କ୍ରିୟା / ଅନ୍ୟ ଶବ୍ଦ ସହିତ ଆବଶ୍ୟକ (Prepositions)ର ପ୍ରୟୋଗ
From
The boy was absent from school. ବାଳକ ବିଦ୍ୟାଳୟରେ ଅନୁପସ୍ଥିତ ଥିଲା ।
You must avoid smoking. ଆପଣ ଧୂମ୍ରପାନଠାରୁ ଦୂରେଇ ରହିବା ଉଚିତ୍ ।
My uncle has come from Assam. ମୋ କକା ଆସାମରୁ ଆସିଛନ୍ତି ।
He prevents/stop me from going there. ସେ ମୋତେ ସେଠାକୁ ଯିବାକୁ ମନା କରନ୍ତି |
By
His company is progressing by leaps and bounds. ତାଙ୍କ କମ୍ପାନୀ ଦିନକୁ ଦିନ ଉନ୍ନତି କରୁଅଛି ।
I was accompanied by my father. ମୋ ବାପା ମୋ ସାଙ୍ଗରେ ଥିଲେ ।
Please don't get disturbed by this news. ଏହି ଖବରରେ ବ୍ୟସ୍ତ ହୁଅନ୍ତୁ ନାହିଁ ।
He was highly amused by my story. ମୋ କାହାଣୀ ଶୁଣି ସେ ବହୁତ ଆନନ୍ଦିତ ହେଲେ ।
This packet should reach Mumbai by Monday. ଏହି ପ୍ୟାକେଟ ସୋମବାର ସୁଦ୍ଧା ମୁମ୍ବାଇରେ ପହଞ୍ଚି ଯିବା ଉଚିତ୍ ।
With
You don't know how to deal with others. ତୁମେ ଅନ୍ୟମାନଙ୍କ ସହିତ କିପରି ବ୍ୟବହାର କରିବାକୁ ହୁଏ ଜାଣିନାହିଁ ।
We should be accquainted with the English language. ଆମେ ଇଂରାଜୀ ଭାଷା ସହିତ ପରିଚିତ ହେବା ଉଚିତ୍ । ।
He was gifted with a telent for painting. । ତାଙ୍କର ଚିତ୍ରକଳାରେ ପ୍ରତିଭା ଥିଲା ।
We got fed up with his behaviour. ଆମେ ତାଙ୍କ ବ୍ୟବହାରରେ ଅତିଷ୍ଠ ହେଲୁ ।
My boss was pleased with me. ମୋ ଅଧିକାରୀ ମୋ ଉପରେ ଖୁସି ଥିଲେ ।
In
In He was absorbed/busy in his work. ସେ ନିଜ କାମରେ ମଗ୍ନ ଥିଲେ ।
Shiela is deaf in one ear. . ଶିଲାର ଗୋଟିଏ କାନ ବଧିର ଅଟେ ।
You must be polite in your behaviour. ତୁମେ ତୁମ୍ଭର ବ୍ୟବହାରରେ ନମ୍ର ହେବା ଉଚିତ୍ ।
He is well versed in music. : ସେ ସଙ୍ଗୀତରେ ପ୍ରବୀଣ ଅଟନ୍ତି ।.
Of
He was sure of success. ତାର ସଫଳତା ଉପରେ ପୁରା ଭରଷା ଥିଲା |
He is fully aware of his weakness. ସେ ତାର ଦୁର୍ବଳତାକୁ ଭଲ ଭାବରେ ଜାଣେ ।
He is fond of mangoes. - ତାକୁ ଆମ୍ବ ଭାରି ଭଲ ଲାଗେ ।
He reminds me of his brother. ତାକୁ ଦେଖିଲେ ମୋର ତାର ଭାଇ କଥା ମନେ ପଡ଼େ ।
It's matter of great honour for me. ଏହା ମୋପାଇଁ ବଡ଼ ସମ୍ମାନର କଥା ଅଟେ ।
For
Is she preparing/studying for the test. ସେ କ’ଣ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି କି ?
I always care for him. ମୁଁ ସର୍ବଦା ତାର ଯତ୍ନ ନେଉଅଛି ।
He apologized to me for his misbehaviour. ସେ ନିଜର ଦୁର୍ବ୍ୟବହାର ଲାଗି ମୋତେ କ୍ଷମା ମାଗିଲା । He'll have to account for the money. ତାକୁ ପଇସାର ହିସାବ ଦେବାକୁ ପଡ଼ିବ ।
To
He is addicted to smoking. ସେ ଧୂମ୍ରପାନରେ ଅଭ୍ୟସ୍ତ ହୋଇ ଯାଇଛି ।
He acted contrary to the rules, ସେ ନିୟମ ବିରୁଦ୍ଧ ଆଚରଣ କଲେ ।
Some people prefer wealth to health. କେତେକ ଲୋକ ସ୍ୱାସ୍ଥ୍ୟହାନି ଘଟାଇ ପଇସା ରୋଜଗାର କରନ୍ତି । He refered the matter to the higher authorities. ସେ ଘଟଣାକୁ ଉଚ୍ଚ ଅଧିକାରୀଙ୍କ ପାଖରେ ଉପସ୍ଥାପନ କଲେ ।
Into
The police inquired/looked into the matter. ପୁଲିସ ଘଟଣାର ତଦନ୍ତ କଲେ ।
We put our books into our bags. ଆମେ ଆମ ବହିଗୁଡ଼ିକୁ ନିଜ ମୁଣିରେ ରଖିଲୁ ।
He went into the room. ସେ କୋଠରୀ ଭିତରକୁ ଗଲା |
Against
I always warn you against your enemies. ମୁଁ ତୁମକୁ ତୁମର ଶତ୍ରୁଙ୍କ ବିରୁଦ୍ଧରେ ସର୍ବଦା ଚେତାଇ ଦେଉଛି । ;
The doctor warned him against working too . ଡାକ୍ତର ତାଙ୍କୁ ଅଧିକ କାମ ବିରୁଦ୍ଧରେ ଚେତାଇ ଦେଲେ ।
On
His criticism is not based on facts. ତାଙ୍କର ସମାଲୋଚନା ତଥ୍ୟ ଉପରେ ଆଧାରିତ ନୁହେଁ ।
Whey are you bent on going there? ଆପଣ ସେଠାକୁ ଯିବାପାଇଁ କାହିଁକି ଯିଦ୍ କରୁଛନ୍ତି ? . ;
We cannot rely on him. ଆମେ ତାଙ୍କ ଉପରେ ଭରଷା କରି ପାରିବା ନାହିଁ ।
Over
Snow/ice is scattered over the road. ସଡ଼କ ଉପରେ ବରଫ ବିଛାଡ଼ି ହୋଇ ପଡ଼ିଛି ।
The bridge is over the river. ନଦୀ ଉପରେ ପୋଲ ଅଛି ।
About
The mother is worried about her son's health. ମା’ ତାର ପୁଅର ସ୍ଵାସ୍ଥ୍ୟ ବିଷୟରେ ଚିନ୍ତିତ ଅଟେ ।
She was enquiring about Seema. ସେ ସୀମା ବିଷୟରେ ପଚାରୁଥିଲା।