VERB

I am a good boy.
He was tired.
We play cricket.
She likes sweets.

Am, was, play, like=verbs
Am, was, denote ‘states’
Play, likes denote, actions.

The word that refers to an action or a state is called a VERB.

ବାକ୍ୟରେ ଯେଉଁ ଶବ୍ଦଟି ଗୋଟିଏ ଅବସ୍ଥା ବା କ୍ରମ କୁ ବୁଝାଏ ତାହା verb (କ୍ରିୟା) ଅଟେ |

I am hungry.
I am eating rice.
I was eating rice.
He was eaten rice.
She eats rice.
He has been eating rice.

ଉପରଲିଖିତ ସମସ୍ତ underlined words ଗୁଡିକ verb phase ଆମେ ଗୋଟିଏ item କୁ verb କହିବା ଓ ଏକାଧିକ item କୁ verb phase. ଲକ୍ଷ୍ୟ କର କେତେକ sentence ରେ ଗୋଟିଏ Verb ଅଛି |
ଅନ୍ୟ କେତେକ ଯାଗାରେ Verb phase ଅଛି |ଯଦି ଗୋଟିଏ Sentence ରେ ଗୋଟିଏ verb ଥାଏ ତାହା subject ସହ agreement ରଖୁଥାଏ, ତେବେ ତାହାହିଁ Main Verb.

ଯଦି ଗୋଟିଏ Sentence ରେ Verb phrase ଥାଏ ତେବେ ଏହାର ଶେଷ item ଟି Main verb ବା full verb ଅନ୍ୟ ସମସ୍ତେ Auxiliary ବା Helping verbs|

i.I am happy.
ii.I am eating.
iii.I have a car.
iv.I have done my home work.

ଉପର example ସବୁକୁ ଲକ୍ଷ୍ୟ କର |

Am have ଏକୁଟିଆ i. iii. Sentence ରେ ବସିଛି |
ତେଣୁ ସେଠାରେ ସେଗୁଡିକ Main Verb.
Sentence ii. ଓ iv.sentence ରେ amhave ସହ ଅନ୍ୟ verb ଅଛନ୍ତି |

ତେଣୁ ସେଠାରେ am have Auxiliary eating eaten Main Verb.
ତେଣୁ କେତେକ Verb ଉଭୟ Auxiliary Main Verb ରୂପେ ବ୍ୟବହୃତ ହୋଇପାରେ |

i.I eat rice.
ii.He eats rice.
iii.I am eating rice.
iv.I ate rice.
v.I have eaten rice.
vi.I want to eat rice.

ଲକ୍ଷ୍ୟ କର ଗୋଟିଏ verb eat ଯାହାର କେତେ ପ୍ରକାରର From ଯଥା: eat, eats,eating,ate,eaten to eat, ତେବେ ସେହିଭଳି verb ଗୁଡିକର ବିଭିନ୍ନ form ବିଷୟରେ ଆଲୋଚନା କରିବା |





AUXILIARY


Auxiliary verb: ପ୍ରକାର ଯଥା:-Primary ଓ Secondary

1.Primary

2.Secondary


Primary

Present-

be-is, am, are, be, being  

Past-was, were, been

Do-do, does                                 did
Have- have, has                        had

Secondary=modals

Present             Past
Can                    could
Will                   would
Shall                  should
 May                 might

Must, used to, ought to, need, dare




Secondary Auxiliary=Modals

ଏକମାତ୍ର ‘be’ Verb 8ଟି Form ଥାଏ |

Do verb ର ରୂପ doing, done ଏଠାରେ ଗ୍ରହଣୀୟ ନୁହେଁ କାରଣ ତାହା full verb ‘do’ ର ରୂପ |

I am ready, I am eating.
He was happy, He was eating.
You were nice. You would be nice.
I have a car, I have done my work.
He has a toy, He has broken it.

