One who talks big out but does little. 
• ବହୁତ କହେ କିନ୍ତୁ କାମ କରେ କମ୍ । 
Talk big but work less. 
• କାର୍ଯ୍ୟହି ମନୁଷ୍ୟକୁ କାରିଗର ବା ଶିଳ୍ପୀ କରେ । 
It is work that makes a workman. 
• କଙ୍କଡ଼ାକୁ ଗୋଳିପାଣି ସୁହାଏ । 
To fish in the trouble water.
• କଣା ମାମୁଠାରୁ ନାହି ମାମୁ ଭଲ । 
Better an empty house than an illtenant. 
• କର ଭାର ପ୍ରକୃତ ଅନୁଭବି ଜାଣେ ବା ଜଣେ ଅନ୍ୟ ଜଣକର କଷ୍ଟ ଜାଣିପାରେ ନାହି । 
No one knows this weight of another's burden. 
• କାମ ଶୀଘ୍ର ସାରିବା ଭଲ । 
Better today than tomorrow. 
• କଳହ ପୁନର୍ଜୀବିତ କରିବା ଭଲ ନୁହେଁ ।
Let sleeping dogs lie.
କଳସୀର ଜଳ ଗଡ଼ଉ ଗଡ଼ଉ ଯାଏ ।
Drop by drop the lake is drained out. 
• କଦଳୀ ଭେଳାରେ ସମୁଦ୍ର ପାର ହେବା । 
To sail over the sea in an egg or in a nutshell.
କୁଆର ମାଂସ କୁଆ ଖାଏନା । 
One raven will not pluck another's eyes. 
• କମେଇଁ ନାହିଁକି କାର୍ଯ୍ୟ ନାହିଁ । 
No work, no leisure.
• କାଞ୍ଚନ ଦେଇ କାଚ କିଣା ।
To pay too dear for one's whistle. 
• କଳଙ୍କ ଶୂନ୍ୟ ଚନ୍ଦ୍ର ଦେଖାଯାଏ ନାହିଁ । 
No rose without thorns. 
• କାରଣ ବିନା କାର୍ଯ୍ୟ ହୁଏନା । 
There can be no effect without a cause. 
• କମ୍ପାନିକା ମାଲି ଦରିଆ ମେଡାଲ । 
To make free with public property. 
• କଣା ପୁଅର ନାମ ପଦ୍ମଲୋଚନ । 
Appearances are deceptive.
• କଣାଗୋରୁ ବ୍ରାହ୍ମଣକୁ ଦାନ । 
To make sacrifice of a diseased sheep. 
• କେଉଁ ଠାବର ପାଣି କେଉଁଠି ଅଛି । 
Let us wait too see the conclusion. 
• କିମାଶ୍ଚର୍ଯ୍ୟ ମତଃ ପରମ୍। 
It is passing strange. 
• କାହାର ଶ୍ରାଦ୍ଧ କିଏ କରେ ବ୍ରାହ୍ମଣ ମରେ | 
What is everybody's business is no-body business.
• କମାର କାର୍ଯ୍ୟ କୁମ୍ଭାକାର ସାଜେନା । 
Cobbler should stick to his isat. 
• ଖାଲି ଘରେ କୁକୁର ବ୍ରହ୍ମା । 
When the cat is away, the mice will play.
• ବାଘ ଘରେ ମିରିଗ ନାଟ ।
When the master is away, the servants will do as they . please. 
• ବିଲେଇ ଗଲାପରେ ମୂଷାମାନେ ଡିଆଁ ମାରନ୍ତି । |
A wolf in the lion's den. ? 
• ଖାଇଲା ପିଇଲା ଘରର ପିଲା ରଙ୍କ । 
Plenty is the father of want
• ମନୁଷ୍ୟ ଯେତେ ପାଏ ସେତେ ଚାହେଁ ।
The more one gets, the more one wants. 
• ଖୋଳ ପର୍ବତ ମାର ମୁଷା ।
Much a do about nothing. 
• ନାମ ମୋଟ ଗ୍ରାମ 'ଛୋଟ ।
Much cry and little work. 
• ବହୁଆଡ଼ମ୍ବର ଲଘୁକ୍ରିୟା । |
Much bruit, little fruit. 
• ତୁଣ୍ଡ ନରେନ୍ଦ୍ର ପିଠି ଦରୀଦ୍ର । 
A mountain bribging forth a mouse. 
