ବାକ୍ୟଗୁଡ଼ିକ ଦୁଇ ପ୍ରକାର: Simple ଏବଂ Multiple
୧. Sentence:-Simple and Multiple
୨. Multiple:- Compound and Complex
Simple Sentence (ସରଳ ବାକ୍ୟ) ଗୋଟିଏ ସ୍ଵାଧୀନ ଖଣ୍ଡବାକ୍ୟ (Clause) ବା ସମ୍ପୂର୍ଣ୍ଣ ବାକ୍ୟ | Multiple sentence
ରେ ଏକାଧିକ ଖଣ୍ଡବାକ୍ୟ ବା ସମ୍ପୂର୍ଣ୍ଣ ବାକ୍ୟ ରହିଥାଏ । ଏହି ବାକ୍ୟ ପୁଣି ଦୁଇ ପ୍ରକାରର: Compound Sentence (ଯୌଗିକ ବାକ୍ୟ) ଏବଂ Complex Sentence (ଜଟିଳ ବାକ୍ୟ) ।
THE SIMPLE SENTENCE
Study the following sentences :
1. Boys fly kites.
2. We are students.
3. He was a teacher,
4. She sang a song.
1-4 ବାକ୍ୟଗୁଡ଼ିକରେ Boys, We, He ଏବଂ She ପ୍ରାରମ୍ଭରେ ବସି Subject (କର୍ତ୍ତା)ର କାର୍ଯ୍ୟ କରୁଅଛନ୍ତି । fly, are (Present ବର୍ତ୍ତମାନ) was, sang (Past ଅତୀତ) tenseର ସୂଚନା ଦେଉଅଛନ୍ତି । ଏହି କ୍ରିୟାଗୁଡ଼ିକ (Finite)
ସମାପିକା କ୍ରିୟା । ଉପରିଲିଖୁତ ବାକ୍ୟଗୁଡ଼ିକରେ ଗୋଟିଏ କର୍ତ୍ତା ଓ ଗୋଟିଏ ସମାପିକା ରହିଅଛି । ଏହା ଗୋଟିଏ ଗୋଟିଏ Finite clause
ବା Independent sentence । ଏହି ବାକ୍ୟଗୁଡ଼ିକୁ Simple Sentence (ସରଳ ବାକ୍ୟ) କୁହାଯାଏ ।
A clause is a group of words that contains a subject and a verb, forming a sentence or a part of a sentence. A finite verb is a verb that shows the tense either past or present.
A sentence which consists of only one clause that can stand by itself is called a simple sentence or A simple sentence has only one subject and one finite verb.
ଯେଉଁ ବାକ୍ୟରେ ଗୋଟିଏ କର୍ତ୍ତା ଏବଂ ଗୋଟିଏ ସମାପିକା କ୍ରିୟା ରହିଥାଏ, ତାକୁ ସରଳ ବାକ୍ୟ କୁହାଯାଏ ।
Kinds of Simple Sentences :
Look at the diagram :
Simple Sentence:-Declarative, Interrogative, imperative and Exclamatory.
ସରଳ ବାକ୍ୟ ଚାରି ପ୍ରକାର-
1. Declarative sentence ଉକ୍ତି ବା ବିବୃତିସୂଚକ ବାକ୍ୟ
2. Interrogative sentence ପ୍ରଶ୍ନବାଚକ ବାକ୍ୟ
3. Imperative sentence ଅନୁକାସୂଚକ ବାକ୍ୟ
4. Exclamatory sentence ବିସ୍ମୟସୂଚକ ବାକ୍ୟ
1. DECLARATIVE SENTENCE (ବିବୃତି ସୂଚକ ବାକ୍ୟ)
1. We go to school at 10 a.m.
2. The moon shines at night.
3. Books are our friends.
1-3 ବାକ୍ୟଗୁଡ଼ିକ fact (ତଥ୍ୟ) ଓ ବିବୃତି ପ୍ରକାଶ କରୁଥିବାରୁ ଏଗୁଡ଼ିକୁ Statement ବା Declarative sentence କୁହାଯାଏ ।
We use declarative sentences to state facts,describe things or report events.
