ପ୍ରଶ୍ନବାଚକ ତଥା ନକାରାତ୍ମକ ବାକ୍ୟ  (Interrogative-cum-Negative Sentences)

It is very hot today, isn't it? ଆଜି ବହୁତ ଗରମ ହେଉଛି, ନୁହେଁ କି ?
They are foreigners, aren't they?ସେମାନେ ବିଦେଶି ଅଟନ୍ତି, ନୁହେଁ କି ?
You weren't pleased, were you? ତୁମେ ଖୁସି ନ ଥିଲ, ନୁହେଁ କି ?
It will be Sunday tomorrow, won't it ? ଆସନ୍ତାକାଲି ରବିବାର ହେବ, ନୁହେଁ କି ?
We'll be ready soon, won't we? ଆମେ ଶୀଘ୍ର ପ୍ରସ୍ତୁତ ହୋଇଯିବୁ, ନୁହେଁ କି ? .
I can never forget it, can I? ମୁଁ ଏହା କେବେ ଭୁଲି ପାରିବି ନାହିଁ, ନୁହେଁ କି ?
 I won't be with you tomorrow, will I ?. ଆସନ୍ତାକାଲି ମୁଁ ତୁମ ସହିତ ରହି ପାରିବି ନାହିଁ, ନୁହେଁ କି ?
 We have met before, haven't we? ଆମେ ଆଗରୁ ମିଶି ସାରିଛୁ, ନୁହେଁ କି ?
You had finished your work, hadn't you ? ତୁମେ ତୁମର କାମ ଶେଷ କରି ସାରିଥିଲ, ନୁହେଁ କି ?
She hasn't learnt English, has she ? ସେ ଇଂରାଜୀ ଶିଖି ନାହାଁନ୍ତି, ନୁହେଁ କି ?
 You can speak English can't you ? ତୁମେ ଇଂରାଜୀ କହି ପାରିବ, ନୁହେଁ କି ?
Great men don't waste their time; do they ? ମହାପୁରୁଷମାନେ ସେମାନଙ୍କର ସମୟ ନଷ୍ଟ କରନ୍ତି ନାହିଁ, ନୁହେଁ କି ?
You should not talk like this, should you ? ତୁମେ ଏପରି କଥା କହିବା ଉଚିତ୍ ନୁହେଁ, ନୁହେଁ କି ?
How pleasant it is, isn't it? ଏହା କେତେ ସୁନ୍ଦର ଅଟେ, ନୁହେଁ କି ?
 You think yourself to be very clever, don't you? ତୁମେ ନିଜକୁ ଭାରି ଚାଲାକ୍ ଭାବୁଛ, ନୁହେଁ କି ? |
 She will reach here soon, won't she? ସେ ଏଠାରେ ଶୀଘ୍ର ପହଞ୍ଚିବ, ନୁହେଁ କି ?
She reached home late again, didn't she ? ସେ ପୁଣି ଘରେ ଡେରିରେ ପହଞ୍ଚିଲା, ନୁହେଁ କି ?
 We never forget our childhood, do we ? ଆମେ କେବେ ଆମର ପିଲାଦିନ କେବେ ଭୁଲି ପାରିବୁ ନାହିଁ, ନୁହେଁ କି ?