ଭାବବୋଧକ (Exclamation)

Of course ! ନିଶ୍ଚିତ ଭାବରେ । ଅବଶ୍ୟ !
Thank God. ଈଶ୍ଵରଙ୍କୁ ଧନ୍ୟବାଦ !
By God's grace ! ଈଶ୍ୱରଙ୍କ କୃପାରୁ !
MarvelIous! ବାଃ ବାଃ !
Well done ! ସାବାସ !
For your good health ! ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ !
Congratulations ! ଶୁଭେଚ୍ଛା ! ଅଭିନନ୍ଦନ !
What nonsense ! କି ଅସୁନ୍ଦର ସତେ !
What nonsense ! କେଡ଼େ ଲଜ୍ଜାର କଥା !
How tragic ! କେଡ଼େ ଦୁଃଖର କଥା !
Beautiful ! ଅତି ସୁନ୍ଦର ।
Hey ! ଆରେ !
Wow ! ବାଃ !
My/Oh God ! ହେ ଭଗବାନ !
Hello ! Listen ! ଶୁଣ !
Hurry up, please ! ଶୀଘ୍ର ଶୀଘ୍ର କରନ୍ତୁ !
How terrible ! କେଡ଼େ ଭୟଙ୍କର !
How disgraceful! କେଡ଼େ ବଡ଼ ଅପମାନର କଥା !
How absurd ! କେଡ଼େ ତୁଚ୍ଛ !
How dare he ! ତାର କେତେ ସାହସ !
How sweet ! କେଡ଼େ ମଧୁର ! :
How lovely ! କେଡ଼େ ସୁନ୍ଦର !
How dare you say that ! ଏହା କହିବାକୁ ଆପଣଙ୍କର ସାହସ କିପରି ହେଲା !
Wonderful ! ଆପଣ ଚମତ୍କାର କରିଦେଲେ !
May God bless you ! ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ !
Same to you! ଆପଣଙ୍କୁ ମଧ୍ୟ !
Excellent ! ବହୁତ ବଢ଼ିଆ !
How sad ! ବଡ଼ ଦୁଃଖର ବିଷୟ !
That is a good news ! ବଡ଼ ଖୁସିର ବିଷୟ !
What a great victory ! କେଡ଼େ ବଡ଼ ବିଜୟ !
Good heavens ! ମୋର ଦେବତା (ଆଶ୍ଚର୍ଯ୍ୟ ସହିତ) !
Oh dear ! ପ୍ରିୟ ! ।
Hurry up ! ଚଞ୍ଚଳ ଚାଲ !
Quiet please / Please keep quiet ! ଚୁପ୍ ରହନ୍ତୁ !
Yes, it is ! ହଁ ଏହିପରି !
Really ! ପ୍ରକୃତ ! |
Is it ! ସତରେ !
Thanks ! ଧନ୍ୟବାଦ !
Thank you ! ଆପଣଙ୍କୁ ଧନ୍ୟବାଦ !
Thank God ! ଭଗବାନଙ୍କୁ ଧନ୍ୟବାଦ !
Many happy returns of the day ! ବାରମ୍ବାର ଏପରି ଖୁସିର ଦିନ ଆସୁ !
Hurrah ! I have won the match ! ଆଃ ! ମୁଁ ଖେଳରେ ଜିତିଗଲି !
What a pleasant surprise ! କେଡ଼େ ସୁଖଦ ଆଶ୍ଚର୍ଯ୍ୟ !
Wonderful ! ଆଶ୍ଚର୍ଯ୍ୟ ଜନକ !
How disgusting ! ଛି ଛି !
Beware ! ଖବରଦାର ! - .
What a pity ! କେଡ଼େ ଦୁଃଖର କଥା !
What an idea ! କେଡ଼େ ବଡ଼ ବୃଦ୍ଧି ! !
Welcome Sir ! ସ୍ଵାଗତଂ ମହାଶୟ !
Cheers ! ଆପଣଙ୍କ ସ୍ୱାଗତ ପାଇଁ !
What a bother ! ସମସ୍ୟା କଣ ! କି ଅସୁବିଧା !
Watch out ! ସାବଧାନତାର ସହ ସମ୍ଭାଳି କରି !
Touch wood ! କାହିଁ ନଜର ଲାଗିଯିବ ନାହିଁ ତ !
Come what may ! ଏବେ ଯାହା ହେଉ ପଛେ !

ଛୋଟ ଛୋଟ ବାକ୍ୟାଂଶ (Phrases)

Just coming. ମୁଁ ଏବେ ଆସୁଛି ।
Very well. ବହୁତ ଭଲ।
Fine/Very good. ଠିକ୍ ଅଛି । ।
AS you like/AS you please. ଯେପରି ଆପଣଙ୍କ ଇଚ୍ଛା।
Anything else ? ଆଉ କିଛି ।
That's enough. ଯଥେଷ୍ଟ
Thanks for this honour, ସମ୍ମାନ ପାଇଁ ଧନ୍ୟବାଦ।
O.K. ଠିକ୍ ।
Why not ? କାହିଁକି ନାହିଁ ।
 Not a bit. ଅକ୍ସ ବି ନାହିଁ ।
Take care. ଯତ୍ନ ନିଅ ।
See you tomorrow. ଆସନ୍ତା କାଲି ଦେଖା ହେବ ।
Yes, by all means ! ହଁ ଅବଶ୍ୟ |
That is too much. ବହୁତ କିଛି ।
Yes, Sir ! ହଁ ଆଜ୍ଞା।
No, not at all. କେବେ ନୁହେଁ |
Never mind/Doesn't matter, କିଛି କଥା ନୁହେଁ |
Nothing special. କିଛି ଖାସ କଥା ନୁହେଁ ।
Welcome. ସ୍ଵାଗତମ୍ ।
Rest assured. ଭରସା ରଖ ।
Long time no see. ବହୁତ ଦିନରୁ ଦେଖା ହୋଇ ନାହିଁ ।
Goodbye! ବିଦାୟ ।
Bye bye! ଆପଣଙ୍କୁ ବିଦାୟ ।
Not the least! ଅଳ୍ପ ବି ନୁହେଁ ।

ଆଦେଶ ବା ଅନୁମତିର ବାକ୍ୟ
(Sentences of Command/Order).

I say stop. ମୁଁ କହୁଛି ବନ୍ଦ କର ।
Speak. କହ ।
 Listen. ଶୁଣ |
Wait here. ଏଠାରେ ଅପେକ୍ଷା କର ।
Come here. ଏଠାକୁ ଆସ ।
Look here. ଏହି ଆଡ଼େ ଦେଖ ।
Take it. ଏହା ନିଅ ।
Come near. ପାଖକୁ ଆସ ।
Wait outside. ବାହାରେ ଅପେକ୍ଷା କର ।
Go up. ଉପରକୁ ଯାଅ ।
Go Down. ତଳକୁ ଯାଆ।
Get off.ଓହ୍ଲେଇ ଯାଅ ।
Be ready/ Get ready. ପ୍ରସ୍ତୁତ ହୁଅ ,|
Keep quiet. ନୀରବ ରୁହ ।
Be careful/Be cautious. 'ସାବଧାନ ।
Go slowly/Walk slowly ଧିରେ ଧିରେ ଚାଲ ।
Go at once. ତୁରନ୍ତ ଯାଅ ।
Stop here. ଏଇଠି ରୁହ ।
Go straight ସିଧା ଯାଅ ।
Go away/Get out. . ଚାଲିଯାଅ | ବାହାରି ଯାଅ ।

(Some Important Helping Verbs)
କେତୋଟି ମହତ୍ତ୍ୱପୂର୍ଣ୍ଣ ସହାୟକ କ୍ରିୟା

Can

Can you play sitar ? ତମେ ସୀତାର ବଜାଇ ପାରିବ କି ?
yes, I can play the flute as well, ହଁ, ମୁଁ ବଂଶୀ ମଧ୍ୟ ବଜାଇ ପାରିବି |
Can you return my book? ତୁମେ ମୋର ବହି ଗୁଡ଼ିକ ଫେରାଇ ଦେଇ ପାରିବ କି ?
Can you read Sanskrit? ତୁମେ ସଂସ୍କୃତ ପଢ଼ି ପାରିବ କି ?
 Yes, I can. ହଁ । ମୁଁ ପାରିବି ।

May

May I come in Sir ? ମହାଶୟ, ମୁଁ ଭିତରକୁ ଆସି ପାରିବି କି ?
Yes, you may. ହଁ ଆସ ।
May I attend Bal Sabha, Sir ? ମହାଶୟ, ମୁଁ ବାଳ ସଭାରେ ଯୋଗଦେଇ ପାରିବି କି ?
Yes, with great pleasure/ofcourse. ହଁ, ବହୁତ ଖୁସିର ସହ।
Sir may I accompany Suresh ? ନାହିଁ, ତୁମେ ପ୍ରଥମେ ତୁମର କାମ ଶେଷ କର ।
No. You better finish your work first. - ମହାଶୟ ମୁଁ ସୁରେଶ ସାଙ୍ଗରେ ଯାଇ ପାରିବି କି ?

Could

Could you do this work alone.? ତୁମେ ଏହି କାମ ଏକାକୀ କରିପାରିବ କି ?
No, I couldn't. ନାହିଁ, ମୁଁ ଏହା ଏକାକୀ କରିପାରିବି ନାହିଁ ।
Could she help you in time ? କ’ଣ, ସେ ଠିକ୍ ସମୟରେ ତୁମକୁ ସାହାଯ୍ୟ କରି ପାରିଲେ କି ? ,
Yes, she could..'ହଁ, ସେ କରି ପାରିଲେ |
Could You bring me a glass of water କ’ଣ ତୁମେ ମୋ ପାଇଁ ପାଣି ଗିଲାସେ ଆଣି ପାରିବ କି ?
With pleasure. ଖୁସିର ସହ ।

Might/ Must/Ought (to) Would / Should

Sohan might have helped him.ସୋହନ ବୋଧହୁଏ ତାକୁ ସାହାଯ୍ୟ କରିଥିବ ।
He might have come here.ସେ ବୋଧହୁଏ ଏଠାକୁ ଆସିଥିବ ।
I must attend his marriage. ମୋତେ ତାର ବାହାଘରକୁ ଅବଶ୍ୟ ଯିବାକୁ ପଡ଼ିବ ।
I must reach home by 10 O'clock. ମୋତେ ଦଶଟା ସୁଦ୍ଧା ‘ଘରେ ପହଞ୍ଚିବାକୁ ପଡ଼ିବ ।
We ought to love our youngers.ଆମେ ଛୋଟ ମାନଙ୍କୁ ସ୍ନେହ କରିବା ଉଚିତ ।
Would you post this letter please ?ଏହି ଚିଠିକୁ ପୋଷ୍ଟ କରିଦେବ କି ?
You should attend the class more regularly. ତୁମେ ଶ୍ରେଣୀକୁ ଅଧୂକ ନିୟମିତ ଯିବା ଉଚିତ ।

(Sentences of Order and Reque. ଆଜ୍ଞା ଓ ପ୍ରାର୍ଥନା ସୂଚକ ବାକ୍ୟ |

Imperative Mood ବିଧର୍ଥକ କ୍ରିୟାର ପ୍ରୟୋଗ ।

Look ahead.ସାମନାକୁ ଦେଖ |
Go ahead. ଆଗକୁ ଚାଲ ।
Drive slowly. ଗାଡ଼ି ଧିରେ ଚଳାଅ ।
Mind your own business. ନିଜ କାମ କର ।
Go back. ଫେରି ଯାଆ ।
Take care of him/her. ତାଙ୍କର ଯତ୍ନ ନିଅ।
Just listen. ଟିକିଏ ଶୁଣ ।
Come soon. ଶୀଘ୍ର ଆସ।
Let me see. ମୋତେ ଦେଖବାକୁ ଦିଅ ।
Be ready. ପ୍ରସ୍ତୁତ ରୁହ ।
Move aside. ପାଖେଇ ଯାଅ ।
Think before you speak. ବୁଝି ବିଚାରି କୁହ ।
Do come. ନିଶ୍ଚୟ ଆସ ।
Inform me about her/him, ତାଙ୍କ ବିଷୟରେ ଖବର ଦିଅ ।
Don't cut jokes. ଥଟ୍ଟା କର ନାହିଁ ।
Don't talk nonsense. ବାଜେ କଥା କହ ନାହିଁ । '
Never mind. କିଛି ଚିନ୍ତା କର ନାହିଁ ।
Leave me alone. ମୋତେ ଏକାକୀ ଛାଡ଼ ।

Let it be. ଥାଉ ଥାଉ ।
Have a heart. .କିଛି ତ ମନେ ପକାଅ ।
Hold on. ଟିକିଏ ରୁହ | ରୁହନ୍ତୁ ।
Never forget. କଦାପି ଭୁଲ ନାହିଁ ।
Dont worry. ଚିନ୍ତା କର ନାହିଁ ।
Please try again. ଟିକିଏ ଆଉ ଥରେ ଚେଷ୍ଟା କର ।
Please wait a bit. ଟିକିଏ ଅପେକ୍ଷା କରନ୍ତୁ ।
Please come in. ଭିତରକୁ ଆସନ୍ତୁ । .
Please be seated. ଦୟାକରି ବସନ୍ତୁ । .
Please reply. ଉତ୍ତର ଦିଅନ୍ତୁ ।
Please stay a little longer, ଆଉ ଟିକିଏ ରୁହନ୍ତୁ ।
Please don't embarrass me, ମୋତେ ଲଜ୍ଜିତ କରନ୍ତୁ ନାହିଁ ।
As you like/ As you please. ଆପଣ ଯେପରି ଚାହାଁନ୍ତି ।
Do come again. ପୁଣି ନିଶ୍ଚୟ ଆସିବେ । '
Come to the point, don't beat about the bush/stop rambling and come to the point. ଅସଲି କଥାକୁ ଆସନ୍ତୁ, ଇଆଡୁ ସିଆଡୁ କହନ୍ତୁ ନାହିଁ ।
Don't be silly. .ପାଗଳ ହୋଇଯାଅ ନାହିଁ ।
Take this dose. ଏଇ ପାନେ ନିଅନ୍ତୁ ।
Follow me/Come with me. ମୋ ପଛରେ ଆସ ।
Work while you work and play while you play. କାମ ବେଳେ କାମ କର ଖେଳ ବେଳେ ଖେଳ । Strike the iron when it is hot, ଠିକ୍ ସମୟରେ ଚେଷ୍ଟା କର ।
Vacate the place. Never Mind. କିଛି ଭାବିବ ନାହିଁ ।
Hold your tongue/Mind your words. ରସନା ସଂଜତ କର |
Fax it. ଏହା ଫାକ୍ସ କରିଦିଅ।
Please keep in touch, ଖବର ରଖିଥାଅ।
Have faith in yourself, ନିଜ ଉପରେ ଭରସା ରଖ ।
Mind your own business. ନିଜ କାମରେ ମନଦିଅ ।
Speak your mind. ନିଜ ମନ କଥା କୁହ ।
Please don't be formal. ଉପସର୍ଗ ଦରକାର ନାହିଁ ।
Send this packet by courier. ଏହି ପ୍ୟାକେଟ କୁରିୟରରେ ପଠାଇ ଦିଅ ।
Donate generously. ଖୋଲା ମନରେ ଦାନ ଦିଅ ।
Please help me, ଦୟାକରି ମୋତେ ସାହାଯ୍ୟ କରନ୍ତୁ ।
Be careful. ସତର୍କ ରୁହନ୍ତୁ ।
Lend me a hand please. ଟିକିଏ ହୀତ ଲଗାଅ ।
Try to understand. ବୁଝିବାକୁ ଚେଷ୍ଟା କର ।

ପ୍ରଶ୍ନବାଚକ ବାକ୍ୟ ରଚନାରେ What, who, How ପ୍ରୟୋଗ

What

 What do you want ? ତୁମେ କ’ଣ ଚାହୁଁଛ ?
A glass of milk. ଏକ ଗ୍ଲାସ କ୍ଷୀର ।
What are you writing ? ତୁମେ କ’ଣ ଲେଖୁଛ ?
A letter ଚିଠି ଲେଖୁଛି ।
What do you want to say ? ତୁମ କ’ଣ କହିବାକୁ ଚାହୁଁଛ ।
Nothing. କିଛି ନୁହେଁ ।
What's your name ? ତୁମର ନାମ କ’ଣ ?
Amitabh, ଅମିତାଭ ।
What's your father ? ତୁମ ବାପା କ’ଣ,କାମ କରନ୍ତି ?
He's an editor. ସେ ଜଣେ ସମ୍ପାଦକ ଅଟନ୍ତି ।
What's your mother ? ତୁମ ବୋଉ କଣ କରନ୍ତି ?
She is housewife. ସେ ଜଣେ ଗୃହିଣୀ ଅଟନ୍ତି ।
What are you doing these days ? ତୁମ ଆଜି କାଲି କଣ କରୁଛ ?
 Studying. ମୁଁ ପଢୁଛି । '
What have you seen in Agra ? ତୁମେ ଆଗ୍ରାରେ କ’ଣ ଦେଖିଛ ?
The Tajmahal, ତାଜ ମହଲ ।
What did you write to your father ? ତୁମେ ବାପାଙ୍କୁ କ’ଣ ଲେଖିଲ   ?
About my result. ମୋ ଫଳା ଫଳ ବିଷୟରେ ଲେଖିଲି ।
What was she doing in Mumbai ? ସେ ମୁମ୍ବାଇରେ କ’ଣ କରୁଥିଲେ ?
She was teaching in a Primary School. ସେ ଗୋଟିଏ ପ୍ରାଥମିକ ବିଦ୍ୟାଳୟରେ ପଢ଼ାଉଥିଲେ ।
What do you intend doing after passing High Schoði ? ଦଶମୀ ଶ୍ରେଣୀ ଉତ୍ତିର୍ଣ୍ଣ ହେବା ପରେ ତୁମେ କ'ଣ କରିବ ?
I'll study furhter. ଅଧିକ ପଢିବି |