Declarative sentence ଗୁଡ଼ିକୁ ନିମ୍ନଲିଖୁତ ପ୍ରଣାଳୀରେ ଗଠନ କରାଯାଏ ।
(i) SV:
Subject Verb (Intransitive)
କର୍ତ୍ତା କ୍ରିୟା (ଅକର୍ମକ) (without object)
1.Babies cry.
2.The wind blows.
3. Girls are laughing.
4. We sleep.
5. Lions roar.
1-5 ବାକ୍ୟରେ କେବଳ Subject (କଉଁ) ଏବଂ Verb (କ୍ରିୟା) ରହିଅଛି । କ୍ରିୟାଗୁଡ଼ିକ ନିଜର ଅଂଶୀଦାର ରୂପେ କେବଳ କର୍ତ୍ତା ଗ୍ରହଣ କରିଛନ୍ତି ।
ଏହି କ୍ରିୟାଗୁଡ଼ିକର କର୍ମ ନ ଥିବାରୁ ଏଗୁଡ଼ିକୁ Intransitive (ଅକର୍ମକ) କ୍ରିୟା । କୁହାଯାଏ । କେତେକ ଅକର୍ମକ କ୍ରିୟାର ତାଲିକା ନିମ୍ନରେ ଦିଆଗଲା :
ache cry fall rise slip stop
arrive dance flow roar smile swim
blow die fly shine sneeze wait
cease exist laugh sigh snore weep
come faint prosper sleep sob work
(ii) Svc :
Subject Verb Complement
କର୍ତ୍ତା କ୍ରିୟା ପରିପୂରକ
6. My father is a farmer.
7. He was a teacher
8. He became a doctor.
9. Rina looks pretty.
10.I feel hot.
11. Champak smells sweet.
6-11ବାକ୍ୟଗୁଡିକରେ Subject (କର୍ତ୍ତା), Verb (କ୍ରିୟା) Complement (ପରିପୂରକ) ରହିଅଛି |କ୍ରିୟାଗୁଡିକ be verb (am, is, are, was, were) looks, feel, become, smell ପରେ ଯଥାକ୍ରମେ a farmer, a teacher, a doctor (ବିଶେଷ୍ୟ ପଦ) ଏବଂ pretty, hot, sweet (ବିଶେଷଣ ପଦ) ବ୍ୟବହାର କରାଯାଇଛିI ଏହି ବିଶେଷ୍ୟ ଓ ବିଶେଷଣ ପଦଗୁଡ଼ିକ ବାକ୍ୟଗୁଡ଼ିକୁ ସମ୍ପୂର୍ଣ୍ଣ କରିଥିବାରୁ ଏଗୁଡ଼ିକୁ Complement କୁହାଯାଏ । Complement ଗୁଡିକୁ ବିଶେଷ୍ୟ କୁମ୍ବା ବିଶେଷଣ ପଦ ହୋଇପାରନ୍ତି |ସାଧାରଣତଃ Complementaoଗୁଡିକ be verb (am, is, are, was, were) look, seem, appear, become, feel, smell (link verb) କ୍ରିୟା ପରେ ବ୍ୟବହାର କରାଯାଏ । ଏହା ବ୍ୟତୀତ ଆଉ କେତେକ କ୍ରିୟା ତା’ର ଅଂଶୀଦାର ରୂପେ କର୍ତ୍ତା ଓ ଗୋଟିଏ Complement ଗ୍ରହଣ କରିଥାଏ |
12. Не remained uncertain.
