(Apologies) କ୍ଷମା ପ୍ରାର୍ଥନା

Please don't mind this. / Please don't feel bad about it. ଆପଣ ଖରାପ ଭାବନ୍ତୁ ନାହିଁ ।
I was just joking. ମୁଁ ତ ମଜା କରୁଥିଲି ।
I'm sorry, I got late. କ୍ଷମା କରିବେମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ।
I was sorry/pained to hear this. ମୁଁ ଏହା ଜାଣି ଦୁଃଖୁତ ହେଲି ।
Excuse me if there has been any mistake. । ଯଦି କିଛି ଭୁଲ ଦୋଷ ହୋଇଥାଏ ତେବେ କ୍ଷମା କରିବେ ।
I beg your pardon. ମୁଁ ଆପଣଙ୍କଠାରୁ କ୍ଷମା ମାଗୁଛି ।
Please excuse my incorrect pronunciation. ମୋର ଭୁଲ ଉଚ୍ଚାରଣ ପାଇଁ ମୋତେ କ୍ଷମା କରନ୍ତୁ ।
 l'am sorry for interrupting you. ମଝିରେ କହିବା ଯୋଗୁଁ ମୋତେ କ୍ଷମା କରନ୍ତୁ ମୁଁ ଦୁଃତ ।
 I'm sorry, I couldn't call you. କ୍ଷମା କରନ୍ତୁ ମୁଁ ଟେଲିଫୋନ କରିପାରିଲି ନାହିଁ ।
Apologize on my behalf.ମୋ ପକ୍ଷରୁ କ୍ଷମା ମାଗିନିଅନ୍ତୁ ।
Don't apologize. It does not matter. କ୍ଷମା ମାଗନ୍ତୁ ନାହିଁଏଥିରେ କିଛି କଥା ନାହିଁ ।
It was merely done by mistake. ଏହା ତ ଭୁଲରେ ହୋଇ ଗଲା ।
I am very sorry ମୋତେ ଭାରି ଖରାପ ଲାଗୁଛି ।
Don't worry. No harm is done. ଆପଣ ଚିନ୍ତା କରନ୍ତୁ ନାହିଁ । କିଛି ହାନି ଘଟି ନାହିଁ ।
I'm very sorry if I have unknowingly hurt you. ଯଦି ଅଜାଣତରେ ମୁଁ ଆପଣଙ୍କର କିଛି ହାନି କରିଛିତେବେ ମୋର ଖେଦ ହେଉଛି ।
It was done unknowingly. ଏହା ଅଜାଣତରେ ଘଟିଲା ।
It was not your fault. ଏଥିରେ ଆପଣଙ୍କର ଦୋଷ ନଥିଲା ।
I am awfully sorry to have kept you waiting so long. ମୋତେ ଭାରି ଖରାପ ଲାଗୁଛି ଯେ ମୋ ପାଇଁ ଆପଣଙ୍କୁ ଏତେ ବେଳଯାଏ ଅପେକ୍ଷା କରିବାକୁ ପଡ଼ିଲା ।
That's all right.  ହେଉ କିଛି ନାହିଁ ।