• ଦିଲ୍ଲୀକା ଲଡୁ ଯୋ ଖାୟା ସୋ ପସ୍ତାୟା, ଯୋ ନ ଖାୟା ସୋଭି ପସ୍ତାୟା । 
A wish gained or lost, leaves one unsatisfied in either case. 
• ପର୍ବତରେ ମୂଷିକ ପ୍ରସବ |
A great fuss about nothing.
• ପ୍ରଭାତେ ମେଘମ୍ବର । 
Creat cry and little wool. 
• ନାମ ବଡ଼ା, କାମ ଥୋଡ଼ା । 
Attractive allurement. 
• ଖାଆନ୍ତେ ଖାଆନ୍ତେ ପିତା 'ମଧୁର, କରନ୍ତେ କରନ୍ତେ କାମ ସୁନ୍ଦର । 
Practice makes a man perfect, 
• ଲେଖୁ ଲେଖୁ କରଣ, ଗାଉ ଗାଉ ଗାୟକ | 
Constant application conquers difficultie's. 
• ଖରାପ ଅଭ୍ୟାସ ଚଞ୍ଚଳ ବଢେ । 
III weeds grow apace. 
• କୂଅଭ୍ୟାସ ଶୀଘ୍ର ବ୍ୟାପେ ।
Bad habits grow faster. 
• ଖୋଷାମଦ ନିର୍ବୋଧମାନଙ୍କର ଖାଦ୍ୟ ।
Flattery is the food of fools. 
• ଖୋଷାମଦିଆମାନେ ପ୍ରାୟ ମିଛୁଆ । 
Flatterers are liars. 
• ଖୁସି ମନରେ ଦାନ ଦେଲେ, ସେ ଦାନର ମୁଁ ଦୁଇଗୁଣ ବଢ଼ିଯାଏ ।
A gift with a kind countance is a couble gift. 
ଖାଲ କରି କୁମ୍ଭୀର ଆଣିବା ।
To bring on calamity by one's own im rudence.
• ଖୁଚୁରା କାର୍ଯ୍ୟରେ ମଜୁରି ନାହିଁ । 
Piece work is ill paid. 
• ଖଳର ଅଳର ଅଭାବ ହୁଏ ନାହିଁ । 
He that waits to beat a dog will easily find a stick,
• ଖୁସି ଖବର ମିଥ୍ୟ ଭଲ ।
Good news is good, even if it proves false.
• ଖାଇବ ନାହିଁ କି ଖୁଆଇ ଦେବ ନାହିଁ । 
Adog is the manager.
• ଖରାପ କାମ କଲେ ଖରାପ ହେବ । 
Do evil and look for like. 
• ଖରାପ କାମ କରି ଭିଲ ଫଳ ଆଶା କରିବା ।
Gather thistles and expects pickles. 
• ଗାଁ କନିଆଁ ସିଙ୍ଘାଣି ନାକୀ ।
Familiarity breeds contempi.
• ପ୍ରତିଭାଶାଳୀ ବ୍ୟକ୍ତି ନିଜ ଗାଁରେ ପୂଜା ପାଏ ନାହିଁ ।
A prophet is not honoured in his own country.
• ଗୁପ୍ତକାମ କେବେହେଲେ ଛପି ରହିପାରେନା । 
Murder vill out. 
• ସତ୍ୟ କେବେ ଲୁଚି ରହେନା । 
Murder has no tongul, but it will someday speak. 
• ଧର୍ମର ବାଜା ଆପେ ବାଜେ । 
Truth will come out. 
• ଗୋଟିଏ ମିଛ ଘୋଡ଼ାଇବାକୁ ହେଲେ ଅନେକ ମିଛ କହିବାକୁ ପଡ଼େ ।
One lie makes many.
• ଗଢ଼ିବାକୁ ଯେତେ ସମୟ ଲାଗେ, ଭାଙ୍ଗିବାକୁ ସେତେ ସମୟ ଲାଗେନା ।
One is not so soon healed as hurt. 
• ଗୌରବ ଦେଇ ଗୌରବ ନିଅ |
 You salute, you will be saluted. 
• ନିଜ ସମ୍ମାନ ନିଜ ହାତରେ । 
Respect yourself, you will be respected. 
