(At Home) ଘରେ
Look, make the bed over here. ଦେଖ, ଏହିଠାରେ ଶେଯ ପାରିଦିଅ ।
The milk has turned sour. ଦୁଧ ଛିଢ଼ି ଯାଇଛି ।
Stop let me tether the cow. ରୁହ ମୁଁ ଗାଈ ବାନ୍ଧି ଆସେ ।
Keep the room clean/dusted. କୋଠରୀ ସଫା କର ।
The coals were burnt to ashes. କୋଇଲା ଜଳି କରି ପାଉଁଶ ହୋଇଗଲା ।
How many children do you have ? ଆପଣଙ୍କର କେତୋଟି ପିଲା ଅଛନ୍ତି ?
We cook potatoes everyday for our meals. ଆମ ଘରେ ପ୍ରତ୍ୟହ ଆଳୁ ରନ୍ଧାଯାଏ।
What new dish is made today? ଆଜି କଣ ନୂଆ ତରକାରୀ ହୋଇଛି ?
When did the washerman last take the clothes for washing ? ଧୋବୀ ଗତ ଥର ସଫା କରିବାକୁ ଲୁଗା କେବେ ନେଇଥିଲା ?
Get this coat ironed again. ଏଛି କୋଟକୁ ଆଉ ଥରେ ଇସ୍ତ୍ରୀ କିର |
Put wet clothes in the sun. ଓଦା ଲୁଗା ଖରାରେ ଶୁଖାଇ ଦିଅ ।
.
Let me get ready. ମୁଁ ଟିକିଏ ପ୍ରସ୍ତୁତ ହୋଇଯାଏ ।
You are taking too long. / You are being very slow. ତୁମେ ବେଶୀ ଡେରି ଲଗାଉଛି ।
We'll reach there before time. ଆମେ ସେଠାରେ ବେଳ ଥାଉଁ ଥାଉଁ ପହଞ୍ଚିବା |
You are welcome. ଆପଣଙ୍କୁ ସ୍ଵାଗତ ।
He behaved very rudely. I He was impudent/rude. ସେ ଭାରି କର୍କଶ ବ୍ୟବହାର କଲା ।
Get your utensils tinned. ତୁମର ବାସନ କୁସନରେ କଲାଇ କରିନିଅ ।
I can't wait any longer. ଏବେ ମୁଁ ଆଉ ଅଧିକ ଅପେକ୍ଷା କରି ପାରିବି ନାହିଁ ।
I have been out since morning. ମୁଁ ସକାଳୁ ଘରୁ ବାହାରିଛି ।
I'm feeling sleepy. ମୋତେ ନିଦ ଲାଗୁଛି ।
I had a sould sleep last night. ଗତ ରାତିରେ ମୋତେ ଭଲ ନିଦ ହୋଇଗଲା ।
There is nobody inside. ଭିତରେ କେହି ନାହାଁନ୍ତି ।
Now go to sleep/bed. ବାସ, ଏବେ ଶୋଇଯାଅ ।
You took a long time. ତୁମେ ବହୁତ ଡେରି କରିଦେଲ ।
I'll be ready in a moment. ମୁଁ ସାଙ୍ଗେ ସାଙ୍ଗେ ପ୍ରସ୍ତୁତ ହୋଇଯିବି ।
Why didn't you wake me up.: ଆପଣ ମୋତେ କାହିଁକି ଉଠାଇ ଦେଲେ ନାହିଁ ।
I didn't think it proper to wake you up. ମୁଁ ଆପଣଙ୍କୁ ଉଠାଇଦେବା ଠିକ୍ ଭାବିଲି ନାହିଁ ।
I'll relax/rest for a while. ମୁଁ ଟିକିଏ ଆରାମ କରିବି ।
Pull/have a chair, please. ଚୌକି ଟାଣି ବସନ୍ତୁ |
You are still awake! ଆପଣ ଏ ପର୍ଯ୍ୟନ୍ତ ଚେଇଁଛନ୍ତି ।
Who is knocking at the door? କବାଟ କିଏ ଖଟ ଖଟ କରୁଛି ।
I woke up late this morning. ଆଜି ସକାଳେ ଡେରିରେ ମୋ ନିଦ ଭାଙ୍ଗିଲା ।
Someone has come. / There is someone to see you. ଆପଣଙ୍କ ସହିତ କେହି ଜଣେ ଭେଟିବାକୁ ଆସିଛନ୍ତି ।
Please come in. ଭିତରକୁ ଆସନ୍ତୁ ।
Please be seated. Please have a seat. / Please sit down. ବସନ୍ତୁ ।
Where is Anupam? ଅନୁପମ କେଉଁଠି ?
