(Dress) ବେଶଭୂଷା
This cloth is twelve rupees a / per metre. ଏହି କପଡ଼ା ମିଟର ବାର ଟଙ୍କା |
Please don't forget to wear a rain-coat, ଦୟାକରି ବରସାତୀ କୋଟ ପିନ୍ଧିବାକୁ ଭୁଲ ନାହିଁ ।
This cloth is extremely/very warm. ଏହି କପଡ଼ା ବହୁତ ଗରମ ଅଟେ ।
Indian women usually/mostly wear sarees. ଭାରତୀୟ ମହିଳାମାନେ ପ୍ରାୟ ଶାଢ଼ୀ ପିନ୍ଧନ୍ତି ।
Don't wear/put on wet clothes. . ଓଦା ଲୁଗା ପିନ୍ଧ ନାହିଁ ।
Wear old coat, buy a new book. ପୁରୁଣା କୋଟ ପିନ୍ଧ, ନୂଆ
ବହି କିଣ ।
I will come after changing my clothes. ମୁଁ ଲୁଗା/ପୋଷାକ ବଦଳାଇ ଆସିବି ।
Now-a-days the youth wear clothes of the latest fashion. ଆଜିକାଲି ଯୁବକ ଯୁବତୀମାନେ ନୂଆ ଫେସନର ପୋଷାକ ପିନ୍ଧନ୍ତି ।
She was wearing/clad in a silk sari.ସେ ରେଶମ ଶାଢ଼ୀ ପିନ୍ଧୁଥିଲେ ।
My clothes have gone to the laundry. ମୋ ଲୁଗା ଧୋବା ପାଖକୁ ଯାଇଛି ।
He was wearing a blue uniform. ସେ ନୀଳ ବର୍ଦି ପିନ୍ଧୁଥିଲେ । ,
It is a water-proof coat. ଏହି
କୋଟଟି ପାଣିରେ ଭିଜେ ନାହିଁ ।
These dresses are for you. ଏହି
ପୋଷାକ ଆପଣଙ୍କ ପାଇଁ ଉଦ୍ଦିଷ୍ଟ ।
A man is judged by his clothes/by the clothes he
wears. ଲୋକକୁ ତାର ପୋଷାକ
ପରିଚ୍ଛେଦରୁ ଚିହ୍ନିହୁଏ ।
This dress is a little tight for me. ଏହି ଡ୍ରେସ ମୋତେ ଟିକିଏ କସ ହେଉଛି ।
This coat is loose at the waist. ଏହି କୋଟ୍ କମରରେ ଢିଲା ଅଟେ ।
Do you have shirtings? ଆପଣଙ୍କ
ପାଖରେ କମିଜର କପଡ଼ା ଅଛି କି ?
Yes we have good suitings also. ହିଁ ଆଜ୍ଞା, ଆମ
ପାଖରେ ଭଲ ସୁଟ କପଡ଼ା ମଧ୍ୟ ଅଛି ।
My suit is different from yours. / Your suit is not
like mine. ମୋ ସୁଟ ତୁମ ସୁଟଠାରୁ
ଭିନ୍ନ ।
His shirt is not like mine / Similar to mine. ତାର କମିଜ ମୋ କମିଜ ଭଳି ନୁହେଁ ।