13. My dream came true.
14. We got ready.
15. She kept silent.
16. They stood firm.
17. Honey tastes sweet.
18. Milk went sour.
(iii) SVO: Subject Verb (Transitive) Object କର୍ତ୍ତା
19. We Play cricket.
20. I killed a snake.
21. My father built a house.
22. They won the match.
23. Farmers grow vegetables.
19-23 ବାକ୍ୟରେ କର୍ତ୍ତା, କ୍ରିୟା ଓ କର୍ମ ବ୍ୟବହାର କରାଯାଇଛି । କ୍ରିୟାଗୁଡ଼ିକର କର୍ମ ଥିବାରୁ ଏହିଗୁଡ଼ିକୁ - Transitive (ସକର୍ମକ) କ୍ରିୟା କୁହାଯାଏ | କ୍ରିୟାକୁ What ଦ୍ୱାରା ପ୍ରଶ୍ନ କରାଗଲେ ଉତ୍ତରଟି Object (କର୍ମ) ହୋଇଥାଏ |
What do we play ? cricket (object) ନିମ୍ନରେ କେତୋଟି Transitive verb ର ତାଲିକା ଦିଆଗଲା I
accept close fear kill own see
answer complete find know pass sell
begin cut forget like plant start
believe dislike hate lose play take
build drive have love produce want
catch eat hear meet receive wash
clean enjoy help need remember win
(iv) SVOO : Subject Verb Object Object
transitive indirect direct
କର୍ତ୍ତା କ୍ରିୟା ସକର୍ମକ ଗୌଣକର୍ମ ମୁଖ୍ୟକର୍ମ
The teacher asked her a question.
Father bought me a pen.
Mother tells us stories.
Mr. Das teaches us English.
He wrote her a letter.
" 24-28 ବାକ୍ୟରେ Subject, Verb ଏବଂ ଦୁଇଟି Object ବ୍ୟବହୃତ ହୋଇଛି । ask, bought, tells. . teaches,
wrote କ୍ରିୟାଗୁଡ଼ିକର କର୍ମ ଥିବାରୁ ଏଗୁଡ଼ିକୁ Transitive verb ( ସକର୍ମକ) କ୍ରିୟା କୁହାଯାଏ । ଏହି କ୍ରିୟାଗୁଡ଼ିକର ଦୁଇଟି କର୍ମ ଥିବାରୁ ଏଗୁଡ଼ିକୁ
ଦ୍ୱିକର୍ମକ (Di-transitive) କ୍ରିୟା କୁହାଯାଏ । Indirect object (ଗୌଣ କର୍ମ) ଗୁଡ଼ିକ ବ୍ୟକ୍ତିଙ୍କର ସୂଚନା ଦେଇଥାଏ ଏବଂ କ୍ରିୟା ନିକଟରେ
ବସେ । କ୍ରିୟାକୁ who ବା whom ଦ୍ବାରା ପ୍ରଶ୍ନ କଲେ ଉତ୍ତରଟି ଗୌଣ କର୍ମର ସୂଚନା ଦିଏ । Direct object (ମୁଖ୍ୟକର୍ମ) ଗୁଡ଼ିକ ବସ୍ତୁଗୁଡ଼ିକର
ସୂଚନା ଦେଇଥାଏ ଏବଂ ଗୌଣକର୍ମ ପରେ ବ୍ୟବହୃତ ହୁଏ । What ଦ୍ଵାରା ପ୍ରଶ୍ନ କଲେ ଉତ୍ତରଟି ମୁଖ୍ୟ କର୍ମର ସୂଚନା ଦେଇଥାଏ ।
ନିମ୍ନଲିଖତ ସକର୍ମକ କ୍ରିୟାଗୁଡ଼ିକ ୨ଟି କର୍ମ ନେଇଥାଏ ।
allow draw grant owe read sing
ask feed lend pass refuse teach
bring find make pay sell tell
buy get mix prepare send write
cook give offer promise show win
(v)
SVOC: Subject Verb Object Complement
କର୍ତ୍ତା କ୍ରିୟା କର୍ମ ପରିପୂରକ
29. We elected Rajut our monitor
30. They call him Kalia
31. Parents named their daughter Sonali
32 . Thejudgement proved him innocent
33. Mrs. Panda made Jiban her secretary
29-33 ବାକ୍ୟରେ କର୍ତ୍ତା, କ୍ରିୟା, କର୍ମ ଓ ପରିପୂରକ ବ୍ୟବହାର କରାଯାଇଛି । କ୍ରିୟାଗୁଡ଼ିକର କର୍ମ ଓ ପରିପୂରକ ରହିଅଛି । ପରିପୂରକଗୁଡ଼ିକର କର୍ମ ସହିତ ସମ୍ବନ୍ଧ ରହିଥିବାରୁ ଏଗୁଡ଼ିକୁ Object Complement କୁହାଯାଏ । ତଳେ ଏହିଭଳି କେତେକ କ୍ରିୟାର ତାଲିକା ଦିଆଗଲା ।
appoint drag make pull shoot throw
call drive name select stick turn
consider electis point sned store want
direct lead place set sweep wipe
INTERROGATIVE SENTENCES (ପ୍ରଶ୍ନବାଚକ ବାକ୍ୟ)
Sentences which we use to ask questions are called Interrogative sentences.
