Study(ଅଧ୍ୟୟନ)

I'm too tired to attend the class. ମୁଁ ଏତେ ଥକିଗଲିଣି ସେ ଶ୍ରେଣୀରେ ପଢ଼ିବାକୁ ଯାଇପାରିବି ନାହିଁ ।
When does her examination begin? ତାର ପରୀକ୍ଷା କେବେଠାରୁ ଆରମ୍ଭ ହେବ ? . .
I'll pass my B.A. this year. / I'll be a graduate this year. ମୁଁ ଏବର୍ଷ ବିଏ ପାଶ କରିବି । ମୁଁ ଏବର୍ଷ ସ୍ନାତକ ହେବି ।
I couldn't study anything today. ଆଜି ମୁଁ କିଛି ପଢ଼ି ପାରିଲି ନାହିଁ ।
He failed in the B.A. examination. ସେ ବି.ଏ ପରୀକ୍ଷାରେ ଅସଫଳ ହେଲା ।
The question is very easy. ପ୍ରଶ୍ନ ଭାରି ସହଜ ଅଟେ ।
Neither Asha nor her sister comes to school regularly. ଆଶା କି ତାର ଭଉଣୀ ନିୟମିତ ବିଦ୍ୟାଳୟକୁ ଆସନ୍ତି ନାହିଁ ।
 I'll definitely pass/get through. ମୁଁ ନିଶ୍ଚୟ ପାଶ କରିବି ।
I read a very interesting book last night. ମୁଁ ଗତ ରାତିରେ ଗୋଟିଏ ବଡ଼ ଆନନ୍ଦଦାୟକ/ଚିତ୍ତାକର୍ଷକ ବହି ପଢ଼ିଲି ।
He is weak in Hindi. ସେ ହିନ୍ଦୀରେ ଦୁର୍ବଳ ।
Classes start early now-a-days / these days. ଆଜିକାଲି ପଢ଼ାପଢ଼ି ଜଲଦି ଆରମ୍ଭ ହେଉଛି ।
We have completed/finished our studies. ଆମେ ଆମର ପଢ଼ା ଶେଷ କରିଛୁ ।
Either you beg his pardon, or pay the fine. ତୁମେ ତାଠାରୁ କ୍ଷମା ମାଗ କିମ୍ବା ଜୋରିମାନା ଦିଅ ।
He doesn't know anything. / He's good for nothing.ସେ କିଛି ଜାଣେ ନାହିଁ । ସେ ନିକମା ଅଟେ । She has been absent since Wednesday. ସେ ବୁଧବାର ଠାରୁ ଅନୁପସ୍ଥିତ ରହିଛି ।
I had no time to finish my work. . ନିଜ କାମ ଶେଷ କରିବାକୁ ମୋର ସମୟ ନ ଥିଲା ।
What does it mean? ଏହାର ଅର୍ଥ କ?
She takes keen interest in her studies. ସେ ଭଲ ଭାବରେ ମନ ଲଗାଇ ପଡ଼େ ।
The students will know the result tomorrow. ଛାତ୍ରଛାତ୍ରୀମାନେ କାଲି ପରୀକ୍ଷା ଫଳ ଜାଣିବେ ।
You have passed the examination. ତୁମେ ପରୀକ୍ଷାରେ ପାସ ହୋଇଯାଇଛ ।
Why don't you let me read/study? ତୁମେ ମୋତେ ପଢ଼ିବାକୁ ଦେଉନାହଁ କାହିଁକି ?
If you pass, your parents will be happy. ଯଦି ତୁମେ ଉତ୍ତୀର୍ଣ୍ଣ ହୁଏ ତେବେ ତୁମ ପିତାମାତା ଖୁସି ହେବେ ।
I know how to speak English, ମୁଁ ଇଂରାଜୀ କହି ଜାଣେ ।
In which college are you? ତୁମେ କେଉଁ କଲେଜରେ ପଢ଼ ? .
How are you getting on with your studies? ତୁମର ପଢ଼ାପଢ଼ି କିପରି ଚାଲିଛି?
I have been in this college for two years. ମୁଁ ଏହି କଲେଜରେ ଦୁଇବର୍ଷ ହେଲା ପଢୁଛି ।
I have been in this college since 1980. ମୁଁ ଏହି କଲେଜରେ ୧୯୮୦ରୁ ଅଛି ।
Your school is good. ତୁମର ବିଦ୍ୟାଳୟ ଭଲ ।
He is good at English. ସେ ଇଂରାଜୀରେ ଭଲ ।
Don't you have any influence of the headmaster? ଣ ଆପଣଙ୍କର ପ୍ରଧାନ ଶିକ୍ଷକଙ୍କ ଉପରେ କିଛି ପ୍ରଭାବ ନାହିଁ ?
