(Health) ସ୍ଵାସ୍ଥ୍ୟ

I had fever last night. କାଲି ରାତିରେ ମୋତେ ଜ୍ଵର ହୋଇଥିଲା ।
Take quinine thrice after the fever is down. ଜ୍ଵର ଛାଡ଼ିଯିବା ପରେ ତିନିଥର କୁଇନାଇନ ଖାଅ ।
I am worried about my health. ମୁଁ ମୋର ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ।
He is an eye specialist. ସେ ଜଣେ ଚକ୍ଷୁ ଚିକିତ୍ସକ ବା ବିଶେଷଜ୍ଞ ।
He is run down in health. ତାର୍ ସ୍ୱାସ୍ଥ୍ୟରେ ଅବନତି ଘଟିଛି ।
I've hurt my big toe. ମୋ ପାଦର ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଛି।
All his teeth are intact. ତାଙ୍କର ସବୁ ଦାନ୍ତ ଠିକ୍ ଅଛି ।
He is blind in one eye. ତାର ଗୋଟିଏ ଆଖି କଣା ।
He is lame. ସେ ଛୋଟା ।
I often have constipation. ମୋର ପ୍ରାୟ ଝାଡ଼ା କଷ୍ଟ ରହିଛି ।
My digestion is bad. / My stomach is upset. ମୋର ପେଟ ଖରାପ।
Press my head gently. It's comforting. ଧିରେ ଧିରେ ମୋ ମୁଣ୍ଡ ଚିପି ଦିଅ | ଏହା ଦ୍ୱାରା ମୋତେ ଆରାମ ଲାଗୁଛି ।
His eyes are sore and watering. ତାର ଆଖି ଧରିଛି ଓ ପାଣି ବୋହୁଛି ।
His body is covered with boils.ତାର ଦେହସାରା ଫୋଟକା ବା ବଥ ହୋଇଛି ।
These days/Now days cholera has spread in the city.  ଆଜିକାଲି ସହରରେ ହଇଜା ବ୍ୟାପିଛି । Exercise is a panacea for all diseases. ବ୍ୟାୟମ ସବୁ ରୋଗର ମନୌଷଧ ଅଟେ ।
He has heart trouble.  ତାଙ୍କର ହୃଦୟ ରୋଗ ଅଛି ।
Medicine is bitter but it cures the patient. ଔଷଧ ପିତା କିନ୍ତୁ 'ରୋଗୀକୁ ଭଲ କରେ ।
Can you read the thermometer ?  ତୁମକୁ ଥର୍ମୋମିଟର ଦେଖି ଆସେ କି ?
Small pox and fever are raging in the city. ସହରରେ ବସନ୍ତ ଓ ଜ୍ୱର ବ୍ୟାପିଯାଉଛି ।
How long has your brother been down with fever? ଆପଣଙ୍କ ଭାଇକୁ କେବେଠାରୁ ଜ୍ଵର ହୋଇଛି ? Quinine is an effective remedy for malaria. କୁଇନାଇନ ମେଲେରିଆର ଏକ ଅବ୍ୟର୍ଥ ଔଷଧ ଅଟେ ।
I'm feeling feverish. ମୋତେ ଜ୍ଵର ଜ୍ବର ଲାଗୁଛି ।'
Consult a / some doctor. କୌଣସି ଡାକ୍ତରଙ୍କୁ ଦେଖାଅ ।
He has chronic fever. ତାର ଜ୍ଵର ପୁରୁଣା ।
His fever is down. ତାର ଜ୍ୱର ଛାଡ଼ି ଗଲାଣି ।
The lady recovered from her illness. ଭଦ୍ର ମହିଳାଙ୍କ ରୋଗ ଠିକ ହୋଇଗଲାଣି ।
Now the patient is out of danger. ଏବେ ରୋଗୀ ବିପଦରୁ ମୁକ୍ତ ଅଟେ ।
He is badly hurt. ତାକୁ ବହୁତ ଆଘାତ ଲାଗିଛି ।
You should exercise regularly. ଆପଣ ନିୟମିତ ବ୍ୟାୟାମ କରିବା ଉଚିତ୍ ।
Overwork has ruined his health. ଅଧିକ କାମ ଦ୍ୱାରା ତାଙ୍କର ସ୍ଵାସ୍ଥ୍ୟ ହାନି ହୋଇଛି ।
He has indigestion. ତାଙ୍କର ବଦହଜମୀ ହୋଇଛି ।
Mosquitoes are menace. ମଶାମାନେ ନାକେଦମ କରନ୍ତି ।
I have recovered from fever. ମୋର ଜ୍ୱର ଛାଡ଼ି ଗଲାଣି ।
He is not feeling well. ତାର ସ୍ଵାସ୍ଥ୍ୟ ଭଲ ନାହିଁ ।
He is a healthy child. ସେ ଗୋଟିଏ ସୁସ୍ଥ ପିଲା ।
I am suffering from some intestinal disorder. ମୋର ଅନ୍ତନାଡ଼ିରେ କିଛି ଖରାପ ହୋଇଛି । Prevention is better than cure. ଚିକିତ୍ସାଠାରୁ ପ୍ରତିଷେଧ ଭଲ ।
After luch sleep a while. After dinner walk a time. ଦିନରେ ଖାଇ ଶୋଇଯାଅ । ରାତିରେ ଖାଇ ଚଲାବୁଲା କର ।
She is in her period. ତାଙ୍କର ମାସିକ ଧର୍ମ ଚାଲିଛି ।
She is trying to reduce her weight. ସେ ନିଜର ଓଜନ କମାଇବାକୁ ଚେଷ୍ଟାକରୁଛନ୍ତି ।
 Waheeda is very weak. ୱାହିଦା ବହୁତ ଦୁର୍ବଳ ଅଟେ ।
Rani very weak. ରାଣୀ ବେଶୀ ଦୁର୍ବଳ ଅଟେ ।
Happiness is the best tonic/thing for health. ସ୍ଵାସ୍ଥ୍ୟପାଇଁ ଖୁସିରହିବା ସବୁଠାରୁ ଭଲ ଉପାୟ/ କଥା ଅଟେ