁ ।
ଆଖି ପକାଇବା – (ଲୋଲୁପ ଦୃଷ୍ଟି ପକାଇବା)
> ଚୋର ସେ ଘରଟି ଉପରେ ଆଖୁ ପକାଇଲାଣି ।
ଆଖି ବୁଲାଇବା – (ମୋଟାମୋଟି ଦେଖିବା)
> ସାହିତ୍ୟ ପରୀକ୍ଷାକୁ ଯିବା ପୂର୍ବରୁ ବ୍ୟାକରଣ ବହି ଉପରେ ଟିକିଏ ଆଖୁ ବୁଲାଇଦେବ ଉଚିତ ।
ଆଖି ବୁଜିବା – (ମୃତ୍ୟୁ ବରଣ କରିବା)
> ବାପ ଆଖୁବୁଜିବାର ମାସ ଦୁଇଟା ହୋଇନି, ପୁଅମାନେ ଭିନ୍ନ ହୋଇଗଲେ । ।
ଆଖିକି ପାଇବା- (ପସନ୍ଦ କରିବା) ।
> ବାପା ଆଣିଥିବା ଜିନିଷ ଗୋପାଳର ଆଖୁକି ପାଇଲାନି ।
ଆଖି ପାଇବା – (କଳନା କରିବା । ଚାଲାକ୍ ହେବା)
> ନିର୍ମଳର ତ ଆଖି ପାଇଲାଣି, ଏକୁଟିଆ ତାକୁ କଟକ ଯିବାକୁ ମନାକରୁଛି କାହିଁକି ?
ଆଖିରେ ଧୂଳି ଦେବା – ଠକିଦେବା)
> କୃତଘ୍ନ ଲୋକ କେଉଁ ମୁହୂର୍ଭରେ ଆରେ ଧୂଳି ଦେଇଦେବ ଠିକ୍ ନାହିଁ ।
ଆଡ଼ ଆରେ ନ ଚାହିଁବା – (ସାମାନ୍ୟ ଦୃଷ୍ଟି ନ ଦେବା / ସମ୍ପର୍କ ନ ରଖୁବା)
> ଅଧୁକାଂଶ ଧନୀ ଲୋକମାନେ ଗରିବଙ୍କୁ ଆଡ଼ ଆଖୁରେ ଚାହାନ୍ତି ନାହିଁ ।
ଆ ବଳଦ ମୋତେ ବିନ୍ଧୁ – (ବିପଦକୁ ଡାକି ଆଣିବା)
> ଅନ୍ୟଦେଶର ଅପରାଧୀଙ୍କୁ ଆମ ଦେଶରେ ସ୍ଥାନ ଦେବା ମାନେ ଆ’ ବଳଦ ମୋତେ ବିନ୍ଧ ସହିତ ସମାନ।
ଉଷୁନାଧାନ ଗଜାହେବା – (ଅସମ୍ଭବ ସମ୍ଭବ ହେବା)
> ତାଙ୍କ ପୁଅଟି ବ୍ୟାଧମୁକ୍ତ ହେଲାନି ଯେ ଜାଣ ଉଷୁନା ଧାନ ଗଜା ହେଲା ।
ଉପରେ ପଡ଼ି କହିବା / ଆବୁଡ଼ି ପଡ଼ିବା – (ନ ପଚାରୁଣୁ କହିବା / ଅନ୍ୟର କଥା ନ ସରୁଣୁ କହିବା)
> ଉପରେ ପଡ଼ି କହିବା ତାର ଗୋଟିଏ ମନ୍ଦ ଅଭ୍ୟାସ ।
କପାଳ ଖୋଲିବା – (ଭଲ ବେଳ ପଡ଼ିବା / ଉନ୍ନତି ହେବା)
> ରାମବାବୁଙ୍କର ପଦୋନ୍ନତି ସାଙ୍ଗକୁ, ପୁଅ ଚାକିରି ପାଇଲା, ତାଙ୍କର କପାଳ ଖୋଲିଗଲା ଜାଣ ।