Who

Who are you ? ଆପଣ କିଏ ?
I am a businessman. ମୁଁ ଜଣେ ବ୍ୟବସାୟୀ |
Who are they ? ସେମାନେ କିଏ ?
They are my relatives, ସେମାନେ ମୋର ସମ୍ପର୍କୀୟ ଅଟନ୍ତି ।
Who sang the song ? କିଏ ଗୀତ ଗାଇଲେ ?
Lata did. ଲତା ଗାଇଲେ ।
Who will go the market ? କିଏ ବଜାରକୁ ଯିବ ?
I will, ମୁଁ ଯିବି ।
Who can do this work ? ଏଇ କାମ କିଏ କରି ପାରିବ ?
Radha can. ରାଧା ।
Whom does she want to meet ?ସେ କାହାକୁ ଭେଟିବାକୁ ଚାହାଁନ୍ତି ?
Her mother .ତାଙ୍କ ବୋଉକୁ ।
Who is the owner of this house ? ଏ ଘରର ମାଲିକ କିଏ ?
My father ମୋ ବାପା ।

How

How does he go to school ? ସେ ବିଦ୍ୟାଳୟକୁ କିପରି ଯାଏ ?
By bus. ବସ୍‌ରେ ।
How is your father ? ଆପଣଙ୍କ ବାପା କିପରି ଅଛନ୍ତି ?
He's not well. ସେ ସୁସ୍ଥ ନାହାଁନ୍ତି ।
How did you go to Simla ? ତୁମେ ସିମିଲା କିପରି ଯାଇଥିଲ ?
By train. ରେଳଗାଡ଼ିରେ ।
How did you return ? ତମେ କିପରି ଫେରିଲ ?
By bus. ବସ୍‌ରେ ।
How was your health in Simla ?ସିମିଲାରେ ଆପଣଙ୍କ ସ୍ୱାସ୍ଥ୍ୟ କିପରି ଥିଲା ?
I was perfectly alright there? ମୁଁ ସେଠାରେ ବେଶ୍‌ ଭଲରେ ଥିଲି । .
How was the weather there ? ସେଠାରେ ପାଗ କିପରି ଥିଲା ?
 It was quite cold, ବହୁତ ଥଣ୍ଡା ଥିଲା । ।
How Old is your son ? ଆପଣଙ୍କର ପୁଅର ବୟସ କେତେ ?
He is twelve. ସେ ବାର ବର୍ଷ ବୟସର ।
How far is Satyanagar from here ? ଏଠାରୁ ସତ୍ୟନଗର କେତେ ଦୂର ?
About six kilometres. ପ୍ରାୟ ଛଅ କିଲୋମିଟର।
How are you feeling now? ଏବେ ତୁମେ କିପରି ଅନୁଭବ କରୁଛ ?
Much better.ଆଗ ଠାରୁ ବହୁତ ଭଲ ।

ପ୍ରଶ୍ନବାଚକ ବାକ୍ୟ ରଚନାରେ  Which, When, Where, Why,ର ପ୍ରୟୋଗ

Which

Which song did you prefer - Lata's or Asha's ?
ତୁମେ କେଉଁ ଗୀତକୁ ଅଧିକ ପସନ୍ଦ କଲ, ଲତାଙ୍କର କିମ୍ବ। ଆଶାଙ୍କର ?
I like what you have liked. ମତେ ତାହାହିଁ ପସନ୍ଦ ଯାହା ତମକୁ ପସନ୍ଦ ଲାଗିଲା ।
Which book are you reading ? ତୁମେ କେଉଁ ବହି ପଢୁଛ ?
 It's the novel which I borrowed from you yesterday.
ସେହି ଉପନ୍ୟାସ ଯାହାକୁ ମୁଁ ତୁମଠାରୁ କାଲି ମାଗି ଆଣିଥିଲି ।
Which is your favourite movie ? ତୁମର ମନ ପସନ୍ଦ ଚଳଚ୍ଚିତ୍ର କେଉଁଟି ?
Sound of Music. ସାଉଣ୍ଡ ଅଫ ମ୍ୟୁଜିକ୍ ।

When

When do you revise your lesson ?  ତୁମେ ନିଜର ପାଠପଢ଼ା କେବେ ଦୋହରାଅ ?
In the morning.ସକାଳେ ।
When are you coming to us? ତୁମେ ଆମ ଆଡ଼େ କେବେ ଆସୁଛ ?
As soon as I get time. ଯେବେ ସମୟ ମିଳିବ ।
When did you meet Sanjay ?
ତୁମେ ସଂଜୟକୁ କେବେ ଭେଟିଲ ?
Last Saturday, when he came to Delhi. ଗତ ଶନିବାର ଯେତେବେଳେ ସେ ଦିଲ୍ଲୀ ଆସିଥିଲେ ।

Where

Where do you work ? ଆପଣ କେଉଁଠାରେ କାମ କରନ୍ତି ?
In a government office. ଏକ ସରକାରୀ ଦପ୍ତରରେ ।
From where do you buy books ? ଆପଣ କେଉଁଠାରୁ ବହି କିଣନ୍ତି ?
From Pustak Mahal, Daryaganj. ପୁସ୍ତକମହଲ ଦରିଆଗଞ୍ଜରୁ ।
Where do you live? ଆପଣ କେଉଁଠାରେ ରହନ୍ତି ?
In Roop Nagar: ରୂପ ନଗରରେ ।
From where did you buy your suit ? ଆପଣ କେଉଁଠାରୁ ଆପଣଙ୍କର ସୁଟ୍ କିଣିଲେ ?
From Connaught Place. କନ୍ନଟ ପ୍ଲେସ୍‌ରୁ ।


Why

Why do you drink milk daily ? ଆପଣ ପ୍ରତିଦିନ କ୍ଷୀର କାହିଁକି ପିଅନ୍ତି ?
To maintain good health. ଭଲ ସ୍ଵାସ୍ଥ୍ୟ ବଜାୟ ରଖିବାପାଇଁ ।
Why is Meenakshi's teacher so strict ? ମିନାକ୍ଷୀର ଶିକ୍ଷୟିତ୍ରୀ ଏତେ କଠୋର କାହିଁକି ?
Because she is interested in the progress of her student. କାରଣ ସେ ତାଙ୍କର ଛାତ୍ରୀମାନଙ୍କର ଉନ୍ନତି ଚାହାଁନ୍ତି ।
 Why are you sitting here ?ତୁମେ ଏଠାରେ କାହିଁକି ବସିଛ ?
 I'm waiting for my friend Manish. ମୁଁ ମୋର ସାଙ୍ଗ ମନୀସକୁ ଅପେକ୍ଷା କରିଛି ।

(Miscellaneous)

What happened ? କ’ଣ ହେଲା ?
Had you asked for me ? କ’ଣ ଆପଣ ମୋତେ ଡାକୁଥିଲେ କି ?
May I go ? ମୁଁ ଯାଇ ପାରେ କି ?
 May I accompany you ? ମୁଁ ତୁମ ସହିତ ଯାଇ ପାରେ କି ?
Are you coming ? ତୁମେ କଣ ଆସୁଛ କି ?
Should I bring it ? ମୁଁ ଏହା ଆଣିବି କି ? .
How are you ? ଆପଣ କିପରି ଅଛନ୍ତି ?
Did you understand ? / Understood ? ବୁଝିଲ କି ?
What do you mean ? କ’ଣ ଭାବୁଛ କି ?
Is the boss in ? ସାହେବ ଭିତରେ ଅଛନ୍ତି କି ?
Who is it ? କିଏ ?
 What's the matter ? କଥା କ’ଣ ?
Where is Dinesh ? ଦିନେଶ କେଉଁଠି ?
When did you come ? କେବେ ଆସିଲ ?
 Do/shall we begin? ଆରମ୍ଭ କରିବା ?
Will you do one thing ? ତୁମେ ଗୋଟିଏ କାମ କରିବ ?
Is it a holiday today ? ଆଜି ଛୁଟିକି ?
Do you know ? ତୁମେ ଜାଣିଛ କି ?
Won't you go ? ତୁମେ ଯିବ ନାହିଁ ?
 What's the trouble ? କ’ଣ ଅସୁବିଧା ଅଛି ?
Are you angry ? ଆପଣ ରାଗିଛନ୍ତି କି ?

 How is the family ? ପିଲାଏ କିପରି ଅଛନ୍ତି ?
What can I do for you ? ମୁଁ ଆପଣଙ୍କର କି ସେବା କରିପାରେ ?
Where are we now ? ଏବେ ଆମେ କେଉଁଠାରେ ଅଛୁ ?
What brings you here ? ୟାଡ଼େ କିମିତି ଆସିଲ ?
Has he got a car ? ତାଙ୍କର କାର୍ ଅଛି କି ?
Have you any business with me? ଆପଣଙ୍କର ମୋ ପାଖରେ କିଛି କାମ ଅଛି କି ?
Who's Coming ? କିଏ ଆସୁଛି ?
 What's the menu for dinner ? ରାତ୍ରି ଭୋଜନରେ କ’ଣ କ’ଣ କରୁଛ ?
 Whose telephone number is this? ଏହି ଟେଲିଫୋନ୍ ନଂ କାହାର ?
. Where shall we meet ? ଆମେ କେଉଁଠି ଭେଟିବା ? .
 How have you come back? ତୁମେ କିପରି ଫେରି ଆସିଲ ?
 Why have you dropped your studies ?ତୁମ୍ଭେ ପଢ଼ା କାହିଁକି ଛାଡ଼ିଲ ?
 How is mother now? ଏବେ ଆପଣଙ୍କ ମା' କିପରି ଅଛନ୍ତି ?
How do you do? ଆପଣ କିପରି ଅଛନ୍ତି ?
Which is the best hotel here? ଏଠି ସବୁଠାରୁ ଭଲ ହୋଟେଲ କେଉଁଠି ?
Who's this ? ଇଏ କିଏ ?
Where Vagish ? ବାଗୀଶ କେଉଁଠି ?
What's the news ? କ’ଣ ଖବର ? .
When shall we meet again ? ଏବେ ପୁଣି କେଉଁଠି ଭେଟ ହେବ ?
How old are you ? ତୁମର ବୟସ କେତେ ?
How much did this coat cost you ? ଏହି କୋଟରେ କେତେ ଖର୍ଚ୍ଚ କରୁଛ ?
For how long have you been here ? - ଆପଣ ଏଠି କେବେଠାରୁ ଅଛନ୍ତି ?
How long will it take ? କେତେ ସମୟ ଲାଗିବ ?
Why do you trouble yourself ? ଆପଣ କାହିଁକି କଷ୍ଟ କରୁଛନ୍ତି ?
Why is the road closed ? ସଡ଼କ ବନ୍ଦ କାହିଁକି ?
 What movie is on today ଆଜି କେଉଁ ଚଳଚ୍ଚିତ୍ର ପଡ଼ିଛି ?
 What are you looking for? ଆପଣ କ’ଣ ଖୋଜୁଛନ୍ତି ?
 Why are you so serious ? ଆପଣ ଏତେ ଗମ୍ଭୀର କାହିଁକି ?
 What should I wear in the party tonight? ମୁଁ ଆଜି ରାତିର ଉତ୍ସବରେ କ’ଣ ପିନ୍ଧିବି ?
 Where should I contact you ? ଆପଣଙ୍କୁ କେଉଁଠି ଯୋଗାଯୋଗ କରିବି ?
 Is there any problem? କିଛି ସମସ୍ୟା ଅଛି କି ?
 Are you going to be late tonight? ଆଜି ରାତିରେ ଆପଣଙ୍କର ଡେରି ହେବ କି ?
 May I have a dance with you? ମୁଁ ଆପଣଙ୍କ ସହିତ ନାଚି ପାରିବି କି ?
 Would you like to join us ? ଆପଣ କ'ଣ ଆମ ସହିତ ଯୋଗ ଦେବେ ?
What should I do now? ମୁଁ ଏବେ କ’ଣ କରିବି ?
 Why don't you listen to me? ତୁମେ ମୋ କଥା ଶୁଣୁ ନାହଁ କାହିଁକି ?
Which of these two dresses will suit me better? ଏହି ଦୁଇ ପୋଷାକ ମଧ୍ୟରୁ କେଉଁଟି ମୋତେ ଅଧିକ ମାନିବ ?
Where should I look for him? ମୁଁ ତାଙ୍କୁ କେଉଁଟି ଖୋଜିବି ?
What can I do for you? ମୁଁ ତୁମ ପାଇଁ କ’ଣ କରିପାରେ ?
May I use your phone? ମୁଁ ଆପଣଙ୍କର ଟେଲିଫୋନ୍ ବ୍ୟବହାର କରିପାରେ କି ?
 Do you recognize him ? ଆପଣ ତାଙ୍କୁ ଚିହ୍ନନ୍ତି କି ?

(Negative Sentences) ନକାରାତ୍ମକ ବାକ୍ୟ

I do not know. ମୁଁ ଜାଣିନି ।
 I don't ask anything. ମୁଁ କିଛି ପଚାରୁନି ।
She does not come here. ସେ ଏଠାକୁ ଆସେ ନାହିଁ ।
We are not late today . ଆଜି ଆମର ଡେରି ହୋଇ ନାହିଁ ।
She wasn't in Delhi. ସେ ଦିଲ୍ଲୀରେ ନ ଥିଲେ ।
We didn't attend the lecture. ଆମେ ବକ୍ତୃତା ଶୁଣି ନ ଥିଲୁ ।
She doesn't have a son ତା’ର ଗୋଟିଏ ପୁଅ ନାହିଁ ।
 I didn't get the letter. ମୁଁ ଚିଠି ପାଇ ନ ଥିଲି ।
 They didn't have a conveyance. ସେମାନଙ୍କର ଗୋଟିଏ ଗାଡ଼ି ନ ଥିଲା ।
 Don't worry, father won't be angry. ବ୍ୟସ୍ତ ହୁଅନ୍ତୁ ନାହିଁ, ବାପା ରାଗିବେ ନାହିଁ ।
 Father won't be at home tomorrow. ଆସନ୍ତା କାଲି ବାପା ଘରେ ରହିବେ ନାହିଁ ।
 We shan't (shall not) be late tomorrow. ଆସନ୍ତା କାଲି ଆମେ ଡେରି କରିବା ନାହିଁ ।
I can't ride a motor cycle. ମୁଁ ମଟର ସାଇକେଲ ଚଲାଇ ପାରିବି ନାହିଁ ।
You must not drive the car on the footpath. ଫୁଟପାଥ ଉପରେ ଆପଣ କାର୍ ଚଳାଇବା କଥା ନୁହେଁ ।
I couldn't reach in time day before yesterday. ଗତକାଲିର ପୂର୍ବଦିନ ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ।
You needn't go there. ଆପଣଙ୍କର ସେଠାକୁ ଯିବା ଦରକାର ନାହିଁ ।
No problem, କିଛି ଅସୁବିଧା ନାହିଁ ।
 Now we shouldn't close our shop, should we ? ଏବେ ଆମକୁ ଦୋକାନ ବନ୍ଦ କରିବାକୁ ପଡ଼ିବନି, ପଡ଼ିବ କି ?


ପ୍ରଶ୍ନବାଚକ ତଥା ନକାରାତ୍ମକ ବାକ୍ୟ । (Interrogative-cum-Negative Sentences)

It is very hot today, isn't it? ଆଜି ବହୁତ ଗରମ ହେଉଛି, ନୁହେଁ କି ?
They are foreigners, aren't they?ସେମାନେ ବିଦେଶି ଅଟନ୍ତି, ନୁହେଁ କି ?
You weren't pleased, were you? ତୁମେ ଖୁସି ନ ଥିଲ, ନୁହେଁ କି ?
It will be Sunday tomorrow, won't it ? ଆସନ୍ତାକାଲି ରବିବାର ହେବ, ନୁହେଁ କି ?
We'll be ready soon, won't we? ଆମେ ଶୀଘ୍ର ପ୍ରସ୍ତୁତ ହୋଇଯିବୁ, ନୁହେଁ କି ? .
I can never forget it, can I? ମୁଁ ଏହା କେବେ ଭୁଲି ପାରିବି ନାହିଁ, ନୁହେଁ କି ?
 I won't be with you tomorrow, will I ?. ଆସନ୍ତାକାଲି ମୁଁ ତୁମ ସହିତ ରହି ପାରିବି ନାହିଁ, ନୁହେଁ କି ?
 We have met before, haven't we? ଆମେ ଆଗରୁ ମିଶି ସାରିଛୁ, ନୁହେଁ କି ?
You had finished your work, hadn't you ? ତୁମେ ତୁମର କାମ ଶେଷ କରି ସାରିଥିଲ, ନୁହେଁ କି ?
She hasn't learnt English, has she ? ସେ ଇଂରାଜୀ ଶିଖି ନାହାଁନ୍ତି, ନୁହେଁ କି ?
 You can speak English can't you ? ତୁମେ ଇଂରାଜୀ କହି ପାରିବ, ନୁହେଁ କି ?
Great men don't waste their time; do they ? ମହାପୁରୁଷମାନେ ସେମାନଙ୍କର ସମୟ ନଷ୍ଟ କରନ୍ତି ନାହିଁ, ନୁହେଁ କି ?
You should not talk like this, should you ? ତୁମେ ଏପରି କଥା କହିବା ଉଚିତ୍ ନୁହେଁ, ନୁହେଁ କି ?
How pleasant it is, isn't it? ଏହା କେତେ ସୁନ୍ଦର ଅଟେ, ନୁହେଁ କି ?
 You think yourself to be very clever, don't you? ତୁମେ ନିଜକୁ ଭାରି ଚାଲାକ୍ ଭାବୁଛ, ନୁହେଁ କି ? |
 She will reach here soon, won't she? ସେ ଏଠାରେ ଶୀଘ୍ର ପହଞ୍ଚିବ, ନୁହେଁ କି ?
She reached home late again, didn't she ? ସେ ପୁଣି ଘରେ ଡେରିରେ ପହଞ୍ଚିଲା, ନୁହେଁ କି ?
 We never forget our childhood, do we ? ଆମେ କେବେ ଆମର ପିଲାଦିନ କେବେ ଭୁଲି ପାରିବୁ ନାହିଁ, ନୁହେଁ କି ?

