(Countable Words) ଗଣନାଯୋଗ୍ୟ ଶବ୍ଦ
There are some/a few students in the class. ଶ୍ରେଣୀରେ ଅଳ୍ପ କେତେ ଜଣ ଛାତ୍ର ଛାତ୍ରୀ ଅଛନ୍ତି |
Is there any girl in the hall ? କ’ଣ ହଲରେ କେହି ବାଳିକା ଅଛନ୍ତି କି ?
There is no boy in the playground. ଖେଳ ପଡ଼ିଆରେ କେହି ବାଳକ ନାହାନ୍ତି ।
None of these girls was present there. ଏହି ବାଳିକାମାନଙ୍କ ମଧ୍ୟରୁ କେହି ବାଳିକା ସେଠାରେ ଉପସ୍ଥିତ ନ ଥିଲେ ।
Did any of you play football ? ତୁମମାନଙ୍କ ମଧ୍ୟରୁ କେହି ଫୁଲବଲ ଖେଳିଲ କି ? .
Many of the boys hadn't come to school yesterday. ବାଳକମାନଙ୍କ ମଧ୍ୟରୁ ବହୁତ କାଲି ବିଦ୍ୟାଳୟକୁ ଆସି ନ ଥିଲେ ।
How many mangoes are there in the basket ? ଟୋକେଇରେ କେତେ ଆମ୍ବ ଅଛି ?
Hardly would any girl like him. ପ୍ରାୟ କ୍ଵଚିତ୍ ବାଳିକା ତାକୁ ପସନ୍ଦ କରିବେ ।
That book has more pages than this book. ଏହି ବହିଠାରୁ ସେହି ବହିରେ ଅଧିକା ପୃଷ୍ଠା ଅଛି ।
Many a man has suffered at his hands. ତାଙ୍କ ହାତରେ ବହୁ ଲୋକ ଦୁଃଖ ଭୋଗ କରିଥିଲେ ।
Neither man has come. ଦୁଇଜଣ ଲୋକଙ୍କ ମଧ୍ୟରୁ କେହି ଜଣେ ଆସି ନଥିଲେ ।
He gets a small salary. ତାଙ୍କୁ ଖୁବ୍ କମ୍ ବେତନ ମିଳେ ।
(Uncountable Words) ମାତ୍ରାସୂଚକ ଶବ୍ଦ
Isn't there any milk in the bottle ? କ’ଣ ବୋତଲରେ ଟିକିଏ ହେଲେ ଦୁଧ ନାହିଁ ?
Is there any milk in the bottle ? କ’ଣ ବୋତଲରେ କିଛି ଦୁଧ ଅଛି କି ?
How much milk is there in the glass ? ଗିଲାସରେ କେତେ ଦୁଧ ଅଛି ?
Your glass has less milk than mine. ତୁମର ଗିଲାସରେ ମୋ ଗିଲାସରୁ କମ ଦୁଧ ଅଛି ।
There was a lot of water in the river. ନଦୀରେ ବହୁତ ପାଣି ଥିଲା ।
Is it exactly half of that? କ’ଣ ଏହା ତାହାର ଠିକ୍ ଅଧା କି ?
(Countable & Uncountables) ଗଣନା ଓ ମାତ୍ରାସୂଚକ ବାକ୍ୟ
All the books on this table are blue. ଏହି ମେଜ ଉପରେ ଥିବା ସବୁ ବହି ନୀଳ ଅଟେ ।
Everyone in the crowd was stunned. ଭିତରେ ପ୍ରତ୍ୟେକ ବ୍ୟକ୍ତି ସ୍ତହୋଇ ଛିଡ଼ା ହୋଇଥିଲେ ।
Each of them has his own car. ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ନିଜର କାର ଅଛି ।
I bought four pencils at fifteen paise each. ମୁଁ ପ୍ରତ୍ୟେକ ପେନ୍ସିକୁ ପନ୍ଦରପଇସା ଦରରେ ୪ଟି ପେନ୍ସିଲ୍ କିଣିଲି ।
Sonia and Rina are fond of each other. ସୋନିଆ ଓ ରୀନା ପରସ୍ପରକୁ ଭଲ ପାଆନ୍ତି ।
Rajiv vistis his mother every other week. ', ରାଜୀବ ତା ମାଆକୁ ପ୍ରତି ଦ୍ୱିତୀୟ ସପ୍ତାହରେ ଦେଖିବାକୁ ଯାଏ ।
Either of these two keys will fit the lock. ଏହି ଦୁଇଟିରୁ ଗୋଟିଏ ଚାବି ତାଲାରେ ଠିକ୍ ଲାଗିବ ।
Give me something to eat. 'ମୋତେ କିଛି ଖାଇବାକୁ ଦିଅ ।
Take out anything you have in your pocket. ତୁମର ପକେଟ୍ରେ କିଛି ଅଛି ବାହାର କରି ଦିଅ।
I've lost many a thing. ମୁଁ ବହୁତ କିଛି ଜିନିଷ ହରାଇ ଦେଇଛି ।
Has someone come ? କ’ଣ କେହି ଆସିଛି କି ?
Yes, somebody is waiting for you. ହଁ କେହି ଆପଣଙ୍କୁ ଅପେକ୍ଷା କରିଛି କି ?
There was commotion/uproar in every house. ଘରେ ଘରେ ପାଟିଗୋଳ ଭରି ଯାଇଥିଲା ।
Had anybody/anyone else come ? କ’ଣ ଆଉ କେହି ଲୋକ ଆସିଥିଲେ କି ?
Nobody/No one came here. ଏଠାକୁ କେହି ଆସି ନ ଥିଲେ ।
Everything in this house is at your disposal. ଏହି ଘରର ପ୍ରତ୍ୟେକ ବସ୍ତୁ ଆପଣଙ୍କ ପାଇଁ ରଖା ଯାଇଛି ।
Everyone in my house is ill. ମୋ ଘରେ ପ୍ରତ୍ୟେକ ଲୋକ ବେମାରି ଅଟନ୍ତି ।
They were in the garden all the time. ସେମାନେ ସା ସମୟ ବଗିଚାରେ ଥିଲେ ।
We went all round the garden. ଆମେ ସାରା ବଗିଚାରେ ଘୂରୁଥିଲୁ ।
They travelled all over the country.ସେମାନେ ସାରା ଦେଶ ଭ୍ରମଣ କରିଥିଲେ ।
All this while I waited for her. ଏହି ସାରା ସମୟ ମୁଁ ତାଙ୍କୁ ଅପେକ୍ଷା କରିଥିଲି ।