କପାଳ ଫାଟିବା - (ସର୍ବନାଶ ହେବା)
> ମହାବାତ୍ୟାପରେ ପୁଣି ମରୁଡ଼ିହେବାରୁ ଲୋକଙ୍କ କପାଳ ଫାଟିଲା ।
କଳାକାଠ ପଡ଼ିଯିବା – (ମଳିନ ପଡ଼ିଯିବା)
> ପରୀକ୍ଷାରେ କପି କରି ଧରାପଡ଼ିଯିବାରୁ ଛାତ୍ରଟି ପ୍ରଧାନଶିକ୍ଷକଙ୍କୁ ଦେଖ୍ କଳାକାଠ ପଡ଼ିଗଲା ।
କଟା ଘା’ରେ ଚୂନ ଦେବା – (ଯନ୍ତ୍ରଣା ଉପରେ ଯନ୍ତ୍ରଣା ଦେବା)
> ହରିଆ ଦୋଷ ନ କରି ଜରିମାନା ଦେଲା, ପୁଣି ତାକୁ ବାସନ୍ଦ କଲେ କଟା ଘା’ରେ ଚୂନଦେବା ଭଳି ହେବ ।
କଳାକନା ବୁଲାଇବା – (ସର୍ବସ୍ଵ ଲୁଟିନେବା / ସର୍ବନାଶ କରିବା)
> ଚୋରମାନେ ଗତ ରାତିରେ ଜମିଦାର ଘରୁ ସମସ୍ତ ଜିନିଷ ଲୁଟିନେଇ କଳାକନା ବୁଲାଇ ଦେଇଛନ୍ତି ।
କାମରେ ହାତଦେବା – (କାର୍ଯ୍ୟ ଆରମ୍ଭ କରିବା)
> ବୁଦ୍ଧିମାନ ଲୋକ କୌଣସି କାମରେ ହାତଦେବା ପୂର୍ବରୁ ସେ ବିଷୟରେ ଟିକିନିଖୁ ବୁଝିଥାନ୍ତି ।
କାନରେ ହାତଦେବା – (ଆଶ୍ଚର୍ଯ୍ୟ ହେବା) ।
> ତାଙ୍କ ଡାହାମିଛ କଥାଗୁଡ଼ାକ ଶୁଣି ମୁଁ କାନରେ ହାତ ଦେଲି ।
କାଠ ହୋଇଯିବା | ଜଡ଼ ପାଲଟିଯିବା – (କାତର ହେବା)
> ପୁତ୍ରର ମୃତ୍ୟୁ ଜନିତ ଦୁଃସମ୍ବାଦ ପାଇବାପରେ ମା’ କ୍ଷଣକାଳ କାଠ ପାଲଟି ଗଲେ ।
କୁହୁଡ଼ିପହଁରିବା – (ବୃଥା ପରିଶ୍ରମ । ବୃଥା ପ୍ରୟାସ କରିବା)
> ଆଜିକାଲିର ନେତାମାନଙ୍କ କଥାରେ ବିଶ୍ବାସ କରିବା କୁହୁଡ଼ି ପହଁରିବା ସହିତ ସମାନ।
ଖାଲରେ ପକାଇବା – (ବିପଦରେ ପକାଇବା) ।
> ସେ ନିଜର ସ୍ୱାର୍ଥ ସିଦ୍ଧି ପାଇଁ ଯେ କୌଣସି ଲୋକକୁ ଖାଲରେ ପକାଇବାକୁ କୁଣ୍ଠିତ ନୁହନ୍ତି । ।
ଖୁଅ କାଢ଼ିବା – (କଥାକୁ ଘାଣ୍ଟି ଦୋଷ ଖୋଜିବା)
> ଖଳ ଲୋକମାନେ ସବୁକଥାରୁ ଖୁଅ କାଢ଼ିଥାନ୍ତି ।
ଖାଇବା ପତରରେ ଧୂଳିଦେବା – (ଜୀବିକା ଛଡ଼ାଇ ନେବା)