ସ୍ଥାନସୂଚକ (Platial) ଶବ୍ଦରୁ ଗଠିତ ବାକ୍ୟ

The book is on the box. ପୁସ୍ତକଟି ବାକ୍ସ ଉପରେ ଅଛି ।
The computer is on the table.. କମ୍ପ୍ୟୁଟର ମେଜ ଉପରେ ଅଛି ।
The clerk is at the seat. କିରାଣୀ ଆସନରେ ଅଛନ୍ତି ।
There is green paint on the door. କବାଟରେ ସବୁଜ ରଙ୍ଗ ଲାଗିଛି ।
Father is standing at the door. ବାପା ଦୁଆର ମୁହଁରେ ଠିଆ ହୋଇ ଅଛନ୍ତି ।
 I'll see you at home. ମୁଁ ଆପଣଙ୍କୁ ଘରେ ଦେଖା କରିବି ।
Neha is coming into the room. ନେହା ଘର ଭିତରକୁ ଆସୁଛି ।
Rishabh and Richa, both are in the room. ରିଷଭ ଏବଂ ରିଚା ଦୁଇଜଣ ଘର ଭିତରେ ଅଛନ୍ତି ।
 I'll pour some more water into the gláss. ମୁଁ ଗିଲାସରେ ଆଉ ଟିକିଏ ଅଧିକ ପାଣି ଢାଳିଲି ।
 People bathe in the river. ଲୋକମାନେ ନଦୀରେ ଗାଧାନ୍ତି ।. .
 We sit on the bench, but father sits in the arm-chair. ଆମେ ବେଞ୍ଚ ଉପରେ ବସୁ, କିନ୍ତୁ ବାପା ଆରାମ ଚୌକିରେ ବସନ୍ତି । .
 Why don't you sit at the table. ଆପଣ ଟେବୁଲ ପାଖରେ ବସୁ ନାହାଁନ୍ତି କାହିଁକି ?
 Feed the floppy into the computer . ଫ୍ଳପିକୁ କମ୍ପ୍ୟୁଟର ଭିତରେ ପୂରାଇ ଦିଅନ୍ତୁ ।
He went into his house. ସେ ତା ନିଜ ଘର ଭିତରକୁ ଗଲା ।
 The letter was sent by Courier. ଚିଠିଟି କୋରିଅରରେ ପଠାଗଲା ।
Please translate this from Hindi into English. ଏହାକୁ ହିନ୍ଦୀରୁ ଇଂରାଜୀରେ ଅନୁବାଦ କରନ୍ତୁ ।
 The tiger was killed by the hunter. ଶିକାରୀ ଦ୍ୱାରା ବାଘ ମରାଗଲା । ଶିକାରୀ ବାଘ ମାରିଲା।
He stood beside his brother. ସେ ତାର ଭାଇ ପାଖରେ ଠିଆ ହେଲା ।
I play football besides hockey. ମୁଁ ହକି ବ୍ୟତୀତ ଫୁଟବଲ୍‌ ମଧ୍ୟ ଖେଳେ ।
Divide the sweets between Kirti and Saurabh. ମିଠାଇ ଗୁଡ଼ିକୁ କୀର୍ତ୍ତି ଏବଂ ସୌରଭ ମଧ୍ୟରେ ବାଣ୍ଟିଦିଅ
Simla is situated amongst the mountains. ଶିମଳା ପାହାଡ଼ ଗୁଡ଼ିକ ମଧ୍ୟରେ ଅବସ୍ଥିତ ।
He is a man of principles. ସେ ସିଦ୍ଧାନ୍ତ ପ୍ରିୟ ବ୍ୟକ୍ତି ଅଟନ୍ତି ।
 There is bridge over the Yamuna river. ଯମୁନା ନଦୀ ଉପରେ ଗୋଟିଏ ପୋଲ ଅଛି ।
Throw the ball over the wall.ବଲ୍‌କୁ କାନ୍ଥ ଉପରକୁ ପକାଅ ।
Birds are flying over the bridge.ପକ୍ଷୀମାନେ ପୋଲ ଉପରେ ଉଡୁଛନ୍ତି |
Boats are under the bridge.ପୋଲ ତଳେ ଡଙ୍ଗାଗୁଡିକ ଅଛି |
Amar is standing between Raj and Vikas. ଅମର, ରାଜ ଏବଂ ବିକାଶ ମଝିରେ ଠିଆ ହୋଇଛି ।
Ram is in front of Sitaji, Sitaji is standing behind him. ରାମ ସୀତାଙ୍କ ସାମ୍ନାରେ ଅଛନ୍ତି/ ସୀତ। ତାଙ୍କ ପଛରେ ଠିଆ ହୋଇଛନ୍ତି ।
We are in confusion. The money is in my pocket. Fishes are in the sea. Who is inside ? ଆମେ ଦ୍ୱନ୍ଦରେ ଅଛୁ । ପଇସା ମୋ ପକେଟ୍‌ରେ ଅଛି, ମାଛମାନେ ସମୁଦ୍ରରେ ଅଛନ୍ତି । ଭିତର କିଏ ଅଛି ।

ବାକ୍ୟ ଗୁଡ଼ିକରେ ଗୋଟିଏ ଅନ୍ୟଟିର ପୂରକ ଶବ୍ଦ (Co-relatives)ର ପ୍ରୟୋଗ (Co-relatives)

As soon as we reached the station, the train left. ଆମେ ଷ୍ଟେସନରେ ପହଞ୍ଚିଲାବେଳକୁ ରେଳଗାଡ଼ି ଛାଡ଼ି ଦେଇଥିଲା ।
No sooner did he get up to deliver his speech than the hall began to resound with cheers, ସେ ନିଜର ଭାଷଣ ଦେବାକୁ ଉଠିଲାବେଳେ ପ୍ରେକ୍ଷାଳୟ ତାଳିରେ କମ୍ପିଉଠିଲା ।
We had scarcely reached the school when the bell rang. ଆମେ ବିଦ୍ୟାଳୟରେ ପହଞ୍ଚିଲାବେଳକୁ ଘଣ୍ଟି ବାଜିଥିଲା ।
He had hardly left his house when it started raining. ସେ ଏବେ ଘରୁ ବାହାରିଲା ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା ।
Unless you run fast, you will not be able to catch the train. ଆପଣ ଶୀଘ୍ର ନ ଦୌଡ଼ିଲେ ରେଳଗାଡ଼ି ଧରିପାରିବେ ନାହିଁ ।
Please wait for me until I return. ଯେତେବେଳ ପର୍ଯ୍ୟନ୍ତ ମୁଁ ନ ଫେରିଛି, ଦୟାକରି ସେ ପର୍ଯ୍ୟନ୍ତ ମାପାଇଁ ଅପେକ୍ଷା କରନ୍ତୁ ।
As long as I am here, you needn't worry about anything. ଯେତେବେଳ ପର୍ଯ୍ୟନ୍ତ ମୁଁ ଏଠାରେ ଅଛି, ଆପଣଙ୍କର କୌଣସି ବିଷୟରେ ଚିନ୍ତା କରିବା ଦରକାର ନାହିଁ ।
 Although he is poor, he is honest. :  ଯଦିଓ ସେ ଗରିବ, ସେ ସଚ୍ଚୋଟ ଅଟେ ।
As far as I remember, he was here yesterday. She is ଯେତେଦୂର ପର୍ଯ୍ୟନ୍ତ ମୋର ମନେ ଅଛି, ସେ ଗତକାଲି ଏଠାରେ ଥିଲା ।
Get the roof repaired before it should leak. ଛାତର ମରାମତି କରିଦିଅ, ଯେପରି ସେଥିରୁ ପାଣି ନ ଗଳେ । What to speak of standing first, he cannot even pass the examination. ପ୍ରଥମ ହେବା କଥା କଣ କହିବା, ସେତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବ ନାହିଁ ।
He would rather fail than copy ସେ ଅସଫଳ ହୋଇଯିବ କିନ୍ତୁ ନକଲ (କପି) କରିବ ନାହିଁ ।
No less a person than the Chief Minister of the state hoisted the National Flag. . ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ କମ୍ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଜାତୀୟ ପତାକା ଉଡ଼ାଇଲେ ନାହିଁ ।
He is so ill that he cannot rise from his bed. ସେ ଏତେ ବେମାର ଯେ ବିଛଣାରୁ ଉଠି ପାରୁ ନାହାଁନ୍ତି ।
He works hard so that he may win a prize. ସେ ପରିଶ୍ରମ କରୁଛି ଯେପରି ପୁରଷ୍କାର ପାଇବ ।
The higher you go the colder it is. ଯେତେ ଉଚ୍ଚ ଚଢିବ ସେତେ ଥଣ୍ଡା ବଢ଼ିଯିବ ।
Either you or your brother is guilty. ତୁମେ ବା ତୁମର ଭାଇ ଦୋଷୀ ଅଟେ ।
She is too weak to walk ସେ ଏତେ ଦୁର୍ବଳ ଯେ ଚାଲି ପାରୁ ନାହିଁ,
She is so weak that she cannot walk  ସେ ଏତେ ଦୁର୍ବଳ ଯେ ସେ ଚାଲି ପାରୁ ନାହିଁ । I
I study not only English but French also. ମୁଁ କେବଳ ଇଂରାଜୀ ପଢୁ ନାହି ଫ୍ରେଞ୍ଚ୍ ମଧ୍ୟ ପଢୁଛି ।
Neither Samir nor his brother plays in this park. ସମିର କି ତା ଭାଇ ଏହି ପାର୍କରେ ଖେଳନ୍ତି ନାହିଁ ।

କାଳସୂଚକ ଶବ୍ଦ (Temporals)ର ପ୍ରୟୋଗରେ ରଚିତ ବାକ୍ୟ

You will receive his letter in three days. ଆପଣଙ୍କୁ ତାଙ୍କର ଚିଠି ତିନି ଦିନରେ ମିଳିବ
You will receive his letter within three days. ଆପଣଙ୍କୁ ତାଙ୍କର ଚିଠି ତିନି ଦିନ ଭିତରେ ମିଳିବ ।
We left for Mumbai on 20th February. ଆମେ ଫେବୃଆରୀ ୨୦ରେ ମୁମ୍ବାଇ ଅଭିମୁଖେ ଯାତ୍ରା କଲୁ ।
You came at half past three. ତୁମେ ସାଢ଼େ ତିନିଟା ବେଳେ ଆସିଲ ।
The shop remains open from 9.30 A.M. to 7 P.M. ଦୋକାନ ସକାଳୁ ୯.୩୦ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଖୋଲା ରହେ ।
 She was here till 5.00 P.M. yesterday. ସେ କାଲି ଏଠାରେ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଥିଲେ ।
 The boys play every day for one hour. ପଲାମାନେ ପ୍ରତିଦିନ ୧ ଘଣ୍ଟା ଖେଳନ୍ତି ।
, He has been staying here since yesterday. ସେ କାଲିଠାରୁ ଏଠାରେ ରହିଛନ୍ତି ।
She has been living here since 1970 ସେ ଏଠାରେ ୧୯୭୦ଠାରୁ ରହୁଛନ୍ତି ? -
How long have you been learning English ? ଆପଣ କେବେଠାରୁ ଇଂରାଜୀ ଶିଖୁଛନ୍ତି ?
I have already written to her/him. ମୁଁ ତାଙ୍କୁ ଆଗରୁ ଲେଖିଦେଇଛି ।
She hasn't come yet. ସେ ଏପର୍ଯ୍ୟନ୍ତ ଆସି ନାହାଁନ୍ତି ।
 the show is about to start. ପ୍ରଦର୍ଶନ ଆରମ୍ଭ ହେବାକୁ ଯାଉଛି ।
shall finish my work by next Friday. ମୁଁ ମୋର କାମ ଆଗାମୀ ଶୁକ୍ରବାର ସୁଦ୍ଧା ସାରିଦେବି ।
He'll finish his work in about four hours. ସେ ତାର କାମ ପ୍ରାୟ ୪ ଘଣ୍ଟାରେ ସାରିଦେବ ।
I reached there around 3 O'clock. ମୁଁ ପ୍ରାୟ ସେଠାରେ ୩ଟାବେଳେ ପହଞ୍ଚିଲି ।
 When Radha came, Madhav left. ଯେତେବେଳେ ରାଧା ଆସିଲା। ମାଧବ ଚାଲିଗଲା |
He was breathing his last by dawn. ଉଷାକାଳ ହେବା ବେଳକୁ ସେ ଶେଷ ।
 I'll meet him next month. ମୁଁ ତାଙ୍କ ଆଗାମୀ ମାସରେ ଭେଟିବି ।

କ୍ରିୟା / ଅନ୍ୟ ଶବ୍ଦ ସହିତ ଆବଶ୍ୟକ (Prepositions)ର ପ୍ରୟୋଗ
From

The boy was absent from school. ବାଳକ ବିଦ୍ୟାଳୟରେ ଅନୁପସ୍ଥିତ ଥିଲା ।  
You must avoid smoking. ଆପଣ ଧୂମ୍ରପାନଠାରୁ ଦୂରେଇ ରହିବା ଉଚିତ୍ ।
My uncle has come from Assam. ମୋ କକା ଆସାମରୁ ଆସିଛନ୍ତି ।
He prevents/stop me from going there. ସେ ମୋତେ ସେଠାକୁ ଯିବାକୁ ମନା କରନ୍ତି |

By

His company is progressing by leaps and bounds. ତାଙ୍କ କମ୍ପାନୀ ଦିନକୁ ଦିନ ଉନ୍ନତି କରୁଅଛି ।
 I was accompanied by my father. ମୋ ବାପା ମୋ ସାଙ୍ଗରେ ଥିଲେ ।
Please don't get disturbed by this news. ଏହି ଖବରରେ ବ୍ୟସ୍ତ ହୁଅନ୍ତୁ ନାହିଁ ।
He was highly amused by my story. ମୋ କାହାଣୀ ଶୁଣି ସେ ବହୁତ ଆନନ୍ଦିତ ହେଲେ ।
This packet should reach Mumbai by Monday. ଏହି ପ୍ୟାକେଟ ସୋମବାର ସୁଦ୍ଧା ମୁମ୍ବାଇରେ ପହଞ୍ଚି ଯିବା ଉଚିତ୍ ।

With

You don't know how to deal with others. ତୁମେ ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ଜାଣିନାହିଁ ।
We should be accquainted with the English language. ଆମେ ଇଂରାଜୀ ଭାଷା ସହିତ ପରିଚିତ ହେବା ଉଚିତ୍ । ।
He was gifted with a telent for painting. ତାଙ୍କର ଚିତ୍ରକଳାରେ ପ୍ରତିଭା ଥିଲା ।
We got fed up with his behaviour. ଆମେ ତାଙ୍କ ବ୍ୟବହାରରେ ଅତିଷ୍ଠ ହେଲୁ ।
My boss was pleased with me. ମୋ ଅଧିକାରୀ ମୋ ଉପରେ ଖୁସି ଥିଲେ ।

In

In He was absorbed/busy in his work. ସେ ନିଜ କାମରେ ମଗ୍ନ ଥିଲେ ।
Shiela is deaf in one ear. . ଶିଲାର ଗୋଟିଏ କାନ ବଧିର ଅଟେ ।
You must be polite in your behaviour. ତୁମେ ତୁମ୍ଭର ବ୍ୟବହାରରେ ନମ୍ର ହେବା ଉଚିତ୍ ।
He is well versed in music. : ସେ ସଙ୍ଗୀତରେ ପ୍ରବୀଣ ଅଟନ୍ତି ।.

Of

He was sure of success. ତାର ସଫଳତା ଉପରେ ପୁରା ଭରଷା ଥିଲା |
He is fully aware of his weakness. ସେ ତାର ଦୁର୍ବଳତାକୁ ଭଲ ଭାବରେ ଜାଣେ ।
He is fond of mangoes. - ତାକୁ ଆମ୍ବ ଭାରି ଭଲ ଲାଗେ ।
He reminds me of his brother. ତାକୁ ଦେଖିଲେ ମୋର ତାର ଭାଇ କଥା ମନେ ପଡ଼େ ।
It's matter of great honour for me. ଏହା ମୋପାଇଁ ବଡ଼ ସମ୍ମାନର କଥା ଅଟେ ।

For

Is she preparing/studying for the test. ସେ କଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି କି ?
I always care for him. ମୁଁ ସର୍ବଦା ତାର ଯତ୍ନ ନେଉଅଛି ।
He apologized to me for his misbehaviour. ସେ ନିଜର ଦୁର୍ବ୍ୟବହାର ଲାଗି ମୋତେ କ୍ଷମା ମାଗିଲା । He'll have to account for the money. ତାକୁ ପଇସାର ହିସାବ ଦେବାକୁ ପଡ଼ିବ ।

To

He is addicted to smoking. ସେ ଧୂମ୍ରପାନରେ ଅଭ୍ୟସ୍ତ ହୋଇ ଯାଇଛି ।
He acted contrary to the rules, ସେ ନିୟମ ବିରୁଦ୍ଧ ଆଚରଣ କଲେ ।
Some people prefer wealth to health. କେତେକ ଲୋକ ସ୍ୱାସ୍ଥ୍ୟହାନି ଘଟାଇ ପଇସା ରୋଜଗାର କରନ୍ତି । He refered the matter to the higher authorities. ସେ ଘଟଣାକୁ ଉଚ୍ଚ ଅଧିକାରୀଙ୍କ ପାଖରେ ଉପସ୍ଥାପନ କଲେ ।

Into

The police inquired/looked into the matter. ପୁଲିସ ଘଟଣାର ତଦନ୍ତ କଲେ ।
We put our books into our bags. ଆମେ ଆମ ବହିଗୁଡ଼ିକୁ ନିଜ ମୁଣିରେ ରଖିଲୁ ।
He went into the room. ସେ କୋଠରୀ ଭିତରକୁ ଗଲା |

Against

I always warn you against your enemies. ମୁଁ ତୁମକୁ ତୁମର ଶତ୍ରୁଙ୍କ ବିରୁଦ୍ଧରେ ସର୍ବଦା ଚେତାଇ ଦେଉଛି । ;
The doctor warned him against working too . ଡାକ୍ତର ତାଙ୍କୁ ଅଧିକ କାମ ବିରୁଦ୍ଧରେ ଚେତାଇ ଦେଲେ ।

On

His criticism is not based on facts. ତାଙ୍କର ସମାଲୋଚନା ତଥ୍ୟ ଉପରେ ଆଧାରିତ ନୁହେଁ ।
Whey are you bent on going there? ଆପଣ ସେଠାକୁ ଯିବାପାଇଁ କାହିଁକି ଯିଦ୍ କରୁଛନ୍ତି ? . ;
We cannot rely on him. ଆମେ ତାଙ୍କ ଉପରେ ଭରଷା କରି ପାରିବା ନାହିଁ ।

