(Character) ଚରିତ୍ର

To get angry is to show weakness. କ୍ରୋଧ ଦୁର୍ବଳତାର ପ୍ରଦର୍ଶନ ବା ନିଦର୍ଶନ ।
An idle man is as good as half-dead. ଅଳସୁଆ ଲୋକ ଅଧାମରା ।
Neither borrow nor lend. ଉଧାର ନିଅ ନାହିଁ କି ଦିଅ ନାହିଁ ।
There is great joy in selfless service. ନିସ୍ୱାର୍ଥ ସେବାରେ ବିଶେଷ ଆନନ୍ଦ ମିଳେ ।
He as atoned for his sin. ସେ ନିଜ ପାପ କର୍ମର ପ୍ରାୟଶ୍ଚିତ କରିଛି ।
Neither deceive, nor be deceived. ଧୋକା ଦିଅ ନାହିଁ କି ଖାଅ ନାହିଁ ।
The virtuous alone are happy. କେବଳ ପୁଣ୍ୟବାନ ହିଁ ସୁଖୀ ଅଟନ୍ତି ।
An idle mind is a devil's workshop. ଖାଲି ଦିମାକ ସୈତାନର କର୍ମଶାଳା
Life is for thers' service. ଜୀବନ ଅନ୍ୟର ସେବା ପାଇଁ ଉଦ୍ଦିଷ୍ଟ ।
Don't ask anything from anybody. କିଛି କାହାରିକୁ ମାଗ ନାହିଁ |
My conscience doesn't permit.  ମୋର ବିବେକ କହୁନାହିଁ ।
To rest is to rust. ଆରାମ ହାରାମ ଅଟେ ।
He who eats, without earning is committing a theft. ଯେ ଅର୍ଜନ ନ କରି ଖାଏ ସେ ଚୋରୀ କରେ । She always keeps on talking. ସେ ସବୁବେଳେ ବକୁଛି ।
She is very jealous of her sister. ସେ ତାର ଭଉଣୀ ପ୍ରତି ବହୁତ ଈର୍ଷା କରେ ।
We are sure of your honesty. ତୁମ ସାଧୁତା ଉପରେ 'ଆମର ପୁରା ଭରସା ରହିଛି । '
He pretends to know everything. ସେ ଏପରି ଦେଖାଇ ହେଉଛି ଯେପରି ସବୁ କିଛି ଜାଣେ ।