> ଆକ୍ରୋଶମୂଳକ ଭାବରେ ଚାକିରିରୁ ନିଲମ୍ବନ କରିବାମାନେ ଖାଇବା ପତରରେ ଧୂଳି ଦେବା ବ୍ୟତୀତ ଅନ୍ୟକିଛି ନୁହେଁ ।
ଗୁଜୁରାଣ ମେଣ୍ଟାଇବା – (କଷ୍ଟସହି (କଷ୍ଟକରି) କୌଣସିମତେ ଚଳିବା)
> ଗତ ମହାବାତ୍ୟାରେ ଘରଦ୍ୱାର, ଚାଷବାସ ସବୁଗଲା ପରେ ମୂଲମଜୁରି ଲାଗି ବାପା କୌଣସି ପ୍ରକାରେ ଗୁଜୁରାଣ ମେଣ୍ଟାଉଛନ୍ତି ।
ଗାଲରେ ହାତଦେବା – (ଚିନ୍ତିତ ହେବା)
> ପୁଅଟି ପରୀକ୍ଷାରେ ଫେଲ୍ ହେବାରୁ ବାପା ଗାଲରେ ହାତ ଦେଇ ବସିଛନ୍ତି ।
ଗୋଡ଼ହାତ ଧରିବା – (ବିନମ୍ର ଗୁହାରି କରିବା)
> ଝିଅଟିର ବାହାଘର ସୁରୁଖୁରୁରେ ତୁଲାଇ ଦେବାକୁ ଗରିବ ବାପା ସବୁ ବନ୍ଧୁବାନ୍ଧବଙ୍କ ଗୋଡ଼ହାତ ଧରିଲେଣି ।
ଗୋଡ଼ଟେକି ବସିବା - (ପ୍ରସ୍ତୁତ ହୋଇ ରହିବା)
ନନ୍ଦନକାନନ ବୁଲି ଯିବାପାଇଁ ପିଲାଏ ଗୋଡ଼ଟେକି ବସିଛନ୍ତି ।
ଚଳୁ କରିଦେବା – (ସବୁ ଶେଷ କରିଦେବା)
> ଲୋକଟିର ଧର୍ମ ଅଧର୍ମ ବିଚାର ନାହିଁ, ଜନସାଧାରଣଙ୍କ ପାଣ୍ଠିକୁ ଚଳୁ କରିଦେଲାଣି।
ଚାଲିଲା ଶଗଡ଼ରେ ହାତଦେବା – (ଅତି ଦୁଷ୍ଟାମି କରିବା)
> ରାନୁ ଅପାର ଛୁଆ ଦି’ଟା ଚାଲିଲା ଶଗଡ଼ରେ ହାତଦେବା ପିଲା ।
ଚିତା କାଟିବା – (ଠକିବା)
> ଅନେକ ଭଣ୍ଡ ସାଧୁ ଅଛନ୍ତି, ଯେଉଁମାନେ କି ଧର୍ମ ନାମରେ ଲୋକଙ୍କୁ ଚିତା କାଟୁଛନ୍ତି । ।
ନାଁ କରିବା– (ସୁନାମ ଅର୍ଜନ କରିବା)
> ଧର୍ମପଦ ଭଳି ଦେଶର ନାଁ କରିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କର ଲକ୍ଷ୍ୟ ହେବା ଉଚିତ ।
ନାଁ ରଖୁବା – (ଯଶ ରଖିବା)
> ବିଦେଶକୁ ପଢ଼ିବାପାଇଁ ଗଲାବେଳେ ବାପା କହିଲେ, – “ତୁ ଆମ ବଂଶର ନାଁ ରଖୁବୁ, ଏତିକି ମୋର କାମନା ।””
ନାକ ଛିଞ୍ଚାଡ଼ିବା – (ବିରକ୍ତ ହେବା)