Over
Snow/ice is scattered over the road. ସଡ଼କ ଉପରେ ବରଫ ବିଛାଡ଼ି ହୋଇ ପଡ଼ିଛି ।
The bridge is over the river. ନଦୀ ଉପରେ ପୋଲ ଅଛି ।

About

The mother is worried about her son's health. ମାତାର ପୁଅର ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ଅଟେ ।
She was enquiring about Seema. ସେ ସୀମା ବିଷୟରେ ପଚାରୁଥିଲା।

Phrase Prepositions

I was about to go. ମୁଁ ପ୍ରାୟ ଯିବାକୁ ବାହାରିଥିଲି ।
He succeeded by dint of hard work. ସେ କଠିନ ପରିଶ୍ରମ ବଳରେ ସଫଳ ହେଲେ ।
We should be prepared to sacrifice everything for the sake of our country. ଆମେ ଆମ ଦେଶପାଇଁ ପ୍ରତ୍ୟେକ ବିଷୟରେ ତ୍ୟାଗ କରିବାକୁ ପ୍ରସ୍ତୁତ ରହିବା ଉଚିତ୍ ।
 We should act in favour of our friends. ଆମେ ଆମର ମିତ୍ରମାନଙ୍କ ଭଲ ପାଇଁ କାମ କରିବା ଉଚିତ୍ ।
 We must work in order to live. ଆମକୁ ବଞ୍ଚିବାପାଇଁ କାମ କରିବାକୁ ହେବ ।
My friend came to see me inspite of being very busy. ଭାରି ବ୍ୟସ୍ତ ଥାଇ ମଧ୍ୟ ମୋର ମିତ୍ର ମୋତେ ଦେଖା କରିବାକୁ ଆସିଲା ।
Can you give me your bicycle in excahnge for my watch? ତୁମ୍ଭେ କଣ ମୋର ଘଡ଼ି ବଦଳରେ ତୁମର ସାଇକେଲ ଦେଇ ପାରିବ କି ?
He had to leave suddenly in the midst of meeting.ତାଙ୍କୁ ସଭାକାଳରେ ଅଚାନକ ଯିବାକୁ ପଡ଼ିଲା।
Pankanj had to give up studies for want of money. ପଙ୍କଜକୁ ପଇସା ଅଭାବରୁ ପଢ଼ା ଛାଡ଼ିବାକୁ ପଡ଼ିଲା ।

(Active Voice and Passive Voice)

Active Voice

He sings a song.ସେ ଗୀତ ଗାଏ ।
I delivered the message. ମୁଁ ସନ୍ଦେଶ ପହଞ୍ଚାଇ ଦେଲି ।
They'll play cricket ସେମାନେ କ୍ରିକେଟ ଖେଳିଲେ ।
Are you writing a letter? ଣ ତୁମେ ଚିଠି ଲେଖୁଛ କି ?
Labourers were digging a canal. ମୁଲିଆମାନେ କେନାଲ ଖୋଳୁଥିଲେ ।
Have you finished this job? ତୁମେ କଣ ଏହି କାମ ସାରିଛ କି ?
Will you have packed your luggage before the train's arrival ? ଣ ରେଳଗାଡ଼ି ପହଞ୍ଚିବା ପୂର୍ବରୁ ତୁମେ ତୁମର ଜିନିଷ ପତ୍ର ବାନ୍ଧି ସାରିଥିଲ କି ?
Help him. ତାଙ୍କୁ ସାହାଯ୍ୟ କର ।

Passive Voice

A song is sung by him. ତାଙ୍କ ଦ୍ଵାରା ଗୀତ ବୋଲାଯାଏ ।
The message was delivered. ମୋ ଦ୍ୱାରା ସନ୍ଦେଶ ପହଞ୍ଚାଇ ଦିଆଗଲା ।
Cricket will be played by them. ; ସେମାନଙ୍କ ଦ୍ଵାରା କ୍ରିକେଟ ଖେଳାଯିବ ।
Is a letter being written by you ? ଣ ତୁମ ଦ୍ଵାରା ଚିଠି ଲେଖା ଯାଉଛି ।
A canal was being dug by the labourers. ମୂଲିଆମାନଙ୍କ ଦ୍ୱାରା କେନାଲ ଖୋଳା ଯାଉଥିଲା ।
Has this job been finished by you ? ତୁମ ଦ୍ଵାରା କଣ ଏହି କାମଟି କରା ସରିଛି କି ?
Will your luggage have been packed before the train's arrival ? ଣ ରେଳଗାଡ଼ି ପହଞ୍ଚିବା ପୂର୍ବରୁ ତୁମଦ୍ୱାରା ତୁମର ଜିନିଷପତ୍ର ବନ୍ଧା ସରିବ କି ?
Let him be helped. (by you) ତାଙ୍କୁ ସାହାଯ୍ୟ କରାଯାଉ । .

 (Passive Voice)

The Taj was built at an enormous cost. ତାଜ ମହଲ ବହୁତ ଖର୍ଚ୍ଚ କରି ତିଆରି କରାଯାଇଥିଲା ।
Maize is sown in the rainy season. ମକା ବର୍ଷାଋତୁରେ ବୁଣା ଯାଏ ।
You will be punished for your negligence. ଆପଣଙ୍କୁ ଆପଣଙ୍କ ହେଳାପାଇଁ ଦଣ୍ଡ ଦିଆଯିବ ।
He was accused of theft. ତାଙ୍କ ଉପରେ ଚୋରିର ଦୋଷ ଲଦି ଦିଆ ଯାଇଥିଲା ।
All the papers will have been marked. ସବୁ ଖାତା ଦେଖା ସରିଥିବ ।
Have you been cheated? ଣ ଆପଣଙ୍କୁ ଭଣ୍ଡି ଦିଆ ଯାଇଛି କି ?
Has he been informed ? ଣ ତାଙ୍କୁ ସୂଚନା ଦିଆ ଯାଇଛି କି ?
He was killed fighting the Chinese aggressors. ସେ ଚୀନା ଆକ୍ରମଣକାରୀଙ୍କ ସହିତ ଲଢ଼ାଇ କରି ମରି ଯାଇଥିଲେ ।
Gandhiji was born on 2nd October 1869. ଗାନ୍ଧୀଙ୍କ ଜନ୍ମ ୧୮୬୯ ଅକ୍ଟୋବର ୨ରେ ହୋଇଥିଲା ।
The Nauchardi fair is held every year at Meerut. . ନୌଚାନ୍ଦିମେଳା ପ୍ରତିବର୍ଷ ମିରଟ୍‌ରେ ଅନୁଷ୍ଠିତ ହୁଏ ।
Many dailies are published from Delhi. ଦିଲ୍ଲୀରୁ ବହୁ ଦୈନିକ ସମ୍ବାଦପତ୍ର ପ୍ରକାଶିତ ହୁଏ ।
He will be pleased/happy to see you. ଆପଣଙ୍କୁ ଦେଖି ସେ ଖୁସି ହେଲେ ।
 I was surprised to see the fury of the floods. ମୁଁ ବଢ଼ିର ପ୍ରକୋପ ଦେଖୁ ଚକିତ ହେଲି ।
 It is said/believed that Shivaji was an incarnation of Lord Shiva. କୁହାଯାଏ ଯେ ଶିବାଜୀ ପ୍ରଭୁ ଶିବଙ୍କର ଅବତାର ଥିଲେ ।

Imperative Sentences (ଆଜ୍ଞା ବା ପ୍ରାର୍ଥନା ସୂଚକ ବାକ୍ୟାବଳୀ) ।

Do this work. ଏହି କାମ କର ।
Let this work be done (by you) ଏହି କାମ କରାଯାଉ |
Ask him to sit down. ତାଙ୍କୁ ବସିବାକୁ କୁହ ।
Let him be asked to sit down. ତାଙ୍କୁ ବସିବାକୁ କୁହାଯାଉ ।
Punish him. ତାକୁ ଦଣ୍ଡ ଦିଅ ।
Let him be punished (by you) ତାକୁ ଦଣ୍ଡ ଦିଆଯାଉ ।
Advertise the post. ଖାଲି ପଦପାଇଁ ବିଜ୍ଞାପନ ଦିଅ ।
Let the post be advertised. ଖାଲି ପଦପାଇଁ ବିଜ୍ଞାପନ ଦିଆଯାଉ ।
Please don't smoke. ଦୟାକରି ଧୂମପାନ କରନ୍ତୁ ନାହିଁ ।
You are requested not to smoke. ଆପଣଙ୍କୁ ଧୂମପାନ ନ କରିବାକୁ ଅନୁରୋଧ।
Don't encourage indiscipline. ଅନୁଶାସନ ହୀନତାକୁ ପ୍ରୋତ୍ସାହନ ଦିଅନ୍ତୁ ନାହିଁ ।
Indiscipline shouldn't be encouraged. ଅନୁଶାସନ ହୀନତାକୁ ପ୍ରସୋହିତ  କରା ନ ଯାଉ ।

ବାକ୍ୟ ପରିବର୍ତ୍ତନ (Transformation of Sentences)

ପ୍ରଶ୍ନବାଚକ (Interrogative)

Can anybody/anyone bear such an insult ? କେହି କଣ ଏତେ ଅପମାନ ସହି ପାରିବେ କି ?
Is not health more precious than wealth? ଣ ସ୍ୱାସ୍ଥ୍ୟ ଧନଠାରୁ ଅଧିକ ମୂଲ୍ୟବାନ୍ ନୁହେଁ ?
Did they not enjoy at the party? ଣ ଭୋଜିରେ ସେମାନଙ୍କୁ ଆନନ୍ଦ ମିଳିଲା ନାହିଁ ?
Shall we ever forget these good days. ଣ ଆମେ କେବେ ଏହି ଭଲ ଦିନ ଗୁଡ଼ିକୁ ଭୁଲି ପାରିବା ?

(Assertive) ବିସ୍ମୟାପକ

Nobody/No one can bear such an insult.କୌଣସି ବ୍ୟକ୍ତି ଏତେ ଅପମାନ ସହି ପାରିବେ ନାହିଁ ।
Health is more precious than wealth. ସ୍ଵାସ୍ଥ୍ୟ ଧନ ଠାରୁ ଅଧିକ ମୂଲ୍ୟବାନ ଅଟେ ।
They enjoyed the party. ସେମାନଙ୍କୁ ଭୋଜିରେ ଆନନ୍ଦ ମିଳିଲା ।
We'll never be able to forget these good days. ଆମେ ଏହି ଭଲ ଦିନଗୁଡ଼ିକୁ କେବେ ଭୁଲି ପାରିବୁ ନାହିଁ ।

(Exclamatory) ବିସ୍ମୟସୂଚକ

What a beautiful scene/lovely sight it was ! . ତାହା କେତେ ସୁନ୍ଦର ଦୃଶ୍ୟ ଥିଲା !
What a cold night it is! ରାତିରେ କେତେ ଥଣ୍ଡା ପଡୁଛି !
What a hard life we live/lead ! ଆମେ କେତେ କଠିନ ଜୀବନ ଯାପନ କରୁ !

(Affirmative) ସକରାତ୍ମକ

It was a beautiful scene/lovely sight. ଦୃଶ୍ୟ ବହୁତ ସୁନ୍ଦର ଥିଲା ।
It is a bitterly/terribly cold night. ରାତ୍ରିରେ ବହୁତ ଥଣ୍ଡା ପଡୁଛି |
We live/lead a very hard life. ଆମେ ବଡ଼ କଠିନ ଜୀବନ ଯାପନ କରୁ ।

(Imperative) ବିଧ୍ୟର୍ଥକ ।

Please open the door. ଦୟାକରି ଦୁଆର ଖୋଲନ୍ତୁ ।
Please have a cup of milk. ଦୟାକରି ଏକ କପ୍ ଦୁଧ ପିଅନ୍ତୁ |
Please keep quiet. ଦୟାକରି ଚୁପ୍ ରୁହନ୍ତୁ ।

(Interrogative) ପ୍ରଶ୍ନବାଚକ

Will you please open the door? ଣ ଆପଣ ଦୟାକରି ଦୁଆର ଖୋଲିବେ କି ?
Will you please have a cup of milk? ଆପଣ ଦୟାକରି ଏକ କପ ଦୁଧ ପିଇବେ କି ?
Will you please keep quiet ? 'ଣ ଆପଣ ଚୁପ୍ ରହିବେ କି ? ' ,

 (Positive) ପ୍ରଥମାବସ୍ଥା

Amitabh is as tall as Sanjay. ଅମିତାଭ ସେତିକି ଲମ୍ବା ଯେତିକି ସଞ୍ଜୟ ।
Very few cities in India/our country are as big as Mumbai. ଆମ ଦେଶରେ ଅଳ୍ପ କେତେକ ନଗର ଏତେ ବଡ଼ ଯେପରି ମୁମ୍ବାଇ ନଗର ଅଟେ । No other man was a strong as Bhim.. ଅନ୍ୟ କେହି ବ୍ୟକ୍ତି ଏତେ ଶକ୍ତିଶାଳୀ ନ ଥିଲେ ଯେତେ ଭୀମ ଶକ୍ତିଶାଳୀ ଥିଲେ ।
Very few Indian saints were as popular/famous as Vivekanand. ବହୁତ କମ୍ ଭାରତୀୟ ସନ୍ଧିଥିଲେ ଯେ ବିବେକାନନ୍ଦଙ୍କ ଭଳି ଲୋକପ୍ରିୟ/ବିଖ୍ୟାତ ଥିଲେ ।

 (Comparative) ଦ୍ଵିତୀୟାବସ୍ଥା

Sanjay is not taller than Amitabh. ସଞ୍ଜୟ ଅମିତାଭଙ୍କଠାରୁ ଅଧିକ ଲମ୍ବା ନୁହେଁ ।
Mumbai is bigger than most other cities in India/our country ମୁମ୍ବାଇ ଆମ ଦେଶର ବହୁତ ନଗର ଅପେକ୍ଷା ବଡ଼ ନଗର ଅଟେ ।
Bhim was stronger than any other man. ଭୀମ ଅନ୍ୟ କୌଣସି ବ୍ୟକ୍ତି ଠାରୁ ଅଧିକ ଶକ୍ତିଶାଳୀ ଥିଲେ । Vivekanand was more popular/famous than many other saints in India, ବିବେକାନନ୍ଦ ଭାରତର ଅନ୍ୟ ସନ୍ଥଙ୍କ ମଧ୍ୟରୁ ଅଧିକ ଲୋକପ୍ରିୟ /ବିଖ୍ୟାତ ଥିଲେ ।

(Negative) ନକରାତ୍ମକ

No man is immortal. କୌଣସି ମନୁଷ୍ୟ ଅମର ନୁହେଁ ।
Abida is not as beautiful as Sonia. ଆବିଦା ଏତେ ସୁନ୍ଦରୀ ନୁହେଁ ସୋନିଆ ଯେତେ ସୁନ୍ଦରୀ ।
There is no gain without hard work. ବିନା କଠିନ ପରିଶ୍ରମରେ କୌଣସି ଉପଲବ୍ଧ ହୁଏ ନାହିଁ ।
She never neglects her daily routine work.  ସେ ନିଜ ଦୈନନ୍ଦିନ କାର୍ଯ୍ୟକୁ କଦାପି ଉପେକ୍ଷା କରେ ନାହିଁ ।
No sooner had I reached the station than the train left. ମୁଁ ଷ୍ଟେସନରେ ପହଞ୍ଚି ନଥିଲି ରେଳଗାଡ଼ି ଛାଡ଼ି ଦେଲା ।

(Affirmative) ସକରାତ୍ମକ

Man is mortal. ମନୁଷ୍ୟ ମରଣଶୀଳ ଅଟେ |
Sonia is more beautiful than Abida. ସୋନିଆ ଆବିଦାଠାରୁ ଅଧୁକ ସୁନ୍ଦରୀ ଅଟେ ।
Where there is hard work there is gain. କଠିନ ପରିଶ୍ରମ କରିଲେ ଉପଲବ୍ଧ ମଧ୍ୟ ହୁଏ ।
She always pays attention to her daily/routine work. ସେ ନିଜର ଦୈନନ୍ଦିନ କାର୍ଯ୍ୟପ୍ରତି ପୁରା ଧ୍ୟାନଦିଏ ।

(Countable Words) ଗଣନାଯୋଗ୍ୟ ଶବ୍ଦ

There are some/a few students in the class. ଶ୍ରେଣୀରେ ଅଳ୍ପ କେତେ ଜଣ ଛାତ୍ର ଛାତ୍ରୀ ଅଛନ୍ତି |
Is there any girl in the hall ?  ଣ ହଲରେ କେହି ବାଳିକା ଅଛନ୍ତି କି ?
There is no boy in the playground. ଖେଳ ପଡ଼ିଆରେ କେହି ବାଳକ ନାହାନ୍ତି ।
None of these girls was present there. ଏହି ବାଳିକାମାନଙ୍କ ମଧ୍ୟରୁ କେହି ବାଳିକା ସେଠାରେ ଉପସ୍ଥିତ ନ ଥିଲେ ।
Did any of you play football ? ତୁମମାନଙ୍କ ମଧ୍ୟରୁ କେହି ଫୁଲବଲ ଖେଳିଲ କି ? .
Many of the boys hadn't come to school yesterday. ବାଳକମାନଙ୍କ ମଧ୍ୟରୁ ବହୁତ କାଲି ବିଦ୍ୟାଳୟକୁ ଆସି ନ ଥିଲେ ।
How many mangoes are there in the basket ? ଟୋକେଇରେ କେତେ ଆମ୍ବ ଅଛି ?
Hardly would any girl like him. ପ୍ରାୟ କ୍ଵଚିତ୍ ବାଳିକା ତାକୁ ପସନ୍ଦ କରିବେ ।
That book has more pages than this book. ଏହି ବହିଠାରୁ ସେହି ବହିରେ ଅଧିକା ପୃଷ୍ଠା ଅଛି ।
Many a man has suffered at his hands. ତାଙ୍କ ହାତରେ ବହୁ ଲୋକ ଦୁଃଖ ଭୋଗ କରିଥିଲେ ।
Neither man has come. ଦୁଇଜଣ ଲୋକଙ୍କ ମଧ୍ୟରୁ କେହି ଜଣେ ଆସି ନଥିଲେ ।
He gets a small salary. ତାଙ୍କୁ ଖୁବ୍ କମ୍ ବେତନ ମିଳେ ।

(Uncountable Words) ମାତ୍ରାସୂଚକ ଶବ୍ଦ

Isn't there any milk in the bottle ? ଣ ବୋତଲରେ ଟିକିଏ ହେଲେ ଦୁଧ ନାହିଁ ?
 Is there any milk in the bottle ? ଣ ବୋତଲରେ କିଛି ଦୁଧ ଅଛି କି ?
How much milk is there in the glass ?  ଗିଲାସରେ କେତେ ଦୁଧ ଅଛି ?
Your glass has less milk than mine. ତୁମର ଗିଲାସରେ ମୋ ଗିଲାସରୁ କମ ଦୁଧ ଅଛି ।
There was a lot of water in the river. ନଦୀରେ ବହୁତ ପାଣି ଥିଲା ।
 Is it exactly half of that? ଣ ଏହା ତାହାର ଠିକ୍ ଅଧା କି ?

