(Etiquette) ସଭ୍ୟତା-ଶିଷ୍ଟାଚାର
That will do. / This / It is enough. ସେତିକି ଯଥେଷ୍ଟ |
Please, don't bother, ଆପଣ
ବ୍ୟସ୍ତ ହୁଅନ୍ତୁ ନାହିଁ ।
No trouble at all. ଏଥିରେ
କିଛି ବ୍ୟସ୍ତହେବାର ନାହିଁ ।
Don't worry about me. ମୋ
ପାଇଁ ଚିନ୍ତା କରନ୍ତୁ ନାହିଁ ।
So kind/nice of you. ଆପଣଙ୍କ
କୃପା |
It would be very kind of you. ଆପଣଙ୍କର ବଡ଼ କୃପା ହେବ ।
How can I help you? ମୁଁ
ଆପଣଙ୍କର କି ସେବା କରିପାରିବି ?
Why did you trouble yourself? ଆପଣ କିପରି କଷ୍ଟ କଲେ ?
This is sufficient. ବାସ
ଏତିକି ଯଥେଷ୍ଟ ।
Don't bother. କିଛି
ବ୍ୟସ୍ତ ହୁଅନ୍ତୁ ନାହିଁ ।
Please stay a little more. ଆଉ
ଟିକିଏ ରହନ୍ତୁ ।
Please excuse me. କ୍ଷମା
କରିବେ ।
I am sorry. ମୁଁ
ଦୁଃଖିତ ।
Don't be formal. ଉପଚାର
କରନ୍ତୁ ନାହିଁ ।
May I say something? ମୁଁ
କିଛି କହିପାରେ କି ?
Don't mind. ଖରାପ
ଭାବିବେ ନାହିଁ ।
I'm at your service/disposal. ମୁଁ ଆପଣଙ୍କ ସେବା ପାଇଁ ପ୍ରସ୍ତୁତ ।
We couldn't entertain you properly. ଆମେ ଆପଣଙ୍କୁ ଭଲ ଖାତିର କରି ପାରିଲୁ ନାହିଁ ।
May I sit here? କ’ଣ ମୁଁ ଏଇଠି ବସିପାରେ କି ?
Thanks for your help? ଆପଣଙ୍କ
ସାହାଯ୍ୟ ପାଇଁ ଧନ୍ୟବାଦ ।
We grateful to you. ଆମେ
ଆପଣଙ୍କ ପ୍ରତି କୃତଜ୍ଞ ।
No question of kindness. It would rather please me. ଏଥିରେ କୃପାର କିଛି କଥାନାହିଁ, ବରଂ ମୁଁ ଏଥିପାଇଁ ଖୁସୀ ହେବି ।
Thank you for your sensible/good advice. ଆପଣଙ୍କ ଭଲ ପରାମର୍ଶ ପାଇଁ ଆପଣଙ୍କୁ ଧନ୍ୟବାଦ ।
With love and best wishes-yours sincerely, Umesh . ହାର୍ଦ୍ଦିକ ପ୍ରେମ ଓ ଶୁଭକାମନା ସହିତ ଆପଣଙ୍କର ପରମ ମିତ୍ର, ଉମେଶ ।
Kindly excuse me for the trouble. ଦୟାକରି କଷ୍ଟ ପାଇଁ କ୍ଷମା କରନ୍ତୁ ।
Regard to sisters and love to children! ଭଉଣୀଙ୍କୁ
ନମସ୍ତେ ଓ ପିଲାମାନଙ୍କୁ ସ୍ନେହ ।
I'll feel highly obliged, if you get this work done. ଏହି କାମ କରିଦେଲେ ମୁଁ ଆପଣଙ୍କ ପାଖରେ ଅତ୍ୟନ୍ତ କୃତଜ୍ଞ ରହିବି
।
What can I do for you? ମୁଁ
ଆପଣଙ୍କ କି ସେବା କରି ପାରିବି ?
Please drop in sometime. କେବେ
ଆସ ତ ।
Please make yourself comfortable. ଆରାମରେ ବସନ୍ତୁ ।