> ସବୁ କଥାରେ ତାଙ୍କର ନାକ ଛିଞ୍ଚାଡ଼ିବା ପ୍ରକୃତିକୁ କେହି ପସନ୍ଦ କରନ୍ତି ନାହିଁ । ।
ନାକ ଟେକିବା – (ଘୃଣା କରିବା)
> ରୋଗୀସେବା କଲାବେଳେ ନାକଟେକିବା ଉଚିତ ନୁହେଁ ।
ନାକେଦମ୍ କରିବା – (ଅଥୟ କରିବା)
> ଜରୁଆ ଦେହରେ ସର୍କସ ଦେଖୁବାକୁ ଯିବ ବୋଲି ପିଲାଟା କାନ୍ଦି କାନ୍ଦି ନାକେଦମ୍ କଲାଣି ।
ପିଠିରେ ପଡ଼ିବା – (ସାହା ହେବା)
> ଯେତେ କହିଲେ ବି ପାଠପଢୁନୁ, ଫେହେଲେ କେହି ପିଠିରେ ପଡ଼ିବେନି ।
ଫସର ଫାଟିବା - (ବ୍ୟର୍ଥ ହେବା) ।
> ଗୋଟିଏ ବୋଲି ପୁଅର ଉଚ୍ଚଶିକ୍ଷା ପାଇଁ ବାପା କେତେ କ’ଣ ଯୋଜନା କରିଥିଲେ, କିନ୍ତୁ ପୁଅଟି ମାଟ୍ରିକ ପରୀକ୍ଷାରେ ଫେଲ୍ ହେବାରୁ ତାଙ୍କର ସବୁ ଯୋଜନା ଫସର ଫାଟିଲା ।
ଫଟେଇ ହେବା – (ଗୋଟାଏ କଥାକୁ ବାରମ୍ବାର ପଚାରିବା)
> ଥରେ କହିଲେ ଶୁଣିପାରିଲୁନି ଯେ ଏତେ ଥର ଫଟେଇ ହେଉଛୁ ?
ବାଟ କାଟିବା – (ନିଜ ସୁବିଧା ଦେଖୁବା) ।
> ସ୍ବାର୍ଥପର ଲୋକମାନେ କାହାକଥା ବିଚାର ନ କରି ନିଜେ ନିଜର ବାଟ କାଟି ଦୂରେଇ ଯାଆନ୍ତି ।
ବାଟଭାଙ୍ଗିବା – (ଉପେକ୍ଷା କରିବା)
> ବିପଦରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ ନ କରି ବାଟ ଭାଙ୍ଗି ଚାଲିଯିବା ଠିକ୍ ନୁହେଁ ।
ବାଟମାରଣା ହେବା – (ମଝିରେ ଅନ୍ୟଦ୍ଵାରା ଅପହୃତ ହୋଇଯିବା)
> ବାତ୍ୟା ସମୟରେ ଦେଶ ବିଦେଶରୁ ଆସିଥିବା ଦ୍ରବ୍ୟଗୁଡ଼ିକ ବାଟମାରଣା ହେଲା ବୋଲି ଲୋକେ କହୁଛନ୍ତି ।
ବିରାଡ଼ି ଛିଙ୍କିବା – (ଅନୁକୂଳ ବିଗିଡ଼ିଯିବା)
> ସଙ୍ଗେ ସଙ୍ଗେ ଯାଇଥିଲ, ଅଥଚ ଫେରିଆସିଲ ଯେ, କ’ଣ ବିରାଡ଼ି ଛିଙ୍କିଲା କି ?
ବିରାଡ଼ି କପାଳକୁ ଶିକାଛିଣ୍ଡିବା – (ଇଚ୍ଛା ଅନୁସାରେ ସୁବିଧା ମିଳିବା)