• ଗରୀବ ମାଇପ ସବୁରି ଶାଳୀ । 
Every poorman is counted a fool.
• ଗୋଦରା କୋଡ଼େ ଯେତେ ମାଡ଼େ ସେତେ । 
He is marching time. 
• ପାଣି ନଉତିରେ ସହସ୍ର କଣା । 
His pocket is full of holes.
• ଗ୍ରାମଗୁଡ଼ିକ ଭାରତର ଆତ୍ମାପରି । 
Villages are the souls of India. 
• ଜ୍ଞାନୀ ଲୋକକୁ ଗୋଟିଏ ଶବ୍ଦ ମଧ୍ୟ ଯଥେଷ୍ଟ । 
A word is enough to the wise.
• ଜ୍ଞାନ ସମ୍ପରିଠାରୁ ବଡ଼ |
। knowledge is greater than wealth.
ଗଣ୍ଡଗୋଳ ପରେ ଶାନ୍ତି ଆସେ । 
After discord, there must be concord. 
• ଗୋଟିଏ ଛୁଞ୍ଚଦ୍ଵାରା ଗୋଟିଏ ବିରାଟ ପର୍ବତକୁ ଓଲଟାଇବା ସହଜ ହୋଇପାରେ କିନ୍ତୁ ମଣିଷ ହୃଦୟରୁ ଗର୍ବର ମୁଳୋଟ୍ଟନ କରିବା ସମ୍ଭବପର ନୁହେଁ । 
It is to uproot a mnuntain by the help of a needle but it is difficult to eradicate pride from the heart of man.
• ଗୁଣ ବିହୀନ ସୌନ୍ଦର୍ଯ୍ୟ ଗନ୍ଧ ବିହୀନ ପୃଷ୍ଣ ପରି । 
Beauty without virtue is like a fiuwer without fragrance. 
• ଗର୍ବ ଓ ପ୍ରତିଷ୍ଠା ଚରମ ସୀମାରେ ଉପନୀତ ହେଲେ ପତନ ହୁଏ । 
He who rises in glory, sinks in pride. 
• ଗରୀବ ଲୋକ ଖାଦ୍ୟ ଖୋଜେ; କିନ୍ତୁ ଧନୀ ଲୋକ ଭୋକ ଖୋଜେ । 
The poor seek for food, the rich for appetite. 
• ଗୋଡ଼ ଚଳିଲେ ପେଟ ଚଳେ । 
No miles, no meals. 
• ଜ୍ଞାନୀ ଗୁଣ ଚାହେଁ, ଅଜ୍ଞାନୀ ଧନ ଚାହେଁ । 
The foolish seek for wealth, the wise for perfe tions. 
• ଗୋଇଠା ମାରି ବିଷ୍ଣୁ କରିବା । 
Break my head and then give me a plaster. 
• ଗତ ଶୋଚନା ନାୟି ।
Let bygones be bygones,
• ଗଲାକଥା ଭାବି ଲାଭ ନାହି । 
Let the past bury in dead. 
• ଅତୀତ ବିଷୟରେ ଅନୁଶୋଚନା କରି ଲାଭ କ'ଣ? 
Do not cry over the spilt milk. 
• ଯାହା ଚାଲିଯାଏ, ତାହା ଆଉ ଫେରେନା । 
Let the dead past bury its dead. 
• ଚାଲି ଯାଇଥିବା ସମୟ ଫେରି ଆସେନା । 
It is no use crying over spilt milk. ।
• ଗୁଲିଖଟି ଗପ । 
Cock and bull story.
• ଗଙ୍ଗା ଜଳେ ଗଙ୍ଗା ପୂଜା ।
To make a gift at the cost of the owner.
• ଗଜଭୁକ୍ତ କଇଥ ପରି ।
As empty as a wood-apple eaten into by worms.
• ଗଳାରେ ଗାମୁଛା ଦେବା । 
To use coercive methods. 
• ଗଳା ତଳକୁ ଗଲେ ଆଉ ମନେ ରହେନା । 
Eaten bread is soon forgotten. 
• ଗୋଳମାଳ ମଧେ, ଚଣ୍ଡୀ ପାଠ |
To take advantage of confusion. 
• ଗୋବରରେ ପଦ୍ମ ଫୁଲ | 
A primrose on a dunghill.