ଯେଉଁ ବାକ୍ୟଗୁଡ଼ିକ ସାହାଯ୍ୟରେ ଉତ୍ତର ପାଇବା ପାଇଁ ପଚରାଯାଏ, ସେଗୁଡ଼ିକୁ ପ୍ରଶ୍ନବାଚକ ବାକ୍ୟ କୁହାଯାଏ ।
Interrogative Sentence:-Yes-No question, Wh-question
Interrogative sentence ଦୁଇ ପ୍ରକାର : (1) Yes-No question, (ii) Wh-question
(1) Yes/No questions :
Look at the following sentences :
1. Is he a magician ?
2. Are you going to the fair ?
3. Was she a singer?
4. Were they players ?
5. Do the boys like sweets?
6. Did he attend the meeting?
7. Shall we go home ?
1-7 ବାକ୍ୟଗୁଡ଼ିକର ଉତ୍ତର କେବଳ Yes କିମ୍ବା Noରେ ଦେଇହେବ । ପ୍ରଶ୍ନଗୁଡ଼ିକର ଉତ୍ତର ପାଇଁ ସମ୍ପୂର୍ଣ୍ଣ ବାକ୍ୟର ଆବଶ୍ୟକତା ନାହିଁ । ଏଣୁ ଏହି ବାକ୍ୟଗୁଡ଼ିକୁ Yes/No (ହିଁ କିମ୍ବା ନ) question କୁହାଯାଏ । ଏହି ପ୍ରଶ୍ନଗୁଡ଼ିକର ଗଠନ ଓ ଶବ୍ଦକ୍ରମ ଲକ୍ଷ୍ୟ କର ।
Yes-No questionପାଇଁ ଆମେ ସାଧାରଣତଃ ବାକ୍ୟ ଆରମ୍ଭରେ Primary Auxiliary QI Modal Auxiliary ବ୍ୟବହାର କରିଥାଉ । Primary Auxiliary ଗୁଡ଼ିକ ହେଲା Am, Is, Are, Was, Were, Do, Does, Did, Have, Has, Had (11 ଟି) ଓ Modal Auxiliary ଗୁଡ଼ିକ ହେଲା Shall, Should, Will, Would, Can, Could, May, Might, Must, Ought to, Used to, Need (Needn't), Dare (Daren't) (13ଟି) |
ପ୍ରଶ୍ନଗୁଡ଼ିକର ଆରମ୍ଭରେ Auxiliary verb ( ସହାୟକ କ୍ରିୟା) ତା'ପରେ Subject (କଉଁ) ବା Main verb (ପ୍ରଧାନ କ୍ରିୟା) ବ୍ୟବହୃତ ହୋଇଅଛି ଓ ଶେଷରେ Question mark ପ୍ରଶ୍ନ ଚିହ୍ନ ( ?) ରହିଅଛି ।
Auxiliary verb + Subject + Main verb................ ?
