Misfortune never comes alone. 
• ବୁଡ଼ିଗଲା ଗୋଡ଼ ତଳକୁ ତଳକୁ । 
When sorrows come, they come no single but in battalions. 
• ବୁଭୁକ୍ଷିତଃ କିଂ ନ କରୋତି ପାପ? 
A hungryman knows no law.
• ବିନା ବାଧାବିଘ୍ନରେ କୌଣସି ଭଲକାର୍ଯ୍ୟ ସମ୍ପନ୍ନ ହୁଏନା ।
A good deed is never accomplished without many hitches.
• ବିପଦଦ୍ୱାରା ବନ୍ଧୁତ୍ୱର ପରୀକ୍ଷା ହୁଏ ।
Misfortune proves our friends.
• ବଣିଜେ ବସତେ ଲକ୍ଷ୍ମୀ ।
Trade is the mother of fortune. 
• ବରଘର ମାଉସୀ, କନ୍ୟାଘର ପିଉସୀ । 
To hunt with the hound and to fly with the hare.
ବିରାଡ଼ି ବୈଷ୍ଣବ ବା (ବକ ଧାର୍ମିକ) ।
Wolf in sheep's clothing, ।
• କାନ୍ଧରେ ପଡ଼ିଲେ ସମସ୍ତେ ବଜାଇ ଶିଖନ୍ତି ।
It is the place that shows the man. 
• ବାହାପିଆକୁ ବିଶ୍ୱାସ ନାହିଁ । 
Put no faith in tale bearers. 
• ବଡ଼ ବଡ଼ ଗଲେ ଫସଫାଟି, ସାନ ଆସିଛି ବେସର ବାଟି । 
Fools rush in where, angles fear to tread.
• ବଡ଼ ବଡ଼ ହାତୀ ବୁଡ଼ି ମରନ୍ତି, ଗଧ ପଚାରୁଛି ପାଣି କେତେ । 
To mend nature. 
• ବହୁତ ଦିନ ବଞ୍ଚିବାକୁ ହେଲେ ବହୁତ ସହିବାକୁ ହୁଏ । 
Alonglife hath long miseries.
• ବଢ଼ିପରେ ବଢ଼ି ଆସେ । 
It never rains but pours. 
• ବାମନ ହୋଇ ଚାନ୍ଦକୁ ହାତ ବଢ଼ାଇବା | 
A wild goose chase. 
• ବୁଦ୍ଧି ନ ଦିଲେ ଘରକୁ, କହି ଦେଉଥାଇ ପରକୁ ।
Doctor, thy cure yourself. 
• ବହୁତ ପ୍ରତିଜ୍ଞା କରନ୍ତି, କମ୍ ପ୍ରତିଜ୍ଞା ରକ୍ଷା କରନ୍ତି । 
Many make promises but few keep them. 
• ବିଦ୍ୟା ଗୋଟିଏ ବହୁମୂଲ୍ୟ ରତ୍ନ ।
Learning is a priceless treasure. 
• ବିପଦ ମଣିଷକୁ ଜ୍ଞାନୀ କରେ । 
Adversity makes a man wise.
• ବିପଦ ମଣିଷର ସାଥୀ ।
Adversity makes a man wise.
• ବିପଦ ମଣିଷର ସାଥୀ ।
Danger is the companion of man.
• ବିଦ୍ୟାର ସାଗର ଅତଳ ଓ ଅସୀମ ।
The ocean of learning is unfathornable and unlimited.
• ବିନୟରେ ସମସ୍ତେ ବଶ ହୁଅନ୍ତି । 
All doors open to courtesy 
• ବ୍ୟବହାର ଗୋଟିଏ ଦର୍ପଣ ଯାହା ସାହାଯ୍ୟରେ ମଣିଷ ତା’ର ପ୍ରତିବିମ୍ବ ଦେଖାଇ ପାରେ । 
Behaviour is a mirror by which one can show his image. 
• ବରଂ ପୁତ୍ର ନ ହେବା ଭଲ, ମୁର୍ଖ ପୁତ୍ର ହେବା ଆଦୌ ଭଲ ନୁହେଁ । 
Better have no son at all than an iliterate one.
• ବିପଦ ସାହସ ଆଣି ଦିଏ ।
 Danger calls forth fortitude.
• ବାଲ୍ୟାବସ୍ଥା ମଣିଷର ପୁଷ୍ପସଦୃଶ ।
Childhood is the flower of man.
• ବିଶ୍ରାମ ଗୋଟିଏ ଚମତ୍କାର ଔଷଧ । 
Rest is a fine medicine.