ପ୍ରଦର୍ଶନୀ ଦେଖୁଯିବାକୁ କେହି ସାଙ୍ଗ ମିଳୁ ନ ଥିଲେ, ବିରାଡ଼ି କପାଳକୁ ଶିକାଛିଣ୍ଡିଲା ପରି ସାନମାମୁ ଆସି ପହଞ୍ଚଗଲେ ।
ଭାଲୁ ଧରାଇବା – (କୌଶଳରେ ଜଞ୍ଜାଳଗ୍ରସ୍ତ କରାଇବା)
> ନିଜର ସୁବିଧାପାଇଁ ଅନ୍ୟକାହାକୁ ଭାଲୁଧରାଇ ନିଜେ ଖସିଯିବା ବିବେକୀ ଲୋକର କାର୍ଯ୍ୟ ନୁହେଁ ।
ଭୂତ ଖାଇବା – (ଅନ୍ୟ ହାତରେ ପଡ଼ିବା)
> ମୃତ୍ୟୁପରେ କୃପଣ ଲୋକର ସଞ୍ଚିତ ଧନ ଭୂତ ଖାଆନ୍ତି ।
ମହରଗରୁ ଯାଇ କାନ୍ତାରରେ ପଡ଼ିବା – (ସାମାନ୍ୟ ବିପଦରୁ ଯାଇ ବଡ଼ ବିପଦରେ ପଡ଼ିବା)
> ବନ୍ୟା ଭୟରେ ନଦୀକୂଳ ଛାଡ଼ି ଅନ୍ୟତ୍ର ଘର କରି ରହିଲିଯେ ସେଠି ସବୁ ବର୍ଷ ମରୁଡ଼ି । ମହରଗରୁ ଯାଇ କାନ୍ତାରରେ ପଡ଼ିବା ସାର ହେଲା ।
ଚିତା କାଟିବା – (ଅନ୍ୟକୁ ଠକିବା)
> ଭଦ୍ର ବେଶଧାରୀ ଅନେକ ଲୋକ ଅଛନ୍ତି, ଯେଉଁମାନେ କି ସାଧାରଣ ଲୋକଙ୍କୁ ନାନା ଭାବରେ ଚିତା କାଟୁଛନ୍ତି ।
ଛାତିକି ପଥର କରିବା – (ଧୈର୍ଯ୍ୟ ଧରିବା)
> ବିପଦବେଳେ ଅଧୀର ହେଲେ ଚଳିବ ନାହିଁ, ଛାତିକି ପଥର କରି ବିପଦର ମୁକାବିଲା କରିବାକୁ ପଡ଼ିବ।
ଛାଇ ନ ମାଡ଼ିବା – (ସବୁ ସମ୍ପର୍କ ଛିନ୍ନ କରିବା) ।
> ପରିବାରରୁ ଅଲଗା ହେଲାପରେ ବଡ଼ଭାଇ ସାନଭାଇର ଛାଇମାଡୁନି।
ଛାତି ଫୁଲେଇ ଚାଲିବା —ଗର୍ବ ଦେଖାଇବା) ।
> ସ୍ଵାଧୀନତାପରେ ଭାରତବାସୀ ବିଶ୍ଵଦରବାରରେ ଛାତି ଫୁଲାଇ ଚାଲିବାକୁ ସମର୍ଥ ହେଲେ।
ଜିରାରୁ ଶିରା କାଢ଼ିବା – (ଅଯଥା ଦୋଷ ଦେଖାଇବା)
> ଖଳ ଲୋକମାନେ ଜିରାରୁ ଶିରା କାଢ଼ି ନିଜର ବାହାଦୁରି ଦେଖାନ୍ତି ।
ଝିଣ୍ଟିକା ମାରି ବଣି ପୋଷିବା – (ଦୁର୍ବଳକୁ ମାରି ସବଳକୁ ସାହାଯ୍ୟ କରିବା)
> ଝିଣ୍ଟିକା ମାରି ବଣି ପୋଷିଲେ ଆସନ୍ତା ଥରକୁ ଭୋଟ ପାଇବ ତ ?
