(Time) ସମୟ

What's the time by your watch? ଆପଣଙ୍କ ଘଡ଼ିରେ କେତେଟା ବାଜିଛି ?
It's half past seven. ସାଢ଼େ ସାତଟା ବାଜିଛି ।
When do you wake up? ତୁମେ କେତେବେଳେ ଉଠୁଛି ?
I wake up every morning at half past six. ପ୍ରତ୍ୟହ ମୁଁ ସକାଳ ସାଢ଼େ ଛଟା ବେଳେ ଉଠେ।
My sister has her breakfast around eight O'clock. ମୋ ଭଉଣୀ-ପ୍ରାୟ ଆଠଟାବେଳେ ଜଳଖିଆ ଖାଏ When does the teacher come to the school? ଶିକ୍ଷକ ବିଦ୍ୟାଳୟରେ କେତେବେଳେ ପହଞ୍ଚନ୍ତି ।
A little before nine. ନଅଟା ବାଜିବାର ଟିକିଏ ପୂର୍ବରୁ ।
When are the classes over in her school? ତାଙ୍କ ବିଦ୍ୟାଳୟରେ କେତେବେଳେ ପଢ଼ା ଶେଷ ହୁଏ ?
At quarter past three, ସୱା ତିନିଟା ବେଳେ ।
When do you have your dinner ?  ଆପଣ ରାତ୍ରି ଭୋଜନ କେତେବେଳେ ଖାଆନ୍ତି ।
At half past seven. ସାଢ଼େ ସାତଟା ବେଳେ ।
I reach home at quarter to four. ମୁଁ ଘରେ ପୌନେ ଚାରିଟାରେ ପହଞ୍ଚି ।
It's ten past three now. ଏବେ ତିନିଟା ବାଜି ଦଶ ମିନିଟ ହୋଇଛି ।
I have to go/leave at twenty to fourlat three-forty. ମୋତେ ଚାରିଟା ବାଜିବାର କୋଡ଼ିଏ ମିନିଟ ପୂର୍ବରୁ ଯିବାକୁ ହେବ ।
By what time does your father usually come home every night? ଆପଣଙ୍କ ବାପା ରାତିରେ ଘରେ କେତେଟା ବାଜିବାବେଳେ ଆସିଥାନ୍ତି ?
At what time does he leave his office ? ସେ ତାଙ୍କ କାର୍ଯ୍ୟାଳୟରୁ କେତେଟାବେଳେ ଛୁଟି କରନ୍ତି ।
He leaves his office at/by five o'clock. ସେ ତାଙ୍କ କାର୍ଯ୍ୟାଳୟର ପାଞ୍ଚଟାବେଳେ ଛଟି କରି ଦିଅନ୍ତି ।
What's the date today ? ଆଜି କେତେ ତାରିଖ ?
It is fifteenth of December, nineteen seventy-six. ଆଜି ୧୫ ଡିସେମ୍ବର ୧୯୭୬ ଅଟେ ।
When is your birthday ? ତୁମର ଜନ୍ମଦିନ କେବେ ହୁଏ ?
 I don't know, sir. ମୁଁ ଜାଣିନାହିଁସାର !
My watch cains two minutes daily.ମୋର ଘଡ଼ି ପ୍ରତ୍ୟହ ଦୁଇମିନିଟ୍ ଆଗକୁ ହୋଇଯାଉଛି ।
Make the best use of your time. ତୁମ ସମୟର ପୁରା ଲାଭ ଉଠାଅ ।
Now he values punctuality/time. / Now he knows the importance of time. । ଏବେ ତାଙ୍କୁ ସମୟ ର ମୂଲ୍ୟ ଜଣା ପଡ଼ିଲାଣି ।
He wastes his time. ସେ ତାର ସମୟ ନଷ୍ଟ କରୁଛନ୍ତି ।
He is puncutal to the minute, ସେ ଗୋଟିଏ ଗୋଟିଏ ମିନିଟ୍ ଉପଯୋଗ କରେ ।
How tine flies ! ସମୟ କେତେ ଶୀଘ୍ର ଚାଲିଯାଏ ।
My watch has broken. ମୋ ଘଡ଼ି ଭାଙ୍ଗିଯାଇଛି ।
It is time to wake up. ଉଠିବା ସମୟ ହୋଇଗଲାଣି ।
He is quite in time. He isn't late. ତାର ଡେରି ହୋଇ ନାହିଁ । ସେ ଠିକ୍ ସମୟରେ ପହଞ୍ଚିଛି ।
He came at the right time. ସେ ଠିକ୍ ସମୟରେ ଆସିଗଲା ।
You are late by half an hour. ଆପଣଙ୍କର ଅଧଘଣ୍ଟା ଡେରି ହୋଇଯାଇଛି ।
We have enough time. / We have plenty of time. ଆମ ପାଖରେ ବହୁତ ସମୟ ରହିଛି ।
It's almost mid-night. ପ୍ରାୟ ଅଧରାତି ହେଲାଣି ।
We are too early. ଆମେ ବହୁତ ଶୀଘ୍ର ଆସିଗଲୁ ।
You are just in time. I would have left in another minute. ଆପଣ ଏକଦମ ସମୟରେ ଆସିଲେ । ଏକ ମିନିଟ୍‌ରେ ମୁଁ ବାହାରି ଯାଇଥାନ୍ତି ।
 Better days will come. / Good days are ahead. ଭଲ ଦିନ ଆସିବ ।
I am trying to save each / every moment ମୁଁ ତ ଗୋଟିଏ ଗୋଟିଏ କ୍ଷଣ ବଞ୍ଚାଇବାକୁ ଚେଷ୍ଟା କରୁଛି । There is a time for everything. ପ୍ରତ୍ୟେକ କଥା ପାଇଁ ଠିକ୍ ସମୟ ଅଛି ।
Can you spare a little-time ?.. ଣ ଆପଣ କିଛି ସମୟ ଦେଇ ପାରିବେ ?
Time once lost can never be regained. ବିତିଯାଇଥବବା ସମୟ ପୁଣି ଫେରି ଆସିବ ନାହିଁ ।