• ବିପଦ ଜୀବନର ମସଲା । 
Anger is the spice of life. 
• ବିପଦ ମଣିଷ ଚିହ୍ନାଇ ଦିଏ | 
Adversity introduces a man to himself.
• ବହୁତ ଭାବ, ଅଳ୍ପ କୁହ ।
Think much, speak little.
• ବିପଦ ସର୍ବ ପ୍ରଧାନ ଶିକ୍ଷକ । 
There is no education like adversity.de 
• ବଡ଼ ହେବାକୁ ଇଚ୍ଛାକଲେ ପ୍ରଥମେ ଛୋଟି ହୁଅ । 
If you want to be great, be low at first. 
• ବଡ଼ ହେବ ତ ଛୋଟ ହୁଅ । 
Lowliness is young ambition's ladder.
• ବହୁତ ଶୁଣ, ଅଛି କୁହ ।
Hear much, speak little.
• ବସୁଧୈବ କୁଟୁମ୍ବକମ୍ ।
One in all and all in one.
• ବିନା ମେଘେ ବଜ୍ରପାତ  ।
A bolt from the blue.
• ମଥାୟ ଆକାଶ ଭାଙ୍ଗି ୟାପଡ଼ା । 
An unexpected disoster. ।
• ବିବେକ ପ୍ରତ୍ୟେକ ମଣିଷ ଦେହରେ ଈଶ୍ବରଙ୍କ ଉପସ୍ଥିତ । 
Conscience is God's presence in man.
• ବାଘ ଛେଳି ଏକ ତୁଠରେ ପାଣି ପିଇବା । 
Perfect and peaceful administration. 
• ବନ୍ଦେ ମାତରମ୍ । 
I salute thee, oh mother! 
• ବୋବାର ଶତୁ ନାହି । 
A dumb has no enemy.
• ବିଦୁରର ଖୁଦ । 
An humble gift made by a poor man with a sincere heart.
• ବି ଯଦି କରେ ମନ, ତୁଷ୍ଟ ହତେ କତକ୍ଷଣ । 
When God will, all winds bring rain. 
• ବୁଢ଼ାପକ୍ଷୀ ପୋଷା ମାନେନା । 
An old dog learns no trick. 
• ଅକଳେ ପଡ଼ିଛି ଭାଲୁ କୁଆଡ଼େ ପେଲୁଛି ପେଲୁ । 
Little birds may peack a deadlion. 
• ବୈତରଣୀ ପାର ହେବା । 
To cross the stygian ferry. 
• ବାର ମାସେ ତେର ପର୍ବ । 
A succession of festivities all the year round. 
• ବଳବୁଦ୍ଧି ଭରସା, ଚାଳିଶି ହୋଇଲେ ଫରସା । 
If a man does not attain wisdom, at the age of forty, he will  never be wise. 
• ବର୍ବରସ୍ୟ ଧନ କ୍ଷୟ । 
A fool and his money are parted soon. 
• ବାନର ହାତେ ଘଣ୍ଟା । 
• To put a naked sword in a mad man's hand. 
• ବଡ଼ ଲୋକର ବଡ଼ କଥା । 
Bigman have their own ways of life. 
• ବଡ଼ ଘର ବଡ଼ ଗୁମର କଥା । 
It is different matter with the rich. 
• ବାଳକର ରୋଦନ ହିଁ ବଳ । 
Children can only, cry to get their wishes fulfilled.
• ବୁଦ୍ଧି ଯେଉଁଠି ବଳ ସେଇଠି ।
Knowledge is power.
• ଜ୍ଞାନ ହି ପ୍ରକୃତ ବଳ । 
To be ignorant is to be weak. 
• ବାହାଘର ବେଳେ ବାଇଗଣ ରୁଆ । 
To sow seeds at the time of harvest.
• ପିଲା ନ କାନ୍ଦିଲେ ମା' କ୍ଷୀର ଦିଏ ନାହି ।
Ask, Ask the thing is given.
• ପ୍ରଥମ ଉଦ୍ୟମ କଷ୍ଟକର ।
The first dip is aweful.
ପ୍ରତ୍ୟେକ ରୋଗର ଔଷଧ ଅଛି । 
There is a slate for every son. 
• ପରୀକ୍ଷା ଗୋଟିଏ ଖେଳ, ଯେଉଁଥିରେ ପରୀକ୍ଷାର୍ଥୀମାନେ ଖେଳାଳି, ପରୀକ୍ଷା । 
ହଲ୍ ଖେଳପଡ଼ିଆ ଓ ଈଶ୍ଵର ଖେଳ ଶିକ୍ଷକ ।
Examination is a game where the examinees are players, the examination-hall is the play-ground and God is the game teacher. 