ଠାସକୁ ମାରିବା – (ଅନୁମାନ କରି କହିବା)
> ତୁମର ପ୍ରକୃତ ଜ୍ଞାନ ନାହିଁ, ତୁମେ ଖାଲି ଠାସକୁ ମାରୁଛି । ।
ତଳେ ପକାଇବା – (ଅମାନ୍ୟ କରିବା)
> ସଦ୍ଗୁରୁଙ୍କ ବଚନକୁ କୌଣସି ସତ୍ ଶିଷ୍ୟ କେବେ ତଳେ ପକାଏ ନାହିଁ ।
ତିଳକୁ ତାଳ କରିବା - (ଛୋଟ କଥାକୁ ବଡ଼ କରିବା) ।
> ଦୁଷ୍ଟ ଲୋକମାନେ ତିଳକୁ ତାଳ କରି କଳହ କରିଥାନ୍ତି ।
ଦାଉ ସାଧୁବା - (ପ୍ରତିଶୋଧ ନେବା)
> କାହା ଉପରେ ବିପଦ ପଡ଼ିଥିବା ବେଳେ ସୁଯୋଗ ନେଇ ଦାଉ ସାଧିବା ଭଲନୁହେଁ । ।
ମନ ଘର ଧରିବା – (ଅସୁବିଧାରେ ପଡ଼ି ସଚେତନ ହେବା)
> ଘର କେମିତି ଚଳୁଛି ବୁଝି ନ ଥିଲା, ବାପା ମଲାପରେ ଏବେ ତା’ମନ ପୂରା ଘର ଧରିଗଲାଣି ।
ମାଛିକି ମ’ (ମର) ନ କହିବା – (ଖୁବ୍ ନିରୀହ) |
> ପ୍ରକୃତ ଗଣ୍ଡଗୋଳକାରୀମାନେ ଖସିଗଲେ, ଯିଏ ମାଛିକି ମ’ ନ କହିବା ଲୋକ, ତାକୁ ପୋଲିସ୍ ଗିରଫ କରିନେଲା ।
ମୁହଁ ବଢ଼ାଇବା – (ସୁବିଧା ଦେବା)
> ବାପାମାଆ ଗେହ୍ଲା କରି ଅନେକ ସମୟରେ ପିଲାଙ୍କ ମୁହଁ ବଢ଼ାଇଦିଅନ୍ତି, କିନ୍ତୁ ପରେ ଅନୁତାପ କରନ୍ତି ।
ମୁହଁ ଦେବା – (ପ୍ରଶ୍ରୟ ଦେବା)
> ଛୋଟ ପିଲାଙ୍କୁ ଏତେ ମୁହଁଦେବା ଠିକ୍ ନୁହେଁ ।
ମୁଣ୍ଡଳ ତୁଣ୍ଡରେ ମାରିବା – (କଠିନ ପରିଶ୍ରମ କରି ପେଟ ପୋଷିବା)
> ଭଲଘର ଖଣ୍ଡ କରିବ ବୋଲି ମୁଣ୍ଡଝାଳ ତୁଣ୍ଡରେ ମାରି ସେ ଯାହା କିଛି ସଞ୍ଚୟ କରିଥିଲା, ସବୁତକ ଚୋର
ନେଇଗଲେ ।
ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିବା – (ଭୀଷଣ ଚିନ୍ତାରେ ପଡ଼ିଯିବା)
> ଝିଅ ବାହାଘର ନାଁ ଧରୁ ନ ଥିଲେ, ଏବେ ଝିଅର ବୟସ ଗଡ଼ିଯିବାରୁ ତାଙ୍କ ମୁଣ୍ଡକୁ ତେନ୍ତୁଳିଆ ବିଛା କାମୁଡ଼ିଲାଣି।
ରକ୍ତଚାଉଳ ଚୋବାଇବା – (ରାଗ ଜର୍ଜରିତ ହେବା) ।
> ବିଚାରରେ ଦୋଷୀ ସାବ୍ୟସ୍ତ ହେବାରୁ ସମସ୍ତଙ୍କ ଉପରେ ଖାଲି ସେ ରକ୍ତଚାଉଳ ଚୋବାଉଛି ।
ସୁଅ ମୁହଁରେ ଯିବା । ପଡ଼ିବା – (ବୃଥାରେ ଧନ ଦଉଲତ ଉଜାଡ଼ି ଦେବା)
> ପୁଅ ଅଯୋଗ୍ୟ ହେଲେ ବାପର ସବୁଧନ ସୁଅ ମୁହଁରେ ଯାଏ ।
ହାତ ଧରିବା – (ବିବାହ କରିବା | ନେହୁରା ହେବା) ।