I don't know where he is. ମୋତେ ଜଣା ନାହିଁ ସେ କେଉଁଠି ଅଛି ?
What's it? ଏହା କ’ଣ ?
Who's it ? ଏ କିଏ ?
It's me, Manish. ମୁଁ ମନିଷ ।
Is Arun in ? ଅରୁଣ ଭିତରେ ଅଛି କି ?
The day is far advanced. ଦିନ ବହୁତ ଗଡ଼ି ଗଲାଣି ।
I'm hard up:/ tight these days. ଆଜି କାଲି ମୋର ହାତ ଖାଲି ଅଛି ।
Engage some expert cook. ଜଣେ ଅଭିଜ୍ଞ ପୂଜାରି ରଖି ନିଅ ।
I am dead / terribly tired. ମୁଁ ବହୁତ ଥକି ଗଲିଣି ।
Let's have a chat. ଆସ ଗପ କରିବା |
Bolt the door. ଦୂଆରରେ କିଳିଣି ଲଗାଇ ଦିଅ ।
It's time to depart now. ଏବେ ଯିବା ସମୟ ଅଟେ ।
Keep the household things in their place. ଘରର ଜିନିଷ ପତ୍ର ଠିକ୍ ଜାଗାରେ ରଖ ।
Take rest / Relax here tonight. ଆଜି ରାତିରେ ଏଇଠି ଆରାମ କର ।
You are dozing. ଆପଣ ତ ଢୁଳାଉଛନ୍ତି ।
Make my bed. ମୋ ଶେଯ ପାରିଦିଅ ।
Your nose is running. ତୁମର ନାକରୁ ପାଣି ବୋହୁଛି ।
We kept talking/chating till very late. ଆମେ ବହୁତ ଡେରି ପର୍ଯ୍ୟନ୍ତ କଥାବାର୍ତ୍ତା କରିଥିଲୁ ।
Ring up the doctor. ଡାକ୍ତରଙ୍କୁ ଫୋନ୍ କର ।
My maternal uncle has come to see me. ମୋ ମାମୁଁ ମୋତେ ଦେଖିବାକୁ ଆସିଛନ୍ତି ।
This gentleman has some work with you. ଏହି ଭଦ୍ର ଲୋକଙ୍କର ଆପଣଙ୍କ ପାଖରେ କିଛି କାମ ଅଛି । Thave to go to his house. /I have to call on him. ମୋତେ ତାଙ୍କ ଘରକୁ ଯିବାକୁ ପଡ଼ିବ । ମୋତେ ତାଙ୍କୁ ଦେଖା କରିବାକୁ ହେବ ।
He lives separately from his parents. ସେ ତାର ପିତାମାତାଙ୍କ ଠାରୁ ଅଲଗା ରହୁଛି ।
Had he asked me, I would have stayed. ଯଦି ସେ ମୋତେ କହିଥାନ୍ତା ତେବେ ମୁଁ ରହିଯାଇଥାନ୍ତି ।
I take/have a shower-bath every morning. ମୁଁ ପ୍ରତିଦିନ ସକାଳେ ସାୱାରରେ ଗାଧାଏ।