ଉଭୟ ‘be’ ‘have’ Main verb/Full verb Auxiliary verb ରୂପ ବ୍ୟବହାର କରାଯାଇଥାଏ |
Am, is, are, was, were,ଏକୁଟିଆ ଥିଲେ ତାହା Main verb

ଏମାନେ ଅନ୍ୟ କୌଣସି form ପୂର୍ବରେ ଥିଲେ Auxiliary

a.I shall help you.V
b.I can do thia. V
c.I shall this. X
d.I can you.X

ଲକ୍ଷ୍ୟ କରି sentence a. b. correct c. d incorrect କାରଣ କଣ?

Shall Can=Modals

Modals verb ନିଶ୍ଚୟ Main/ Full verb ସାଥରେ ଦେବ ତେଣୁ a. b. correct.
Sentence c. d.କେବଳ Modal ଅଛି ମାତ୍ର full/main  verb ନାହିଁ ତେଣୁ ସେଗୁଡିକ incorrect.
ତେବେ ଏଥିରୁ ଜାଣିବା ଯେ Modal ଗୋଟିଏ Sentence ରେ ଏକୁଟିଆ ବ୍ୟବହୃତ ହୋଇପାରିବ ନାହିଁ |
Modal ର ଅନ୍ୟ characteristics ଗୁଡିକ ଆମେ ପରେ ଆଲୋଚନା କରିବା |
The children are running.
Mother is resting.
We are walking.

ଉପରୋକ୍ତ sentence ଗୁଡିକରେ Main verb run, rest walk ଓ ସେମାନେ ସମସ୍ତେ complete sentence.

He is bringing.
She is buying.
I am giving.

ଲକ୍ଷ୍ୟ କର ଏହି sentence ଗୁଡିକ complete ହେଲାଭଳି ଜଣାପଡୁ ନାହାନ୍ତି |ଏଥିରେ Main verb ହେଲେ bring, buy give ଆମେ ଯଦି ଲେଖିବା-

He is bringing a tea.
She is buying vegetables.
I am giving you something.

ଏବେ ଏହି sentence ଗୁଡିକ complete ହେଲେ ବୋଲି ଜଣା ପଡୁଛି |
ତେଣୁ bring, buygive ପରେ କେଉଁ item ଗୁଡିକ ବସି ତାହାକ full meaning ଦେଲେ ସେଗୁଡିକ Object.

ଏଥର ଆମେ ଏହି ସତ୍ୟରେ ଉପନୀତ ହେବା ଯେ-

ଯେଉଁ କେତେକ verb, object ନିଅନ୍ତି ନାହିଁ, ସେମାନେ intransitive କହନ୍ତି |
କେତେକ verb ନିଶ୍ଚୟ object ନେବେ, ସେମାନଙ୍କୁ Transitive କହନ୍ତି |

Children are playing.
Children are playing cricket.
Mother is cooking.
Mother is cooking food.

ଏହି example ରେ play o cook main verb ସେମାନେ object ନେଇପାରନ୍ତି ଓ  ନନେଇ ବି ପାରନ୍ତି |ତେବେ ସେମାନେ object ନେଲେ transitive object ନନେଇ intransitive ଉଭୟ Transitive Intransitive.

(i)She ate rice.
(ii)We play cricket.
(iii)He brought me a pen.
(iv)I gave him a book.

Example (i) ଓ (ii) ରେ transitive verb ସବୁ ଗୋଟିଏ ଲେଖାଏ object ଦେଇଛନ୍ତି |
ସେମାନେ Mono transitive      Mono=One

Example (iii) ଓ (iv) ରେ transitive verb ସବୁ 2 ଟି ଲେଖାଏଁ object ଦେଇଛନ୍ତି | ସେମାନେ di-transitive.

1. am happy.
2. She looks beautiful.
3. Mangoes taste sweet. 
4. He is a doctor. 
5. Father is in. 

