(Person & Age) ବ୍ୟକ୍ତି ଓ ଆୟୁଷ

 Your name please ? / What is your good name? - ଆପଣଙ୍କ ନାମ ?  
Please introduce yourself? ଦୟକରି ନିଜର ପରିଚୟ ଦିଅନ୍ତୁ ।
What is your age? / How old are you? ଆପଣଙ୍କ ବୟସ କେତେ ?
I have just completed twenty. ମୋର ଏବେ କୋଡ଼ିଏ ବର୍ଷ ପୁରିଲା ।
You are older / Younger than me? ଆପଣ ମୋ ଠାରୁ ବଡ଼/ସାନ ଅଟନ୍ତି ।
I am a bachelor ମୁଁ ଅବିବାହିତ ଅଟେ ।
She is married. ସେ ବିବାହିତା ଅଟନ୍ତି ।
She has only two daughters. ତାଙ୍କର କେବଳ ଦୁଇଟି ଝିଅ ଅଛନ୍ତି ।
What is your father / What does your father do? ଆପଣଙ୍କ ବାପା କଣ କରନ୍ତି ? |
He has retired from Government service. ସେ ସରକାରୀ ଚାକିରୀରୁ ସେବା ନିବୃତ୍ତ ହୋଇଛନ୍ତି ।
He looks aged. ତାକୁ ଅଧିକ ବୟସ ଜଣାପଡୁଛି ।
He has white hair. ତାଙ୍କର ବାଳ ଧଳା ଅଟେ।
Yes it is. ହଁ ।
How many brothers do you have? ଆପଣଙ୍କର କେତେ ଭାଇ ଅଛନ୍ତି ?
How many sisters do you have? ଆପଣଙ୍କର କେତେ ଭଉଣୀ ଅଛନ୍ତି ?
Our eldest brother lives separately. ଆମର ସବୁଠାରୁ ବଡ଼ ଭାଇ ଅଲଗା ରହୁଛନ୍ତି ।
He is just a kid. ସେ ଗୋଟିଏ ଛୋଟ ପିଲା ।
You look younger than your age. / You look young for your age. ଆପଣଙ୍କ ବୟସ କମ ଜଣାପଡୁଛି ।
My brother is sixteen years old. ମୋ ଭାଇ ଷୋଳ ବର୍ଷ ବୟସର ଅଟେ ।