ସହାୟକ କ୍ରିୟା କର୍ତ୍ତା ପ୍ରଧାନ କ୍ରିୟା ।
(ii) Wh-questions :
Look at the following sentences :
8. What do you want?
9. When did you come ?
10. Where do you live?
11. Why did you come late ?
12. Who(m) are you looking for?
8-12 ବାକ୍ୟଗୁଡ଼ିକୁ କୌଣସି ବ୍ୟକ୍ତି ବା ବସ୍ତୁ ବିଷୟରେ ଖବର, ସମ୍ବାଦ ବା ତଥ୍ୟ ଜାଣିବା ପାଇଁ ପ୍ରଶ୍ନ ପଚରା ଯାଇଛି । ଏହି ବାକ୍ୟଗୁଡ଼ିକ What, When, Where, Why ଏବଂ Who(m)ରେ ଆରମ୍ଭ ହୋଇଛି । ଏହି ପଦକୁ ସଂକ୍ଷେପରେ Wh-word କୁହାଯାଏ । ତେଣୁ ଏହି ବାକ୍ୟଗୁଡ଼ିକୁ Wh-question ବା Interrogative Sentence କୁହାଯାଏ । ଏହି ପ୍ରଶ୍ନଗୁଡ଼ିକର ଉତ୍ତର ‘ହିଁ’ କିମ୍ବା ‘ନା’ରେ ଦିଆଯାଏ ନାହିଁ । ଏହାର ଉତ୍ତର ସମ୍ପୂର୍ଣ୍ଣ ବାକ୍ୟରେ ଦେବାକୁ ହୋଇଥାଏ । ଏହି ପ୍ରଶ୍ନଗୁଡ଼ିକୁ ମଧ Information question କୁହାଯାଏ । ଏହି ପ୍ରଶ୍ନଗୁଡ଼ିକର ଗଠନ ଓ ଶବ୍ଦକ୍ରମ (Word order)କୁ ଲକ୍ଷ୍ୟ କର ।
Wh-word + Auxiliary + Subject + Main verb......?
ପ୍ରଶ୍ନ ପଚାରିବା ପାଇଁ ସାଧାରଣତଃ ନଅଟି Wh-word ବ୍ୟବହୃତ ହୁଏ । ଯଥା- What (କ’ଣ ବା କେଉଁ), Who (କିଏ), whom (କାହାକୁ), When (କେତେବେଳେ), Where ( କେଉଁଠି), Which (କେଉଁଟି), Whose ( କାହାର), Why (କାହିଁକି) ଏବଂ How (କିପରି) |
How ପଦଟି Wରେ ଆରମ୍ଭ ନ ହୋଇଥିଲେ ମଧ୍ୟ ଏହା ପ୍ରଶ୍ନ ପଚାରିବା ପାଇଁ ଆବଶ୍ୟକ ହେଉଥିବାରୁ ଏହା Wh-word ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଇଅଛି ।
3. IMPERATIVE SENTENCES (ଅନୁଜ୍ଞାସୂଚକ ବାକ୍ୟ)
Study the following examples :
1. March on, soldiers. (Command ଆଦେଶ)
2. Go out of the room soon. (Order ଆଦେଶ)
3. Obey your elders. (Advice ଉପଦେଶ) ।
4. Please lend me your book. (Request ଅନୁରୋଧ)
5. Write on the both sides of the answer book. (Instruction ନିର୍ଦ୍ଦେଶ) ।
6.Beware of the dog. (Warning ସତର୍କ ସୂଚନା)