• ପରୀକ୍ଷା ଏକ ଆକସ୍ମିକ ଘଟଣା, ଯେଉଁଥିରେ ଭଲ ପିଲାମାନେ ମଧ୍ୟ ଫେଲ୍  ହୁଅନ୍ତି ଓ ଖରାପ ପିଲାମାନେ ପାଶ୍ କରନ୍ତି ।
Examination is a chance in which some good students fail and bad students pass. 
• ପରୀକ୍ଷା ଦ୍ୱାରା ଜ୍ଞାନ ମାପି ହୁଏ ନାହିଁ । 
Examination is not a balance of knowledge. 
• ପୃଥିବୀ ଗୋଟିଏ ବିରାଟ କାରଖାନା ଯେଉଁଥିରେ ସମସ୍ତ ପୃଥିବୀବାସୀ କର୍ମଚାରୀ । 
The world is a huge factory where the people are workers. 
• ପର୍ଯ୍ୟଟନର ପ୍ରକୃତ ମୂଲ୍ୟ ଅତୁଳନୀୟ । 
Practical value of travelling is unparalled.
• ପ୍ରତିଦିନ ଗୋଟିଏ ଲେଖାଏଁ ଲେମ୍ବ ଖାଇଲେ ଡାକ୍ତରଙ୍କର ସାହାଯ୍ୟ ନେବାକୁ ପଡ଼େ ନାହିଁ । 
A lemon a day keeps the doctor away. 
• ପୁସ୍ତକ ଅମର । 
The book is immortal. 
• ପିଲାମାନେ ଗରୀବ ଲୋକର ସମ୍ପତ୍ତି । 
Children are the poor man's riches. 
• ପରିଷ୍କାର ପରିଚ୍ଛନ୍ନତା ମଣିଷକୁ ଦେବତା କରେ । 
Cleanliness is next to God illnees. 
• ପ୍ରତ୍ୟେକ ବ୍ୟକ୍ତିର ଦୁର୍ବଳତା ଅଛି । 
Every dog is a lion at home.
ପ୍ରତ୍ୟେକ ବ୍ୟକ୍ତିର ଦୁର୍ବଳତା ଅଛି । 
Everyman has his weakside.
ପରିଶ୍ରମ ପ୍ରତ୍ୟେକକୁ ଜୟ କରେ । 
Labour conquers everything. 
• ପ୍ରେମର ପୁରସ୍କାର ହି ପ୍ରେମ ।
Love is love's reward. 
• ପ୍ରଥା ବିହୀନ ଜାତି ମୂଳ ବିହୀନ ବୃକ୍ଷପରି । 
A nation without tradition is like a generation without culti vation. 
• ପୁସ୍ତକଗୁଡ଼ିକ ଅନ୍ତରଙ୍ଗ ସାଙ୍ଗପରି । 
Books are never failing friends. ।
• ପଠନ ଜ୍ଞାନର ଫାଟକ |
Reading is the gate way of knowledge. 
• ପ୍ରେମ ହି ସଭ୍ୟତାର ମୂଳଦୁଆ ।
Love is beginning and Summit of civilization. 
• ପ୍ରେମ ହିଁ ବନ୍ଧୁତ୍ଵର ଜୀବନ ଏବଂ ପତ୍ର ହି ପ୍ରେମର ଜୀବନ । 
Love is the life of friendship and letter is the life of love. 
•. ପ୍ରେମ ହି ଅନ୍ଧ ଓ ଅସାଧ୍ୟ ରୋଗ । 
Love is blind and incurable. 
• ପରିବର୍ତ୍ତନ ପ୍ରକୃତିର ନିୟମ । 
Change is the law of nature. 
• ପ୍ରେମ ହିଁ ଜୀବନର ସୌରଭ । 
Love is the essence of life.
• ପୁସ୍ତକ ଗୋଟିଏ ଜୀବନ୍ତ ମଣିଷ ।
Book is a living man.
• ପୁସ୍ତକ ଯୌବନର ଖାଦ୍ୟ । 
Book is the food of youth. 
• ପୁସ୍ତକ ସାଥୀହରା ମନୁଷ୍ୟର ସାଥୀ । 
Book is the friend of the friendless.
• ପରମ ମାନବର ଜନ୍ମଗତ ଅଧିକାର । 
Labour is man's birth-ringht. 