(The Emphasis) ଅର୍ଥ ଉପରେ ଗୁରୁତ୍ୱ

Do come tomorrow - Don't forget. You musii ome tomorrow. କାଲି ନିଶ୍ଚୟ ଅସିବ, ଭୁଲି ଯିବ ନାହିଁ ।
 Both Kamala and her brother came/dropped in to see me. କମଳା ଓ ତାର ଭାଇ ଦୁହେଁ ମୋତେ ଦେଖିବାକୁ ଆସିଥିଲେ ।

on

I will never forgive him. ମୁଁ ତାଙ୍କୁ କଦାପି କ୍ଷମା କରିବି ନାହିଁ ।
Indeed / Of course, I am happy. ମୁଁ ବାସ୍ତବିକ ପ୍ରସନ୍ନ ଅଟେ ।
You don't study hard, do you? ତୁ ପାଠପଢ଼ାରେ ବହୁତ ପରିଶ୍ରମ କରୁନାହିଁ, କରୁଛି କି ?
Of course, I do. ଅବଶ୍ୟ ମୁଁ କରେ ।
Please keep quiet / Please be quiet. ଚୁପ୍ ରୁହନ୍ତୁ ତ ।
Do write to your father. ତମେ ବାପାଙ୍କୁ ନିଶ୍ଚୟ ଚିଠି ଲେଖିଦିଅ ।

(Miscellaneous uses)

Who is that/he/she ? ସେ କିଏ ଅଟେ ?
It's my friend. ସେ ମୋର ମିତ୍ର ଅଟନ୍ତି ।
 It was not the correct answer. ଏହା ଠିକ୍ ଉତ୍ତର ନ ଥିଲା ।
This is your book. That is mine. ଏ ବି ତ ତୁମର ଅଟେ । ସେ ବହି ମୋର ଅଟେ ।
Who is there ? ସେଠାରେ କିଏ ଅଛି ?
It's me. ମୁଁ ଅଟେ |
Is it me you want to see? ଣ ମୋ ସହିତ ଭେଟିବାକୁ ଚାହିଁ କି ?
Is it me you are calling ? ଣ ମୋତେ ଆପଣ ଡାକୁଛନ୍ତି କି ?
 It was the happiest day of her life. ତାଙ୍କ ଜୀବନରେ ତାହା ସବୁଠାରୁ ଖୁସିର ଦିନ ଥିଲା |
It doesn't make any difference. ଏଥିରେ କିଛି ଫରକ ପଡ଼େ ନାହିଁ
It doesn't.matter to me. – ଏହାଦ୍ୱାରା ମୋତେ କିଛି ଫରକ ପଡ଼େ ନାହିଁ ।
 It's four O'clock. ଚାରିଟା ବାଜିଛି । '
 Will you please give me either a pen or a pencil ? ଣ ଆପଣ ମୋତେ ଗୋଟିଏ କଲମ ବା ପେନ୍‌ସିଲ ଦେବେକି ?
Both he answers are correct. ଦୁଇଟିଯାକ ଉତ୍ତର ଠିକ୍ ଅଟେ ।
She is neither a teacher nor a student. ସେ ଶିକ୍ଷୟିତ୍ରୀ ନୁହଁନ୍ତି କି ଛାତ୍ରୀ ନୁହଁନ୍ତି ।
None of the two prisoners is guilty ଦୁଇଜଣ କଏଦୀଙ୍କ ମଧ୍ୟରୁ କେହି ଅପରାଧୀ ନୁହନ୍ତି ।
There are many/ a number of students in the class. ଶ୍ରେଣୀରେ ବହୁତ ଛାତ୍ର ଅଛନ୍ତି ।
I have finished two-thirds of this book. ମୁଁ ଏହି ବହିର ଦୁଇତୃତୀୟାଂଶ ପଢ଼ି ସାରିଛି ।
The magistrate ordered his arrest. ମାଜିଷ୍ଟ୍ରେଟ୍ ତାର ଗିରଫ ଆଦେଶ ଦେବେ ।
I'll see him when I go to Mumbai. ମୁଁ ଯେତେବେଳେ ମୁମ୍ବାଇ ଯିବି ତେବେ ତାଙ୍କୁ ଭେଟିବି ।।
I have had my food/meals. ମୁଁ ଖାଦ୍ୟ ଖାଇ ସାରିଛି ।
Time is money. ସମୟମୁଲ୍ୟବାନ ଅଟେ ।
 I am forty-five. ମୋ ବୟସ ପଇଁଚାଳିଶ ବର୍ଷ ।
What can be done now?/What's to be done now? ଏବେ କଣ କରାଯାଇ ପାରିବ ?
Both my hands have been injured. ମୋର ଦୁଇହାତ ଜଖମ ହୋଇ ଯାଇଛି ।
I have given up painting. ମୁଁ ଚିତ୍ରକଳା ଛାଡ଼ି ଦେଇଛି ।

(Countable & Uncountables) ଗଣନା ଓ ମାତ୍ରାସୂଚକ ବାକ୍ୟ

All the books on this table are blue. ଏହି ମେଜ ଉପରେ ଥିବା ସବୁ ବହି ନୀଳ ଅଟେ ।
Everyone in the crowd was stunned. ଭିତରେ ପ୍ରତ୍ୟେକ ବ୍ୟକ୍ତି ସ୍ତହୋଇ ଛିଡ଼ା ହୋଇଥିଲେ ।
Each of them has his own car. ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ନିଜର କାର ଅଛି ।
I bought four pencils at fifteen paise each. ମୁଁ ପ୍ରତ୍ୟେକ ପେନ୍‌ସିକୁ ପନ୍ଦରପଇସା ଦରରେ ୪ଟି ପେନ୍‌ସିଲ୍ କିଣିଲି ।
Sonia and Rina are fond of each other. ସୋନିଆ ଓ ରୀନା ପରସ୍ପରକୁ ଭଲ ପାଆନ୍ତି ।
Rajiv vistis his mother every other week. ', ରାଜୀବ ତା ମାଆକୁ ପ୍ରତି ଦ୍ୱିତୀୟ ସପ୍ତାହରେ ଦେଖିବାକୁ ଯାଏ ।
Either of these two keys will fit the lock. ଏହି ଦୁଇଟିରୁ ଗୋଟିଏ ଚାବି ତାଲାରେ ଠିକ୍ ଲାଗିବ ।
Give me something to eat. 'ମୋତେ କିଛି ଖାଇବାକୁ ଦିଅ ।
Take out anything you have in your pocket. ତୁମର ପକେଟ୍‌ରେ କିଛି ଅଛି ବାହାର କରି ଦିଅ।
I've lost many a thing. ମୁଁ ବହୁତ କିଛି ଜିନିଷ ହରାଇ ଦେଇଛି ।
Has someone come ? ଣ କେହି ଆସିଛି କି ?
Yes, somebody is waiting for you. ହଁ କେହି ଆପଣଙ୍କୁ ଅପେକ୍ଷା କରିଛି କି ?
There was commotion/uproar in every house. ଘରେ ଘରେ ପାଟିଗୋଳ ଭରି ଯାଇଥିଲା ।
Had anybody/anyone else come ? ଣ ଆଉ କେହି ଲୋକ ଆସିଥିଲେ କି ?
Nobody/No one came here. ଏଠାକୁ କେହି ଆସି ନ ଥିଲେ ।
Everything in this house is at your disposal.  ଏହି ଘରର ପ୍ରତ୍ୟେକ ବସ୍ତୁ ଆପଣଙ୍କ ପାଇଁ ରଖା ଯାଇଛି ।
Everyone in my house is ill. ମୋ ଘରେ ପ୍ରତ୍ୟେକ ଲୋକ ବେମାରି ଅଟନ୍ତି ।
They were in the garden all the time. ସେମାନେ ସା ସମୟ ବଗିଚାରେ ଥିଲେ ।
 We went all round the garden. ଆମେ ସାରା ବଗିଚାରେ ଘୂରୁଥିଲୁ ।
They travelled all over the country.ସେମାନେ ସାରା ଦେଶ ଭ୍ରମଣ କରିଥିଲେ ।
All this while I waited for her. ଏହି ସାରା ସମୟ ମୁଁ ତାଙ୍କୁ ଅପେକ୍ଷା କରିଥିଲି ।

(Idiomatic Sentences) ଋଢୀ ପ୍ରୟୋଗ ବାକ୍ୟ

Bad habits should be nipped in the bud. ବଦଭ୍ୟାସ ଆରମ୍ଭରୁ ବନ୍ଦ କରିବା ଉଚିତ୍ ।
Mohan lives from hand to mouth. ମୋହନ କଷ୍ଟରେ ଜୀବନ କାଳାତିପାତ କରୁଛି ।
The dacoits are still at large.ଡକାୟତମାନେ ଏପର୍ଯ୍ୟନ୍ତ ଧରା ପଡ଼ି ନାହାଁନ୍ତି ।
The murderer was caught red handed. ହତ୍ୟାକାରୀ ରଙ୍ଗା ହାତ ଧରାପଡ଼ିଲା ।
I got wind of this matter: ମୋତେ ଏକଥା ଜଣା ପଡ଼ିଲା ।
His days are numbered. ତାଙ୍କର ମୃତ୍ୟୁ ଏକଦମ୍ ନିକଟ ହେଲାଣି ।
Building castles in the air won't help. ଖିଆଲି ପଲାଉ ରାନ୍ଧିବାରେ କି ଲାଭ ?
He had a narrow escape in the lorry accident. ସେ ଲରୀ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚିଗଲା ?
We should not lose our temper over trifles. ଆମେ ଛୋଟ ଛୋଟ କଥାରେ ନିଜର ଅଭିୟାର ଭିତରୁ ବାହାରି ଯିବା ଉଚିତ୍ ନୁହେଁ ।
He has seen many ups and downs in his life. ସେ ତାଙ୍କ ଜୀବନରେ ବହୁ ଉତ୍ଥାନ ପତନ ଦେଖିଛନ୍ତି ।  can work for twelve hours at a stretch. ମୁଁ ଏକାଥରେ ବାରଘଣ୍ଟା କାମ କରିପାରେ ।
He wants to reach the top by hook or by cook. ସେ ଯେ କୌଣସି ମତେ ସବୁଠାରୁ ଉଚ୍ଚପଦରେ ପହଞ୍ଚିବାକୁ ଚାହାଁନ୍ତି ।

(Invitation) ନିମନ୍ତ୍ରଣ

Come in please. ଭିତରକୁ ଆସନ୍ତୁ ।
Please have something cold. କିଛି ଥଣ୍ଡା ପାନୀୟ ପିଅନ୍ତୁ ।
Will you please come over here? ଣ ଆପଣ ଟିକିଏ ଏଠାକୁ ଘୁଞ୍ଚି ଆସିବେ କି ?
Come for a walk please. / Let's have a stroll. ବୁଲିବାପାଇଁ ଆସନ୍ତୁ ।
Will you spend the whole day with us? ଣ ଆପଣ ସାରାଦିନ ଆମ ସହିତ ବିତାଇବେ କି ?
I'll be glad/pleased to do so. ମୋତେ ସେପରି କରିବାରେ ଖୁସି ହେବ ।
Let's go by bus. ଆସ ବସ୍‌ରେ ଯିବା ।
Would you join me in the dance?/ May I dance with you? ଣ ଆପଣ ମୋ ସହିତ ନାଚିବେ କି ? ମୁଁ ଆପଣଙ୍କ ସହିତ ନାଚିପାରେ କି ?
No, I don't dance. ନାଁ ମୁଁ ନାଚେ ନାହିଁ ।
 No, I don't know how to play cards. ନାଁ ମୁଁ ତାଷ ଖେଳ ଜାଣେ ନାହିଁ ।
Please spend next Sunday with us. ଆପଣ ଆଗାମୀ ରବିବାର ଆମସହିତ କଟାନ୍ତୁ ।
Will you come with us in taxi to Fatepur Sikri? ଣ ଆପଣ ଫତେପୁର ସିକ୍ରୀ ପର୍ଯ୍ୟନ୍ତ ଟ୍ୟାକ୍ସିରେ ଆମ ସହିତ ଯିବେ କି ?

 (Meeting & Parting) ସାକ୍ଷାତ ଓ ବିଦାୟ

Good morning !  ନମସ୍କାର! ସଲାମ ! ସତ ଶ୍ରୀ ଅକାଳ !
Hello, how are you? ଆପଣ କିପରି ଅଛନ୍ତି ?
Very well, thank you. And you ? ଭାରି ବଢ଼ିଆ, ଆପଣଙ୍କୁ ଧନ୍ୟବାଦ । ଆପଣ କିପରି ଅଛନ୍ତି ?
I'm fine. ମୁଁ ଭଲ ଅଛି ।
I'm glad to see you. ଆପଣଙ୍କୁ ଭେଟି ମୋତେ ବିଶେଷ ଖୁସି ଲାଗିଲା ।
It's my pleasure. ଏହା ମୋ ଖୁସିର କଥା ଅଟେ ।
It's been a long time since we met. ବହୁତ ଦିନପରେ ଭେଟ ହେଲା ।
I've heard a lot about you. ମୁଁ ଆପଣଙ୍କ ବିଷୟରେ ବହୁତ ଶୁଣିଛି ।
Look, who is it? / Who is here? ଦେଖ, କିଏ ଏଠାରେ ଅଛି ?
Are you surprised to see me ?  ଣ ଆପଣ ମୋତେ ଦେଖି ଚକିତ ହୋଇଛନ୍ତି କି ?
I was there, but I returned/came back last week. ମୁଁ ସେଠାରେ ଥିଲି କିନ୍ତୁ ମୁଁ ସେଠାରୁ ଗତ ସପ୍ତାହରେ ଫେରିଲି ।
O.K. See you again. / O.K. We'll meet again. ଆଚ୍ଛା ପୁଣି ଦେଖାହେବ ।
Must you go / leave now ? ଣ ଆପଣ ଏବେ ନିଶ୍ଚୟ ଯିବେ କି ?
Have a pleasant/nice journey ! ଆପଣଙ୍କ ଯାତ୍ରା ମଙ୍ଗଳ ହେଉ |
God bless you. ଈଶ୍ୱର ଆପଣଙ୍କ ପ୍ରତି କୃପା କରନ୍ତୁ ।
Please convey my regards / compliments to your father. ଦୟାକରି ଆପଣଙ୍କ ବାପାଙ୍କୁ ମୋର ନମସ୍କାର ଜଣାଇବେ ।
May luck be with yout. Best of luck. ସୌଭାଗ୍ୟ ଆପଣଙ୍କ ସହିତ ହେଉ ।
Good night. ଆଛା ବିଦାୟ ! (ରାତ୍ରି ବେଳା)
Bye bye / Goodbye. ନମସ୍ତେ ! (ବିଦାୟ ବେଳେ, ନମସ୍ତେର ଉତ୍ତର),

(Gratitude) କୃତଜ୍ଞତା

Thanks a lot. ବହୁତ ବହୁତ ଧନ୍ୟବାଦ।
Thanks for your advice. ଆପଣଙ୍କର ପରାମର୍ଶ ପାଇଁ ଧନ୍ୟବାଦ ।
Thanks for the present/gift. ଉପହାର ପାଇଁ ଧନ୍ୟବାଦ |
This is very costly/expensive present. ଏହା ବହୁତ ମୂଲ୍ୟବାନ ଉପହାର ।
I'm much / very obliged/grateful to you. ମୁଁ ଆପଣଙ୍କ ପ୍ରତି ବିଶେଷ କୃତଜ୍ଞ ।
You are very kind. So kind of you. ଆପଣ ବହୁତ ଦୟାଳୁ ଅଟନ୍ତି ।
Not at all. It's my pleasure. ଏସବୁ ନୁହେଁ, ମୋତେ ତ ଖୁସି ଲାଗୁଛି ।
This is no matter of kindness. It will rather please me. ଏହା କୃପାର କଥା ନୁହେଁ । ଏହାଦ୍ୱାରା ମୋତେ ପ୍ରସନ୍ନତ! ମିଳିବ ।

(Congratulations & Good Wishes) ଅଭିନନ୍ଦନ ଓ ଆଶିଷ

Wish you a happy new year. ଆମେ ଆପଣଙ୍କ ପାଇଁ ନୂଆ ବର୍ଷର ଶୁଭକାମନା କରୁଅଛୁ ।
Hearty felicitations on.your birthday. ଆପଣଙ୍କ ଜନ୍ମ ଦିନ ପାଇଁ ହାର୍ଦ୍ଦିକ ଅଭିନନ୍ଦନ ।
Many happy returns of the day, ଏହି ଦିନ ବାରମ୍ବାର ଆସୁ।
Congratulations on your success. ଆପଣଙ୍କ ସଫଳତା ପାଇଁ ଅଭିନନ୍ଦନ ।
Congratulations on your wedding. ଆପଣଙ୍କ ବିବାହ ପାଇଁ ଅଭିନନ୍ଦନ ।
May you always be lucky. / May luck always shine on you. ଆପଣଙ୍କ ପାଇଁ ଭାଗ୍ୟ ସର୍ବଦା ଉଜ୍ଜ୍ୱଳ ହେଉ ।
Hope you do well in the examination. ଆପଣଙ୍କୁ ପରୀକ୍ଷାରେ ସଫଳତା ମିଳୁ ।
Congratulate you on behalf of all. ମୁଁ ସମସ୍ତଙ୍କ ତରଫରୁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି ।
Wish you all the best. ଆପଣ ସଫଳ ହୁଅନ୍ତୁ ।।

(Miscellaneous Sentences)