ଉପରୋକ୍ତ sentence ଗୁଡିକରେ (1), (2) ଓ (3) ରେ verb ପରେ happy, 

beautiful @ sweet (adjective) min I Ex-460 a doctor (noun phase) | ଓ Ex-5 ରେ in (adverbial) ଲାଗିଛି । ତେଣୁ ସେହି verb ସବୁକୁ Linking verb କହନ୍ତି । ଏଠାରେ adjective, Noun phrase ଓ adverbial କୁ complement କହନ୍ତି । 

Work for you: 

ଭଲ dictionary ଟିଏ ପାଇଲେ ସେଥିରେ ଥିବା verb ଗୁଡିକ transitive, intransitive ବା Linking ଭଲ ଭାବେ ଲକ୍ଷ୍ୟ କର। 

କେତେକ Monotransitive ଓ di-transitive ଓ Linking verbର ଏକ list ତିଆରି କର । 


VERBS: 

Intransitive 
transitive 
Linking 


Verb ସମ୍ବନ୍ଧ ଆଉ ଏକ ଜରୁରୀ କଥା ଏଠାରେ ଉପସ୍ଥାପନ କରିବା ଉଚିତ ହେବ । 

 ତଳ ଉଦାହରଣ ଗୁଡିକ ଲକ୍ଷ୍ୟ କର । 



ପ୍ରତ୍ୟେକ verb ର Present ଓ Past form ଥାଏ । ଏଥିରୁ ଆମେ Tense (form of verb that indicates time of action or state) ଜାଣିପାରିବ | Tense ସମ୍ବନ୍ଧରେ ଅନ୍ୟ chapter ରେ ପଢ଼ିବା । ତେବେ ଏଠାରେ ଜାଣିବା ଜରୁରୀ ଯେ ସାଧାରଣତଃ Singular Subject ପାଖରେ Singular verb form ବସେ । | Plural subject ପାଖରେ Plural verb form ବସେ । ଏ ବିଷୟରେ ଅଧିକ Agreement of verbରେ ଜାଣିବ । 

ଲକ୍ଷ୍ୟକର : 

i. He writes letter every month. 
ii. . I am writing a letter, 
iii. I was writing a letter. 
iv. I have written a letter. 
v. I had written a letter before she arrived) 
vi. I wrote a letter. 

ଉପରଲିଖିତ ବାକ୍ୟ ଗୁଡିକରେ ଯେଉଁ ଗୁଡିକ underline ହୋଇଛି । ସେଗୁଡିକ verb ଯେଉଁ ଗୁଡିକ red colour ହୋଇଛି ସେଗୁଡିକରୁ ଆମେ tense ଜାଣୁଛୁ । 

ଯଦି ଗୋଟିଏ ବାକ୍ୟରେ ଗୋଟିଏ verb ଥାଏ । (ଆଗରୁ ପଢିଥିଲେ ତାହା । Main verb ) ତେବେ ଏହା tensed verb 

ଯଦି ଗୋଟିଏ ବାକ୍ୟରେ ଗୋଟିଏ verb phrase ଥାଏ ତେବେ ପ୍ରଥମ verb ରୁ ଆମେ tense ଜାଣୁ ତାହା tensed verb. 

Exmaple (ii) ଓ (i) ତଥା (iv) ଓ (v) କୁ ତୁଳନା କର । (i) ଓ (i) ପ୍ରଥମ verb am ଓ was ଉଭୟtense ସୂଚାଇଛନ୍ତି । ମାତ୍ର ଅନ୍ୟ verb ଟି eating-ଯାହାକି ଉଭୟ ପାଖରେ ବସିଛି । 

(iv) ଓ (v) ରେ ପ୍ରଥମ have ଓ had ଯାହାକି tensed verb. 

ମାତ୍ର ଅନ୍ୟ verb written ଉଭୟପାଖରେ ବସିଛି । 

ଯେଉଁ verb tense ସୂଚାଏ ତାହା finite verb. 

Finite = verb + tense 

ତେଣୁ ଏଥିରୁ ନିର୍ଣ୍ଣୟ ହେଲା ଯେ Verb phrase ରେ 

ପ୍ରଥମଟି finite ଓ ଅନ୍ୟ ସବୁ Non-finite = verb - tense 

ଯଦି ଗୋଟିଏ Verb ଥାଏ ତେବେ ତାହାହିଁ tensed ବା Finite verb | Is ଅତଏବ Tense ଦୃଷ୍ଟିକୋଣରୁ ବିଭାଗ କଲେ :