7. Have pity on me. (Prayer gian)
8. Enjoy a happy conjugal life. (Wish ଆକାନ୍ଥା) ।
9. Let's hold a meeting. (Suggestion ପ୍ରସ୍ତାବ, ପରାମର୍ଶ)
10. Let me help you lift the box. (ପ୍ରସ୍ତାବ) ।
11. Let him/her / them sing a song.
1-8 ବାକ୍ୟଗୁଡ଼ିକ କ୍ରିୟା ପରେ ଆରମ୍ଭ ହୋଇଅଛି । ଏହି ବାକ୍ୟଗୁଡ଼ିକର କର୍ତ୍ତା you/we ଉହ୍ୟ ରହିଅଛି । ବାକ୍ୟଗୁଡ଼ିକ ଆଦେଶ, ଉପଦେଶ, ଅନୁରୋଧ, ନିର୍ଦ୍ଦେଶାବଳୀ, ସତର୍କତା, ପ୍ରାର୍ଥନା, ଆକାଙ୍ଖା ପ୍ରକାଶ କରୁଅଛି ।
9-11 ବାକ୍ୟଗୁଡ଼ିକ Letରେ ଆରମ୍ଭ ହୋଇ ପ୍ରସ୍ତାବ ଓ ପରାମର୍ଶର ସୂଚନା ଦେଉଅଛି । ଏହି ବାକ୍ୟର କର୍ତ୍ତା ପ୍ରଥମ ପୁରୁଷ (First person) We ଓ । କିମ୍ବା ତୃତୀୟ ପୁରୁଷ (Third person) He, She, They ହୋଇଅଛି । ଏଭଳି ବାକ୍ୟରେ କର୍ତ୍ତା You/l କୁ ଉହ୍ୟ ରଖାଯାଇଛି । 1-1 ବାକ୍ୟଗୁଡ଼ିକୁ Imperative sentence (ଅନୁଜ୍ଞାସୂଚକ) ବାକ୍ୟ କୁହାଯାଏ ।
4. EXCLAMATORY SENTENCES (ବିସ୍ମୟସୂଚକ ବାକ୍ୟ)
Read the following examples :
1. Alas ! Her uncle is dead. (Sorrow, ଦୁଃଖ)
2. Ah, what a lovely baby ! (Delight, ଆନନ୍ଦ)।
3. Hurrah ! We have won the match. (Joy, ଉଲ୍ଲାସ)
4. Oh, look ! They are fighting fiercely. (Surprise, ବିସ୍ମୟ)
1-4 ବାକ୍ୟ ପ୍ରାରମ୍ଭରେ Alas, Ah, Hurrah, Oh (Interjection) ପଦଗୁଡ଼ିକ ବ୍ୟବହୃତ ହୋଇ ଆବେଗ (emotion) ଓ ଗଭୀର ମନୋଭାବ ଯଥା- ଦୁଃଖ, ଆନନ୍ଦ, ଉଲ୍ଲାସ ଓ ବିସ୍ମୟ ପ୍ରକାଶ କରୁଅଛି ଓ ବାକ୍ୟ ଶେଷରେ Exclamation Mark ବା ବିସ୍ମୟସୂଚକ ଚିହ୍ନ (!) ବ୍ୟବହାର କରାଯାଇଛି । ଏହି ବାକ୍ୟଗୁଡ଼ିକୁ Exclamatory sentence କୁହାଯାଏ ।
5. What a nice garden it is !
6. How clever the boy is !
7. How beautifully she sings !
What ଏବଂ How ବ୍ୟବହାର କରି exclamatory sentence ଗଠନ କରାଯାଏ । What ସହିତ noun phrase ଏବଂ How ସହିତ (Adjective) ବିଶେଷଣ ପଦ ବା (Adverb) କ୍ରିୟାବିଶେଷଣ ପ୍ରଦ ବ୍ୟବହାର କରାଯାଏ । । ଓ ବାକ୍ୟ ଶେଷରେ ବିସ୍ମୟସୂଚକ(1) ଚିହ୍ନ ଦିଆଯାଏ ।
ବାକ୍ୟଗୁଡ଼ିକର ଗଠନ ଓ ଶବ୍ଦକ୍ରମ ଲକ୍ଷ୍ୟ କର ।
What + Noun phrase + Subject + Verb!
How + Adjective / Adverb + Subject + Verb!
Exclamatory Sentenceକୁ Declarative Sentenceରେ ପରିବର୍ତ୍ତନ କରାଯାଇପାରିବ ।
Exclamatory - What a nice garden it is!
Declarative - It is a very nice garden.
Exclamatory - How clever the boy is!
What a clever boy he is!
Declarative - He is a very clever boy.