• ଗୁରୁନିନ୍ଦା ଅଧୋଗତି । 
Whoever calumniates is his preceptor is damned. 
• ଗରୀବର କଥା ବାସୀ ହେଲେ ମିଠା ଲାଗେ । 
Nobody listens to the advice of an ordinary man, however good it may prove in the long run. 
• ଗଛ ନ ଉଠୁଣୁ ଏକ କାଳି । 
To count one's chickens before they are hatched. 
• ଗାଈ ପେଟରୁ ଘୋଡ଼ା ହୁଏ ନାହିଁ । 
You can not rake a silk purse out of sow's ear. 
• ଗୃହିଣୀ ଗୃହମୁଚ୍ୟତେ ।
The housewife makes the house. 
• ଗୋଟିଏ ଚାଉଳରେ ଗଢ଼ା ।
Paragon of beauty ।
 • ଗୋସେଇଁ ଗଲେ ଫାଣ୍ଡିକି, ଗୋଢି ଆଣିଲେ ଗାଣ୍ଡିକି । 
Count trouble. 
• ଗୋବର ଗଣେଶ । 
Worth less. 
• ଜ୍ଞାନ ଯେ କୌଣସି ସମୟରେ ଆହରଣ କରାଯାଏ । 
It is never too late to learn. 
• ଘର ପୋଡ଼ିରୁ କୁଟାଖିଅ ମିଳିଲେ ଭଲ । 
Something is better than nothing.
• ଘର ପୋଡ଼ିରୁ ଅଳ୍ପ ମିଳିଲେ ଭଲ ।
Half a loaf is better than no loaf or bread.
• ସର୍ବନାଶ ସୁଳରେ ଅଳ୍ପ ମିଳିଲେ ଶ୍ରେୟ ।
Half a meal is better than none. ।
• ଲୋକମାନେ କେବେହେଲେ ପ୍ରକୃତ ଭକ୍ତିକୁ ବୁଝିପାରନ୍ତି ନାହିଁ, ଅପରପକ୍ଷରେ ସେମାନେ ବୃଥା ପ୍ରଶଂସାକୁ ଗୁରୁତ୍ବ ଦେଇଥାଆନ୍ତି । 
People never understand the true devotion. They always give importance to showy praises. 
• ଲଘୁ ପାପେ ଗୁରୁ ଦଣ୍ଡ । । 
A severe punishment for a menial offence. 
• ଲୋଭେ ପାପ, ପାପେ ମୃତ୍ୟୁ । 
Avarice begets sin and sin begets death. 
• ଲକ୍ଷେ ଟଙ୍କାର ବ୍ରାହ୍ମଣ ଭିକାରୀ । 
The sea complains of its lack of water. 
• ଲାଭ ଗୁଡ଼ ପିମ୍ପୁଡ଼ି ଖାଏ ।. 
Quick returns make rich merchants. 
• ଲୋଭ ହିଁ ଅନର୍ଥର ମୂଳ କାରଣ ।
Avarice is the root of all evils. 
• ଲୁଗା ନାହିଁ କି ପଘା ନାହିଁ । 
Out of hands. 
• ଲେଖିବୁ, ପଢ଼ିବୁ, ମରିବ, ଦୁଃଖେ ଚାଷ ଚଷିବୁତ ରହବୁ ସୁଖେ । 
Cultivation should be the main occupation. 
• ଲୋକର ଯେବେ ଦୁର୍ଭାଗ୍ୟ ପଠଡ, ଯେଉଁ ଡାଳ ଧରେ ସେହି ଡାଳ ଛିଡ଼େ । 
Who is born in misfortune stumbles as he goes,
ଲୁହା ଚଣା ଚୋବାଇବା । 
Hard nut to crací. 
• ଶରୀଣ କ୍ଷଣ ବିଧ୍ୱସୀ କନ୍ଧାନ୍ତ ସ୍ଥାୟିନୋ ଗୁଣା । 
Life is fleeting, but virtue lasts.
• ଶରୀରଂ ବ୍ୟାଧ ମନ୍ଦିରଂ । 
The body is the seat of all diseases, 
• ଶରୀର ନାମ ମହାଶୟ ଯା ସଭାୟାବେ ତାହିସୟ । 
We first make our habits and then our habits make us.
• ଶାପେ ବର । 
A bleassing in disguise.