 Let's have food now. ଏବେ ଖାଇବା ଆସନ୍ତୁ ?
What would you like, tea or coffee? ଆପଣ କଣ ପସନ୍ଦ କରିବେ, ଚା ନା କଫି ?
I will come to the station to see you off. ମୁଁ ଆପଣଙ୍କୁ ଷ୍ଟେସନ ପର୍ଯ୍ୟନ୍ତ ଛାଡ଼ିବାକୁ ଯିବି ।
Please look me up whenever you come to Delhi. ଆପଣ ଯେତେ ବେଳେ ଦିଲ୍ଲୀ ଆସିବେ, ମୋ ସହିତ ଭେଟିବେ ।
Let me introduce you to my family. ଆସନ୍ତୁ, ମୁଁ ଆପଣଙ୍କୁ ମୋ ପରିବାର ବର୍ଗଙ୍କ ସହିତ ପରିଚିତ କରାଏ । Please meet my wife Nisha my daughter Kitty and son Sumit. ମୋର ପତ୍ନୀ ନିଶା, ମୋର ଝିଅ କିଟି ଓ ପୁଅ ସୁମିତ ସହିତ ଭେଟନ୍ତୁ ।
You have lovely children. - ଆପଣଙ୍କ ପିଲାମାନେ ଭାରି ଭଲ ।
I think we have met before. ମୋତେ ଲାଗୁଛି ଆମେ ପୂର୍ବରୁ ପରିଚିତ ହୋଇଛେ ।
What's the hurry ? Please stay a little more. ଏତେ ଜଲଦି କାହିଁକି ? ଆଉ ଟିକିଏ ରୁହନ୍ତୁ ।
I have no words to express my thanks to you. The ଆପଣଙ୍କୁ ଧନ୍ୟବାଦ ଜଣାଇବା ପାଇଁ ମୋ ପାଖରେ ଭାଷା ନାହିଁ ।
You really saved my life. ଆପଣ ବାସ୍ତବିକ ମୋତେ ବଞ୍ଚାଇଦେଲେ ।
May you have a long, happy and prosperous married life. ଆପଣଙ୍କ ବିବାହିତ ଜୀବନ ଦୀର୍ଘ, ସୁଖୀ ଓ ସମୃଦ୍ଧ ହେଉ ।

(Refusal) ସ୍ୱୀକୃତି ନ ଦେବା

I won't be able to come. ମୁଁ ଆସି ପାରିବି ନାହିଁ ।
I won't be able to do as your wish. ଆପଣ ଯାହା ଚାହାନ୍ତି ତାହା ମୁଁ କରିବି ନାହିଁ ।
I don't want to come. ମୁଁ ଆସିବାକୁ ଚାହୁଁନାହିଁ ।
I'm sorry to refuse. ମୁଁ ଦୁଃଖିତ ମୋତେ ପ୍ରତ୍ୟାଖାନ କରିବାକୁ ପଡୁଛି ।
They won't agree to this. ସେମାନେ ଏଥିରେ ରାଜି ହେବେ ନାହିଁ ।
It's not possible/impossible. ଏହା ସମ୍ଭବ ନୁହେଁ ।
I regret, I can't accept this proposal. ମୁଁ ଦୁଃଖିତ, ଏହି ପ୍ରସ୍ତାବ ଗ୍ରହଣ କରିପାରୁ ନାହିଁ ।
You don't agree with me, do you? ଆପଣ ମୋ ବିଚାର ସହିତ ସମ୍ମତ ନୁହନ୍ତି, ହୁଅନ୍ତି କି ?
It can't be arranged. ଏହା ବ୍ୟବସ୍ଥା କରିହେବ ନାହିଁ ।
She's averse to this idea /to it. / She does not like it. ତାଙ୍କୁ ଏହା ପସନ୍ଦ ନୁହେଁ ।

(Believing) ବିଶ୍ୱାସ

Don't you believe it? ଣ ଆପଣ ବିଶ୍ୱାସ କରୁ ନାହାଁନ୍ତି ।
It's only a rumour. ଏହା କେବଳ ଗୁଜବ ଅଟେ ।
 It's only a hearsay / rumour. ଏହା ଖାଲି ଶୁଣିବା କଥା |
Should/Can we trust this taxi driver ? ଣ ଆମକୁ ଏହି ଟ୍ୟାକ୍ସି ଡ୍ରାଇଭରକୁ ବିଶ୍ୱାସ କରିବା ଉଚିତ କି ? You can trust them fully. ଆପଣ ସେମାନଙ୍କୁ ପୁରା ବିଶ୍ୱାସ କରିପାରିବେ । '
I have full faith in him. ମୋର ତାଙ୍କ ଉପରେ ପୁରା ଭରସା ଅଛି ।

(Request) ପ୍ରାର୍ଥନା

Please wait. ଟିକିଏ ରୁହନ୍ତୁ ।
Please come back. ଫେରି ଆସନ୍ତୁ ।
Let it be, ଏହା ଛାଡ଼ି ଦିଅନ୍ତୁ ।
Please come here, ଟିକିଏ ଏଠାକୁ ଆସନ୍ତୁ ।
Please reply/answer, ଉତ୍ତର ଦିଅନ୍ତୁ ।
Please wake him up, ଟିକିଏ ତାଙ୍କୁ ଉଠାଅ ।
Hope to hear from you, ଆଶା, ତୁମେ ଚିଠି ଲେଖିବ ।
Will you do me a favour ? ମୋର ଗୋଟିଏ କାମ କରିବ ?
Let me work. ମୋତେ କାମ କରିବାକୁ ଦିଅ ।
Let me see. ଟିକିଏ ଦେଖିବାକୁ ଦିଅ ତ ।
Let them relax, ସେମାନଙ୍କୁ ଆରାମ କରିବାକୁ ଦିଅ ।
Please give me a pencil and paper, ଟିକିଏ କାଗଜ ଓ ପେନସିଲ ଦିଅ ।
Please do come day after tomorrow. Don't forget. ପହରି ଦିନ ନିଶ୍ଚୟ ଆସିବ । ଭୁଲିବ ନାହିଁ । Please repeat. / Pardon. I beg your pardon. ପୁଣି କହନ୍ତୁ ।
Could you move / Shift a little. ଟିକିଏ ଘୁଞ୍ଚିବେ କି ?
Can you see me day after tomorrow?ଣ ଆପଣ ପହରି ଦିନ ମୋତେ ଦେଖାକରିପାରିବେ କି ? Please forgive me. ମୋତେ କ୍ଷମା କର ।
Will you please open the window. ଟିକିଏ ଖିଡିକି । ଝରକା ଖୋଲି ଦେବେ କି ?
All are requested to reach in time. ସମସ୍ତଙ୍କୁ ଅନୁରୋଧ ଠିକ୍ ସମୟରେ ପହଞ୍ଚିବେ ।

(Meals) ଆହାର

I am feeling hungry. ମୋତେ ଭୋକ ଲାଗୁଛି ।
What will you like to eat ? ଆପଣ କଣ ଖାଇବେ ?
Which pickles do you have ? ଆପଣଙ୍କ ପାଖରେ କେଉଁ କେଉଁ ଆଚାର ଅଛି ?
Have you had your breakfast ?ଣ ଆପଣ ଜଳଖିଆ ଖାଇ ସାରିଛନ୍ତି କି ?
Not yet, Rama, ଏପର୍ଯ୍ୟନ୍ତ ନୁହେଁ, ରମା।
Prepare/make the breakfast, ଜଳଖିଆ ପ୍ରସ୍ତୁତ କର।
Let's have breakfast together. ଆସ ଆମେ ଏକା ସାଙ୍ଗେ ଜଳଖିଆ ଖାଇବା I
Just taste it. ଚାଖିକରି ଦେଖ
No, I have to attend a party. ନା, ମୋତେ ଗୋଟିଏ ପାଟିକୁ ଯିବାକୁ ଅଛି ।
What sweet dishes do you have ? ଆପଣଙ୍କ ପାଖରେ ମିଠା ଜିନିଷ କଣ ଅଛି ?
Has Lata finished her meals ? ଣ ଲତା ଖାଦ୍ୟ ଖାଇସାରିଲାଣି କି ?
Hurry up, food has been served. ଜଲଦି ଆସ ଖାଦ୍ୟ ବଢ଼ା ସରିଛି ।
Do you want a packet of cigarettes ? ଣ ଆପଣଙ୍କୁ ଗୋଟିଏ ସିଗାରେଟ ପ୍ୟାକେଟ ଦରକାର ?
I prefer cigar to cigarettes. ମୁଁ ସିଗାରେଟ ଠାରୁ ସିଗାର ଅଧିକ ପସନ୍ଦ କରେ । '
You hardly ate/had anything. / You ate very little. ତୁମେ ତ କିଛି ଖାଇ ନାହିଁ ।
Have a little more. / Please have some more. ଆଉ କିଛି ନିଅ ।
Do you also smoke ? ଣ ଆପଣ ମଧ୍ୟ ସିଗାରେଟ ଟାଣନ୍ତି କି ?
Would you have tea or coffee ?. ଆପଣ ଚା ନା କଫି ପିଇବେ ?
Bring/Get me a cup of coffee. ମୋତେ ଗୋଟିଏ କପ୍ କଫି ଆଣି ଦିଅ ।
Pour the Coffee. କଫି ଢାଳନ୍ତୁ ।
Waiter, the spoon is dirty/not clean. ବେହେରା, ଚାମଚ ସଫା ନାହିଁ ।
Pass me the salt, please. ଟିକିଏ ଲୁଣ ବଢ଼େଇ ଦିଅ ।
Give me some fresh butter, please. ମୋତେ ଅଳ୍ପ କିଛି ତାଜା ମଖନ ଦିଅନ୍ତୁ ।
Get/Bring some more, please. ଆଉ ଅଳ୍ପ ଆଣନ୍ତୁ ।
Help yourself, please. ନିଜେ ନେଇ ଖାଆନ୍ତୁ ।
Change the plates, please. ପ୍ଟେଟ ବଦଳାନ୍ତୁ ।
Are you a vegetarian ? 'ଣ ଆପଣ ଶାକାହାରୀ ଅଟନ୍ତି ?
No, I am a non-vegeterian. ନା, ମୁଁ ମାସାହାରୀ ଅଟେ ।
I'll dine out today / I'll have my dinner out today. ଆଜି ମୁଁ ବାହାରେ ଖାଇବି ।
 Would you like some milk? ଣ ଆପଣ ଦୁଧ ପିଇବେ କି ?
I have just sat down to have my meals. ମୁଁ ଭୋଜନ ଖାଇବାକୁ ଏବେ ବସିଛି ।
I'm not fond of rice./I don't eat rice. ମୁଁ ଭାତ ଖାଇବାକୁ ଭଲ ପାଏ ନାହିଁ । ମୁଁ ଭାତ ଖାଏ ନାହିଁ ।
What is there for dessert ? ଖାଇବା ପରେ ମିଠା କଣ ଅଛି ?
Two chappatis were not enough for me. ଦୁଇ ଖଣ୍ଡ ରୁଟିରେ ମୋର ଭୋଗ ମେଣ୍ଟିଲା ନାହିଁ ।
Alu-mutter is my favourite dish. ଆଳୁ ଓ ମଟର ମୋର ପ୍ରିୟ ତରକାରୀ ।
It is dinner time. Get ready. ଖାଇବା ବେଳ ହୋଇଗଲାଣି ପ୍ରସ୍ତୁତ ହୋଇଯାଅ ।
There is less salt in the vegetable/curry. ତରକାରୀରେ ଲୁଣ କମ ହୋଇଯାଇଛି ।
Don't take water on an empty stomach. ଖାଲି ପେଟରେ ପାଣି ପିଅନ୍ତୁ ନାହିଁ ।
What dishes are cooked today? ଆଜି କଣ ତରକାରୀ ହୋଇଛି ?
Bring a pinch of salt from your mother. ତୁମ ମାଆଙ୍କ ଠାରୁ ଟିପେ ଲୁଣ ଆଣ ।
Potatoes is all we get here. ଆକୁ ଛଡ଼ା ଏଠାରେ ଆଉ କିଛି ମିଳେ ନାହିଁ ।
I'm still thirsty. ମୋର ଶେଷ ଏବେ ମେଣ୍ଟି ନାହିଁ ।
They have invited me to luch, ସେମାନେ ମୋତେ ଦିନରେ ଖାଇବାକୁ ଡାକିଛନ୍ତି ।
Please have your dinner with me. ଆପଣ ରାତ୍ରି ଭୋଜନ ମୋ ସହିତ ଖାଇବେ ।
Will you have boiled or fried eggs? ତୁମେ ସିଝା ଅଣ୍ଡା ନା ଭଜା ଅଣ୍ଡା ଖାଇବ ?
There were seven items/dishes at their party.ସେମାନଙ୍କ ଭୋଜିରେ ସାତ ପ୍ରକାର ବ୍ୟଞ୍ଜନ ହୋଇଥିଲା । Nina is an expert cook. ନୀନା ଭଲ ଖାଦ୍ୟ ରାନ୍ଧି ପାରନ୍ତି ।
May I have little/some more a gravy? ଆଉ ଟିକିଏ ଝୋଳ ଦେବେ କି ?
I like tandoori/grilled chicken very much. ମୋତେ ତନ୍ଦୁରୀ ଚିକେନ ବହୁତ ପସନ୍ଦ ଅଟେ ।
He's a glutton. ସେ ଭାରି ପେଟୁ ଅଟେ ।

(Time) ସମୟ

What's the time by your watch? ଆପଣଙ୍କ ଘଡ଼ିରେ କେତେଟା ବାଜିଛି ?
It's half past seven. ସାଢ଼େ ସାତଟା ବାଜିଛି ।
When do you wake up? ତୁମେ କେତେବେଳେ ଉଠୁଛି ?
I wake up every morning at half past six. ପ୍ରତ୍ୟହ ମୁଁ ସକାଳ ସାଢ଼େ ଛଟା ବେଳେ ଉଠେ।
My sister has her breakfast around eight O'clock. ମୋ ଭଉଣୀ-ପ୍ରାୟ ଆଠଟାବେଳେ ଜଳଖିଆ ଖାଏ When does the teacher come to the school? ଶିକ୍ଷକ ବିଦ୍ୟାଳୟରେ କେତେବେଳେ ପହଞ୍ଚନ୍ତି ।
A little before nine. ନଅଟା ବାଜିବାର ଟିକିଏ ପୂର୍ବରୁ ।
When are the classes over in her school? ତାଙ୍କ ବିଦ୍ୟାଳୟରେ କେତେବେଳେ ପଢ଼ା ଶେଷ ହୁଏ ?
At quarter past three, ସୱା ତିନିଟା ବେଳେ ।
When do you have your dinner ?  ଆପଣ ରାତ୍ରି ଭୋଜନ କେତେବେଳେ ଖାଆନ୍ତି ।
At half past seven. ସାଢ଼େ ସାତଟା ବେଳେ ।
I reach home at quarter to four. ମୁଁ ଘରେ ପୌନେ ଚାରିଟାରେ ପହଞ୍ଚି ।
It's ten past three now. ଏବେ ତିନିଟା ବାଜି ଦଶ ମିନିଟ ହୋଇଛି ।
I have to go/leave at twenty to fourlat three-forty. ମୋତେ ଚାରିଟା ବାଜିବାର କୋଡ଼ିଏ ମିନିଟ ପୂର୍ବରୁ ଯିବାକୁ ହେବ ।
By what time does your father usually come home every night? ଆପଣଙ୍କ ବାପା ରାତିରେ ଘରେ କେତେଟା ବାଜିବାବେଳେ ଆସିଥାନ୍ତି ?
At what time does he leave his office ? ସେ ତାଙ୍କ କାର୍ଯ୍ୟାଳୟରୁ କେତେଟାବେଳେ ଛୁଟି କରନ୍ତି ।
He leaves his office at/by five o'clock. ସେ ତାଙ୍କ କାର୍ଯ୍ୟାଳୟର ପାଞ୍ଚଟାବେଳେ ଛଟି କରି ଦିଅନ୍ତି ।
What's the date today ? ଆଜି କେତେ ତାରିଖ ?
It is fifteenth of December, nineteen seventy-six. ଆଜି ୧୫ ଡିସେମ୍ବର ୧୯୭୬ ଅଟେ ।
When is your birthday ? ତୁମର ଜନ୍ମଦିନ କେବେ ହୁଏ ?
 I don't know, sir. ମୁଁ ଜାଣିନାହିଁ, ସାର !
My watch cains two minutes daily.ମୋର ଘଡ଼ି ପ୍ରତ୍ୟହ ଦୁଇମିନିଟ୍ ଆଗକୁ ହୋଇଯାଉଛି ।
Make the best use of your time. ତୁମ ସମୟର ପୁରା ଲାଭ ଉଠାଅ ।
Now he values punctuality/time. / Now he knows the importance of time. ଏବେ ତାଙ୍କୁ ସମୟ ର ମୂଲ୍ୟ ଜଣା ପଡ଼ିଲାଣି ।
He wastes his time. ସେ ତାର ସମୟ ନଷ୍ଟ କରୁଛନ୍ତି ।
He is puncutal to the minute, ସେ ଗୋଟିଏ ଗୋଟିଏ ମିନିଟ୍ ଉପଯୋଗ କରେ ।
How tine flies ! ସମୟ କେତେ ଶୀଘ୍ର ଚାଲିଯାଏ ।
My watch has broken. ମୋ ଘଡ଼ି ଭାଙ୍ଗିଯାଇଛି ।
It is time to wake up. ଉଠିବା ସମୟ ହୋଇଗଲାଣି ।
He is quite in time. He isn't late. ତାର ଡେରି ହୋଇ ନାହିଁ । ସେ ଠିକ୍ ସମୟରେ ପହଞ୍ଚିଛି ।
He came at the right time. ସେ ଠିକ୍ ସମୟରେ ଆସିଗଲା ।
You are late by half an hour. ଆପଣଙ୍କର ଅଧଘଣ୍ଟା ଡେରି ହୋଇଯାଇଛି ।
We have enough time. / We have plenty of time. ଆମ ପାଖରେ ବହୁତ ସମୟ ରହିଛି ।
It's almost mid-night. ପ୍ରାୟ ଅଧରାତି ହେଲାଣି ।
We are too early. ଆମେ ବହୁତ ଶୀଘ୍ର ଆସିଗଲୁ ।
You are just in time. I would have left in another minute. ଆପଣ ଏକଦମ ସମୟରେ ଆସିଲେ । ଏକ ମିନିଟ୍‌ରେ ମୁଁ ବାହାରି ଯାଇଥାନ୍ତି ।
 Better days will come. / Good days are ahead. ଭଲ ଦିନ ଆସିବ ।
I am trying to save each / every moment ମୁଁ ତ ଗୋଟିଏ ଗୋଟିଏ କ୍ଷଣ ବଞ୍ଚାଇବାକୁ ଚେଷ୍ଟା କରୁଛି । There is a time for everything. ପ୍ରତ୍ୟେକ କଥା ପାଇଁ ଠିକ୍ ସମୟ ଅଛି ।
Can you spare a little-time ?.. ଣ ଆପଣ କିଛି ସମୟ ଦେଇ ପାରିବେ ?
Time once lost can never be regained. ବିତିଯାଇଥବବା ସମୟ ପୁଣି ଫେରି ଆସିବ ନାହିଁ ।

