ବାକ୍ୟ ଗୁଡ଼ିକରେ ଗୋଟିଏ ଅନ୍ୟଟିର ପୂରକ ଶବ୍ଦ (Co-relatives)ର ପ୍ରୟୋଗ (Co-relatives)

As soon as we reached the station, the train left. ଆମେ ଷ୍ଟେସନରେ ପହଞ୍ଚିଲାବେଳକୁ ରେଳଗାଡ଼ି ଛାଡ଼ି ଦେଇଥିଲା ।
No sooner did he get up to deliver his speech than the hall began to resound with cheers, ସେ ନିଜର ଭାଷଣ ଦେବାକୁ ଉଠିଲାବେଳେ ପ୍ରେକ୍ଷାଳୟ ତାଳିରେ କମ୍ପିଉଠିଲା ।
We had scarcely reached the school when the bell rang. ଆମେ ବିଦ୍ୟାଳୟରେ ପହଞ୍ଚିଲାବେଳକୁ ଘଣ୍ଟି ବାଜିଥିଲା ।
He had hardly left his house when it started raining. ସେ ଏବେ ଘରୁ ବାହାରିଲା ବେଳକୁ ବର୍ଷା ଆରମ୍ଭ ହୋଇଯାଇଥିଲା ।
Unless you run fast, you will not be able to catch the train. ଆପଣ ଶୀଘ୍ର ନ ଦୌଡ଼ିଲେ ରେଳଗାଡ଼ି ଧରିପାରିବେ ନାହିଁ ।
Please wait for me until I return. ଯେତେବେଳ ପର୍ଯ୍ୟନ୍ତ ମୁଁ ନ ଫେରିଛିଦୟାକରି ସେ ପର୍ଯ୍ୟନ୍ତ ମାପାଇଁ ଅପେକ୍ଷା କରନ୍ତୁ ।
As long as I am here, you needn't worry about anything. ଯେତେବେଳ ପର୍ଯ୍ୟନ୍ତ ମୁଁ ଏଠାରେ ଅଛିଆପଣଙ୍କର କୌଣସି ବିଷୟରେ ଚିନ୍ତା କରିବା ଦରକାର ନାହିଁ ।
 Although he is poor, he is honest. :  ଯଦିଓ ସେ ଗରିବସେ ସଚ୍ଚୋଟ ଅଟେ ।
As far as I remember, he was here yesterday. She is ଯେତେଦୂର ପର୍ଯ୍ୟନ୍ତ ମୋର ମନେ ଅଛିସେ ଗତକାଲି ଏଠାରେ ଥିଲା ।
Get the roof repaired before it should leak. ଛାତର ମରାମତି କରିଦିଅଯେପରି ସେଥିରୁ ପାଣି ନ ଗଳେ । What to speak of standing first, he cannot even pass the examination. ପ୍ରଥମ ହେବା କଥା କଣ କହିବାସେତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିବ ନାହିଁ ।
He would rather fail than copy ସେ ଅସଫଳ ହୋଇଯିବ କିନ୍ତୁ ନକଲ (କପି) କରିବ ନାହିଁ ।
No less a person than the Chief Minister of the state hoisted the National Flag. . ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କଠାରୁ କମ୍ ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତି ଜାତୀୟ ପତାକା ଉଡ଼ାଇଲେ ନାହିଁ ।
He is so ill that he cannot rise from his bed. ସେ ଏତେ ବେମାର ଯେ ବିଛଣାରୁ ଉଠି ପାରୁ ନାହାଁନ୍ତି ।
He works hard so that he may win a prize. ସେ ପରିଶ୍ରମ କରୁଛି ଯେପରି ପୁରଷ୍କାର ପାଇବ ।
The higher you go the colder it is. ଯେତେ ଉଚ୍ଚ ଚଢିବ ସେତେ ଥଣ୍ଡା ବଢ଼ିଯିବ ।
Either you or your brother is guilty. ତୁମେ ବା ତୁମର ଭାଇ ଦୋଷୀ ଅଟେ ।
She is too weak to walk ସେ ଏତେ ଦୁର୍ବଳ ଯେ ଚାଲି ପାରୁ ନାହିଁ,
She is so weak that she cannot walk  ସେ ଏତେ ଦୁର୍ବଳ ଯେ ସେ ଚାଲି ପାରୁ ନାହିଁ । I
I study not only English but French also. ମୁଁ କେବଳ ଇଂରାଜୀ ପଢୁ ନାହି ଫ୍ରେଞ୍ଚ୍ ମଧ୍ୟ ପଢୁଛି ।
Neither Samir nor his brother plays in this park. ସମିର କି ତା ଭାଇ ଏହି ପାର୍କରେ ଖେଳନ୍ତି ନାହିଁ ।