• ପ୍ରେମ ଜୀବନର ଆଲୋକ । 
Love is the light of life. 
• ପ୍ରେମ ହିଁ ଭଗବାନ । 
Love is God. 
• ପେଟ ପାଇଁ ସବୁ ନାଟ । 
Want goods to Industry. 
• ପ୍ରସନ୍ନତା ବଡ଼ ଔଷଧ । 
Joy is a great medicine.
• ପାଦ ଉଷୁମ ଓ ମୁଣ୍ଡ ଥଣ୍ଡା ରଖିଲେ ଡାକ୍ତରଙ୍କ ସାହାଯ୍ୟ ନେବାକୁ ପଡେନାହିଁ |
Keep your feet warm and your head cool, Then you may call your doctor a fool. 
• ପ୍ରେମ ସୁଖର ସାଥୀ ।
Love is the key to happiness. 
ପ୍ରେମହୀନ ଜୀବନ ନରକ ପରି ।
Life without love is hell. 
• ପ୍ରକୃତି ସମସ୍ତଙ୍କର ମାଆ। 
Nature is the universal mother. 
• ପ୍ରତିକାରର ଉପାୟ ନଥିଲେ ସହ୍ୟ କରିବାକୁ ପଡ଼େ ।
•What can not be cured must be endured. 
• ପାଗଳାମୀ ନ ଥିବା ଲୋକ କବି ହୋଇ ପାରେନା । 
Nobody can be a poet without madness in him. 
• ପୁଣ୍ୟ କାର୍ଯ୍ୟ କୌଣସି ପୁରସ୍କାରକୁ ଅପେକ୍ଷା କରେନା । 
Virtue is its own reward. 
• ଉତ୍ତମ କର୍ମକୁ ଉତ୍ତମ ଫଳ । 
He who would sow well, must reap well. 
• ପରିଚ୍ଛନ୍ନତା ସୁଖ ସ୍ଵାଛନ୍ଦ୍ୟର ନାମାନ୍ତର ।
Cleanliness is another word for comfort. 
• ପରିଶ୍ରମ କରିବା ଶିଖ ଓ ଅପେକ୍ଷା କର । 
Learn to labour and wait. 
• ପୁତ୍ର କୁ ହୋଇପାରେ, ମାତ୍ର ମାତା ନୁହେଁ । 
A son may be bad but the mother never. 
• ପରଦ୍ରବ୍ୟଷୁ ନୋଷ୍ଟ୍ରବତ୍ । 
Lookupon another's property like a lump of earth.
• ପାଣ୍ଡବ ବଜିତ ଦେଶ । 
An out of the way country. 
• ପଡ଼ିଛି ମୋ ଗେଲେର ହାତେ, ଖାନା ଖେତେ ହବେ ସାଥେ |
Thave caught tartar, so there is a great disgrace in store for me. 
• ବାଡ଼ି ବାଇଗଣ ପୋଥି ବାଇଗଣ ।
Practice differs from theory. 
• ବଦନାମ ଅପେକ୍ଷା ବଦ ବ୍ୟକ୍ତି ‘ଭଲ । 
A badman is better than a badname. 
• ବିପଦ ତା’ର ସାଙ୍ଗ ସାଥୀ ଧରି ଆସେ । 
Misfortune comes with many in its train.
• ବିରାଡ଼ି ଆଖିବୁଜି କ୍ଷୀର ପିଉଛି । 
It is an ostrich policy. 
• ବୃଦ୍ଧ ବେଶ୍ୟ ତପସ୍ବିନୀ । 
A prostitute preaching gospel. 
• ବାବୁ ଚାଲୁଥାନ୍ତୁ, କୁକୁରଗୁଡ଼ା ଭୁକୁଥାନ୍ତୁ । 
Let the dogs bark, let our caravan go. 
• ବାପରାଣ ଢିଙ୍କି ଗିଳ | 
To insist on swallowing a camel. 
• ବନ୍ଧୁ ରଖିବାକୁ ହେଲେ ଉଧାର ଦିଅନାହିଁ, ଉଧାର କର ନାହିଁ । 
If you want to keep your friends never borrows, never lend. 
• ବାଡ଼ି ବାଇଗଣ ପୋଥି ବାଇଗଣ । 
The cry differs from practice. 
• ବାଆକୁ ବତା । 
Afrail shelter against a storm.