Our school will be closed for vacation from tomorrow. ଆମ ବିଦ୍ୟାଳୟରେ କାଲିଠାରୁ ଛୁଟୀ ହୋଇଯିବ ।
Boys, time is over, hand in your papers. ପିଲାମାନେ,ସମୟ ସମାପ୍ତ ହୋଇଗଲା, ଖାତା କାଗଜ ଦେଇଦିଅ | The new time-table will come into force from 1st May. ନୂଆ ସମୟ ନିର୍ଘଣ୍ଟ ମଇ ପହିଲାରୁ ଲାଗୁ ହେବ ।
Why do you chatter/speak nonsense? ବାଜେ କଥା କାହିଁକି କହୁଛ ? ମୁହଁ ବନ୍ଦ କର । ଚୁପ୍ ରୁହ ।
I don't have a spare pencil. ମୋ ପାଖରେ ବଳକା ପେନସିଲ୍ ନାହିଁ ।
We are not on speaking terms. ଆମ ଭିତରେ କଥାବାର୍ତ୍ତା ବନ୍ଦ ।
We are not on visiting terms. ଆମେ ପରସ୍ପର ଘରକୁ ଯିବା ଆସିବା କରୁନାହୁଁ।
This boy won't be able to get on in the 10th class. ଏହି ବାଳକ ଦଶମ ଶ୍ରେଣୀରେ ପଢ଼ିବାକୁ ସମର୍ଥ ହେବ ନାହିଁ ।
Don't speak nonsense. / Stop yapping. ବେକାର କଥା ବନ୍ଦ କର । ବକବକ ହୁଅନାହିଁ ।
Has the roll been called? ଣ ଉପସ୍ଥାନ ପଡ଼ିସାରିଲାଣି କି ?
Mathematics is my bugbear. ଗଣିତ ମୋ ପାଇଁ ଭୟଙ୍କର ।
All the efforts failed. ସମସ୍ତ ଚେଷ୍ଟା। ଅସଫଳ ହେଲା ।
Naren is the best boy in the class. ନରେନ୍ ଶ୍ରେଣୀରେ ସବୁଠାରୁ ଭଲ ପିଲା ।
He is junior to me by one year. ସେ ମୋଠାରୁ ବର୍ଷ ସାନ ।
A good boy brings credit to his class. ଭଲ ପିଲା ତାର ଶ୍ରେଣୀର ନାମ ଉଜ୍ଜ୍ୱଳ କରେ ।
He is ahead of me in Mathematics. ସେ ଗଣିତରେ ମୋ ଠାରୁ ଆଗୁଆ ।
Who has set this paper? ଏହି ପ୍ରଶ୍ନପତ୍ର କିଏ ପ୍ରସ୍ତୁତ କରିଛନ୍ତି ?
It is time for school. ବିଦ୍ୟାଳୟ ଯିବା ସମୟ ହେଲାଣି ।
The boy did not come to school. ବାଳକଟି ବିଦ୍ୟାଳୟ ଆସି ନ ଥିଲା ।
The boy recited a poem. ବାଳକଟି କବିତା ଶୁଣାଇଲା ।
Do you have a spare exercise book / notebook ? ଣ ଆପଣଙ୍କ ପାଖରେ ଗୋଟିଏ ବଳକା କପି ଅଛି କି ?
The headmaster exempted my fine.  ପ୍ରଧାନ ଶିକ୍ଷକ ମୋର ଜୋରିମାନା ଛାଡ଼ କରିଦେଲେ ।
He has got a distinction in English. ତାଙ୍କୁ ଇଂରାଜୀରେ ପାରଦର୍ଶିତା ମିଳିଛି ।
Have you offered arts or science ? ତୁମେ କଳା ନା ବିଜ୍ଞାନ ବିଷୟ ନେଇଛ ?
I have offered physics, chemistry and biology. ମୁଁ ପଦାର୍ଥ ବିଦ୍ୟା, ରସାୟନ ବିଦ୍ୟା ଓ ଜୀବ ବିଜ୍ଞାନ ବିଷୟ ପଢୁଛି ।