(Permission) ଅନୁମତି

Do / Should we begin ? ଆରମ୍ଭ କରିବା କି ?
May I go/leave ? ମୁଁ ଯାଇପାରେ କି ?
May I join you ? May I also come along? ମୁଁ ମଧ୍ୟ ଯାଇପାରେ କି ?
Let me go. ମୋତେ ଯିବାକୁ ଦିଅ ।
You may 'go/leave now. ଏବେ ଆପଣ ଯାଇ ପାରନ୍ତି ।
Please permit/allow me to go now. ଏବେ ମୋତେ ଯିବାକୁ ଅନୁମତି ଦିଅନ୍ତୁ ।
Can I use your phone ? . କଣ ମୁଁ ଟେଲିଫୋନ୍ କରିପାରିବି କି ?
Can I switch off the light? ଣ ମୁଁ ବିଜୁଳି ବନ୍ଦ କରିପାରେ କି ?
May I play your video game ? ଣ ମୁଁ ତୁମର ଭିଡ଼ିଓଗେମ ଖେଳି ପାରିବି କି ?
May I come in, please ? ଣ ମୁଁ ଭିତରକୁ ଯାଇପାରେ କି ?
Can I leave my books with you? ଣ ମୁଁ ମୋର ବହି ତୁମ ପାଖରେ ଛାଡ଼ିଯିବି କି ?
Can we smoke in your room ? ଣ ଆମେ ତୁମର କୋଠରୀରେ ସିଗାରେଟ ଟାଣିପାରିବୁ କି ?
Of course, with great pleasure. ହଁ, ବଡ଼ ଖୁସୀର ସହିତ ।
Will you please give me a lift/take me in your car ? ଣ ଆପଣ ମୋତେ ଆପଣଙ୍କ କାରରେ ନେଇ ପାରିବେ କି ?
May I borrow your bike for a while ? ଣ ମୁଁ କିଛି ସମୟ ପାଇଁ ଆପଣଙ୍କ ସାଇକେଲ ନେଇ ପାରିବି କି ? Can I disturb you ? ଣ ମୁଁ ଆପଣଙ୍କୁ କଷ୍ଟ ଦେଇ ପାରେ କି ?
Can I stay in this room? ଣ ମୁଁ ଏହି କୋଠରୀରେ ରହିପାରିବି କି ?
May we rest here for a while ? ଣ ଆମେ ଏଠାରେ ଟିକିଏ ବିଶ୍ରାମ ନେଇ ପାରିବୁ କି ?
May I go to see a movie today ? ଣ ମୁଁ ଆଜି ସିନେମା ଦେଖିବାକୁ ଯାଇ ପାରିବି କି ?

(Instruction / Order) ନିର୍ଦ୍ଦେଶ/ଆଜ୍ଞା

Do your work. ; ଆପଣ ଆପଣଙ୍କ କାମ କରନ୍ତୁ ।
See him off at the station, ତାଙ୍କୁ ଷ୍ଟେସନରେ ଛାଡ଼ି ଦେଇ ?
Speak the truth, don't lie, ସତ କୁହ, ମିଛ କୁହ ନାହିଁ ।
Try this coat on, ଏହି କୋଟ ପିନ୍ଧିକରି ଦେଖ ।
Work whole heartedly, ମନ ଲଗାଇ କାମ କର ।
Don't drink, ମଦ ପିଅ ନାହିଁ ।
Fetch/get me a glass of fresh water. ମୋ ପାଇଁ ଗିଲାସେ ତାଜା ପାଣି ଆଣି ଦିଅ ।
Talk politely. / By polite. ଟିକିଏ ଧିରେ ରେ କଥା କୁହ ।
Reply by return post. ଚିଠିରେ ଉତ୍ତର ଫେରନ୍ତା ଡାକରେ ଦିଅ ।
Check the accounts. ହିସାବ ମିଳାଇ ନିଅ ।
Sip the hot tea slowly. ଗରମ ବା ରେ ଧିରେ ପିଅ ।
Get a tonga from the tonga-stand. ଷ୍ଟାଣ୍ଡରୁ ଗୋଟିଏ ଘୋଡ଼ା ଗାଡ଼ି ଆଣ ।
Parking is not allowed here. ଏଠାରେ ଗାଡ଼ି ଛିଡ଼ା କରିବା ମନା ।
Squeeze two oranges. ଦୁଇଟି କମଳା ଚିପୁଡ଼ି ଦିଅ ।
Keep to the left. ବାମ କଡ଼କୁ ଚାଲ ।
Wake me up early in the morning. ମୋତେ ସକାଳୁ ସହଳ ଉଠାଇ ଦେବ।
Mend your ways. . ନିଜକୁ ନିଜେ ସୁଧାରି ନିଅ । |
Draw the curtain. ପରଦା ପକାଇ ଦିଅ । '
Take him round the city. ତାକୁ ସାରା ସହର ଦେଖାଇ ଦିଅ ।
Bring the guest in. ଅତିଥିଙ୍କୁ ଭିତରକୁ ନେଇଆସ ।
Be polite to all, / Speak politely with everybody. ସମସ୍ତଙ୍କ ସହିତ ନମ୍ର ତାର ସହ କଥାବାର୍ତ୍ତା କର । Remind me about of it at the proper time. ଏକଥା ମୋତେ ଠିକ୍ ସମୟରେ ସ୍ମରଣ କରାଇଦିଅ ।
Keep pace with me. ମୋ ସହିତ ପାଦ ମିଳାଇ ଚାଲ ।
Don't copy others. ଅନ୍ୟର ନକଲ କର ନାହିଁ ।
Hire a taxi, ଟ୍ୟାକ୍ସି ଭଡ଼ା କର ।
Button up your coat, କୋଟର ବୋତାମ ବନ୍ଦ କର ।
Keep the fire going. ନିଆଁ ଲିଭିବାକୁ ଦିଅ ନାହିଁ ।
Feed the horse with grass, ଘୋଡ଼ାକୁ ଘାସ ଖାଇବାକୁ ଦିଅ ।
Go, and blow your nose, ଯାଅ ନାକ ସଫା କର । ।
Don't forget to inform me, ମୋତେ ଖବର ଦେବାକୁ ଭୁଲ ନାହିଁ ।
Tighten your shoe-laces. ଜୋତାର ଫିତା କସି କରି ବାନ୍ଧ ।.
Don't study at the cost of your health. ସ୍ଵାସ୍ଥ୍ୟ ହାନି କରି ପଢ଼ି ନାହିଁ ।
Write a detailed lettter. / Write a long letter. ବିସ୍ତୃତ କରି ଚିଠି ଲେଖ ।
Don't do so in future. ଭବିଷ୍ୟତରେ ଏପରି କର ନାହିଁ ।
Post this letter yourself. ତୁମେ ନିଜେ ଏହି ଚିଠି ପକାଇ ଆସ ।
Be punctual. ସମୟାନୁବର୍ତ୍ତୀ ହୁଅ ।
Don't beat about the bush. ଇୟାଡୁ ସିଆଡୁ କଥା କୁହ ନାହିଁ ।
Don't pluck the flowers.  ଫୁଲ ଛିଡ଼ାନ୍ତୁ ନାହିଁ ।
Give up bad habits. ଖରାପ ଅଭ୍ୟାସ ଛାଡ଼ି ଦିଅ।
Chew your food well. ଖାଦ୍ୟ ଭଲ ଭାବରେ ଚୋବାଇ ଖାଅ । ' |
Brush your teeth. ଦାନ୍ତ ବ୍ରସ କର ।
Don't chatter. / Don't talk nonsense. ବକ ବକ କର ନାହିଁ ।
Arrange / keep everything in order. ପ୍ରତ୍ୟେକ ଜିନିଷ ସଜାଇ ରଖ ।
Write in ink. କାଳିରେ ଲେଖ ।
Don't be silly. ମୁଖି ହୁଅ ନାହିଁ ।
Look after the guests. ଅତିଥି ମାନଙ୍କର ସେବା କର ।
Mind your own business. ତୁମେ ନିଜ କାମରେ ଧ୍ୟାନ ଦିଅ ।
Hold with both hands. ଦୁଇ ହାତରେ ଧରି ରୁହ ।
Sacrifice your life for the motherland / country. ଦେଶ ସେବାରେ ଜୀବନ ଦେଇ ଦିଅ ।
Don't hold up the work. କାମରେ ବାଧା ଦିଅ ନାହିଁ ।
Be careful against bad habits. ଖରାପ ଅଭ୍ୟାସରୁ ଦୂରେଇ ରୁହନ୍ତୁ ।
Rest the computer. କମ୍ପ୍ୟୁଟର ସଜାଡ଼ି ଦିଅ ।
Keep the change. ଏହି ଖୁଚୁରା ରଖ ।

 (Encouragement) ପ୍ରୋତ୍ସାହନ

Rest assured. ବିଶ୍ୱାସ ରଖନ୍ତୁ ।
Stop worrying. ଚିନ୍ତା କରି ନାହିଁ ।
Don't cry like children. ପିଲାଙ୍କ ପରି କାନ୍ଦ ନାହିଁ ।
What's bothering you ? ତୁମର ଚିନ୍ତା କେଉଁ କଥା ପାଇଁ ?
Don't worry about me. ମୋ ପାଇଁ ଚିନ୍ତା କର ନାହିଁ ।
Don't be scared. ଡର ନାହିଁ ।
There is no need to worry. ବ୍ୟସ୍ତ ହେବାର କିଛି ନାହିଁ ।
I'm not bothered about it. ମୋର ଏଥିରେ କିଛି ପରବାୟ ନାହିଁ ।
You can ask me if there is any difficulty. କିଛି ଅସୁବିଧା ଅଛି ତ ପଚାର ।
Take whatever you need. ଯାହା କିଛି ଜିନିଷ ଦରକାର ତାହା ନେଇଯାଅ ।
You are unnecessarily worried. - ଆପଣ ଅକାରଣରେ ବିବ୍ରତ ହେଉଛନ୍ତି ।
I'm proud of you. ମୁଁ ତୁମ ପାଇଁ ଗର୍ବିତ ।
Don't hesitate. କୁଣ୍ଡା ବୋଧ କର ନାହିଁ ।
It doesn't matter. କିଛି ଅସୁବିଧା ନାହିଁ ।

(Consolation) ସାନ୍ତ୍ୱନା

It's pity. / It's very sad.ବଡ ଦୁଃଖର କଥା |
Console him. ତାକୁ ସାନ୍ତ୍ୱନା ଦିଅ ।
That's the way things are. ସଂସାରରେ କିଛି ଏପରି ନିୟମ ଅଛି ।
It was God's will ଈଶ୍ଵରଙ୍କ ଇଚ୍ଛା ଏହା ଥିଲା ।
What cannot be cured must be endured. ଯେଉଁ କଷ୍ଟର ଉପଶମ ଚିକିତ୍ସା ନାହିଁ ତାହା ସହିବାକୁ ପଡ଼େ । Have faith in God, misfortune will pass. ଈଶ୍ଵରଙ୍କ ଉପରେ ଭରସା ରଖି ସଙ୍କଟ ଦୂର ହୋଇଯିବ ।
May God give you strength to bear this terrible blow. ଈଶ୍ଵର ଏହି ଗମ୍ଭୀର ଧକ୍କା ସହିବାକୁ ଶକ୍ତି ଦିଅନ୍ତୁ ।
We offer our condolences. ଆମେ ଆମର ସମବେଦନା ଜ୍ଞାପନ କରୁ ।
We are deeply grieved at the death of her father. ଆମେ ତାଙ୍କ ପିତାଙ୍କ ଦେହାନ୍ତ/ମୃତ୍ୟୁରେ ଗଭୀର ମର୍ମାହତ ଦୁଃଖିତ ।

 (Annoyance) ବିରକ୍ତି

Why do you contradict me? ଆପଣ ମୋ କଥା କାହିଁକି କାଟୁଛନ୍ତି ?. .
Why do you stare at me ?  ଆପଣ ମୋ ଆଡକୁ ଘରି ଚାହିଁଛନ୍ତି କାହିଁକି
You just/simply waste your time. ତମେ ଅକାରଣରେ ଖାଲି ସମୟ ନଷ୍ଟ କରିଛି ।
Who is to blame?" କାହାର ଦୋଷ?
Have I hurt you? ଣ ମୁଁ ଆପଣଙ୍କ ମନରେ ଦୁଃଖ ଦେଇଛି କି ? |
What a shame ! କି ଲଜ୍ଜାର କଥା !
I couldn't believe that you are not an honest person ! ମୁଁ ଏହା ବିଶ୍ୱାସ କରିପାରୁ ନାହିଁ ଯେ ତୁମେ ସାଧୁ ଲୋକ ନୁହଁ !
Whom can I trust? ମୁଁ କାହାକୁ ବିଶ୍ୱାସ କରିବି ?
It was not my fault...! ଏହାର ମୋର ଦୋଷ ନଥିଲା ।
Actually, it was done by mistake. ବାସ୍ତବିକ ବା ପ୍ରକୃତରେ ଅଜାଣତରେ ଏପରି ଭଲ ହୋଇ ଗଲା ।
He is a nuisance. ସେ ନାକେଦମ କରି ରଖିଛି ।
He has let me down. ସେ ମୋ ବିଶାସରେ ବିଷ ଦେଇଛି ।
He irritates me. ମୋତେ ସେ ଚିଡ଼ି ଚିଡ଼ା ଲାଗୁଛି ।
He has betrayed/cheated me.ସେ ମୋତେ ଠକି ଭଣ୍ଡି ଦେଇଛି ।

(Affection) ସ୍ନେହ-ପ୍ରଶଂସାର

That was very brave of you. ତମେ ବଡ ସାହସର କାମ କରିଛି ।
 Well done! Good show! Keep it up! ସାବାସ ।
That's wonderful. ବହୁତ ବଢ଼ିଆ କରିଦେଲ ।
Your work is praiseworthy. ତୁମର କାମ ପ୍ରଶଂସାର୍ହ ଅଟେ ।
You are so nice. / How nice you are. ତୁମେ କେତେ ଭଲ ।
You have been a great help to me. ଆପଣ ମୋତେ ବହୁତ ସାହାଯ୍ୟ କରିଛନ୍ତି ।

(Negation) ନିଷେଧ

I know nothing in this connection. ମୁଁ ଏ ବିଷୟରେ କିଛି ଜାଣି ନାହିଁ ।
Don't do such a mischief again. ଏଭଳି କୁକର୍ମ ଆଉ ଥରେ କର ନାହିଁ ।
It's not so/like that. ଏହା ଏପରି ନୁହେଁ ।
He couldn't manage to get leave. ତାକୁ ଛୁଟି ମିଳି ପାରିଲା ନାହିଁ ।
 I have no complaints. / I don't have any complaint ମୋର କୌଣସି ଅଭିଯୋଗ ନାହିଁ । I
It's impossible. / It can't be so l de so. ଏପରି ହୋଇ ନ ପାରେ ।
No, I couldn't go, ନା, ମୁଁ ଯାଇ ପାରିଲି ନାହିଁ ।
I don't know ମୁଁ ଜାଣି ନାହିଁ |
I don't want anything. ମୋ କିଛି ଲୋଡ଼ା ନାହିଁ ।
Nothing. କିଛି ନୁହେଁ ।
How can I do this . ମୁଁ ଏହା କିପରି କରି ପାରିବି ?’’
I can't do this, ମୋ ଦ୍ୱାରା ଏହି କାମ ହେଇ ପାରିବ ନାହିଁ । .
I don't agree/believe, ମୁଁ ମାନିବି ନାହିଁ ।
This is not true. ଏହା ସତ ନୁହେଁ ।
You should not allow this. ତୁମେ ଏଥିପାଇଁ ଅନୁମତି ଦେବା ଉଚିତ ନୁହେଁ ।
Don't find fault with others./Don't criticise others. ଅନ୍ୟର ସମାଲୋଚନା କର ନାହିଁ । ଅନ୍ୟର ଦୋଷ ବାହାର କର ନାହିଁ ।
Don't be proud of your riches/money. ନିଜ ଧନ ପାଇଁ ଗର୍ବ କର ନାହିଁ ।

 Don't cheat anybody. କାହାରିକୁ ଠକ/ଭଣ୍ଡ ନାହିଁ ।
Don't walk on the tall grass: ଲମ୍ବା ଘାସ ଉପରେ ଚାଲ ନାହିଁ ।
Don't be stubborn. ଜିଦ୍ ଖୋର ହୁଅ ନାହିଁ ।
Sorry, I can't buy/afford it.  ମୁଁ ଏହା ଜିଣି ପାରିବି ନାହିଁ ।
Sorry, I don't have any change. ମୋ ପାଖରେ ଖୁଚୁରା ନାହିଁ I
I don't know how to sing. ମୁଁ ଗୀତ ଗାଇ ଜାଣି ନାହିଁ ।
Don't be angry./Don't lose your temper. ମୋଟେ ରାଗ ନାହିଁ ।
Don't be rude to anybody. / Don't speak harshly with anybody. କୌଣସି ଲୋକଙ୍କୁ କର୍କଶ କଥା କୁହ ନାହିଁ ।