• ବସିବା ଅପେକ୍ଷା କାଶିବା ଭଲ ।
Forced labour is better than precept,
• ବଦନାମ୍ କଚିତ୍ର ସୁନାମରେ ପରିଣତ ହୁଏ । 
A wounded reputation is seldom cured, 
• ବଡ଼ ବଡ଼ ବିପଦଗୁଡ଼ିକ ପ୍ରତି ଦୃଷ୍ଟି ନ ଦେଇ ଛୋଟ ଉପରେ ନଜର ରଖିବା । 
To strain at a gnat and swallow a camel. 
• ଭଲ ବେଳେ ସମସ୍ତେ, ଖରାପ ବେଳେ କେହି ନୁହଁନ୍ତି । 
Friends are plenty when the purse is full. 
• ଭଲବେଳେ ସମସ୍ତେ, ବିପଦ ବେଳେ କେହି କାହାର ନୁହଁନ୍ତି । 
Prosperity makes friends and adversity tries them. 
• ସମ୍ପଦ ବେଳେ ସର୍ବେ ସଖା, ବିପଦେ ନଦିଅନ୍ତି ଦେଖା || 
A full purse never lacks friends.. 
• ଭୀରୁର ମରଣ ଦିନେ ନୁହେଁ ଦୈନନ୍ଦିନ । 
Coward dies many times. 
• ଭଗବାନଙ୍କ ଇଚ୍ଛା ବିରୁଦ୍ଧରେ କେହି କେବେହେଲେ ଛିଡ଼ାହୋଇ ପାରିବ ନାହିଁ । 
Nobody can stand against the will of God. 
• ଭଲ କାର୍ଯ୍ୟ କେବେହେଲେ ବେକାର ଯାଏନା ।
A good deed invites welcome. 
• ଭୁଲ କରିବା ମନୁଷ୍ୟର ସ୍ୱଭାବ । 
To err is human. 
• ମୁନେରପି ମତି ଭ୍ରମ । 
Even good homer sometimes nods. 
• ମନୁଷ୍ୟମାତ୍ରେ ଭୁଲ୍ କରେ । 
None but a fool is always right.
• ମୁନିନା ଚ ମତି ଭ୍ରମ ।
Even saints some times err.
• ଭାଟି ପୁଅ ଭାଟି, ଚାଟି ପୁଅ ଚାଟ |
Like father, like son. 
• ଯିସାବୀଜ ତୈସା ଅଙ୍କୁର । 
As is the father, so is the son. ।
• ଯଥା ବୀର୍ଯ୍ୟ ସ୍ତଥାଙ୍କୁରା । 
Of evil grain, no good seed can come. 
• ଭଲ ଭାବେ ଯୁଦ୍ଧ ଆରମ୍ଭ କଲେ ଜୟର ଆଭାସ ମିଳେ । 
A good beginning is half the battle. 
• ଭୋକବେଳେ ଆମ୍ବିଳା ଆମ୍ବ ସୁଆଦ ।
Hunger is the best sauce.
• ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ । 
All is good that God sends us. 
• ଭଗବାନ ପରିଷ୍କାର ପରିଚ୍ଛନ୍ନତାକୁ ଭଲ ପାଆନ୍ତି । 
God loves the clean. 
• ଭାରତର କୃଷି ମୌସୁମୀ ବାୟୁର ଜୁଆ ଖେଳ । 
Agriculture of India is a gamble of the monsoon. 
• ଭଗବାନ ଦାତା ଆମ୍ଭେମାନେ ଭିକାରୀ । 
God is the giver and we are beggars.
• ଭିକାରୀ ହୋଇ ବଞ୍ଚିବା ଠାରୁ, ଭିକାରୀ ହୋଇ ମରିବା ଭଲ । 
Better die a beggar than live a beggar. 
• ଭୋକିଲା ପେଟର କନା ନଥାଏ । 
Hungry belly has no ear. 
• ଭବିଷ୍ୟତ ଘଟଣାଗୁଡ଼ିକର ଆଭାସ ପୂର୍ବରୁ ମିଳିଥାଏ । 
Coming events cast their shadows before. 
• ଭିତ୍ତିହୀନ ଗୃହ ଅସ୍ଥାୟୀ ।
No good building without a good foundation, 
• ଭାବିଚିନ୍ତି କାମ କର । 
Select before you elect. 
• ଭଦ୍ରତା ସବୁଠାରୁ ଶ୍ରେଷ୍ଠ ଅଳଙ୍କାର । 
Courtesy is the ornament. 
• ଭବିଷ୍ୟତ ଯେତେ ସୁଖକର ହେଲେ ମଧ୍ୟ ବିଶ୍ଵାସ କରନା । 
Trust not future however pleasant.