(Shopping) କିଣାବିକା
He is a petty /an ordinary shopkeeper. ସେ ତ
ଜଣେ ସାଧାରଣ ଦୋକାନୀ ଅଟନ୍ତି ।
The hawkers are shouting at the top of their voice. ବୁଲା ବିକାଳି ମାନେ ବଡ ପାଟିରେ ଡାକୁଛନ୍ତି ।
This rice is of an inferior quality. ଏହି ଚାଉଳ ଖରାପ (ନିମ୍ନ) ମାନର ଅଟେ ।
This article is selling at a throw-away price. ଏହି ଜିନିଷ କଉଡ଼ି ଭାଉରେ ବିକ୍ରି ହେଉଛି ।
There is a depression in trade these days. / There is a slump in
business these days. ଆଜିକାଲି
ବେପାର ମାନ୍ଦା ଅଟେ ।
This book is selling like hot cakes. ଏହି ପୁସ୍ତକ
ଧଡ଼ଧଡ଼ (ବହୁତ) ବିକ୍ରି ହେଉଛି ।
I am short by fifty paise. ମୋ
ପାଖରେ ପଚାଶ ପଇସା କମ୍ ଅଛି ।
This confectioner sells stale stuff/things. ଏହି ଗୁଡ଼ିଆ ବାସି ଜିନିଷ ବିକୁଛି ।
You have given me one rupee less. ତୁମେ ମୋତେ ଟଙ୍କାଏ କମ୍ ଦେଇଛ ।
The prices are falling. ଲାଭ/ଦର
କମୁଛି ।
This coat is tight for me. ଏହି
କୋଟ ମୋ ପାଇଁ କସ ଅଟେ ।
The chair is quite cheap for sixty rupees. ଏହି ଚୌକି ଷାଠିଏ ଟଙ୍କାରେ ବହୁତ ଶସ୍ତା |
Don't cut the hair too short. ବାଳ ବେଶି ଛୋଟ କାଟ ନାହିଁ ।
Don't buy on credit. ବାକିରେ
ମୋଟେ କିଣ ନାହିଁ ।
Clear my accounts. ମୋ
ହିସାବ ଚୁକାଇ ଦିଅ ।
Bring flour for twenety rupees from the bazaar / market. ବଜାରରୁ କୋଡ଼ିଏ ଟଙ୍କାର ଅଟା ଆଣ । My trousers are loose /
tight. ମୋର ପାଇଜାମା/ପ୍ୟାଣ୍ଟ
ଢିଲା/କସ ଅଟେ |
My watch needs cleaning and oiling. ମୋ ଘଡ଼ିକୁ ତେଲ ଦେବା ଓ ସଫା କରିବା ଦରକାର ।
Does your shoe pinch you? କ’ଣ
ତୁମର ଜୋତା ପାଦରେ କାଟୁଛି କି?
This cloth is enough for a coat. ଏହି କପଡ଼ା କୋଟ୍ ପାଇଁ ଯଥେଷ୍ଟ ଅଟେ ।
Take my measurement. ମୋର
ମାପ ନିଆ ।
Give me some good books. ମୋତେ
କିଛି ଭଲ ବହି ଦିଅନ୍ତୁ ।
The doctor has large practice. ଡାକ୍ତରଙ୍କ କାମ ବହୁତ ଭଲ ଚାଲିଛି ।
Charge a reasonable price for this shirt. ଏହି କମିଜର ସଠିକି ଦାମ ନିଆ ।
ls the stuff good ? କ’ଣ ମାଲ ଭଲ ଅଛି ତ ?
Is the colour fast? ରଙ୍ଗ
ପକ୍କା ଅଟେ ତ ?
How far is the market from here? ଏଠାରୁ ବଜାର କେତେ ଦୂର ?
It's quite far. ବହୁତ
ଦୂର ।
Do you accept cheques? କ’ଣ ଆପଣ ଚେକ ଗ୍ରହଣ କରନ୍ତି କି ?
It's soiled / dirty. ଏହା
ମଇଳା ଅଟେ ।
It's torn. ଏହା
ଫାଟି ଯାଇଛି ।
It's brand new. ଏହା
ଏକ ଦମ୍ ନୂଆ |
This shopkeepr doesn't sell things on credit. ଏହି ଦୋକନୀ ବାକିରେ ଜିନିଷ ବିକେ ନାହିଁ ।