 (Consent) ସମ୍ମତି

As you liste / As you please. ଆପଣଙ୍କର ଯାହା ଇଚ୍ଛା |
You are right. ଆପଣଙ୍କ କହିବା ଠିକ୍ ।
I have no objection. / I don't have any objection ମୋର କୌଣସି ଅରାଜି ନାହିଁ ।
It doesn't matrer. କିଛି ଅସୁବିଧା ନାହିଁ ।
It will be so. , ଏପରି ହିଁ ହେବ ।
I agree.with you. ମୁଁ ଆପଣଙ୍କ ସହିତ ସହମତ ଅଟେ ।
I am with you. ମୁଁ ଆପଣଙ୍କ ସହିତ ଅଛି ।
Yes, it's true. - ହଁ, ଏହା ସତ ।
I'll follow your advice. ମୁଁ ଆପଣଙ୍କ ପରାମର୍ଶ ଅନୁଯାୟୀ କାମ କରିବି ।
 l'accept your invitation. ମୁଁ ଆପଣଙ୍କ ନିମନ୍ତ୍ରଣ ସ୍ୱୀକାର କରୁଛି ।
I give my consent to this. ମୁଁ ଏଥିପାଇଁ ମୋର ସ୍ୱୀକୃତି ଦେଉଛି ।
Do as your father says. ତୁମେ ତୁମର ପିତାଙ୍କ କହିବା ଅନୁସାରେ କାମ କର ।
I'm not trying to impose my will on you. ମୁଁ ଆପଣଙ୍କ ଉପରେ ଜୋର କରି ଇଚ୍ଛା ଲଦିବାକୁ ଚାହୁଁନି ।
You don't seem to agree with me. ତମେ ମୋ ସହିତ ସହମତ ଲାଗ ନାହିଁ ।

(Sadness) ଦୁଃଖ / ଖେଦ

Excuse me / Forgive me / Pardon me. କ୍ଷମା କରିବେ/ କ୍ଷମା ଚାହୁଁଛି ।
I'm sorry, you had to suffer because of me. ମୁଁ ଦୁଃଖିତ, ମୋ ଯୋଗୁଁ ଆପଣଙ୍କର କଷ୍ଟ ହେଲା ।
I'm very sorry to hear this. ଏହା ଶୁଣି ମୋତେ ବହୁତ ଦୁଃଖ ଲାଗିଲା ।
My sympathies are with you. ଆପଣଙ୍କ ସହିତ ମୋର ସହାନୁଭୂତି ରହିଛି ।

(Quarrel) କଳହ
Why are you losing your temper? ଆପଣ ନିଜ ସୀମା ବାହାରକୁ କାହିଁକି ବାଲି ଯାଉଛନ୍ତି ।
Beware, don't utter it again! ସାବଧାନ, ଏକଥା ଆଉ ଥରେ ମୁହଁରେ ଧରନ୍ତୁ ନାହିଁ । 
You are very short tempered. ତୁମେ ବଡ଼ ଚିଡି ଚିଡ଼ା ସ୍ଵଭାବର ଅଟ ।
He has got on my nerves. ସେ ମୋତେ ନାକେଦମ କରି ରଖିଚି ।
Come what may ! ଯାହା ହେବାର ଥିଲା ହେଲା ।
What harm / wrong have done to you? ମୁଁ ତୁମର କଣ ଖାଇଯାଇଛି ?
You'll have to mend your ways. ତୁମେ ନିଜକୁ ସୁଧାରିବାକୁ ପଡ଼ିବ ।
Why do you quarrel with him unnecessarily? କାହିଁକି ତାହା ସହିତ ଅଯଥାରେ ଝଗଡ଼ା କରୁଛ ?
Don't get worked up / excited. ଉତ୍ତେଜିତ ହୁଅ ନାହିଁ ।
Now settle the matter somehow. ଏବେ ଯେ କୌଣସି ଉପାୟରେ କଥା ମେଣ୍ଟାଇ ଦିଅ ।
Are you in your senses? ଣ ଆପଣଙ୍କ ହୋସ ଠିକରେ ଅଛି ତ ?
Get out of my sight. / Get lost. ମୋ ସାମ୍ନାରୁ ଦୂର ହୋଇଯାଅ ।
How are you concerned with our affairs ! ଆମ କଥାରେ ଆପଣଙ୍କର କି ସମ୍ବନ୍ଧ ?  

(Apologies) କ୍ଷମା ପ୍ରାର୍ଥନା

Please don't mind this. / Please don't feel bad about it. ଆପଣ ଖରାପ ଭାବନ୍ତୁ ନାହିଁ ।
I was just joking. ମୁଁ ତ ମଜା କରୁଥିଲି ।
I'm sorry, I got late. କ୍ଷମା କରିବେ, ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ।
I was sorry/pained to hear this. ମୁଁ ଏହା ଜାଣି ଦୁଃଖୁତ ହେଲି ।
Excuse me if there has been any mistake. ଯଦି କିଛି ଭୁଲ ଦୋଷ ହୋଇଥାଏ ତେବେ କ୍ଷମା କରିବେ ।
I beg your pardon. ମୁଁ ଆପଣଙ୍କଠାରୁ କ୍ଷମା ମାଗୁଛି ।
Please excuse my incorrect pronunciation. ମୋର ଭୁଲ ଉଚ୍ଚାରଣ ପାଇଁ ମୋତେ କ୍ଷମା କରନ୍ତୁ ।
 l'am sorry for interrupting you. ମଝିରେ କହିବା ଯୋଗୁଁ ମୋତେ କ୍ଷମା କରନ୍ତୁ ମୁଁ ଦୁଃତ ।
 I'm sorry, I couldn't call you. କ୍ଷମା କରନ୍ତୁ ମୁଁ ଟେଲିଫୋନ କରିପାରିଲି ନାହିଁ ।
Apologize on my behalf.ମୋ ପକ୍ଷରୁ କ୍ଷମା ମାଗିନିଅନ୍ତୁ ।
Don't apologize. It does not matter. କ୍ଷମା ମାଗନ୍ତୁ ନାହିଁ, ଏଥିରେ କିଛି କଥା ନାହିଁ ।
It was merely done by mistake. ଏହା ତ ଭୁଲରେ ହୋଇ ଗଲା ।
I am very sorry ମୋତେ ଭାରି ଖରାପ ଲାଗୁଛି ।
Don't worry. No harm is done. ଆପଣ ଚିନ୍ତା କରନ୍ତୁ ନାହିଁ । କିଛି ହାନି ଘଟି ନାହିଁ ।
I'm very sorry if I have unknowingly hurt you. ଯଦି ଅଜାଣତରେ ମୁଁ ଆପଣଙ୍କର କିଛି ହାନି କରିଛି, ତେବେ ମୋର ଖେଦ ହେଉଛି ।
It was done unknowingly. ଏହା ଅଜାଣତରେ ଘଟିଲା ।
It was not your fault. ଏଥିରେ ଆପଣଙ୍କର ଦୋଷ ନଥିଲା ।
I am awfully sorry to have kept you waiting so long. ମୋତେ ଭାରି ଖରାପ ଲାଗୁଛି ଯେ ମୋ ପାଇଁ ଆପଣଙ୍କୁ ଏତେ ବେଳଯାଏ ଅପେକ୍ଷା କରିବାକୁ ପଡ଼ିଲା ।
That's all right.  ହେଉ କିଛି ନାହିଁ ।

(Anger) କ୍ରୋଧ

You should be ashamed of yourself. / Shame on you. ଛି ଛି ଚୁଟୁକେ ପାଣିରେ ବୁଡ଼ି ମରୁନାହିଁ । ତୁମ ନିଜକୁ ଲଜ୍ଜିତ ହେବା ଉଚିତ୍ ।
You should be ashamed of yourself. ତୋତେ ଲଜ୍ଜା ଲାଗିବା ଉଚିତ ।
You are too clever / smart. ତୁ ବଡ଼ ସିହାଣିଆ
You are an extremely cunning man. ତୁ ବହୁତ ଚାଲୁ ଲୋକ ।
Shame on you. ଛି ଛି । ତମକୁ ଲାଜ ଲାଗିବା କଥା
You are a mean/cunning fellow. ତୁ ଭାରି ନୀଚ୍ଚ | ଧୂର୍ତ୍ତ ଲୋକ ।
You can't get away like this. / You can't escape from this. ତୁମେ ଏପରି ଖସି ଯାଇପାରିବ ନାହିଁ ।
You don't deserve forgiveness. / You can never be forgiven. ତୁମେ କଦାପି କ୍ଷମା ପାଇ ପାରିବ ନାହିଁ । ତୁମକୁ କଦାପି କ୍ଷମା ଦିଆଯାଇ ପାରିବ ନାହିଁ ।
You're responsible for this/that. ଏଥିପାଇଁ |ସେଥିପାଇଁ ତୁମେ ପୁରାପୁରି ଦାୟୀ ।

(At Home) ଘରେ

Look, make the bed over here. ଦେଖ, ଏହିଠାରେ ଶେଯ ପାରିଦିଅ ।
The milk has turned sour. ଦୁଧ ଛିଢ଼ି ଯାଇଛି ।
Stop let me tether the cow.  ରୁହ ମୁଁ ଗାଈ ବାନ୍ଧି ଆସେ ।
Keep the room clean/dusted. କୋଠରୀ ସଫା କର ।
The coals were burnt to ashes. କୋଇଲା ଜଳି କରି ପାଉଁଶ ହୋଇଗଲା ।
How many children do you have ? ଆପଣଙ୍କର କେତୋଟି ପିଲା ଅଛନ୍ତି ?
We cook potatoes everyday for our meals. ଆମ ଘରେ ପ୍ରତ୍ୟହ ଆଳୁ ରନ୍ଧାଯାଏ।
What new dish is made today? ଆଜି କଣ ନୂଆ ତରକାରୀ ହୋଇଛି ?
 When did the washerman last take the clothes for washing ? ଧୋବୀ ଗତ ଥର ସଫା କରିବାକୁ ଲୁଗା କେବେ ନେଇଥିଲା ?
Get this coat ironed again. ଏଛି କୋଟକୁ ଆଉ ଥରେ ଇସ୍ତ୍ରୀ କିର |
Put wet clothes in the sun. ଓଦା ଲୁଗା ଖରାରେ ଶୁଖାଇ ଦିଅ ।
.
Let me get ready. ମୁଁ ଟିକିଏ ପ୍ରସ୍ତୁତ ହୋଇଯାଏ ।
You are taking too long. / You are being very slow. ତୁମେ ବେଶୀ ଡେରି ଲଗାଉଛି ।
We'll reach there before time. ଆମେ ସେଠାରେ ବେଳ ଥାଉଁ ଥାଉଁ ପହଞ୍ଚିବା |
You are welcome. ଆପଣଙ୍କୁ ସ୍ଵାଗତ ।
He behaved very rudely. I He was impudent/rude. ସେ ଭାରି କର୍କଶ ବ୍ୟବହାର କଲା ।
Get your utensils tinned. ତୁମର ବାସନ କୁସନରେ କଲାଇ କରିନିଅ ।
I can't wait any longer. ଏବେ ମୁଁ ଆଉ ଅଧିକ ଅପେକ୍ଷା କରି ପାରିବି ନାହିଁ ।
I have been out since morning. ମୁଁ ସକାଳୁ ଘରୁ ବାହାରିଛି ।
I'm feeling sleepy. ମୋତେ ନିଦ ଲାଗୁଛି ।
I had a sould sleep last night. ଗତ ରାତିରେ ମୋତେ ଭଲ ନିଦ ହୋଇଗଲା ।
There is nobody inside. ଭିତରେ କେହି ନାହାଁନ୍ତି ।
Now go to sleep/bed. ବାସ, ଏବେ ଶୋଇଯାଅ ।
You took a long time. ତୁମେ ବହୁତ ଡେରି କରିଦେଲ ।
I'll be ready in a moment. ମୁଁ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଯିବି ।
Why didn't you wake me up.: ଆପଣ ମୋତେ କାହିଁକି ଉଠାଇ ଦେଲେ ନାହିଁ ।
I didn't think it proper to wake you up. ମୁଁ ଆପଣଙ୍କୁ ଉଠାଇଦେବା ଠିକ୍ ଭାବିଲି ନାହିଁ ।
I'll relax/rest for a while. ମୁଁ ଟିକିଏ ଆରାମ କରିବି ।
Pull/have a chair, please. ଚୌକି ଟାଣି ବସନ୍ତୁ |
You are still awake! ଆପଣ ଏ ପର୍ଯ୍ୟନ୍ତ ଚେଇଁଛନ୍ତି ।
Who is knocking at the door? କବାଟ କିଏ ଖଟ ଖଟ କରୁଛି ।
I woke up late this morning. ଆଜି ସକାଳେ ଡେରିରେ ମୋ ନିଦ ଭାଙ୍ଗିଲା ।
Someone has come. / There is someone to see you. ଆପଣଙ୍କ ସହିତ କେହି ଜଣେ ଭେଟିବାକୁ ଆସିଛନ୍ତି ।
Please come in. ଭିତରକୁ ଆସନ୍ତୁ ।
Please be seated. Please have a seat. / Please sit down. ବସନ୍ତୁ ।
Where is Anupam? ଅନୁପମ କେଉଁଠି ?
I don't know where he is. ମୋତେ ଜଣା ନାହିଁ ସେ କେଉଁଠି ଅଛି ?
What's it? ଏହା କ?
Who's it ? ଏ କିଏ ?
It's me, Manish. ମୁଁ ମନିଷ ।
Is Arun in ? ଅରୁଣ ଭିତରେ ଅଛି କି ?
The day is far advanced. ଦିନ ବହୁତ ଗଡ଼ି ଗଲାଣି ।
I'm hard up:/ tight these days.  ଆଜି କାଲି ମୋର ହାତ ଖାଲି ଅଛି ।
Engage some expert cook. ଜଣେ ଅଭିଜ୍ଞ ପୂଜାରି ରଖି ନିଅ ।
I am dead / terribly tired. ମୁଁ ବହୁତ ଥକି ଗଲିଣି ।
Let's have a chat. ଆସ ଗପ କରିବା |
Bolt the door. ଦୂଆରରେ କିଳିଣି ଲଗାଇ ଦିଅ ।
It's time to depart now. ଏବେ ଯିବା ସମୟ ଅଟେ ।
Keep the household things in their place. ଘରର ଜିନିଷ ପତ୍ର ଠିକ୍ ଜାଗାରେ ରଖ ।
Take rest / Relax here tonight. ଆଜି ରାତିରେ ଏଇଠି ଆରାମ କର ।
You are dozing. ଆପଣ ତ ଢୁଳାଉଛନ୍ତି ।
Make my bed. ମୋ ଶେଯ ପାରିଦିଅ ।
Your nose is running. ତୁମର ନାକରୁ ପାଣି ବୋହୁଛି ।
We kept talking/chating till very late. ଆମେ ବହୁତ ଡେରି ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲୁ ।
Ring up the doctor. ଡାକ୍ତରଙ୍କୁ ଫୋନ୍ କର ।
My maternal uncle has come to see me. ମୋ ମାମୁଁ ମୋତେ ଦେଖିବାକୁ ଆସିଛନ୍ତି ।
This gentleman has some work with you. ଏହି ଭଦ୍ର ଲୋକଙ୍କର ଆପଣଙ୍କ ପାଖରେ କିଛି କାମ ଅଛି । Thave to go to his house. /I have to call on him. ମୋତେ ତାଙ୍କ ଘରକୁ ଯିବାକୁ ପଡ଼ିବ । ମୋତେ ତାଙ୍କୁ ଦେଖା କରିବାକୁ ହେବ ।
He lives separately from his parents. ସେ ତାର ପିତାମାତାଙ୍କ ଠାରୁ ଅଲଗା ରହୁଛି ।
Had he asked me, I would have stayed. ଯଦି ସେ ମୋତେ କହିଥାନ୍ତା ତେବେ ମୁଁ ରହିଯାଇଥାନ୍ତି ।
I take/have a shower-bath every morning. ମୁଁ ପ୍ରତିଦିନ ସକାଳେ ସାୱାରରେ ଗାଧାଏ।

 (Out of Home) ଘର ବାହାରେ

This shoe is very tight. ଏହି ଜୋତା ବହୁତ କସ ।
Where does this road lead to? ଏହି ସଡ଼କ କୁଆଡ଼େ ଯାଇଛି ।
This road leads to Rohtak.. ଏହି ସଡ଼କ ରୋହତକ ଯାଇଛି ।
Just hold my cycle/bike. ଟିକିଏ ମୋ ସାଇକେଲ ଧର ।
I have to keep awake/wake up at night. ମୋର ରାତିରେ ଚେଇଁବାକୁ ପଡ଼େ ।
Always keep.to the left. ସବୁବେଳେ ବାମ ପଟେ ଚାଲ ।
Always walk on the footpath. ସବୁବେଳେ ଫୁଟପାଥରେ ଚାଲ ।
Beware of pickpockets. ପକେଟମାରକୁ ସାବଧାନ ରୁହନ୍ତୁ ।
I am not fond of theatre/seeing plays. ମୋର ନାଟକ ଦେଖିବାକୁ ସଉକ ନାହିଁ ।
I have changed my house. / I've shifted from the old place ମୁଁ ମୋର ଘର ବଦଳାଇ ଦେଇଛି । Can one get a taxi/cab here? ଣ ଏଠାରେ କୌଣସି ମଟରଗାଡ଼ି ଭଡ଼ାରେ ମିଳି ପାରିବ କି ?
Come what may, we must reach the meeting in time. ଯାହା କିଛି ହେଉ ପଛକେ ଆମକୁ ଠିକ ସମୟରେ ସଭାରେ ପହଞ୍ଚିବାକୁ ପଡ଼ିବ ।
This road is closed to the public. ଏହି ସଡ଼କ ଜନସାଧାରଣ ଲୋକଙ୍କ ପାଇଁ ବନ୍ଦ ଅଛି ।
No entry without permission. ବିନା ଅନୁମତିରେ ଭିତରକୁ ଆସିବା ମନା ।

(To Servant) ଚାକର/ଚାକରାଣୀଙ୍କ ସହିତ

Come here, boy. ଏ ପିଲା ଏଠିକି ଆସ ।
Bring the food. ଖାଇବା ଆଣ ।
Get me a glass of water. ଗିଲାସେ ପାଣି ଆଣ ।
Go and post these letters. ଯାଅ ଓ ଚିଠିଗୁଡ଼ିକ ଲେଟର ବାକ୍ସରେ ପକାଇ ଦିଅ।
Wash the clothes: ଲୁଗା ଧୋଇ ଦିଅ ।
Hurry up. / Make haste. ଜଲଦି କର ।