ନକାରାତ୍ମକ ବାକ୍ୟ (Negative Sentences) 

I do not know. ମୁଁ ଜାଣିନି ।
 I don't ask anything. ମୁଁ କିଛି ପଚାରୁନି ।
She does not come here. ସେ ଏଠାକୁ ଆସେ ନାହିଁ ।
We are not late today . ଆଜି ଆମର ଡେରି ହୋଇ ନାହିଁ ।
She wasn't in Delhi. ସେ ଦିଲ୍ଲୀରେ ନ ଥିଲେ ।
We didn't attend the lecture. ଆମେ ବକ୍ତୃତା ଶୁଣି ନ ଥିଲୁ ।
She doesn't have a son ତା’ର ଗୋଟିଏ ପୁଅ ନାହିଁ ।
 I didn't get the letter. ମୁଁ ଚିଠି ପାଇ ନ ଥିଲି ।
 They didn't have a conveyance. ସେମାନଙ୍କର ଗୋଟିଏ ଗାଡ଼ି ନ ଥିଲା ।
 Don't worry, father won't be angry. ବ୍ୟସ୍ତ ହୁଅନ୍ତୁ ନାହିଁ, ବାପା ରାଗିବେ ନାହିଁ ।
 Father won't be at home tomorrow. ଆସନ୍ତା କାଲି ବାପା ଘରେ ରହିବେ ନାହିଁ ।
 We shan't (shall not) be late tomorrow. ଆସନ୍ତା କାଲି ଆମେ ଡେରି କରିବା ନାହିଁ ।
I can't ride a motor cycle. ମୁଁ ମଟର ସାଇକେଲ ଚଲାଇ ପାରିବି ନାହିଁ ।
You must not drive the car on the footpath. ଫୁଟପାଥ ଉପରେ ଆପଣ କାର୍ ଚଳାଇବା କଥା ନୁହେଁ ।
I couldn't reach in time day before yesterday. ଗତକାଲିର ପୂର୍ବଦିନ ମୁଁ ଠିକ୍ ସମୟରେ ପହଞ୍ଚି ପାରିଲି ନାହିଁ ।
You needn't go there. ଆପଣଙ୍କର ସେଠାକୁ ଯିବା ଦରକାର ନାହିଁ ।
No problem, କିଛି ଅସୁବିଧା ନାହିଁ ।
 Now we shouldn't close our shop, should we ? ଏବେ ଆମକୁ ଦୋକାନ ବନ୍ଦ କରିବାକୁ ପଡ଼ିବନି, ପଡ଼ିବ କି ?