> ଗୁଣୀ ପୁରୁଷର ହାତ ଧରିବାକୁ ସବୁଝିଅ ଇଚ୍ଛା କରନ୍ତି ।
> ମୁଁ ଆପଣଙ୍କ ହାତଧରୁଛି, ମତେ ଏଇଥର କ୍ଷମା କରିଦିଅନ୍ତୁ ।
ହାତ କରିବା – (କୌଶଳରେ ଆୟତ୍ତ କରିବା) ।
> ଅନ୍ୟପକ୍ଷର ସାକ୍ଷୀମାନଙ୍କୁ ହାତ କରି ସେ ମକଦ୍ଦମା ଜିତିଗଲେ।
ହାତରେ ନ ମାରି ଭାତରେ ମାରିବା – (କୌଶଳରେ ଜୀବିକା ବା ବୃତ୍ତିରୁ ଉଚ୍ଛେଦ କରିବା)
> ଶ୍ରମିକମାନଙ୍କୁ ହାତରେ ନ ମାରି ଭାତରେ ମାରିବା ନୀତି ଯୋଗୁଁ ତାଙ୍କ କାରଖାନାରେ ସବୁବେଳେ ଧର୍ମଘଟ ଲାଗିରହିଛି ।
ତୁଳନାତ୍ମକ ରୂଢ଼ି :
ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରିବା – ସେ କିଛି ବୁଝୁ ନ ବୁଝୁ ସବୁବେଳେ ଏଣ୍ଡୁଅ ପରି ମୁଣ୍ଡ ଟୁଙ୍ଗାରୁଥାଏ।
କୁକୁର ପରି ଧାଇଁବା – ଟଙ୍କା କେଇଟା ଲୋଭରେ ସେ କୁକୁର ପରି ଧାଉଁଛି ।
ଖୁଣ୍ଟଟା ପରି ଠିଆହେବା – ବସିବାକୁ କହିଲି, ନ ବସି ଖୁଣ୍ଟଟା ପରି ଠିଆହୋଇ ରହିଲୁ କାହିଁକି ?
ଗଡ଼ ପରି ପଡ଼ିବା । ଢିଙ୍କି ପରି ପଡ଼ିବା - ଲୋକଟା ଗଡ଼ ପରି ପଡ଼ିଛି, ପଦେ ବି ଜବାବ ନାହିଁ ।
ଛୁଞ୍ଚ ପରି ମୁହଁ କରିବା – ସବୁବେଳେ ଛୁଞ୍ଚ ପରି ମୁହଁକଲେ କିଏ ତୋତେ ଭଲପାଇବ ?
ଜୋକ ପରି ଲାଗିବା – ଯେଉଁମାନେ କର୍ମଠ, ସେମାନେ କାମରେ ସର୍ବଦା ଜୋକ ପରି ଲାଗିଥାନ୍ତି ।
ପେଡ଼ି ପରି ମୁହଁ କରିବା | ଫୁଲାଇବା – ସତକଥା କହିଦେବାରୁ ସେ ପେଡ଼ି ପରି ମୁହଁ ଫୁଲାଇ ବସିଛି ।
ପବନ ପରି ଧାଇଁବା – କିଏ ବିପଦରେ ପଡ଼ିଛି ଶୁଣିଲେ, ତାକୁ ସାହାଯ୍ୟ କରିବାପାଇଁ ସେ ପବନ ପରି ଧାଇଁଯାନ୍ତି ।
ପ୍ରସାଦ ପରି ପାଇଦେବା – ପଡୋଶୀ ଘରୁ ଆସିଥିବା ତରକାରୀକୁ ସେ ପ୍ରସାଦ ପରି ପାଇଦେଲା ।
ବରଡ଼ା ପତ୍ର ପରି ଥରିବା – ପିଲାଟାର ମିଛକଥା ଜଣା ପଡ଼ିଯିବାରୁ ବାପାଙ୍କ ଆଗରେ ସେ ବରଡ଼ାପତ୍ର ପରି ଥରୁଛି ।
ସାପ ପରି ହଁ ହଁ ହେବା – ସାମାନ୍ୟ କଥାରେ ରାଗିଯାଇ ସେ ସାପ ପରି ହଁ ହଁ ହୁଅନ୍ତି ।
ସିଂହପରି ଯୁଝିବା – ବାଳକ ଅଭିମନ୍ୟୁ ସପ୍ତରଥୀଙ୍କ ସହିତ ସିଂହପରି ଯୁଝିଥିଲେ ।
ଶୁଆ ପରି ଘୋଷିବା – ଗୀତଟି ତା ମନକୁ ଏମିତି ପାଇଛି ଯେ ଦିନରାତି ଶୁଆପରି ଘୋଷିହେଉଛି ।
